Posted inଜାତୀୟ

ନିଜକୁ ଗୁଳି କଲେ ବିଧାୟକ! ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର

ଲୁଧିଆନା,୧୧।୧(ଅରୁଣ ସାହୁ):ପଞ୍ଜାବର ଲୁଧିଆନା ପଶ୍ଚିମ ନିର୍ବାଚନମଣ୍ଡଳୀର ଆମ ଆଦମୀ ପାର୍ଟି (ଆପ) ବିଧାୟକ ଗୁରୁପ୍ରୀତ ଗୋଗୀଙ୍କ ମୁଣ୍ଡରେ ଗୁଳି ବାଜିବାରୁ ତାଙ୍କର ମୃତ୍ୟୁ ହୋଇଛି। ବିଧାୟକ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ଆପ ବିଧାୟକଙ୍କ ମତ୍ୟୁ କିପରି ହେଲା, ହଠାତ୍‌ କିପରି ଗୁଳି ବାଜିଲା, ସେ ନିଜକୁ ଗୁଳି କରିଛନ୍ତି ନା ଅନ୍ୟ କେହି ଗୁଳି ଚଳାଇଛନ୍ତି ସେ ବିଷୟରେ ବର୍ତ୍ତମାନ କିଛି କହିହେବ ନାହିଁ।

ଡିସିପି ଜସକରଣ ସିଂହ ତେଜା ଆପ ବିଧାୟକଙ୍କ ମୃତ୍ୟୁର ନିଶ୍ଚିତ କରିଛନ୍ତି ଏବଂ କହିଛନ୍ତି, ତାଙ୍କୁ ମୃତ ଅବସ୍ଥାରେ ଡିଏମସି ହସ୍ପିଟାଲକୁ ଅଣାଯାଇଥିଲା। ତାଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ମର୍ଚ୍ୟୁରୀରେ ରଖାଯାଇଛି। ଏହି ଘଟଣାଟି ରାତି ୧୨ଟାରେ ଘଟିଥିଲା। ଘଟଣା ପୂର୍ବରୁ ସେ ପ୍ରତିଦିନ ପରି ରାତ୍ରୀ ଭୋଜନ କରିଥିଲେ। ପୋଲିସ କମିଶନର କୁଲଦୀପ ଚହଲ ଏବଂ ଡେପୁଟି କମିଶନର ଜିତେନ୍ଦ୍ର ଜୋରୱାଲ ଡିଏମସିଏଚରେ ଉପସ୍ଥିତ ଅଛନ୍ତି। ଆପ ବିଧାୟକଙ୍କ ମୃତ୍ୟୁର କାରଣ ଜାଣିବା ପାଇଁ ମୃତଦେହର ପୋଷ୍ଟମର୍ଟମ କରାଯିବ।
ଡିସିପି ଜସକରଣ ସିଂହ ତେଜା କହିଛନ୍ତି ପରିବାର ସଦସ୍ୟଙ୍କ ଅନୁଯାୟୀ, ସେ ଭୁଲବଶତଃ ନିଜକୁ ଗୁଳି କରିଦେଇଥିଲେ। ତାଙ୍କ ମୁଣ୍ଡରେ ଗୁଳି ବାଜିଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ। ଆପ ବିଧାୟକ ଗୁରୁପ୍ରୀତ ବସ୍ସି ଗୋଗୀଙ୍କ ପରିବାରରେ ତାଙ୍କ ସ୍ତ୍ରୀ, ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୈଫଙ୍କଠାରୁ ଏତିକି ଟଙ୍କା ଦାବି କରିଥିଲେ ଆକ୍ରମଣକାରୀ, ସାମ୍ନାକୁ ଆସିଲା ବଡ଼ ତଥ୍ୟ

ମୁମ୍ବାଇ,୧୬।୧: ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ମାମଲାରେ ମୁମ୍ବାଇ ପୋଲିସ ଏକ ଏଫ୍‌ଆଇଆର ରୁଜୁ କରିଛି। ଏବେ ଏହି ଦୁଇ ପୃଷ୍ଠାର ଏଫଆଇଆରର...

ଖାତା କଲମରେ ହେବ ନିଟ୍ ୟୁଜି ୨୦୨୫ ପରୀକ୍ଷା

ନୂଆଦିଲ୍ଲୀ,୧୬।୧: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଘୋଷଣା କରିଛି ଯେ ନ୍ୟାସନାଲ ଏଲିଜିବିଲିଟି-କମ୍-ଏଣ୍ଟ୍ରାନ୍ସ ଟେଷ୍ଟ ବା NEET (UG)-୨୦୨୫ ପେନ୍ ଆଣ୍ଡ୍ ପେପର୍ ମୋଡ୍ (OMR-ଆଧାରିତ)...

ସ୍ମୃତି-ନୁପୁରଙ୍କୁ ମିଳିଲା ନାହିଁ ଟିକେଟ ସମସ୍ତ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା

ନୂଆଦିଲ୍ଲୀ,୧୬।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ୬୮ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଦଳ ଜେଡିୟୁ ଏବଂ ଏଲଜେପିକୁ...

କିଏ କରିଥିଲା ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ, ଆସିଲା ସିସିଟିଭି ଫୁଟେଜ

ମୁମ୍ବାଇ,୧୬।୧: ବୁଧବାର ବିଳମ୍ବିତ ରାତିରେ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଏହି ଆକ୍ରମଣ କିଏ ଆଉ କାହିଁକି କରିଛି...

୮ମ ବେତନକୁ ମଞ୍ଜୁରୀ: ସରକାରୀ କର୍ମଚାରୀଙ୍କ ବଲ୍ଲେ ବଲ୍ଲେ, କେତେ ବଢିଯିବ ଦରମା, ପେନଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୧: କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଲକ୍ଷ ଲକ୍ଷ କର୍ମଚାରୀଙ୍କ ଅପେକ୍ଷାର ଅନ୍ତ ଘଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରୀୟ କ୍ୟାବିନେଟ ସମସ୍ତ କଳ୍ପନାଜଳ୍ପନାକୁ...

ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୬।୧: ସରକାରୀ କର୍ମଚାରୀଙ୍କୁ ମିଳିଲା ବଡ଼ ଉପହାର। ୮ମ ବେତନ କମିଶନକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି । କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନଶନଭୋଗୀମାନେ ଅଷ୍ଟମ...

ଅପରେଶନ ପରେ ବିପଦମୁକ୍ତ ସୈଫ

ମୁମ୍ବାଇ,୧୬।୧: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ତାଙ୍କ ନିଜ ଘରେ ଛୁରୀରେ ଆକ୍ରମଣ ହୋଇଛି। ଏହା ପରେ ତାଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ...

ସୈଫଙ୍କୁ ଛୁରାମାଡ଼ କରିଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କଲା ପୋଲିସ, ଏହି କାରଣ ପାଇଁ ହୋଇଛି…

ମୁମ୍ବାଇ,୧୬ା୧: ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କୁ ଛୁରାମାଡ଼ ହୋଇଛି। ଇତିମଧ୍ୟରେ ସୈଫ୍‌ଙ୍କୁ ଛୁରାମାଡ଼ କରିଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ପୋଲିସ। ଚୋରି କରିବାକୁ ଆସିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri