ଖେଳ

ଭିଭିଆନ୍‌ ରିଚାର୍ଡସଙ୍କ ଜୋତା ସଫା କରୁଥିଲେ ଏହି ମହାନ ଖେଳାଳି

ଓ୍ବେଷ୍ଟଇଣ୍ଡିଜର ମହାନ ବ୍ୟାଟ୍ସମ୍ୟାନ୍‌ ବ୍ରାଏନ ଲାରା ଏକ ବଡ ଖୁଲାସା କରିଛନ୍ତି। ସେ କହିଛନ୍ତି, ଯେତେବେଳେ ପ୍ରଥମେ ଟିମ୍‌ରେ ଏଣ୍ଟ୍ରି କରିଥିଲି ସେତେବେଳେ ମୋ ଉପରେ ଆଦୌ ବୋଝ ନ ଥିଲା। ମୁଁ ବେଞ୍ଚ୍‌ରେ ପ୍ରାୟତଃ ବସି ରହୁଥିଲି। ବେଳେବେଳେ କିମ୍ବଦନ୍ତୀ…

ଏହି କ୍ରିକେଟର ଝିଅ କୃଷ୍ଣଙ୍କ ଭଜନ ଗାଇ ଚର୍ଚ୍ଚାରେ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଝିଅ ଜିଭାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ମାଲାୟଲମ ଭାଷାରେ ଜିଭା କୃଷ୍ଣ ଭଜନ ଗାଉଥିବାର ଦେଖାଯାଇଛି। ଏହି ଭିଡିଓକୁ ୟୁଜର୍ସ ବେଶ୍‌ ପସନ୍ଦ…

ଗତ ୧୦ ବର୍ଷରେ କ୍ରିକେଟର ବାଦ୍‌ଶାହ ପାଲଟିଛନ୍ତି ‘ବିରାଟ କୋହଲି’

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଗତ ୧୦ ବର୍ଷ ଭିତରେ କ୍ରିକେଟର ବାଦ୍‌ଶାହ ପାଲଟିଯାଇଛନ୍ତି। ଏକଦିବସୀୟ ମ୍ୟାଚରେ ଶତକ ହାସଲ କରିବାରେ ସେ ଏବେ କେବଳ ସଚିନ ତେନ୍ଦୁଲକରଙ୍କଠାରୁ ପଛରେ ରହିଯାଇଛନ୍ତି। ୨୦୧୦ରୁ ୨୦୧୯ ମଧ୍ୟରେ ଏକଦିବସୀୟ କ୍ରିକେଟରେ…

ଇମ୍ରାନ ଖାନ୍‌ଙ୍କ ସହ କୋହଲିଙ୍କୁ ତୁଳନା କଲେ ଏହି ପାକିସ୍ତାନୀ କ୍ରିକେଟର

ଇସଲମାବାଦ୍‌, ୨୪।୧୨: ପାକିସ୍ତାନର ପୂର୍ବତନ ପେସ୍‌ ବୋଲର ସୋଏବ ଅଖତର ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହ ତୁଳନା କରିଛନ୍ତି। ରାଉଲପିଣ୍ଡି ଏକ୍ସପ୍ରେସ୍‌ ନାମରେ ପ୍ରସିଦ୍ଧ ସୋଏବ କହିଛନ୍ତି, ବିରାଟ କୋହଲି ନିଜ ଫିଟ୍‌ନେସ୍‌ଙ୍କୁ ନେଇ…

ଭାରୋତ୍ତୋଳିକା ରାକ୍ଷୀ ଭାଙ୍ଗିଲେ ଦୁଇ ଜାତୀୟ ରେକର୍ଡ

ଦୋହା,୨୪।୧୨(ପି.ଟି.)- ଭାରତୀୟ ଭାରୋତ୍ତୋଳିକା ରାକ୍ଷୀ ହଳଧର ଏଠାରେ ଅନୁଷ୍ଠିତ କତାର ଅନ୍ତର୍ଜାତୀୟ କପ୍‌ ଟୁର୍ନାମେଣ୍ଟରେ ସୋମବାର ୬୪ କେଜି ଓଜନ ବର୍ଗରେ ବ୍ରୋଞ୍ଜ ପଦକ ଜିିତିଛନ୍ତି। ଏହି ଅବସରରେ ସେ ଦୁଇ ଜାତୀୟ ରେକର୍ଡର ଅଧିକାରୀ ହୋଇଛନ୍ତି। ରାଜ୍ୟଗୋଷ୍ଠୀ ଚାମ୍ପିୟନଶିପ ସ୍ବର୍ଣ୍ଣ…

ପାକିସ୍ତାନର ସିରିଜ ବିଜୟ

କରାଚୀ, ୨୪ା୧୨ (ଏଏଫ୍‌ପି)- କରାଚୀଠାରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟ ମ୍ୟାଚରେ ପାକିସ୍ତାନ ୨୬୩ ରନରେ ସହଜ ବିଜୟ ହାସଲ କରିଛି। ଏଥିସହ ଦଳ ଦୁଇ ମ୍ୟାଚ ବିଶିଷ୍ଟ ସିରିଜ ୧-୦ରେ ଜିତିନେଇଛି। ସୋମବାର ଅନ୍ତିମ ତଥା ୫ମ…

ଓଡ଼ିଶାରେ ପ୍ରଥମଥର ଜାତୀୟ ସିନିୟର ଭଲିବଲ

ଭୁବନେଶ୍ୱର, ୨୪।୧୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶାରେ ପ୍ରଥମଥରପାଇଁ ଆୟୋଜନ ହେବାକୁ ଯାଉଛି ଜାତୀୟ ସିନିୟର ଭଲିବଲ (ମହିଳା, ପୁରୁଷ) ପ୍ରତିଯୋଗିତା। ପ୍ରତିଯୋଗିତାର ଏହି ୬୮ତମ ସଂସ୍କରଣ କିଟ୍‌ ଇନ୍‌ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଚଳିତମାସ ୨୫ରୁ ଏହା ଆରମ୍ଭ ହୋଇ ଜାନୁୟାରୀ ୨ରେ…

୨୨ତମ ରାଜ୍ୟ ବଧିର ଚେସ୍‌ ନିପୁନ, ପ୍ରତିମା, ରାଜେଶଙ୍କୁ ଟାଇଟଲ୍‌

କଟକ ଅଫିସ, ୨୪।୧୨- ଜିଲା ବଧିର ସଂଘ ଆନୁକୂଲ୍ୟରେ ସ୍ଥାନୀୟ ଦେଉଳସାହିସ୍ଥିତ ମୋନାଲିସା ପ୍ୟାଲେସଠାରେ ଚାଲିଥିବା ୨୨ତମ ରାଜ୍ୟ ବଧିର ଚେସ୍‌ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ଏଥିରେ ପୁରୁଷ ବିଭାଗରେ ଏସ୍‌ଆର୍‌ ଚେସ୍‌ ସେଣ୍ଟରର ନିପୁନ ଆଦିତ୍ୟ ମହାନ୍ତି, ମହିଳା ବିଭାଗରେ…

ଜାତୀୟ ଜୁନିୟର ରୋଲ୍‌ବଲରେ ଭାଗନେବ ଓଡ଼ିଶା

ଭୁବନେଶ୍ୱର, ୨୪।୧୨ (ସ୍ପୋଟର୍‌ସ ବ୍ୟୁରୋ)- ଆସାମର ଗୁଆହାଟୀଠାରେ ଚଳିତ ମାସ ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ଜାତୀୟ ଜୁନିୟର ରୋଲ୍‌ବଲ ଚାମ୍ପିୟନଶିପ୍‌ର ତ୍ରୟୋଦଶ ସଂସ୍କରଣ ଅନୁଷ୍ଠିତ ହେବ। ବାଳକ ବିଭାଗରେ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତା ଲାଗି ୧୨ ଜଣିଆ ଓଡ଼ିଶା…

ନ୍ୟୁଜିଲାଣ୍ଡ ଟୁର୍‌ ପାଇଁ ଭାରତ ଏ’ ଦଳରେ ପୃଥ୍ବୀ ଶ’

ନୂଆଦିଲ୍ଲୀ, ୨୪ା୧୨(ପି.ଟି.)- ଭାରତ ଏ’ କ୍ରିକେଟ ଦଳ ନ୍ୟୁଜିଲାଣ୍ଡ ଟୁର୍‌ରେ ଯିବ। ଏଥିରେ ଫର୍ମରେ ଥିବା ପୃଥ୍ବୀ ଶ’ଙ୍କୁ ଦଳରେ ସ୍ଥାନ ମିଳିଛି। ଡୋପିଂ ପାଇଁ ୮ ମାସ ବାସନ୍ଦ ଦଣ୍ଡ ଭୋଗିବା ପରେ ପ୍ରତ୍ୟାବର୍ତ୍ତନ କରି ଶ’ ମୁମ୍ବାଇ ଦଳର…

ଟି୨୦ ଚ୍ୟାଲେଞ୍ଜର ଟ୍ରଫି ଇଣ୍ଡିଆ-ବି’ରେ ସୁଶ୍ରୀ, ସି’ରେ ମାଧୁରୀ

କଟକ ଅଫିସ,୨୪।୧୨- ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଏକଦିବସୀୟ ମ୍ୟାଚ୍‌ ଆୟୋଜନ କରିବା ପରେ ପୁଣିଥରେ ବାରବାଟୀ ଷ୍ଟାଡିୟମରେ ଅନ୍ତର୍ଜାତୀୟ ଖେଳାଳିଙ୍କ ଆସର ଜମିବ। ଆସନ୍ତା ୪ରୁ ଏଠାରେ ସିନିୟର ମହିଳା ଟି୨୦ ଚ୍ୟାଲେଞ୍ଜର ଟ୍ରଫି ଖେଳାଯିବ। ଯେଉଁଥିରେ ଭାରତୀୟ ମହିଳା…

ଭାରତୀୟ ସୁରକ୍ଷା କର୍ମୀଙ୍କୁ ମ୍ୟାଚ୍‌ ବଲ ଦେଲେ ପାକିସ୍ତାନ କ୍ରିକେଟର

ଭିକ୍ଟୋରିଆ,୨୩।୧୨- ବିଗ୍‌ ବାଶ ଲିଗ୍‌ (ବିବିଏଲ)ରେ ମେଲବୋର୍ନ ଷ୍ଟାର୍ସ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ପାକିସ୍ତାନ ବାମହାତୀ ପେସର ହାରିସ ରଫ କ୍ରିକେଟ ପ୍ରଶଂସକଙ୍କ ମନ ଜିଣି ନେଇଛନ୍ତି। ମ୍ୟାଚ୍‌ରେ କାର୍ଯ୍ୟରତ ଭାରତୀୟ ସୁରକ୍ଷା କର୍ମଚାରୀଙ୍କୁ ମ୍ୟାଚ୍‌ ବଲ ପ୍ରଦାନ କରିଛନ୍ତି। ଦକ୍ଷିଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?