Posted inଖେଳ

ମହିଳା ହକି ତାରକା ସୁନୀତାଙ୍କ ଅବସର

ଭୁବନେଶ୍ୱର, ୩।୧(କ୍ରୀଡ଼ା ପ୍ରତିନିଧି)- ବର୍ଷ ଆରମ୍ଭରୁ ଓଡ଼ିଶା ହକି ପାଇଁ ଆସିଛି ଏକ ଖରାପ ଖବର। ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟିକା ଓଡ଼ିଶାର ସୁନୀତା ଲାକ୍ରା ଗୁରୁବାର ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି। ଆଣ୍ଠୁରେ ଆଘାତ ଜନିତ ସମସ୍ୟା ଯୋଗୁ ସେ କ୍ୟାରିୟର ଅଧାରୁ ଅବସର ନେବାକୁ ବାଧ୍ୟ ହେଉଛନ୍ତି ବୋଲି ଭାବବିହ୍ବଳ କଣ୍ଠରେ ପ୍ରକାଶ କରିଛନ୍ତି। ଆଣ୍ଠୁରେ ଅସ୍ତ୍ରୋପଚାର ଯୋଗୁ ସୁନୀତା ଦୀର୍ଘଦିନଧରି ହକିରୁ ଦୂରେଇ ରହିଥିଲେ। ଏବେ ଆଉ ଏକ ଅସ୍ତ୍ରୋପଚାରର ଆବଶ୍ୟକ ଥିବା ଡାକ୍ତରଙ୍କଠାରୁ ଜାଣିବା ପରେ ଅନ୍ତର୍ଜାତୀୟ ହକିରୁ ଅବସର ନେବାକୁ ନିଷ୍ପତ୍ତି ନେଲେ ବୋଲି କହିଛନ୍ତି ଏହି ଓଡ଼ିଆ ଡିଫେଣ୍ଡର। ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ଭାରତୀୟ ଦଳର ନେତୃତ୍ୱ ନେଇଥିବା ସୁନୀତା ୨୦୧୮ ଏସିଆନ୍‌ ଗେମ୍ସରେ ରୌପ୍ୟ ପଦକ ବିଜୟୀ ଭାରତୀୟ ଦଳର ସଦସ୍ୟା ରହିଥିଲେ। ଆଗାମୀ ଟୋକିଓ ଅଲିମ୍ପିକ୍ସରେ ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରିବାର ସ୍ବପ୍ନ ରହିଥିଲେ ମଧ୍ୟ ଆଘାତଜନିତ ସମସ୍ୟା ଏଥିରେ ବାଧକ ସୃଷ୍ଟି କଲା ବୋଲି ୨୮ ବର୍ଷୀୟା ଏହି ରାଜଗାଙ୍ଗପୁର ଖେଳାଳି କହିଛନ୍ତି।
‘ଅନ୍ତର୍ଜାତୀୟ ହକିରୁ ଅବସର ନିଷ୍ପତ୍ତି ମୋ ପାଇଁ ସହଜ ନ ଥିଲା। ୨୦୦୮ରୁ ଭାରତୀୟ ମହିଳା ହକି ଦଳ ସହ ମୁଁ ଏହି ଚମତ୍କାର ଯାତ୍ରାରେ ସାମିଲ ରହିଥିଲି। ଏହି ଯାତ୍ରା ମଧ୍ୟରେ ଆମେ ଅନେକ ସଫଳତା ଓ ବିଫଳତାର ସାମ୍ନା କରିଛୁ, କିନ୍ତୁ ଗୋଟିଏ ୟୁନିଟ୍‌ ରୂପେ ଏକାଠି ରହିଛୁ। ଦେଶ ପାଇଁ ସଫଳତା ଆଣିବା ଲାଗି ଏହା ଆମକୁ ମଜଭୁତ ରଖିବା ସହ ଲଢ଼େଇ କରିବାକୁ ଶକ୍ତି ଓ ପ୍ରେରଣା ଦେଇଥିଲା’ ଅତ୍ୟନ୍ତ ଭାବପ୍ରବଣ ବୋଲି ସୁନୀତା ପ୍ରକାଶ କରିଛନ୍ତି। ‘୨୦୧୬ ରିଓ ଅଲିମ୍ପିକ୍ସ ଖେଳିଥିବାରୁ ନିଜକୁ ଭାଗ୍ୟଶାଳୀ ମନେକରୁଛି। ତିନି ଦଶନ୍ଧି ପରେ ଅଲିମ୍ପିକ୍ସରେ ଭାରତର ଏହା ପ୍ରଥମ ଅଂଶଗ୍ରହଣ ରହିଥିଲା। ଭାରତୀୟ ମହିଳା ହକି ପାଇଁ ଏହା ଐତିହାସିକ ମୁହୂର୍ତ୍ତ ଥିଲା । ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଦଳର ସଦସ୍ୟା ହେବାକୁ ଲକ୍ଷ୍ୟ ରଖିଥିଲି। କିନ୍ତୁ ଆଣ୍ଠୁ ସମସ୍ୟା ମୋ ସ୍ବପ୍ନକୁ ଛୋଟ କରିଦେଲା’ ବୋଲି ସୁନୀତା ପ୍ରକାଶ କରିଛନ୍ତି। ତେବେ ଭାରତୀୟ ମହିଳା ହକି ଦଳ ଆହୁରି ଅଧିକ କିଛି ହାସଲ କରିପାରିବ ବୋଲି ସେ ବିଶ୍ୱାସ ପ୍ରକଟ କରିଛନ୍ତି। ସୁନୀତା ଆହୁରି ମଧ୍ୟ କହିଛନ୍ତି ଯେ, ‘ଆଗାମୀ ଦିନରେ ଆଣ୍ଠୁରେ ଆଉ ଏକ ଅସ୍ତ୍ରୋପଚାର ଆବଶ୍ୟକତା ଥିବାରୁ ପୂରା ସୁସ୍ଥ ହେବାକୁ ମୋତେ କେତେ ସମୟ ଲାଗିବ ମୁଁ ନିଶ୍ଚିତ ନୁହେଁ। କିନ୍ତୁ ଅସ୍ତ୍ରୋପଚାର ପରେ ଘରୋଇ ହକି ଓ ମୋତେ ଚାକିରି ଦେଇ କ୍ୟାରିୟର ଗଢ଼ିତୋଳିବାରେ ସମର୍ଥନ କରିଥିବା ନାଲ୍‌କୋ ପକ୍ଷରୁ ଖେଳିବି। ଖେଳରେ ମୁଁ ବହୁତ ବାଟ ଯାତ୍ରା କରିଛି ଏବଂ ଭାରତୀୟ ଦଳ ସହ ବିତେଇଥିବା କିଛି ସ୍ମରଣୀୟ ମୁହୂର୍ତ୍ତ ସାଥିରେ ନେଇ ଯାଉଛି’ ବୋଲି ସୁନୀତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

Shubman Gill Net Worth: ବିଳାସପୂର୍ଣ୍ଣ ଜୀବନଶୈଳୀ ବିତାଉଛନ୍ତି ଶୁବମନ ଗିଲ; ଜାଣନ୍ତୁ ୨୭ ବର୍ଷ ବୟସରେ କେତେ ଧନୀ ‘ଦି ପ୍ରିନ୍ସ’

ନୂଆଦିଲ୍ଲୀ,୮।୯: ୨୦୧୮ରେ ପୃଥ୍ବୀ ଶ’ଙ୍କ ଅଧିନାୟକତ୍ୱରେ ଭାରତ ୧୯ ବର୍ଷରୁ କମ ବିଶ୍ୱକପ ଜିତିଥିଲା। ସେତେବେଳେ ସମସ୍ତେ ବିଶ୍ୱାସ କରୁଥିଲେ ଯେ ଇଣ୍ଡିଆ ଶ’ଙ୍କ ପରି ପରବର୍ତ୍ତୀ…

‘ବୈଭବ ସୂର୍ଯ୍ୟବଂଶୀଙ୍କଠାରୁ ମୋର କୌଣସି ଆଶା ନାହିଁ’: ଟିମ ଇଣ୍ଡିଆକୁ ନେଇ ଏମିତି କହିଲେ ସୁନୀଲ ଗାଭାସ୍କର, ଉଠିଲାଣି ପ୍ରଶ୍ନ

ନୂଆଦିଲ୍ଲୀ,୮।୯: ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ସିରିଜ ପରେ, ଭାରତୀୟ ପୁରୁଷ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡାରେ ଅଂଶଗ୍ରହଣ କରିବ। ସେପ୍ଟେମ୍ବର ୧୯ରେ ଜାପାନର ଆଇଚି-ନାଗୋୟାରେ ଆରମ୍ଭ…

Watch: ଜନ୍ମଦିନର ପୂର୍ବ ରାତିରେ ସଭିଙ୍କୁ ଚକିତ କଲେ ଶୁବମନ ଗିଲ, ଜାଣନ୍ତୁ…

ନୂଆଦିଲ୍ଲୀ,୮।୯: ଭାରତୀୟ କ୍ରିକେଟ ଦଳର ଅଧିନାୟକ ଶୁବମନ ଗିଲ ମଙ୍ଗଳବାର ତାଙ୍କର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୨୭ ବର୍ଷ ପୂର୍ବେ ଆଜିର ଦିନରେ –…

‘ଇଶାନ କିଶନଙ୍କଠାରୁ କିଛି ଶିଖ…’ବୈଭବଙ୍କୁ ପୂର୍ବତନ କ୍ରିକେଟରଙ୍କ ବଡ଼ ଚେତାବନୀ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୮।୯: ଦୁଲୀପ ଟ୍ରଫି ଫାଇନାଲରେ ଇଶାନ କିଶନଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ଜବରଦସ୍ତ ଇନିଂସ। ଇଶାନ ୩୩୪ ବଲରୁ ୨୭୦ ରନ୍‌ର ମାରାଥନ ପାରି ଖେଳିଛନ୍ତି। ତାଙ୍କ…

ଭାରତ ବିପକ୍ଷ ଐତିହାସିକ ଟି-୨୦ ମ୍ୟାଚ ଖେଲିବାକୁ ଦଳ ଘୋଷଣା କଲା ଜାପାନ: ଜାଣନ୍ତୁ କିଏ ହେଲେ ଅଧିନାୟକ

ଟୋକିଓ,୮।୯: ଜାପାନ କ୍ରିକେଟ ଆସୋସିଏସନ ସୋମବାର ଭାରତ ବିପକ୍ଷରେ ଐତିହାସିକ ଏକମାତ୍ର ଟି-୨୦ ମ୍ୟାଚ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ଏହା ଭାରତ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri