ମଧ୍ୟବିତ୍ତଙ୍କ ପାଇଁ ଏ କ’ଣ ହୋଇଗଲା, ବଜେଟରେ ଚମକାଇଲେ ନିର୍ମଳା

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ ଶନିବାର ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି। ସେ ମଧ୍ୟବିତ୍ତ ବର୍ଗଙ୍କ ପାଇଁ ଅନେକ ବଡ଼ ଘୋଷଣା କରିଛନ୍ତି। ତେବେ ଆୟକର ସ୍ଲାବକୁ ନେଇ ସେ ବଡ଼ ଘୋଷଣା କରିଛନ୍ତି। ଏଣିକି ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ଦେବାକୁ ପଡିବ ନାହିଁ। ବଜେଟରେ ଚାଷୀମାନଙ୍କୁ ଅନେକ ଉପହାର ଦିଆଯାଇଛି। KCC (କିଷାନ କ୍ରେଡିଟ କାର୍ଡ)ର ସୀମା ଏବେ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ବିହାର ପାଇଁ ଅନେକ ବଡ଼ ଘୋଷଣା କରାଯାଇଛି। ଏଠାରେ ମାଖାନା ବୋର୍ଡ ଗଠନ ଘୋଷଣା କରାଯାଇଛି। ସେହିପରି କ୍ୟାନସର ରୋଗ ଭଳି ଗମ୍ଭୀର ରୋଗର ୩୬ଟି ଔଷଧକୁ କଷ୍ଟମ ଶୁଳ୍କରୁ ମୁକ୍ତ କରାଯାଇଛି। ଏହି ବଜେଟରେ କାହାକୁ କଣ ମିଳିଛି, ଆସନ୍ତୁ ଜାଣିବା…

ପ୍ରଧାନମନ୍ତ୍ରୀ ଧନ ଧନ୍ୟ କୃଷି ଯୋଜନା: ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ଯେ ସରକାର ରାଜ୍ୟଗୁଡ଼ିକରେ ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା ଆରମ୍ଭ କରିବେ। ଏହି ଯୋଜନାରେ ୧୦୦ଟି ଜିଲାକୁ ଅନ୍ତର୍ଭୁକ୍ତ କରାଯିବ। ଏଥିରେ ୧.୭ କୋଟି ଚାଷୀଙ୍କୁ ସାହାଯ୍ୟ କରିବାର ସମ୍ଭାବନା ଅଛି।

ଆସାମରେ ୟୁରିଆ ପ୍ଲାଣ୍ଟ: ଆସାମର ନାମରୂପରେ ବାର୍ଷିକ ୧୨.୭ ଲକ୍ଷ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଏକ ପ୍ଲାଣ୍ଟ ସ୍ଥାପନ କରାଯିବ। ପୂର୍ବ ଅଞ୍ଚଳରେ ବନ୍ଦ ଥିବା ତିନୋଟି ୟୁରିଆ ପ୍ଲାଣ୍ଟ ପୁନଃଖୋଲି ଦିଆଯାଇଛି। ଏହା ୟୁରିଆ ଉତ୍ପାଦନରେ ଆତ୍ମର୍ନିଭରଶୀଳତା ଦିଗରେ ଏକ ପଦକ୍ଷେପ।

ଉଦ୍ୟୋଗ ପାଇଁ: ଷ୍ଟାର୍ଟଅପ୍ଗୁଡ଼ିକୁ ପାଣ୍ଠି ଯୋଗାଇବା ପାଇଁ ନୂତନ ପାଣ୍ଠି ବ୍ୟବସ୍ଥା କରାଯିବ। ବର୍ତ୍ତମାନର ୧୦,୦୦୦ କୋଟି ଟଙ୍କାର ସରକାରୀ ଅବଦାନ ଦିଆଯିବ।

ଚପଲ ଏବଂ ଚମଡା କ୍ଷେତ୍ର ପାଇଁ: ଏହି କ୍ଷେତ୍ର ପାଇଁ ଉତ୍ପାଦ ଯୋଜନା ଆରମ୍ଭ କରାଯିବ। ଯାହା ଦାରା ଚପଲ ଏବଂ ଚମଡା କ୍ଷେତ୍ରରେ ଉତ୍ପାଦକତା, ଗୁଣବତ୍ତା ଏବଂ ପ୍ରତିଯୋଗିତାକୁ ପ୍ରୋତ୍ସାହିତ କରାଯାଇପାରିବ।

ବିହାରରେ ଜାତୀୟ ଖାଦ୍ୟ ପ୍ରଯୁକ୍ତିବିଦ୍ୟା, ଉଦ୍ୟୋଗୀତା ଏବଂ ପରିଚାଳନା ପ୍ରତିଷ୍ଠାନ ଖୋଲିବ। ଏହା କୃଷକମାନଙ୍କ ଉତ୍ପାଦର ଗୁଣବତ୍ତା ବୃଦ୍ଧି କରି ସେମାନଙ୍କ ଆୟ ବୃଦ୍ଧି କରିବ। ଏହା ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ଇ-ଶ୍ରମ ପୋର୍ଟାଲରେ ପଞ୍ଜିକରଣ କରିବା ପରେ ଅନଲାଇନ ପ୍ଲାଟଫର୍ମ ପାଇଁ କାମ କରୁଥିବା କର୍ମୀମାନଙ୍କୁ ପରିଚୟପତ୍ର ଦିଆଯିବ। ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନରେ ସୱାସ୍ଥ୍ୟ ସୁବିଧା ଯୋଗାଇ ଦିଆଯିବ।

୨୦୧୪ ପରେ ଆରମ୍ଭ ହୋଇଥିବା ୫ଟି IITରେ ୬୫୦୦ ଅତିରିକ୍ତ ଛାତ୍ରୀଛାତ୍ରଙ୍କୁ ଶିକ୍ଷା ସୁବିଧା ଯୋଗାଇବା ପାଇଁ ଅତିରିକ୍ତ ଭିତ୍ତିଭୂମି ର୍ନିମାଣ କରାଯିବ। ଶିକ୍ଷା ଏବଂ ସୱାସ୍ଥ୍ୟରେ ନିବେଶ: ବୈଜ୍ଞାନିକ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା ପାଇଁ, ଆଗାମୀ 5 ବର୍ଷ ମଧ୍ୟରେ ସରକାରୀ ସ୍କୁଲଗୁଡ଼ିକରେ ୫୦ହଜାର ଅଟଳ ଟିଙ୍କରିଂ ଲ୍ୟାବ ର୍ନିମାଣ କରାଯିବ।

MSME ପାଇଁ ଋଣ ନେବା ସହଜ ହେବ। ସୂକ୍ଷ୍ମ ଏବଂ କ୍ଷୁଦ୍ର ଉଦ୍ୟୋଗ ପାଇଁ ୫କୋଟିରୁ ୧୦ କୋଟି ଟଙ୍କା; ଆଗାମୀ ୫ବର୍ଷ ମଧ୍ୟରେ ୧.୫ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ଋଣ ଉପଲବ୍ଧ ହେବ।

ବିହାରରେ ମାଖାନା ବୋର୍ଡ: ମାଖାନାର ଉତ୍ପାଦନ, ପ୍ରକ୍ରିୟାକରଣ, ଗୁଣବତ୍ତା ଏବଂ ବିପଣନ କ୍ଷେତ୍ରରେ ଉନ୍ନତି ପାଇଁ କାର୍ଯ୍ୟକ୍ରମ। ମାଖାନା ଉତ୍ପାଦନ ସହିତ ଜଡିତ କାର୍ଯ୍ୟକଳାପରେ ଜଡିତ ଲୋକଙ୍କୁ କୃଷକ ଉତ୍ପାଦକ ସଂଗଠନ ଭାବରେ ସଂଗଠିତ କରାଯିବ।

ଆଣ୍ଡାମାନ-ନିକୋବର ଏବଂ ଲକ୍ଷଦ୍ୱୀପ ଉପରେ ବିଶେଷ ଧ୍ୟାନ। ମତ୍ସ୍ୟପାଳନ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା। ଏହା ସହିତ, ସାମୁଦ୍ରିକ କ୍ଷେତ୍ରର ସେହି କ୍ଷେତ୍ରଗୁଡ଼ିକ ଉପରେ ଧ୍ୟାନ ଦେବା ଯାହା ଏପର୍ଯ୍ୟନ୍ତ ଅସ୍ପୃଶ୍ୟ କିମ୍ବା କମ ସୱୀକୃତି ପାଇଛି।

କପା ଉତ୍ପାଦନ ମିଶନ: ଦେଶର ପାରମ୍ପରିକ ବୟନ ଶିଳ୍ପ କ୍ଷେତ୍ରକୁ ପୁନରୁଦ୍ଧାର କରିବା ପାଇଁ ଉନ୍ନତ କପା ଯୋଗାଣ ଏବଂ ଚାଷୀଙ୍କ ଆୟ ସୁନିଶ୍ଚିତ କରିବା। ଏହି ୫ବର୍ଷର ମିଶନ କପା ଚାଷର ଗୁଣବତ୍ତା ଏବଂ ଉତ୍ପାଦନରେ ଉଲ୍ଲେଖନୀୟ ଉନ୍ନତି ଆଣିବ।

୩୬ଟି ଜୀବନ ରକ୍ଷାକାରୀ ଔଷଧ ଶସ୍ତା ହେବ: ୩୬ଟି ଜୀବନ ରକ୍ଷାକାରୀ ଔଷଧ ୧୦୦% କଷ୍ଟମ ଡ୍ୟୁଟି ମୁକ୍ତ ହେବ। ବୀମା କ୍ଷେତ୍ରରେ ଏଫଡିଆଇ ସୀମା ୭୪ପ୍ରତିଶତରୁ ୧୦୦ ପ୍ରତିଶତକୁ ବୃଦ୍ଧି କରାଯିବ। ସରକାର ଗ୍ରାମାଞ୍ଚଳରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କର ସେବାକୁ ଆହୁରି ଗଭୀର ଏବଂ ବିସ୍ତାର କରିବେ।

୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ନାହିଁ: ସରକାର ଆୟକର ଉପରେ ଏକ ବଡ଼ ଘୋଷଣା କରିଛନ୍ତି। ଏବେ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ପଡ଼ିବ ନାହିଁ। ୧୨ ଲକ୍ଷ ଟଙ୍କାରୁ ୧୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୧୫% ଟିକସ ଲାଗିବ।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?