ଖେଳାଳିଙ୍କ ପାଇଁ ୨.୫ କୋଟି, ଚାକିରି, ଜମି
ନୂଆଦିଲ୍ଲୀ,୫।୮: ଗୁରୁବାର ଭାରତୀୟ ପୁରୁଷ ହକି ଦଳ ୫-୪ ଗୋଲରେ ଜର୍ମାନୀକୁ ହରାଇ ଟୋକିଓ ଅଲିମ୍ପିକ୍ସରେ ହାତେଇଛି ବ୍ରୋଞ୍ଜ ପଦକ। ଏହି ଐତିହାସିକ ବିଜୟ ପରେ ଖେଳାଳିଙ୍କ ପାଇଁ ପୁରସ୍କାର ଘୋଷଣା କରିଛନ୍ତି ବିଭିନ୍ନ ରାଜ୍ୟ। ହରିୟାଣା ତା’ର ଖେଳାଳିଙ୍କୁ...
ପଡ଼ିଲା ରୋହିତଙ୍କ ଉଇକେଟ
ଟ୍ରେଣ୍ଟ ବ୍ରିଜ,୫।୮:ଏଠାରେ ଭାରତ ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ଇଂଲଣ୍ଡ ବୋଲରଙ୍କୁ ମିଳିଛି ପ୍ରଥମ ସଫଳତା। ଭାରତୀୟ ଓପନର ରୋହିତ ଶର୍ମା ୩୬ ରନ୍ କରି ଓଲି ରବିନସନଙ୍କ ବଲରେ ସାମ କୁରାନଙ୍କ ହାତରେ କ୍ୟାଚ୍ ଆଉଟ୍...
ରୌପ୍ୟ ଜିତିଲେ ରବି କୁମାର: ଭାରତ ଖାତାକୁ ଆସିଲା ପଞ୍ଚମ ପଦକ
ଟୋକିଓ,୫।୮: ଭାରତୀୟ କୁସ୍ତି ଯୋଦ୍ଧା ରବି କୁମାର ଦହିୟା ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଛନ୍ତି। ସେ ୫୭ କିଲୋଗ୍ରାମ ଫାଇନାଲରେ ଜାଭୁର ଉଗୁଏଭ୍ଙ୍କଠାରୁ ୪-୭ରେ ପରାସ୍ତ ହୋଇଛନ୍ତି। ଫଳରେ ରୌପ୍ୟ ପଦକରେ ତାଙ୍କୁ ସନ୍ତୁଷ୍ଟ ହେବାକୁ ପଡିଛି। ଏହାପୂର୍ବରୁ...
ରବିନ୍ଦ୍ର ଜାଡେଜାଙ୍କ ସମର୍ଥନରେ ବାହାରିଲେ ହରଭଜନ; ଅଶ୍ୱିନଙ୍କୁ ନେଇ କହିଲେ…
ନୂଆଦିଲ୍ଲୀ,୫।୮: ରବିନ୍ଦ୍ର ଜାଡେଜାଙ୍କ ସମର୍ଥନରେ ବାହାରିଲେ ଭାରତର ପୂର୍ବ ସ୍ପିନର ହରଭଜନ ସିଂହ। ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ରେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ନ ଖେଳାଇବାର ନିଷ୍ପତ୍ତି ଠିକ୍। ଅଶ୍ୱିନଙ୍କ ସ୍ଥାନରେ ଜାଡେଜାଙ୍କୁ ସାମିଲ କରି ଭାରତ ନିଜର ବ୍ୟାଟିଂକୁ...
ନଟିଂହାମ କ୍ରିକେଟ ପଡ଼ିଆରେ ଭାରତ-ଇଂଲଣ୍ଡ ମ୍ୟାଚ୍ ବେଳେ ଖାଲି ପଡ଼ିଥିଲା ଏହି ଚୌକି; ଭାବୁକ କରୁଛି କାରଣ…
ନଟିଂହାମ,୫।୮: ଭାରତ-ଇଂଲଣ୍ଡ ମଧ୍ୟରେ ଖେଲାଯାଉଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ସ୍ଥାନୀୟ ଟ୍ରେଣ୍ଟ ବ୍ରିଜ୍ ଗ୍ରାଉଣ୍ଡରେ ଖେଳାଯାଉଛି। ମ୍ୟାଚ୍ର ପ୍ରଥମ ଦିନ ଷ୍ଟାଡିୟମରେ ଏକ ଖାଲି ଚଉକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ସୋସିଆଲ...
ହକି ଦଳ ଯାହା କଲେ, ଆଜି ସାରା ଦେଶ ଖୁସିରେ ନାଚୁଛି: ପିଏମ୍ ମୋଦି…
ନୂଆଦିଲ୍ଲୀ,୫।୮: ଭାରତୀୟ ପୁରୁଷ ହକି ଦଳ ଗୁରବୁାର ଟୋକିଓ ଅଲିମ୍ପିକ୍ସରେ ଇତିହାସ ସୃଷ୍ଟି କରିଛି। ହକି ଦଳ ଜର୍ମାନୀକୁ ୫-୪ ଗୋଲରେ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଛି। ଅଲିମ୍ପିକ୍ସରେ ପୁରୁଷ ହକି ଦଳ ୪୧ ବର୍ଷ ପରେ ପୁଣି...
ଭୁବନେଶ୍ୱର ଆସିବାକୁ ପୁରୁଷ ହକି ଟିମ୍କୁ ଆମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୫ା୮(ବ୍ୟୁରୋ): ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ବିଜୟ ପରେ ଭାରତୀୟ ପୁରୁଷ ହକି ଟିମ୍ ସହ ଭିଡିଓ କଲରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୟୀ ଟିମ୍କୁ ଶୁଭେଚ୍ଛା ଜଣାଇବା ପରେ ଭୁବନେଶ୍ୱର ଆସିବାକୁ ମୁଖ୍ୟମନ୍ତ୍ରୀ ଆମନ୍ତ୍ରଣ କରିଛନ୍ତି।...
ଶେଷ ୬ ସେକେଣ୍ଡରେ ଅଟକି ଯାଇଥିଲା ସମସ୍ତଙ୍କ ହୃଦସ୍ପନ୍ଦନ; ଦେଖନ୍ତୁ ଭାରତର ଐତିହାସିକ ବିଜୟର ସେହି ଭିଡିଓ…
ନୂଆଦିଲ୍ଲୀ,୫।୮: ଅଲିମ୍ପିକ୍ସରେ ଇତିହାସ ରଚିଛି ଭାରତର ପୁରୁଷ ହକି ଦଳ। ଗୁରୁବାର ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚ୍ରେ ଜର୍ମାନୀକୁ ୫-୪ରେ ପରାସ୍ତ କରି ବ୍ରୋଞ୍ଚ ପଦକ ହାସଲ କରିଛି ଦଳ। ଏକ ସମୟରେ ଭାରତୀୟ ଦଳ ଜର୍ମାନୀ ବିପକ୍ଷରେ ୧-୩ରେ ପଛୁଆ...
କୋହଲି ଆଇସିସି ଟ୍ରଫି ଜିତିବେ, ଏହାର ଗ୍ୟାରେଣ୍ଟି ନାହିଁ; ଜାଣନ୍ତୁ ଏପରି କାହିଁକି କହିଲେ ପୂର୍ବ କୋଚ୍
ନୂଆଦିଲ୍ଲୀ,୫।୮: ଭାରତ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ବୁଧବାରଠାରୁ ନଟିଂହାମରେ ଆରମ୍ଭ ହୋଇଛି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୫୦.୨ ଓଭରରେ ୧୩୮ ରନ୍ କରିଛି। ତେବେ ଭାରତର ପ୍ରଦର୍ଶକୁ ଦେଖି ବର୍ତ୍ତମାନର...
ଇତିହାସ ରଚିଲେ ଏହି କ୍ରିକେଟର୍
ଲଣ୍ଡନ,୫।୮: ଲଣ୍ଡନ,୫।୮: ଇଂଲଣ୍ଡ ବିପକ୍ଷ ନଟିଂହାମ ଟେଷ୍ଟରେ ଟିମ ଇଣ୍ଡିଆର ବୋଲରମାନେ ଏକ ଭଲ ଆରମ୍ଭ କରିଥିଲେ। ଇଂଲଣ୍ଠର ପ୍ରଥମ ଇନିଂସରେ ଭାରତ ଘରୋଇ ଦଳକୁ ମାତ୍ର ୧୮୩ ରନ୍ରେ ରୋକି ଦେଇଛି। ତେବେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍...
ଏହି ମହାନ କ୍ରିକେଟର୍ଙ୍କୁ ସାହାଯ୍ୟ ମାଗିଥିଲେ କୋହଲି
ନୂଆଦିଲ୍ଲୀ,୫।୮: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍। କ୍ରିକେଟ୍ର ୩ ଫର୍ମାଟରେ ସେ ନିଜର ପ୍ରାଧାନ୍ୟ ବିସ୍ତାର କରିଛନ୍ତି। କିନ୍ତୁ ତାଙ୍କ କ୍ରିକେଟ୍ କ୍ୟାରିୟରର ପ୍ରାରମ୍ଭରେ କୋହଲିଙ୍କୁ କିଛିଟା ସଂଘର୍ଷ କରିବାକୁ ପଡିଥିଲା।...
ହକି ବିଜୟରେ ବିଭୋର କ୍ରିକେଟର୍: କହିଲେ, ୩ ବିଶ୍ୱକପ୍ ବିଜୟଠାରୁ ବି ଏହା ନିଆରା
ନୂଆଦିଲ୍ଲୀ,୫।୮: ଟୋକିଓ ଅଲିମ୍ପିକ୍ସରେ ଭାରତ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଛି। ପ୍ଲେ ଅଫ ମ୍ୟାଚରେ ଜର୍ମାନୀକୁ ୫-୪ ଗୋଲରେ ପରାସ୍ତ କରିଛି। ଅଲିମ୍ପିକ୍ସରେ ୪୧ ବର୍ଷ ପରେ ବ୍ରୋଞ୍ଜ ପଦକ ଜିତିଛି। ଆଠ ଥର ଅଲିମ୍ପିକ ଚାମ୍ପିଅନ ତଥା...
Archives


