Posted inଖେଳ

ହାର୍ଦ୍ଦିକଙ୍କ ପ୍ରତି ବର୍ଣ୍ଣବୈଷମ୍ୟ କମେଣ୍ଟକୁ ବିରୋଧକଲେ ଫ୍ୟାନ୍ସ

ନୂଆଦିଲ୍ଲୀ,୩।୧- ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ତାଙ୍କ ବାନ୍ଧବୀ ସର୍ବୀୟ ଅଭିନେତ୍ରୀ ନତାଶା ଷ୍ଟାନ୍‌କୋଭିକଙ୍କ ସହ ନିର୍ବନ୍ଧ ହୋଇଛିି। ସୋସିଆଲ ମିଡିଆରେ କିଛି ଫଟୋ ଶେୟାରକରି ହାର୍ଦ୍ଦିକ ଏ ନେଇ ଘୋଷଣା କରିଥିଲେ। ଟୁଇଟର, ଇନ୍‌ଷ୍ଟାଗ୍ରାମ ଓ ଫେସ୍‌ବୁକ୍‌ରେ ଶେୟାର କରାଯାଇଥିବା ଫଟୋରେ କେତେଜଣ ପ୍ରଶଂସକ ବର୍ଣ୍ଣବୈଷମ୍ୟ ଭେଦଭାବ କରିଥିଲେ। ଜଣେ ୟୁଜର ଲେଖିଥିଲେ, ବ୍ରାଇଟନେସ୍‌ ବଢ଼ାଇଲେ ଭାଉଜ ଦେଖାଯିବେ ନାହିଁ, ଆଉ କମାଇଲେ ପାଣ୍ଡ୍ୟା ଗାଏବ। ଆଉ ଜଣେ ଲେଖିଛନ୍ତି, ମାଙ୍କଡ଼ ହାତରେ ଶାଳଗ୍ରାମ। ଏପରି କି ପାଣ୍ଡ୍ୟା ଓ ଷ୍ଟାନ୍‌କୋଭିକ୍‌ଙ୍କୁ ରସଗୋଲା ଓ ଗୋଲାପଜାମୁ ସହ ତୁଳନା କରିଛନ୍ତି। ଏଭଳି ଆହୁରି କିଛି କମେଣ୍ଟ ରହିଛି, ଯାହାକି ଅତ୍ୟନ୍ତ ସମ୍ବେଦନଶୀଳ। ବର୍ଣ୍ଣବୈଷମ୍ୟ ଭେଦଭାବକୁ ବିରୋଧକରି ପାଣ୍ଡ୍ୟାଙ୍କୁ ସମର୍ଥନ କରିଛନ୍ତି ଅନ୍ୟ ଫ୍ୟାନ୍‌ମାନେ। ଜଣେ ଟୁଇଟ୍‌ କରି ଲେଖିଛନ୍ତି, ଲୋକେ ପାଣ୍ଡ୍ୟାଙ୍କୁ ନିର୍ବନ୍ଧ ଲାଗି ସମାଲୋଚନା କରୁଛନ୍ତି। କିନ୍ତୁ ସେ ଯେଉଁଠାରୁ ଏପର୍ଯ୍ୟନ୍ତ ଆସିଛନ୍ତି, ତାକୁ ଉତ୍ସାହିତ କରୁନାହାନ୍ତି। ନିଜ ପ୍ରତିଭା ଓ କଠିନ ପରିଶ୍ରମ ବଳରେ ସେ ସବୁ କିଛି ହାସଲ କରିଛନ୍ତି। ତାଙ୍କୁ ସମାଲୋଚନା କରିବା ବଦଳରେ ତାଙ୍କଠୁ କିଛି ଶିକ୍ଷା ନିଅ। ସେହିଭଳି ଅନ୍ୟ ଜଣେ ଲେଖିଛନ୍ତି, ମୁଁ ହାର୍ଦ୍ଦିକଙ୍କ ଫ୍ୟାନ୍‌ ନୁହେଁ। କିନ୍ତୁ ଜଣଙ୍କ ରଙ୍ଗକୁ କଟାକ୍ଷ କରିବା ଉଚିତ ନୁହେଁ। ସମାଲୋଚକଙ୍କୁ ସ୍କୁଲ ଶିକ୍ଷା ଆଉ ଥରେ ନେବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଯଜ୍ଞସ୍ଥଳରୁ ଆନ୍ଦୋଳନକାରୀ ହିରାମଲ୍‌ଙ୍କୁ ଉଠାଇ ନେଲା ପୋଲିସ: କୋର୍ଟ ଚାଲାଣ ନକରି ଥାନାରେ ରଖିବାକୁ ନେଇ…

ଥୁଆମୂଳ ରାମପୁର, ୨୮।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଡିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବା ବେଳେ…

୫ ଦିନ ହେଲା ଅନ୍ଧାରରେ ଗାଁ

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ବିରିଗୁଡ଼ା ଗାଁ ଗତ ୫ ଦିନ ହେଲା ଅନ୍ଧକାରରେ ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଟ୍ରାନ୍ସଫର୍ମରରୁ…

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

ବରଗଡ଼ରେ ଟ୍ରାଫିକ ସମସ୍ୟା: ଏସପିଙ୍କୁ ଫେରାଦ ହେଲା ଅଭିଭାବକ ମହାସଂଘ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ): ବରଗଡ ସହରର ଟ୍ରାଫିକ ସମସ୍ୟା ନେଇ ଓଡିଶା ଅଭିଭାବକ ମହାସଂଘ, ବରଗଡ଼ ଜିଲା ଶାଖା ଉଦବେଗ ପ୍ରକାଶ କରିଛି। ଏହି କ୍ରମରେ ଶୁକ୍ରବାର ମହାସଂଘର…

ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ସରପଞ୍ଚ ଗିରଫ

ମାର୍ଶାଘାଇ, ୨୮ା୮ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ଧମକ ଦେବା ଅଭିଯୋଗରେ ପୋଲିସ…

ଡାଇମଣ୍ଡ ଲିଗ୍‌ ଫାଇନାଲ୍ସ ପାଇଁ ଯୋଗ୍ୟତା ହାସଲ କଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ, ୨୮ା୮: ଭାରତର ଅଗ୍ରଣୀ ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରା ସେପ୍ଟେମ୍ବର ୫ରେ ବ୍ରସେଲ୍ସରେ ହେବାକୁଥିବା ଡାଇମଣ୍ଡ ଲିଗ୍‌ ଫାଇନାଲ୍ସରେ ଅଂଶଗ୍ରହଣ କରିବା ଲାଗି ଯୋଗ୍ୟତା ଅର୍ଜନ…

ବଞ୍ଜାରୀ ଘାଟିରେ ପୁଣି ଓଲଟିଲା ଏଲ୍‌ପିଜି ଗ୍ୟାସ୍‌ ଟ୍ୟାଙ୍କର

ଲାଞ୍ଜିଗଡ଼, ୨୮ା୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡାକୁ ସଂଯୋଗ କରୁଥିବା ନର୍ଲା ଥାନା ଅନ୍ତର୍ଗତ ୬ ନମ୍ବର ରାଜ୍ୟ ରାଜପଥର କିଡିଙ୍ଗ-ଛତିକୁଡ଼ା ରାସ୍ତାର ବଞ୍ଜାରୀ…

ହାଇଦ୍ରାବାଦରେ ଓଡ଼ିଆ ଦାଦନ ଶ୍ରମିକ ନିଖୋଜ

କୋକସରା,୨୮ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ) କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ପଞ୍ଚାୟତ ଭାଲିଆଯୋର ଗ୍ରାମର ଜୟସିଂ ଧଙ୍ଗଡାମାଝୀ (୪୫) ପେଟପାଟଣା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri