ଖେଳ

ଟି୨୦ ବିଶ୍ୱକପ୍‌ ବାତିଲ ହେଲେ ଆଇପିଏଲ୍‌ ଲାଗି ବାଟ ଖୋଲିବ: ଟେଲର

ମେଲବୋର୍ନ,୧୭।୫(ପି.ଟି.): କୋଭିଡ-୧୯ ମହାମାରୀ କାରଣରୁ ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁଥିବା ଟି୨୦ ବିଶ୍ୱକପ୍‌ ବାତିଲ ହେବା ସମ୍ଭାବନା ସୃଷ୍ଟି ହୋଇଛି। ଯଦି ଏହି ମେଗା ଇଭେଣ୍ଟ ବାତିଲ ହୁଏ ତେବେ, ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆୟୋଜନ ପାଇଁ...

ଜୁଲାଇରେ ଇଂଲଣ୍ଡ ଗସ୍ତ କରିବାକୁ ପାକିସ୍ତାନ ରାଜି: ଗସ୍ତରେ ସାମିଲ ହେବାକୁ ଖେଳାଳିଙ୍କୁ ବାଧ୍ୟ କରାଯିବ ନାହିଁ

କରାଚି,୧୭।୫(ପି.ଟି.): ଆସନ୍ତା ଜୁଲାଇରେ ପାକିସ୍ତାନ ଟେଷ୍ଟ ଓ ଟି୨୦ ସିରିଜ ଖେଳିବାକୁ ଇଂଲଣ୍ଡ ଗସ୍ତ କରିବାକୁ ରାଜି ହୋଇଛି। ତେବେ ଏହି ଗସ୍ତରେ ସାମିଲ ହେବାକୁ ଖେଳାଳିମାନଙ୍କୁ ବାଧ୍ୟ କରାଯିବ ନାହିଁ ବୋଲି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ସ୍ପଷ୍ଟ...

ଜୁନ୍‌ ୬ରୁ ଅଷ୍ଟ୍ରେଲିଆରେ କ୍ଲବ କ୍ରିକେଟ ଆରମ୍ଭ ହେବ

ମେଲବୋର୍ନ,୧୭।୫ (ପି.ଟି.): କୋଭିଡ-୧୯ ମହାମାରୀ କାରଣରୁ ଅସମୟରେ ବନ୍ଦ କରାଯାଇଥିବା ପ୍ରତିଯୋଗିତାମୂଳକ କ୍ରିକେଟ ପୁଣି ଥରେ ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଯାଉଛି। କରୋନା ଭାଇରସ୍‌ ଯୋଗୁ ସାରା ବିଶ୍ୱକ୍ରୀଡ଼ା ଠପ୍‌ ହେବା ପରେ ଆସନ୍ତା ମାସ ୬ ତାରିଖରୁ ଅଷ୍ଟ୍ରେଲିଆରେ...

ଅର୍ଜୁନ ପୁରସ୍କାର: ଅଙ୍କିତା, ଶରନଙ୍କ ନାମ ସୁପାରିସ କଲା ଏଆଇଟିଏ

ନୂଆଦିଲ୍ଲୀ,୧୭।୫ (ପି.ଟି.): ଏସିଆନ ଗେମ୍ସ ପଦକ ବିଜେତା ତଥା ଟେନିସ୍‌ ତାରକା ଅଙ୍କିତା ରାଇନା ଓ ଦିଭିଜ ଶରନଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ୍‌ କରାଯାଇଛି। ଅଲ ଇଣ୍ଡିଆ ଟେନିସ ଆସୋସିଏଶନ (ଏଆଇଟିଏ) ଏହି ଦୁଇ ଖେଳାଳିଙ୍କ ନାମ...

ଅନୁଷ୍କାଙ୍କ ସହ କ୍ରିକେଟ ଖେଳିଲେ କୋହଲି

ନୂଆଦିଲ୍ଲୀ, ୧୭।୫: ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ସହ କ୍ରିକେଟ ଖେଳିବା ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚାରେ ରହିଛି। ଏହି ଭିଡିଓରେ ଦେଖାଯାଉଛି ଯେ କୋହଲି ନିଜ ମୁମ୍ବାଇ ବାସଭବନରେ କିଛି...

‘ନୂଆ ନିୟମ ବ୍ୟାଟ୍ସମ୍ୟାନଙ୍କୁ ସୁହାଉଛି’

ଚେନ୍ନାଇ, ୧୭।୫: ବର୍ତ୍ତମାନ ପ୍ରଚଳିତ ଏକଦିବସୀୟ କ୍ରିକେଟ ନିୟମକୁ ନେଇ ଅନେକ ସମୟରେ ଚର୍ଚ୍ଚା ହେଉଛି। ସାମ୍ପ୍ରତିକ ନିୟମ ବୋଲରଙ୍କ ଅପେକ୍ଷା ବ୍ୟାଟ୍ସମ୍ୟାନଙ୍କୁ ଅଧିକ ସୁହାଉଛି ବୋଲି ଅନୁଭବ କରୁଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ତଥା ଚୟନ କମିଟି ମୁଖ୍ୟ...

ଆର୍ଥିକ ସଙ୍କଟରେ ଓ୍ବେଷ୍ଟଇଣ୍ଡିଜ କ୍ରିକେଟ

କିଙ୍ଗଷ୍ଟନ୍‌, ୧୭ା୫ (ପି.ଟି.)-କୋଭିଡ୍‌-୧୯ ମହାମାରୀ ଯୋଗୁ କ୍ରିକେଟ ଓ୍ବେଷ୍ଟଇଣ୍ଡିଜ (ସିଡବ୍ଲ୍ୟୁଆଇ)ର ଆର୍ଥିକ ଅବସ୍ଥା ଆହୁରି ଶୋଚନୀୟ ହୋଇପଡ଼ିବ ବୋଲି ଏହାର ମୁଖ୍ୟ ରିକି ସ୍କେରିଟ୍‌ ଆଶଙ୍କା ପ୍ରକାଶ କରିଛନ୍ତି। କରୋନା ଭାଇରସ୍‌ରେ ସମଗ୍ର ବିଶ୍ୱରେ ଇତିମଧ୍ୟରେ ୪୫ ଲକ୍ଷ ଲୋକ...

ଜର୍ମାନୀରେ ବୁଣ୍ଡେସ୍‌ଲିଗା ଆରମ୍ଭ

ବର୍ଲିନ, ୧୭ା୫ (ଏଏଫ୍‌ପି)-ୟୁରୋପର ଅନ୍ୟତମ ଟପ୍‌ ଫୁଟ୍‌ବଲ ଲିଗ୍‌ ବୁଣ୍ଡେସ୍‌ଲିଗା ଶନିବାରଠାରୁ ପୁଣି ଏହାର ମ୍ୟାଚଗୁଡ଼ିକ ଆରମ୍ଭ କରିଛି। କରୋନାଭାଇରସ୍‌ ଲକ୍‌ଡାଉନ୍‌ ଯୋଗୁ ବିନା ଦର୍ଶକରେ ମ୍ୟାଚ ଖେଳାଯିବ। ଖେଳାଳି ଓ କୋଚ୍‌ମାନେ ଏକ ସପ୍ତାହ ହେଲା କ୍ୱାରାଣ୍ଟାଇନ୍‌ରେ ଥିଲେ।...

‘ବାଲା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ’

ନୂଆଦିଲ୍ଲୀ, ୧୭ା୫ (ପି.ଟି.)-ବାଲା ଦେବୀ ଦେଶର ଅନ୍ୟ ମହିଳା ଫୁଟ୍‌ବଲରଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କହିଛନ୍ତି ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ସଭାପତି ପ୍ରଫୁଲ୍ଲ ପଟେଲ। ବିଦେଶରେ ପ୍ରଫେସନାଲ ଲିଗ୍‌ ଖେଳିବାରେ ମଣିପୁରର ତଥା ଜାତୀୟ ଦଳର ଷ୍ଟ୍ରାଇକର...

ସ୍ଲାମ ଟାଇଟଲ, ନଂ ୧ ରେକର୍ଡକୁ ଭାଙ୍ଗି ପାରିବି: ଜୋକୋଭିଚ୍‌

ପ୍ୟାରିସ୍‌,୧୬।୫ (ଏଏଫ୍‌ପି): ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଟେନିସ ଖେଳାଳି ବିବେଚିତ ହେଉଥିବା ସର୍ବିୟାର ନୋଭାକ ଜୋକୋଭିଚ୍‌ ବିଶ୍ୱର ଦୁଇ ଦୁଇଟି ରେକର୍ଡ ଭାଙ୍ଗିପାରିବେ ବୋଳି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। କ୍ୟାରୟର ଶେଷ କରିବା ପୂର୍ବରୁ ଜଣେ ସର୍ବଶ୍ରେଷ୍ଠ ଗ୍ରଣ୍ଡସ୍ଲାଟ ଟାଇଟଲ...

ପୂର୍ବତନ ଇଂଲଣ୍ଡ ଡିଫେଣ୍ଡର ସାନ୍‌ସୋମ ହସ୍ପିଟାଲରେ ଭର୍ତ୍ତି

ଲଣ୍ଡନ,୧୬।୫(ଏଏଫ୍‌ପି): ଇଂଲଣ୍ଡର ପୂର୍ବତନ ଫୁଟବଲର କେନି ସାନସୋମ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ୧୯୮୬ରେ ‘ହ୍ୟାଣ୍ଡ ଅଫ୍‌ ଓ୍ବାଲର୍‌ଡ କପ୍‌ କ୍ୱାର୍ଟର ଫାଇନାଲ’ ଖେଳିଥିବା ଏହି ପୂର୍ବତନ ଡିଫେଣ୍ଡର ମୁଣ୍ଡରେ ସେ ଗୁରୁତର ଭାବେ ଆଘାତ ପାଇଛନ୍ତି ବୋଲି ବ୍ରିଟିଶ ଗଣମାଧ୍ୟମ...

ଆଫ୍ରିଦି ମୋ କ୍ୟାରିୟର ନଷ୍ଟ କରିଛନ୍ତି: କାନେରିଆ

ନୂଆଦିଲ୍ଲୀ,୧୬।୫(ପି.ଟି.): ପାକିସ୍ତାନର ହିନ୍ଦୁ କ୍ରିକେଟର ଡାନିସ କାନେରିଆ ଶେଷରେ ମୁହଁ ଖୋଲିଛନ୍ତି। ପୂର୍ବତନ ଅଲରାଉଣ୍ଡର ତଥା ଅଧିନାୟକ ସହିଦ ଆଫ୍ରିଦିଙ୍କ ବିରୋଧରେ ସେ ମହା ଅଭିଯୋଗ ଆଣିଛନ୍ତି। ସାରା କ୍ୟାରିୟରରେ ଆଫ୍ରିଦି ମୋତେ ଖରାପ୍‌ ବ୍ୟବହାର କରିଛନ୍ତି ଓ ମୋ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri