Odisha Elections 2024

ଜାତୀୟ

ଘାଟିକୁ ଖସିଲା କାର: ୪ ମୃତ, ୮ ଆହତ

ଶ୍ରୀନଗର,୫।୭: ଜମ୍ମୁ-କଶ୍ମୀରର ରଜୌରୀ ଜିଲାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ କାର ଗଭୀର ଘାଟିରେ ଖସିପଡ଼ିବାରୁ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ଅଧିକାରୀମାନେ କହିଛନ୍ତି ଯେ କାରଟି ପୁଞ୍ଚରୁ ଭଙ୍ଗାଇ...

ଗାଜିପୁର ଲୋକ ସଭା ଉପନିର୍ବାଚନରେ ଓମ ପ୍ରକାଶ ରାଜଭରଙ୍କ ପୁଅଙ୍କୁ ଟିକେଟ ଦେଇପାରେ ଭାଜପା

ଗାଜିପୁର,୫।୭: ୨୦୨୪ ଲୋକ ସଭା ନିର୍ବାଚନରେ ଓମ ପ୍ରକାଶ ରାଜଭର ସୁହେଲଦେବ ଭାରତୀୟ ସମାଜ ପାର୍ଟି ସହ ମେଣ୍ଟ ଖବର ମଧ୍ୟରେ ଭାଜପା ରାଜଭରଙ୍କ ପୁଅ ଅରବିନ୍ଦ ରାଜଭରଙ୍କୁ ଗାଜିପୁର ଲୋକ ସଭା ଉପନିର୍ବାଚନରେ ଟିକେଟ ଦେଇପାରେ। ଗତ କିଛି...

ଦରଦାମ୍‌ ବୃଦ୍ଧି ପ୍ରସଙ୍ଗ: ଭାଜପାକୁ ଟାର୍ଗେଟ୍‌ କଲେ ଖାର୍ଗେ

ନୂଆଦିଲ୍ଲୀ,୫।୮: ଟମାଟୋ ଠାରୁ ଆରମ୍ଭ କରି ସମସ୍ତ ପନିପରିବାର ମୂଲ୍ୟ ଏବେ ଆକାଶଛୁଆଁ ହୋଇଛି। ଏହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡିଛି। ଏବେ ବିରୋଧୀମାନେ ମଧ୍ୟ ଏ ନେଇ ସରକାରଙ୍କୁ ଘେରିଛନ୍ତି। ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ କଂଗ୍ରେସ ଅଧ୍ୟକ୍ଷ...

୧୫୫ ଟଙ୍କା ଛୁଇଁଲା ଟମାଟୋ ଦର, ଜାଣନ୍ତୁ କେଉଁ ସହରରେ କେତେ…

ନୂଆଦିଲ୍ଲୀ,୫।୭: ବର୍ତ୍ତମାନ ଦେଶରେ ଟମାଟୋ ମୂଲ୍ୟ ଆକାଶଛୁଆଁ। କିଛି ସପ୍ତାହ ପୂର୍ବରୁ କିଲୋଗ୍ରାମ ପିଛା ୪୦ରୁ ୫୦ଟଙ୍କା ବିକ୍ରି ହେଉଥିଲା, ବର୍ତ୍ତମାନ ଏହାର ମୂଲ୍ୟ ୧୩୦-୧୫୦ ଟଙ୍କା ହୋଇଛି। ସରକାରୀ ତଥ୍ୟ ଅନୁଯାୟୀ ମଙ୍ଗଳବାର ଭାରତର ପ୍ରମୁଖ ମେଟ୍ରୋରେ ଟମାଟୋର...

ଥମୁନି ମଣିପୁର ହିଂସା: ୨ ସ୍ଥାନରେ ଗୁଳିକାଣ୍ଡ

ଇମ୍ଫାଲ,୪।୭: ମଣିପୁରରେ ହିଂସା ବନ୍ଦ ହେବାର ନାଁ ନେଉନାହିଁ ଦୁଇଟି ସ୍ଥାନରେ ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି। ତେବେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ଖବର ନାହିଁ। ସୁରକ୍ଷା ସୂତ୍ରରୁ ପ୍ରକାଶ ଯେ, ମଙ୍ଗଳବାର ସାରେ ପ୍ରଥମ ଘଟଣା ଘଟିଛି। ରାତି...

ୟୁସିସିକୁ ନେଇ ମୁସଲିମ ବ୍ୟକ୍ତିଗତ ଆଇନ ବୋର୍ଡ ଡାକିଲା ବୈଠକ

ନୂଆଦିଲ୍ଲୀ, ୫।୭: ୟୁନିଫର୍ମ ସିଭିଲ କୋର୍ଡକୁ ନେଇ ଉତ୍ତେଜନା ମଧ୍ୟରେ ଅଲ ଇଣ୍ଡିଆ ବ୍ୟକ୍ତିଗତ ଆଇନ ବୋର୍ଡର ଏକ ବଡ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଯେଉଁଥିରେ ୟୁସିସି ଉପରେ ଆଲୋଚନା ହେବ ଏବଂ ପରବର୍ତ୍ତୀ ରଣନୀତି ପ୍ରସ୍ତୁତ ହୋଇପାରେ।...

ଆଜି ଶରଦ ପାୱାର-ଅଜିତ ପାୱାର ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ

ମୁମ୍ବାଇ,୫।୭: ମହାରାଷ୍ଟ୍ର ରାଜନୀତିରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଏନସିପିର ବିଭାଜନ ପରେ ଉଭୟ ଶରଦ ପାୱାର ଦଳ ଏବଂ ଅଜିତ ପାୱାର ଦଳ ଆଜି ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଏକ ବୈଠକ ଡାକିଛନ୍ତି। ଏନସିପିର ଶରଦ ପାୱାର...

ଆଜି ଆରଜେଡିର ୨୭ତମ ପ୍ରତିଷ୍ଠା ଦିବସ, ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିବେ ଲାଲୁ

ପାଟନା,୫।୭: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ବୁଧବାର ଏହାର ୨୭ତମ ପ୍ରତିଷ୍ଠା ଦିବସ ପାଳନ କରିବ। ଏହି ଅବସରରେ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ନିଜେ ପାଟନାରେ ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିବେ। ଦଳର...

ଦୁବାଇରୁ କୋଚିରେ ପହଞ୍ଚିଥିବା ବିମାନର ଟାୟାର ମିଳିଲା ଫଟା, ସମସ୍ତ ଯାତ୍ରୀ ସୁରକ୍ଷିତ

ଥିରୁଭାନନ୍ତପୁରମ୍‌,୫।୭: ଦୁବାଇ-କୋଚିରେ ପହଞ୍ଚିଥିବା ସ୍ପାଇସଜେଟ ବିମାନର ଟାୟାର ଫାଟିଯାଇଥିବା ଦେଖିବାକୁ ମିଳିଛି। ତଥାପି ଏଥିରେ କୌଣସି ବଡ଼ ଧରଣର କ୍ଷତି ହୋଇନାହିଁ। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ସ୍ପାଇସଜେଟର ମୁଖପାତ୍ର କହିଛନ୍ତି ଯେ, ବୋଇଙ୍ଗ ୭୩୭ ବିମାନ ଏସ୍‌ଜି-୧୭ ଦୁବାଇରୁ...

ଗ୍ରାମାଞ୍ଚଳରେ ବେକାରି ହାର ବୃଦ୍ଧି

ନୂଆଦିଲ୍ଲୀ,୫ା୭ (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ୯ ମାସ ପରେ ଦେଶରେ ବହୁପ୍ରତୀକ୍ଷିତ ଲୋକ ସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଭାଜପା ନେତା ଓ କେନ୍ଦ୍ରମନ୍ତ୍ରୀମାନେ ବୁଲି ବୁଲି ମୋଦି ସରକାରଙ୍କ ୯ ବର୍ଷ ଶାସନର ସଫଳତା...

ଅନିଲ ଅମ୍ବାନୀଙ୍କ ସ୍ତ୍ରୀଙ୍କୁ ଇଡି ଜେରା

ମୁମ୍ବାଇ, ୫ା୭(ପି.ଟି.): ବିଦେଶ ବିନିମୟ ପରିଚାଳନା ଆଇନ (ଫେମା) ଉଲ୍ଲଂଘନ ମାମଲାରେ ରିଲାଏନ୍ସ ଏଡିଏ ଗ୍ରୁପ୍‌ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କ ସ୍ତ୍ରୀ ଟିନା ଅମ୍ବାନୀ ମଙ୍ଗଳବାର ତଦନ୍ତରେ ସାମିଲ ହୋଇଛନ୍ତି। ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ହାଜର ହୋଇ...

ଗର୍ଭବତୀ ନାବାଳିକା ପୀଡ଼ିତାଙ୍କୁ ମିଳିବ ଆଶ୍ରୟ

ନୂଆଦିଲ୍ଲୀ, ୫ା୭: ବଳାତ୍କାର ପୀଡ଼ିତା ଗର୍ଭବତୀଙ୍କୁ ଆଶ୍ରୟ ଓ ସହାୟତା ପାଇଁ କେନ୍ଦ୍ର ସରକାର ନୂଆ ଯୋଜନା ଆରମ୍ଭ କରିଛନ୍ତି। ବଳାତ୍କାର, ଗଣବଳାତ୍କାର କିମ୍ବା ଅନ୍ୟ କୌଣସି କାରଣରୁ ଗର୍ଭବତୀ ହେବା କାରଣରୁ ପରିବାରରୁ ପରିତ୍ୟକ୍ତ ହୋଇଥିବା ନାବାଳିକା, ଯେଉଁମାନଙ୍କର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri