Posted inଖେଳ

ଏହି ମହାନ କ୍ରିକେଟର୍‌ଙ୍କୁ ସାହାଯ୍ୟ ମାଗିଥିଲେ କୋହଲି

ନୂଆଦିଲ୍ଲୀ,୫।୮: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌। କ୍ରିକେଟ୍‌ର ୩ ଫର୍ମାଟରେ ସେ ନିଜର ପ୍ରାଧାନ୍ୟ ବିସ୍ତାର କରିଛନ୍ତି। କିନ୍ତୁ ତାଙ୍କ କ୍ରିକେଟ୍‌ କ୍ୟାରିୟରର ପ୍ରାରମ୍ଭରେ କୋହଲିଙ୍କୁ କିଛିଟା ସଂଘର୍ଷ କରିବାକୁ ପଡିଥିଲା। ୨୦୧୪ ମସିହାରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଗସ୍ତରେ କୋହଲି ବିଫଳ ହେବା ପରେ ସେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ସାହାଯ୍ୟ ମାଗିଥିଲେ। ଏକ ସାକ୍ଷାତକାରରେ କୋହଲି ଏହାର ଖୁଲାସା କରିଛନ୍ତି। ସେ କହିଛନ୍ତି, ଏହି ସ୍ତରରେ ଦୀର୍ଘ ସମୟ ଧରି ଖେଳିବା ଦ୍ୱାରା ଆପଣ ଟିକେ ଅସୁରକ୍ଷିତ ଏବଂ ଭୟଭୀତ ହୋଇଯାଆନ୍ତି, ଆପଣ ଲୋକମାନଙ୍କୁ ପ୍ରମାଣ ଦେବକୁ ଚାହାଁନ୍ତି ଯେ ଆପଣ ବିଭିନ୍ନ ପରିସ୍ଥିତିରେ କେତେ ଭଲ କରିପାରିବେ। କିନ୍ତୁ ଏଥିରେ ବିଫଳ ହେଲେ ଭୟଭୀତ ହେବା ସ୍ବାଭାବିକ।
୨୦୧୪ ରେ କୋହଲିଙ୍କ ଇଂଲଣ୍ଡ ଗସ୍ତ ନିରାଶାଜନକ ଥିଲା। ଏହି ଗସ୍ତରେ ୧୦ଟି ଇନିଂସ ଖେଳି ସେ ହାରାହାରି ୧୩.୫୦ ରେ ରନ ସ୍କୋର କରିଥିଲେ। କିନ୍ତୁ ଏହା ପରେ ସେ ଅଷ୍ଟ୍ରେଲିଆ ଗସ୍ତ ଟେଷ୍ଟ ସିରିଜରେ ୬୯୨ ରନ କରିଥିଲେ। ସେ କହିଛନ୍ତି, ସତ କହିବାକୁ ଗଲେ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ମୁଁ ପ୍ରତ୍ୟେକ ବିଦେଶୀ ଯାତ୍ରାକୁ ଏକ ଇଞ୍ଜିନିୟରିଂ ପରୀକ୍ଷା ଭାବରେ ନେଉଥିଲି ଯାହା ଅର୍ଥ ଥିଲା ମୋତେ କୌଣସି ପ୍ରକାରେ ପାସ କରିବାକୁ ପଡ଼ିବ ଏବଂ ମୋତେ ଲୋକମାନଙ୍କୁ ଦେଖାଇବାକୁ ପଡ଼ିବ ଯେ ମୁଁ ମଧ୍ୟ ଏହି ସ୍ତରରେ ଖେଳିପାରେ। କିନ୍ତୁ ସମୟରେ ସେ ଜାଣି ନଥିଲି ଯେ ତାଙ୍କର ଶୁଭେଚ୍ଛୁ କିଏ ଏବଂ କିଏ ନୁହେଁ। ଯେତେବେଳେ ତୁମର ଖରାପ ପର୍ଯ୍ୟାୟ ଥାଏ, ତୁମକୁ କେହି ସାହାଯ୍ୟ କରିବେ ନାହିଁ। ତେଣୁ କେବଳ ଗୋଟିଏ ବିକଳ୍ପ ଥିଲା, କଠିନ ପରିଶ୍ରମ ଜାରି ରଖ। ତେଣୁ ମୁଁ ଘରକୁ ଗଲି, ମୁଁ ଟିକିଏ ନିରାଶ ହୋଇଥିଲି। ଏହି ସମୟ ମଧ୍ୟରେ ମୁଁ ମଧ୍ୟ ମୁମ୍ବାଇ ଯାଇଥିଲି, ମୁଁ ସଚିନ ତେନ୍ଦୁଲକରଙ୍କୁ ଭେଟି ତାଙ୍କ ପରାମର୍ଶ ମାଗିଥିଲି। ମୁଁ କହିଲି ମୁଁ ମୋର ଖେଳକୁ ସଂଶୋଧନ କରିବାକୁ ଚାହୁଁଛି, ମୁଁ ଜାଣିବାକୁ ଚାହେଁ ଯେ ଏହି ସ୍ତରରେ କିପରି ରନ ସ୍କୋର କରାଯିବ। ସେ ମୋତେ କିଛିଟା ଉପଦେଶ ଦେଇଥିଲେ, ଯାହାକୁ ମାନି ମୁଁ ସଫଳ ହୋଇଥିଲି ବୋଲି କୋହଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓ୍ବିଲିୟମସନ, ଟେଲରଙ୍କ ଶତକ: ଟେଷ୍ଟ ସିରିଜ ଜିତିଲା ନ୍ୟୁଜିଲାଣ୍ଡ

ହାମିଲଟନ,୩।୧୨(ଏଏଫିପି)- ଅଧିନାୟକ କେନ୍‌ ଓ୍ବିଲିୟମସନ ଓ ଅଭିଜ୍ଞ ରସ୍‌ ଟେଲରଙ୍କ ଲଢ଼ୁଆ ଶତକ ସହାୟତାରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚକୁ ଘରୋଇ...

ଡବ୍ଲୁଟିସି ଫାଇନାଲ

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌(ଡବ୍ଲୁଟିସି) ଫାଇନାଲ ଜୁନ୍‌ ୭ରୁ ୧୧ ପର୍ଯ୍ୟନ୍ତ ଇଂଲଣ୍ଡର ଓଭାଲରେ ଅନୁଷ୍ଠିତ ହେବ। ଚାମ୍ପିୟନଶିପ୍‌ର ପ୍ରଥମ ସଂସ୍କରଣ...

୧୩ ବର୍ଷରେ ଅଲମ୍ପିକ୍‌ ଗୋଲ୍ଡ ମେଡାଲ ବିଜେତା…

ଟୋକିଓ,୨୬।୭: ଜାପାନର ୧୩ ବର୍ଷ ବୟସ୍କା ବାଳିକା ନିଶିୟା ମୋମିଜି ଟୋକିଓ ଅଲମ୍ପିକ୍‌ରେ ପ୍ରଥମ ମହିଳା ସ୍କେଟ୍‌ ବୋର୍ଡିଂ ଚମ୍ପିୟନ ହେବା ସହିତ ଦେଶ ପାଇଁ...

ଭାରତୀୟ ଦଳରେ ଓଡ଼ିଶାର ଆଶିଷ

ଭୁବନେଶ୍ୱର, ୧୩।୮(କ୍ରୀଡ଼ା ପ୍ରତିନିଧି): ଇରାନର ତେହେରାନଠାରେ ୧୪ତମ ୧୮ ବର୍ଷରୁ କମ୍‌ ଏସିଆନ ପୁରୁଷ ଭଲିବଲ ଚାମ୍ପିୟନଶିପ୍‌ ଚଳିତ ମାସ ୧୫ରୁ ୨୨ ପର୍ଯ୍ୟନ୍ତ ଅନୁଷ୍ଠିତ...

ବାଦ୍‌ ପଡ଼ିଲା ପଞ୍ଜାବ: ଦିଲ୍ଲୀ ପ୍ଲେଅଫ୍‌ ନିକଟତର

ମୁମ୍ବାଇ,୧୬।୫: ସ୍ଥାନୀୟ ଡିଓ୍ବାଇ ପାଟିଲ ସ୍ପୋଟର୍‌ସ ଏକାଡେମୀରେ ସୋମବାର ଖେଳାଯାଇଥିବା ଆଇପିଏଲ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ ୧୭ ରନ୍‌ରେ ପଞ୍ଜାବ କିଙ୍ଗ୍ସକୁ ହରାଇ ଦେଇଛି। ଏହି...

ମହିଳା ବାଇକ୍‌ ରାଲି ପ୍ରତି ଉତ୍ସାହ ବଢ଼ୁଛି

ଭୁବନେଶ୍ୱର, ୨୧।୯(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ଓମେନ୍ସ ଆଡ୍‌ଭେଞ୍ଚର କ୍ଲବ (ଓଡବ୍ଲ୍ୟୁଏସି) ଆନୁକୂଲ୍ୟରେ ଚଳିତମାସ ୨୨ ତାରିଖରେ ଏକ ମହିଳା ବାଇକ୍‌ ରାଲି ଆୟୋଜନ ହେବାକୁ ଯାଉଛି।...

ମାର୍କ୍ୱେଜଙ୍କୁ ସିଜନର ୧୦ମ ଟାଇଟଲ

ମୋଟେଗି (ଜାପାନ), ୨୦ା୧୦ (ପି.ଟି.)-ରେପସୋଲ ହୋଣ୍ଡା ଟିମ୍‌ର ବିଶ୍ୱ ଚାମ୍ପିୟନ ମାର୍କ ମାର୍କ୍ୱେଜ ତାଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରଖିଛନ୍ତି। ଜାପାନର ଟ୍ବିନ ରିଙ୍ଗ୍‌ ମୋଟେଗିଠାରେ...

ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ: ଟସ୍‌ ଜିତିଲା ଭାରତ

ଲିଡ୍ସ,୨୫।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ହେଡିଙ୍ଗଲେ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି। ଏହି ମ୍ୟାଚ୍‌ରେ ଭାରତ ଟସ୍‌ ଜିତି...

Advertisement
Archives

Model This Week