ଜାତୀୟ

ଖଣିରେ ଫସିଥିବା ୪ ଶ୍ରମିକଙ୍କ ମୃତଦେହ ଉଦ୍ଧାର, ଏବେବି ଫସି ରହିଛନ୍ତି ୫ଜଣ

ଗୁଆହାଟି,୧୧।୧: ଶନିବାର ଆସାମର ଉମରାଙ୍ଗସୋରେ ଘଟିଥିବା କୋଇଲା ଖଣି ଦୁର୍ଘଟଣାକୁ ୬ ଦିନ ପୁରିଗଲା। ଜିଲାରେ ଚାଲିଥିବା ଉଦ୍ଧାର କାର୍ଯ୍ୟରେ ଏପର୍ଯ୍ୟନ୍ତ ଚାରି ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୋମବାର ଏକ କୋଇଲା ଖଣିରେ ହଠାତ୍‌ ବନ୍ୟା ଆସିବାରୁ ଏହି…

ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କଲେ ୯ ହାର୍ଡକୋର୍‌ ମାଓବାଦୀ

ସୁକମା(ଛତିଶଗଡ଼),୧୧।୧: ଛତିଶଗଡ଼ ସୁକମାରେ ୯ଜଣ ହାର୍ଡକୋର୍‌ ମାଓବାଦୀ ଶନିବାର ଆତ୍ମସମର୍ପଣ କରିଛନ୍ତି। ୨ ମହିଳା ମାଓବାଦୀଙ୍କ ସମେତ ୯ ଜଣ ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ୯ଜଣ ମାଓବାଦୀଙ୍କ ନାଁରେ ୪୩ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲ ।…

ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଅଠାଓ୍ବଲେ

ନୂଆଦିଲ୍ଲୀ,୧୧।୧: ଜାନୁଆରୀ ୧୩ରୁ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ଆରମ୍ଭ ହେବାକୁ ଯାଉଛି। ମହାକୁମ୍ଭ ୨୬ ଫେବୃଆରୀ ପର୍ଯ୍ୟନ୍ତ ଆୟୋଜିତ ହେବ। ଏହି ମେଗା ଇଭେଣ୍ଟ ସମ୍ପର୍କରେ ଏମପି ଚନ୍ଦ୍ରଶେଖର ଆଜାଦ ଏକ ବିବାଦୀୟ ବୟାନ ଦେଇଥିଲେ। ସେ ତାଙ୍କ ବିବୃତ୍ତିରେ…

ଆସାମରେ ୧୦ ମାସର ଶିଶୁ HMPV ଭାଇରସରେ ଆକ୍ରାନ୍ତ

ନୂଆଦିଲ୍ଲୀ,୧୧।୧: ଦେଶରେ HMPV ଭାଇରସର ମାମଲା ନିରନ୍ତର ରିପୋର୍ଟ ହେଉଛି। ଏହି ସମୟରେ ଆସାମରେ ମଧ୍ୟ ଏକ ମାମଲା ସାମ୍ନାକୁ ଆସିଛି। ଲଖିମପୁରରେ ଜଣେ ୧୦ ମାସର ଶିଶୁ HMPV ଭାଇରସରେ ସଂକ୍ରମିତ ହୋଇଛନ୍ତି। ଶିଶୁକୁ ବର୍ତ୍ତମାନ ଦିବ୍ରୁଗଡ଼ର ଆସାମ ମେଡିକାଲ…

ଥିଲେ ଯେଉଁଠି, ଫେରିଲେ ସେଇଠିକି ଫେରିଲେ ରଘୁବର

ଭୁବନେଶ୍ୱର,୧୦ା୧(ସୁନିତ୍‌ ମିଶ୍ର):ଓଡ଼ିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସ ଥିଲେ ଯେଉଁଠି ସେଇଠିକି ଫେରିଯାଇଛନ୍ତି। ପୂର୍ବରୁ ଭାଜପା ନେତା ତଥା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଥିବା ରଘୁବର ଦାସ ଓଡ଼ିଶା ରାଜ୍ୟପାଳ ପଦରୁ ହଟିବା ପରେ ପୁଣି ଥରେ ଶୁକ୍ରବାର ଭାଜପାକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।…

ନାଲିଆଖି ଦେଖାଇଲା ବାଂଲାଦେଶ: ଭାରତର ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କଲେ ୟୁନୁସ ସରକାର

ଢାକା,୧୧।୧: ପାଣିପାଗ ବିଭାଗର ୧୫୦ ବର୍ଷ ପୂରଣ ଉପଲକ୍ଷେ ଭାରତରେ ଆୟୋଜିତ ହେଉଥିବା ସେମିନାରରେ ବାଂଲାଦେଶୀ ଅଧିକାରୀମାନେ ଯୋଗଦେବେ ନାହିଁ। ୟୁନୁସ ସରକାରଙ୍କ ବାଂଲାଦେଶର ଅଧିକାରୀମାନେ ସରକାରୀ ଖର୍ଚ୍ଚରେ ଅଣ-ଅତ୍ୟାବଶ୍ୟକୀୟ ବିଦେଶ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇ ଭାରତ ସରକାରଙ୍କ ନିମନ୍ତ୍ରଣକୁ…

୨୧୬ କୋଟି ଟଙ୍କା ଚାନ୍ଦା ପାଇଛନ୍ତି ଆଞ୍ଚଳିକ ଦଳ

ନୂଆଦିଲ୍ଲୀ୧୧।୧: ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକ ୨୦୨୨-୨୩ ଆର୍ଥତ୍କ ବର୍ଷରେ ୨୧୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଚାନ୍ଦା ପାଇଥିବା ଘୋଷଣା କରିଛନ୍ତି। ଚାନ୍ଦାରୁ ଜେଏମ୍‌ଏମ୍‌, ଜେଜେପି, ଟିଡିପି ଏବଂ ଟିଏମ୍‌ସିର ଆୟ ସର୍ବାଧିକ ବଢ଼ିଥିବା ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫମର୍‌ସ (ଏଡିଆର୍‌) ବିଶ୍ଳେଷଣରୁ…

ନିଜକୁ ଗୁଳି କଲେ ବିଧାୟକ! ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର

ଲୁଧିଆନା,୧୧।୧(ଅରୁଣ ସାହୁ):ପଞ୍ଜାବର ଲୁଧିଆନା ପଶ୍ଚିମ ନିର୍ବାଚନମଣ୍ଡଳୀର ଆମ ଆଦମୀ ପାର୍ଟି (ଆପ) ବିଧାୟକ ଗୁରୁପ୍ରୀତ ଗୋଗୀଙ୍କ ମୁଣ୍ଡରେ ଗୁଳି ବାଜିବାରୁ ତାଙ୍କର ମୃତ୍ୟୁ ହୋଇଛି। ବିଧାୟକ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ଆପ ବିଧାୟକଙ୍କ ମତ୍ୟୁ କିପରି…

ମହାରାଷ୍ଟ୍ରରେ ଭାଜପାର ବିଜୟ ପାଇଁ ଆର୍‌ଏସ୍‌ଏସ୍‌କୁ ଶ୍ରେୟ ଦେଲେ ପାଓ୍ବାର

ମୁମ୍ବାଇ,୧୧।୧: ଏନ୍‌ସିପି(ଏସ୍‌ପି) ଅଧ୍ୟକ୍ଷ ଶରଦ ପାଓ୍ବାର ଏକ ଆଶ୍ଚର୍ଯ୍ୟ ଘଟଣାକ୍ରମରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭାଜପାର ବଡ଼ ବିଜୟ ପାଇଁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ ଶ୍ରେୟ ଦେଇଛନ୍ତି। ମୁମ୍ବାଇରେ ଦଳୀୟ କର୍ମୀମାନଙ୍କୁ ଉଦ୍‌ବୋଧନ ଦେଇ ଏହି ବର୍ଷୀୟାନ ରାଜନେତା କହିଛନ୍ତି,…

ମୁଁ ମଣିଷ, ଭୁଲ୍‌ କରିପାରେ; କାହିଁକି ଏମିତି କହିଲେ ମୋଦି

ନୂଆଦିଲ୍ଲୀ,୧୧।୧:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ପୋଡ୍‌କାଷ୍ଟ ଜରିଆରେ ନିଜ ଜୀବନୀ ଓ ରାଜନୀତି ସମ୍ପର୍କରେ କେତେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଜିରୋଧା ସହପ୍ରତିଷ୍ଠାତା ନିଖିଲ କାମାଥ୍‌ଙ୍କ ପୋଡ୍‌କାଷ୍ଟ ସିରିଜ୍‌ ‘ପିପୁଲ୍‌ ବାଏ ଡବ୍ଲ୍ୟୁଟିଏଫ୍‌’ରେ ଜଣେ ଅତିଥି ଭାବେ ଉପସ୍ଥିତ…

ତଳକୁ ଖସୁଛି ଟଙ୍କା: ସର୍ବକାଳୀନ ରେକର୍ଡ ଭାଙ୍ଗିଲା

ମୁମ୍ବାଇ,୧୧ା୧:ଭାରତୀୟ ଟଙ୍କା ଶୁକ୍ରବାର ତଳକୁ ଖସିବାର ସର୍ବକାଳୀନ ରେକର୍ଡ ପୁଣି ଭାଙ୍ଗିଛି। ଆମେରିକୀୟ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ୮୫.୯୭ ଟଙ୍କା ରହିଛି। ଗୁରୁବାର ସେସନ୍‌ରେ ଏହା ୮୫.୯୩ ଟଙ୍କା ରହିଥିବାବେଳେ ଆମେରିକା ଲେବର ମାର୍କେଟ ଡେଟା ଆସିବା ପୂର୍ବରୁ…

ସାମ୍ବାଦିକ ସମ୍ପୂର୍ଣ୍ଣ ପରିବାରକୁ ନିର୍ମମ ହତ୍ୟା: ବାପା, ମା’ ଭାଇଙ୍କୁ କୁରାଢ଼ିରେ କାଟିଲେ

ନୂଆଦିଲ୍ଲୀ,୧୦।୧: ଛତିଶଗଡ଼ରେ ସାମ୍ବାଦିକ ମୁକେଶ ଚନ୍ଦ୍ରକରଙ୍କ ହତ୍ୟା ମାମଲା ଏପର୍ଯ୍ୟନ୍ତ ଶାନ୍ତ ହୋଇ ନଥିଲା, ଏବେ ଆଉ ଜଣେ ସାମ୍ବାଦିକଙ୍କ ସମ୍ପୂର୍ଣ୍ଣ ପରିବାରକୁ ହତ୍ୟା କରାଯାଇଛି। ଶୁକ୍ରବାର ସୁରଜପୁର ଜିଲାରେ ସମ୍ପତ୍ତି ବିବାଦ ଯୋଗୁଁ ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟର ସନ୍ତୋଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?