Posted inଖେଳ

କୋହଲି ଆଇସିସି ଟ୍ରଫି ଜିତିବେ, ଏହାର ଗ୍ୟାରେଣ୍ଟି ନାହିଁ; ଜାଣନ୍ତୁ ଏପରି କାହିଁକି କହିଲେ ପୂର୍ବ କୋଚ୍‌

ନୂଆଦିଲ୍ଲୀ,୫।୮: ଭାରତ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍‌ ବୁଧବାରଠାରୁ ନଟିଂହାମରେ ଆରମ୍ଭ ହୋଇଛି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୫୦.୨ ଓଭରରେ ୧୩୮ ରନ୍‌ କରିଛି। ତେବେ ଭାରତର ପ୍ରଦର୍ଶକୁ ଦେଖି ବର୍ତ୍ତମାନର ସିରିଜ ଜିତିବା ପାଇଁ ଟିମ୍‌ ଇଣ୍ଡିଆ ଏକ ଶକ୍ତିଶାଳୀ ପ୍ରତିନ୍ଦ୍ୱନ୍ଦ୍ୱୀ ବୋଲି କୁହାଯାଉଛି। ହେଲେ ପୂର୍ବତନ ଭାରତୀୟ ମହିଳା କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ଡବ୍ଲୁ. ଭି ରମଣଙ୍କୁ ତାହା ଲାଗୁ ନାହିଁ। ଇଂଲଣ୍ଡରେ ଭାରତ ଏହି ସିରିଜ ହାରିପାରେ। କାରଣ ସବୁବେଳେ ଚାପରେ ରହି କ୍ରିକେଟ ମ୍ୟାଚ୍‌ ଜିତିହେବ ନାହିଁ ବୋଲି ସେ କହିଛନ୍ତି।

ରମଣଙ୍କୁ କୋହଲି ଆଇସିସି ଟ୍ରଫି ଭାରତକୁ ଜିତାଇପାରିବେ କି ବୋଲି ମଧ୍ୟ ପ୍ରଶ୍ନ କରାଯାଇଥିଲା। ଏହାର ଜବାବରେ ସେ କହିଛନ୍ତି, ବିରାଟ ଆଇସିସି ଟ୍ରଫି ଜିତିବେ ବୋଲି ମୁଁ ଗ୍ୟାରେଣ୍ଟି ଦେଇପାରିବି ନାହିଁ। କୋହଲିଙ୍କ ଅଧିନାୟକତ୍ୱରେ ଭାରତୀୟ ଟିମ୍‌ ସମସ୍ତ ତିନୋଟି ଫର୍ମାଟରେ ଭଲ ପ୍ରଦର୍ଶନ କରିଛି। ଯଦି ଦେଖାଯାଏ ତେବେ ଭାରତ ପାଖରେ ଟି-୨୦ ବିଶ୍ୱକପ୍‌ ଜିତିବାର ବଡ଼ ସୁଯୋଗ ରହିଛ। କାରଣ ଏହା ଏପରି ଏକ ଫର୍ମାଟ ଯେଉଁ୍‌ଥିରେ କେଉଁ ମୂହୁର୍ତ୍ତରେ କ’ଣ ହେବ କେହି କହିପାରିବେ ନାହିଁ। ଏହା ହିଁ ଖେଳର ସୁନ୍ଦରତା। ଆଗକୁ ବିଶ୍ୱକପ୍‌ ଅଛି। ଯଦି କୋହଲିଙ୍କ ରେକର୍ଡ ଦେଖାଯାଏ ତେବେ ଏହି ଫର୍ମାଟରେ ତାଙ୍କର ସଫଳତାର ଫର୍ଦ୍ଦ ଲମ୍ବା। ଏଣୁ ଭାରତ ଟି-୨୦ ବିଶ୍ୱକପ୍‌କୁ ଜିତିପାରେ ବୋଲି ରମଣ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତୋଷପୁରରେ ଭାଜପାର ମିଶ୍ରଣ ପର୍ବ, ୫୦ରୁ ଅଧିକ ମହିଳା ଓ ପୁରୁଷ …

ଛତ୍ରପୁର/ଗଞ୍ଜାମ,୨୩।୬( ଦିଲ୍ଲୀପି ସାମଲ/ବିଦ୍ୟାଧର ସାହୁ ): ଛତ୍ରପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗଞ୍ଜାମ ବ୍ଲକର ସନ୍ତୋଷପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ର ଏକ ମିଶ୍ରଣ…

ବିଦ୍ୟାଳୟ ଅଛି ହେଲେ ଛାତ ନାହିଁ, ଶିକ୍ଷକ ଅଛନ୍ତି ହେଲେ ପାଠପଢ଼ା ନାହିଁ: ନୂତନ ଗୃହ ନିର୍ମାଣରେ ମଧ୍ୟ ବ୍ୟାପକ ଅନିୟମିତତା

ଥୁଆମୂଳ ରାମପୁର, ୨୩।୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତ ଅଧୀନ ତୁମୋନୀଖୋଲ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ…

ଭାରତୀୟ ଦଳରେ ସ୍ଥାନ ପାଇଲେ ଏହି ଉଦୀୟମାନ ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୬: ଆୟର୍ଲାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ସିରିଜ ପାଇଁ ଆଘାତପ୍ରାପ୍ତ ଅଲରାଉଣ୍ଡର ନୀତିଶ ରେଡ୍ଡୀଙ୍କ ସ୍ଥାନରେ ଉଦୀୟମାନ ଖେଳାଳି ସୂର୍ଯ୍ୟାଂଶ ଶେଡ୍‌ଗେଙ୍କୁ ଭାରତୀୟ…

ଗଞ୍ଜାମ ଗ୍ରାସିମ୍‌କୁ ‘କଳିଙ୍ଗ ସିଏସଆର ଏବଂ ଇଏସଜି ଉତ୍କର୍ଷ ଜାତୀୟ ପୁରସ୍କାର-୨୦୨୫’

ଗଞ୍ଜାମ, ୨୩।୬ (ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ ଅବସ୍ଥିତ ପ୍ରତିଷ୍ଠିତ ଶିଳ୍ପ ସଂସ୍ଥା ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍‌କୁ ସାମାଜିକ ଦାୟିତ୍ୱବୋଧ ଏବଂ ପରିବେଶ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ…

ମୃତ୍ୟୁ ପରେ ସାରା ଜୀବନ ପାଇଁ ଅମର ହୋଇଗଲେ ହରେକୃଷ୍ଣ ରାଉତ

ରାଜନଗର, ୨୨।୬( ଭାସ୍କର ରାଉତରାୟ) : ରାଜନଗର ବ୍ଲକ ଅନ୍ତର୍ଗତ ବାଲିସାହି ପାଟଣା ପଞ୍ଚାୟତର ଧାନଦିଆ ଗ୍ରାମର ବାସିନ୍ଦା ହରେକୃଷ୍ଣ ରାଉତ ଏକ ଅଟୋ ଧକ୍କାରେ ଗୁରୁତର…

କେସିଙ୍ଗା ଏନ୍‌ଏସିର ୧- ୨ ନମ୍ବର ୱାର୍ଡରେ ଜବରଦଖଲ ଉଚ୍ଛେଦ; ପ୍ରଥମେ ନିଜ ଘର ଭାଙ୍ଗିଲେ ନଗରପାଳ, କାର୍ଯ୍ୟକୁ ପ୍ରଶଂସା କଲେ…

କେସିଙ୍ଗା, ୨୩.୬ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ୧୯୬୫ ମସିହାରେ ଗଠିତ ହୋଇଥିଲା। କେସିଙ୍ଗା ଏନ୍‌ଏସି ଅନ୍ତର୍ଗତ ବଗାଡ଼ ଅଞ୍ଚଳର…

ରାସନ କାର୍ଡଧାରୀଙ୍କ ପାଇଁ ଖୁସି ଖବର; ଏଣିକି ଲମ୍ୱା ଲାଇନରୁ ମିଳିବ ମୁକ୍ତି, ଏଟିଏମ କାର୍ଡରେ ମିଳିବ……

ନୂଆଦିଲ୍‌ଲୀ,୨୩।୬: ସମଗ୍ର ଦେଶରେ ରାସନ ବ୍ୟବସ୍ଥାର ସୁପରିଚାଳନା ପାଇଁ ସରକାର ବହୁ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ନିକଟରେ ସରକାର କିଛି ଏମିତି ସୁବିଧା ଲାଗୁ…

ହାତ ମିଳାଇଲେ ଚାଇନା-ବାଂଲାଦେଶ; ବର୍ଡରରେ ବଢିଲା ଭାରତର ଚିନ୍ତା!

ନୂଆଦିଲ୍‌ଲୀ,୨୩।୬: ଦକ୍ଷିଣ ଏସିଆର ପ୍ରତିରକ୍ଷା ବଜାର (ଡିଫେନ୍ସ ମାର୍କେଟ)ରେ ଏବେ ଜୋରଦାର ହଲଚଲ ଦେଖିବାକୁ ମିଳିଛି। ପାକିସ୍ତାନକୁ ଅନୁସରଣ କରି ଏବେ ବାଂଲାଦେଶ ମଧ୍ୟ ଚାଇନାର ଲଢ଼ୁଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri