Posted inଖେଳ

ଏହି ମହାନ କ୍ରିକେଟର୍‌ଙ୍କୁ ସାହାଯ୍ୟ ମାଗିଥିଲେ କୋହଲି

ନୂଆଦିଲ୍ଲୀ,୫।୮: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌। କ୍ରିକେଟ୍‌ର ୩ ଫର୍ମାଟରେ ସେ ନିଜର ପ୍ରାଧାନ୍ୟ ବିସ୍ତାର କରିଛନ୍ତି। କିନ୍ତୁ ତାଙ୍କ କ୍ରିକେଟ୍‌ କ୍ୟାରିୟରର ପ୍ରାରମ୍ଭରେ କୋହଲିଙ୍କୁ କିଛିଟା ସଂଘର୍ଷ କରିବାକୁ ପଡିଥିଲା। ୨୦୧୪ ମସିହାରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଗସ୍ତରେ କୋହଲି ବିଫଳ ହେବା ପରେ ସେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ସାହାଯ୍ୟ ମାଗିଥିଲେ। ଏକ ସାକ୍ଷାତକାରରେ କୋହଲି ଏହାର ଖୁଲାସା କରିଛନ୍ତି। ସେ କହିଛନ୍ତି, ଏହି ସ୍ତରରେ ଦୀର୍ଘ ସମୟ ଧରି ଖେଳିବା ଦ୍ୱାରା ଆପଣ ଟିକେ ଅସୁରକ୍ଷିତ ଏବଂ ଭୟଭୀତ ହୋଇଯାଆନ୍ତି, ଆପଣ ଲୋକମାନଙ୍କୁ ପ୍ରମାଣ ଦେବକୁ ଚାହାଁନ୍ତି ଯେ ଆପଣ ବିଭିନ୍ନ ପରିସ୍ଥିତିରେ କେତେ ଭଲ କରିପାରିବେ। କିନ୍ତୁ ଏଥିରେ ବିଫଳ ହେଲେ ଭୟଭୀତ ହେବା ସ୍ବାଭାବିକ।
୨୦୧୪ ରେ କୋହଲିଙ୍କ ଇଂଲଣ୍ଡ ଗସ୍ତ ନିରାଶାଜନକ ଥିଲା। ଏହି ଗସ୍ତରେ ୧୦ଟି ଇନିଂସ ଖେଳି ସେ ହାରାହାରି ୧୩.୫୦ ରେ ରନ ସ୍କୋର କରିଥିଲେ। କିନ୍ତୁ ଏହା ପରେ ସେ ଅଷ୍ଟ୍ରେଲିଆ ଗସ୍ତ ଟେଷ୍ଟ ସିରିଜରେ ୬୯୨ ରନ କରିଥିଲେ। ସେ କହିଛନ୍ତି, ସତ କହିବାକୁ ଗଲେ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ମୁଁ ପ୍ରତ୍ୟେକ ବିଦେଶୀ ଯାତ୍ରାକୁ ଏକ ଇଞ୍ଜିନିୟରିଂ ପରୀକ୍ଷା ଭାବରେ ନେଉଥିଲି ଯାହା ଅର୍ଥ ଥିଲା ମୋତେ କୌଣସି ପ୍ରକାରେ ପାସ କରିବାକୁ ପଡ଼ିବ ଏବଂ ମୋତେ ଲୋକମାନଙ୍କୁ ଦେଖାଇବାକୁ ପଡ଼ିବ ଯେ ମୁଁ ମଧ୍ୟ ଏହି ସ୍ତରରେ ଖେଳିପାରେ। କିନ୍ତୁ ସମୟରେ ସେ ଜାଣି ନଥିଲି ଯେ ତାଙ୍କର ଶୁଭେଚ୍ଛୁ କିଏ ଏବଂ କିଏ ନୁହେଁ। ଯେତେବେଳେ ତୁମର ଖରାପ ପର୍ଯ୍ୟାୟ ଥାଏ, ତୁମକୁ କେହି ସାହାଯ୍ୟ କରିବେ ନାହିଁ। ତେଣୁ କେବଳ ଗୋଟିଏ ବିକଳ୍ପ ଥିଲା, କଠିନ ପରିଶ୍ରମ ଜାରି ରଖ। ତେଣୁ ମୁଁ ଘରକୁ ଗଲି, ମୁଁ ଟିକିଏ ନିରାଶ ହୋଇଥିଲି। ଏହି ସମୟ ମଧ୍ୟରେ ମୁଁ ମଧ୍ୟ ମୁମ୍ବାଇ ଯାଇଥିଲି, ମୁଁ ସଚିନ ତେନ୍ଦୁଲକରଙ୍କୁ ଭେଟି ତାଙ୍କ ପରାମର୍ଶ ମାଗିଥିଲି। ମୁଁ କହିଲି ମୁଁ ମୋର ଖେଳକୁ ସଂଶୋଧନ କରିବାକୁ ଚାହୁଁଛି, ମୁଁ ଜାଣିବାକୁ ଚାହେଁ ଯେ ଏହି ସ୍ତରରେ କିପରି ରନ ସ୍କୋର କରାଯିବ। ସେ ମୋତେ କିଛିଟା ଉପଦେଶ ଦେଇଥିଲେ, ଯାହାକୁ ମାନି ମୁଁ ସଫଳ ହୋଇଥିଲି ବୋଲି କୋହଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ବାପାଙ୍କୁ ବ୍ରହ୍ମପୁର ଯିବି କହି ଭଡ଼ା ଘରେ ଝୁଲିପଡିଲେ ମହିଳା, ସନ୍ଦେହ ଘେରରେ…

ମୋହନା, ୨୫।୫( ମନ୍ମଥ ମିଶ୍ର ): ଜଣେ ବିବାହିତା ମହିଳା ବେକରେ ଶାଢ଼ି ବାନ୍ଧି ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରେ ମୋହନା ନିବାସୀ…

ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ପୁଅକୁ ହରାଇ ଝୁରୁଛି ବେସାହାରା ମା’

ମୋହନା,୨୫।୫( ମନ୍ମଥ ମିଶ୍ର ): ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ । ମୃତକ ହେଲେ ପୂର୍ଣ୍ଣ ମଲ୍ଲିକ ( ୨୫ )। ଏଭଳି ହୃଦୟ ବିଦାରକ ଦୃଶ୍ୟ…

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ମାଟ୍ରିକରେ ଫେଲ୍‌ ହୋଇଯିବା ପରେ ଭୟରେ ଆନ୍ଧ୍ର ପଳାଇଥିଲେ ନାବାଳକ, ଏବେ ଗାଁକୁ ଫେରିଲେ ଶବ ହୋଇ…

ପଟ୍ଟାଙ୍ଗି, ୨୫।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତର ସେଟରାଇ ଗ୍ରାମର ନାବାଳକ କାମେଶ ମାରି ପଡୋଶୀ ଆନ୍ଧ୍ର ରାଜ୍ୟରେ ଦୁର୍ଘଟଣା…

ପଦାରେ ପଡିଲା ପ୍ରଧାନଶିକ୍ଷକଙ୍କ କଳା କାରନାମା: ଶାଳକାଠ ଚୋରାଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୨୫।୫ (ଦୁର୍ଗା କୀର୍ତ୍ତି): ଜଣେ ଶିକ୍ଷିତ ବ୍ୟକ୍ତି ତଥା ସମାଜର ଗଠନକର୍ତ୍ତା କୁହାଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri