ଗୁଆହାଟି,୧୧।୧: ଶନିବାର ଆସାମର ଉମରାଙ୍ଗସୋରେ ଘଟିଥିବା କୋଇଲା ଖଣି ଦୁର୍ଘଟଣାକୁ ୬ ଦିନ ପୁରିଗଲା। ଜିଲାରେ ଚାଲିଥିବା ଉଦ୍ଧାର କାର୍ଯ୍ୟରେ ଏପର୍ଯ୍ୟନ୍ତ ଚାରି ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୋମବାର ଏକ କୋଇଲା ଖଣିରେ ହଠାତ୍ ବନ୍ୟା ଆସିବାରୁ ଏହି ଘଟଣା ଘଟିଥିଲା, ଯେଉଁଥିରେ ମୋଟ ୯ ଜଣ ଶ୍ରମିକ ଫସି ରହିଥିଲେ। ବୁଧବାର ପ୍ରଥମ ମୃତଦେହ ଉଦ୍ଧାର କରାଯାଇଥିଲା। ଶନିବାର ସକାଳେ ଆଉ ତିନୋଟି ମୃତଦେହ ଉଦ୍ଧାର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ୨୭ ବର୍ଷୀୟ ଲିଗେନ ମାଗାର ଭାବରେ ଚିହ୍ନଟ ହୋଇଛନ୍ତି। ଅନ୍ୟ ଦୁଇଟି ମୃତଦେହର ଚିହ୍ନଟ ପ୍ରକ୍ରିୟା ଜାରି ରହିଛି।
ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଉମରାଙ୍ଗସୁରେ ଉଦ୍ଧାର କାର୍ଯ୍ୟ ଦୃଢ଼ ସଂକଳ୍ପ ସହିତ ଜାରି ରହିଛି। ଏହି କଷ୍ଟକର ସମୟରେ ଆମେ ପ୍ରଭାବିତ ପରିବାର ସହିତ ଛିଡ଼ା ହୋଇଛୁ, ସେ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି, ଓଏନଜିସି ଏବଂ କୋଲ ଇଣ୍ଡିଆ ଦ୍ୱାରା ଅଣାଯାଇଥିବା ସ୍ବତନ୍ତ୍ର ମେଶିନ ସାହାଯ୍ୟରେ, ପ୍ରାୟ ୩୧୦ଫୁଟ ଗଭୀର ଖଣିରୁ ପାଣି ବାହାର କରିବା ପାଇଁ କାମ ଚାଲିଛି। ଶର୍ମା ପୂର୍ବରୁ ଦାବି କରିଥିଲେ ଯେ ଖଣିଟି ୧୨ବର୍ଷ ପୂର୍ବେ ବନ୍ଦ ହୋଇଯାଇଥିଲା ଏବଂ ପାଣି ପମ୍ପ କରି ବାହାର କରାଯାଇଥିଲା ତିନି ବର୍ଷ ପୂର୍ବରୁ ଏହା ଆସାମ ଖଣିଜ ବିକାଶ ନିଗମ ଅଧୀନରେ ଥିଲା।