Posted inଜାତୀୟ

Budget 2025: କେବଳ ୧୨ ଲକ୍ଷ ନୁହେଁ ୨୫ ଲକ୍ଷ ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ବି ମିଳିବ ବମ୍ପର ଲାଭ

ନୂଆଦିଲ୍ଲୀ,୧।୨: ଶୁକ୍ରବାର ବଜେଟ ଉପସ୍ଥାପନ କରିବା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମଧ୍ୟବିତ୍ତ ବର୍ଗଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ସୀତାରାମନ୍‌ ଘୋଷଣା କରିଛନ୍ତି ଯେ ଏବେ ବାର୍ଷିକ ୧୨ ଲକ୍ଷ ଟଙ୍କା ଆୟ ଥିବା ଲୋକମାନଙ୍କୁ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ। ଏପର୍ଯ୍ୟନ୍ତ ବାର୍ଷିକ ୧୨ ଲକ୍ଷ ଟଙ୍କା ଆୟ ଥିବା ଲୋକଙ୍କୁ ୭୧,୫୦୦ ଟଙ୍କା ଟିକସ ଦେବାକୁ ପଡୁଥିଲା। ଆସନ୍ତୁ ଜାଣିବା ନୂତନ ଟିକସ ସ୍ଲାବ ପରେ କେତେ ଦରମା ଉପରେ କେତେ ଟିକସ ଦେବାକୁ ପଡିବ ଏବଂ କେତେ ଲାଭ ମିଳିବ।
ଯଦି ଆପଣଙ୍କର ଆୟ ବାର୍ଷିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୁଏ, ତେବେ ଆପଣଙ୍କୁ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ। ଯଦି ଆପଣଙ୍କର ଆୟ ୧୩ ଲକ୍ଷ ଟଙ୍କା, ତେବେ ପୂର୍ବରୁ ଆପଣଙ୍କୁ ୮୮,୪୦୦ ଟଙ୍କା ଟିକସ ଦେବାକୁ ପଡୁଥିଲା, କିନ୍ତୁ ସ୍ଲାବରେ ପରିବର୍ତ୍ତନ ପରେ ଏବେ ଆପଣଙ୍କୁ ୬୬,୩୦୦ ଟଙ୍କା ଟିକସ ଦେବାକୁ ପଡିବ। ଅର୍ଥାତ୍‌, ଏବେ ଆପଣଙ୍କୁ ପ୍ରାୟ ୨୨,୧୦୦ ଟଙ୍କାର ଏକ ବଡ଼ ଲାଭ ମିଳିବ।
ପୂର୍ବରୁ ବାର୍ଷିକ ୧୫ ଲକ୍ଷ ଟଙ୍କା ରୋଜଗାର କରୁଥିବା ଲୋକଙ୍କୁ ୧.୩୦ ଲକ୍ଷ ଟଙ୍କା ଟିକସ ଦେବାକୁ ପଡୁଥିଲା, ନୂତନ ସ୍ଲାବ ପରେ ସେମାନଙ୍କୁ କେବଳ ୯୭,୫୦୦ ଟଙ୍କା ଦେବାକୁ ପଡିବ। ଏହାର ଅର୍ଥ ହେଉଛି ଏବେ ତାଙ୍କୁ ୩୨.୫୦୦ ଟଙ୍କାର ଲାଭ ମିଳିବ। ୧୭ ଲକ୍ଷ ଟଙ୍କା ରୋଜଗାର କରୁଥିବା ଲୋକଙ୍କୁ ବର୍ତ୍ତମାନ ୧.୮୪ ଲକ୍ଷ ଟଙ୍କା ଟିକସ ଦେବାକୁ ପଡିବ। ନୂତନ ସ୍ଲାବ ପରେ, ସେମାନଙ୍କୁ ଏବେ ୧.୩୦ ଲକ୍ଷ ଟଙ୍କା ଟିକସ ଦେବାକୁ ପଡିବ, ଯାହା ଦ୍ୱାରା ସେମାନଙ୍କୁ ୫୪,୬୦୦ ଟଙ୍କା ଲାଭ ମିଳିବ।
ଯଦି ଆପଣଙ୍କର ଆୟ ୨୨ ଲକ୍ଷ ଟଙ୍କା, ତେବେ ପୂର୍ବରୁ ଆପଣଙ୍କୁ ୩,୪୦,୬୦୦ ଟଙ୍କା ଟିକସ ଦେବାକୁ ପଡୁଥିଲା, କିନ୍ତୁ ସ୍ଲାବରେ ପରିବର୍ତ୍ତନ ପରେ, ଏବେ ଆପଣଙ୍କୁ ୨,୪୦,୫୦୦ ଟଙ୍କା ଟିକସ ଦେବାକୁ ପଡିବ। ଅର୍ଥାତ ଏବେ ଆପଣଙ୍କୁ ପ୍ରାୟ ୧,୦୦,୧୦୦ ଟଙ୍କାର ଏକ ବଡ଼ ଲାଭ ମିଳିବ। ବାର୍ଷିକ ୨୫ ଲକ୍ଷ ଟଙ୍କା ରୋଜଗାର କରୁଥିବା ଲୋକଙ୍କୁ ଏବେ ୪ ଲକ୍ଷ ୩୪ ହଜାର ୨୦୦ଟଙ୍କା ଟିକସ ଦେବାକୁ ପଡିବ। ସ୍ଲାବରେ ପରିବର୍ତ୍ତନ ପରେ ତାଙ୍କୁ ୩ ଲକ୍ଷ ୧୯ ହଜାର ୮୦୦ ଟଙ୍କା ଟିକସ ଦେବାକୁ ପଡିବ, ଯାହା ତାଙ୍କୁ ୧ ଲକ୍ଷ ୧୭ ହଜାର ୪୦୦ ଟଙ୍କା ଲାଭ ଦେବ।
ଅର୍ଥମନ୍ତ୍ରୀ କହିଛନ୍ତି ଯେ ସରକାର ଆସନ୍ତା ସପ୍ତାହରେ ଏକ ନୂତନ ଆୟକର ବିଲ ଆଗତ କରିବାକୁ ଯାଉଛନ୍ତି, ଯାହା ଟିକସ ବ୍ୟବସ୍ଥାକୁ ଅଧିକ ସରଳ ଏବଂ ସ୍ବଚ୍ଛ କରିବ। ଏହା ବ୍ୟତୀତ ବଜେଟ ଉପସ୍ଥାପନ କରିବା ସମୟରେ ଅର୍ଥମନ୍ତ୍ରୀ କହିଥିଲେ ଯେ ବୀମା କ୍ଷେତ୍ର ପାଇଁ FDI ସୀମା ବୃଦ୍ଧି କରିବାକୁ ଯାଉଛି। ଏହା ସହିତ, ବରିଷ୍ଠ ନାଗରିକଙ୍କ ପାଇଁ ସୁଧ ଆୟ ଉପରେ ଟିକସ ଛାଡ଼ ସୀମାକୁ ଦ୍ୱିଗୁଣିତ କରି ୧ ଲକ୍ଷ ଟଙ୍କା କରିବା ପାଇଁ ବଜେଟରେ ଘୋଷଣା ମଧ୍ୟ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

ନେପାଳ ବନ୍ୟା: ମୃତ୍ୟୁ ସଂଖ୍ୟା ୧୩୦୦ ଅତିକ୍ରମ କଲା, ଉଦ୍ଧାର ହୋଇଛନ୍ତି ୧୬୯ ଭାରତୀୟ

କାଠମାଣ୍ଡୁ,୫।୯: ନେପାଳରେ ବନ୍ୟାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୧୩୦୦କୁ ବୃଦ୍ଧି ପାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟର ଆଜି ୧୧ତମ ଦିନ। ଉଲ୍ଲେଖନୀୟ ଯେ ୨୬ ଅଗଷ୍ଟ ସକାଳେ…

ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ: ବର୍ଷୀୟାନ ଶିକ୍ଷକଙ୍କୁ…

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସ ତଥା ପବିତ୍ର ଗୁରୁଦିବସ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri