ଜାତୀୟ

ଚର୍ମ କର୍କଟ ଉପରେ ଗବେଷଣା: ପ୍ରଫେସରଙ୍କୁ ୮୨ ଲକ୍ଷ ଫେଲୋଶିପ୍‌

ରାୟପୁର,୨୪।୪: ଛତିଶଗଡ଼ ରାୟପୁର ସ୍ଥିତ ପଣ୍ଡିତ ରବିଶଙ୍କର ଶୁକ୍ଳା ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ଅମ୍ବର ବ୍ୟାସ୍‌ଙ୍କୁ ଚର୍ମ କର୍କଟ ଉପରେ ଗବେଷଣା ପାଇଁ ୮୧ ଲକ୍ଷ ୯୮ ହଜାର ୨ଶହ ଟଙ୍କାର ଫେଲୋଶିପ୍‌ ପ୍ରଦାନ କରାଯାଇଛି। ବ୍ୟକ୍ତିଗତ ଭାବେ କୌଣସି ଏକ…

ଅକ୍ଷୟ କୁମାରଙ୍କୁ ମୋଦି କହିଲେ ମନର କଥା: ମମତା ଦିଦି କୁର୍ତ୍ତା ଓ ମିଠା ଉପହାର ଦିଅନ୍ତି

ନୂଆଦିଲ୍ଲୀ,୨୪।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତ୍‌କାର ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ନେଇଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ନିଜର ମନର କଥା ଖୋଲି କହିଛନ୍ତି। ବିଭିନ୍ନ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ସହିତ ସମ୍ପର୍କ ବିଷୟରେ ମୋଦି କହିଛନ୍ତି ଯେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା…

ପ୍ରତି ମାସରେ ୨୬% ହାରରେ କମୁଛି ନିଯୁକ୍ତି

ନୂଆଦିଲ୍ଲୀ,୨୪-୪: ବିଗତ କିଛି ମାସ ହେବା ଦେଶରେ ଧିମା ହୋଇଛି ନିଯୁକ୍ତି। କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫଓ)ର ସଦ୍ୟତମ ପରିସଂଖ୍ୟାନକୁ ଅନୁଧ୍ୟାନ କଲେ ଏହା ଜଣାପଡୁଛି। ଗତବର୍ଷ ଅକ୍ଟୋବରରୁ ସଂଗଠିତ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି ହାରାହାରି ୨୬% ହାରରେ କମିବାରେ ଲାଗିଛି। ତେବେ…

ଉତ୍ତର-ପଶ୍ଚିମ ଦିଲ୍ଲୀରୁ ଭାଜପା ପ୍ରାର୍ଥୀ ହେଲେ ହଂସରାଜ

ନୂଆଦିଲ୍ଲୀ,୨୪ା୪: ଭାଜପା ମଙ୍ଗଳବାର ଗାୟକ ହଂସରାଜ ହଂସଙ୍କୁ ଉତ୍ତର-ପଶ୍ଚିମ ଦିଲ୍ଲୀ ଲୋକ ସଭା ଆସନରୁ ପ୍ରାର୍ଥୀ କରିଛି। ଏଥର ଏହି ଆସନ ପାଇଁ ବର୍ତ୍ତମାନର ସାଂସଦ ଉଦିତ ରାଜଙ୍କୁ ବାଦ୍‌ ଦିଆଯାଇଛି। ହଂସରାଜ ଉକ୍ତ ଆସନର କଂଗ୍ରେସ ପ୍ରାର୍ଥୀ ରାଜେଶ ଲିଲୋଥିଆ…

ପୁଣି ଇଭିଏମ୍‌ ଦୋଷ: ପ୍ରଶ୍ନ ଉଠାଇଲେ ବିରୋଧୀ

ମୁମ୍ବାଇ/ଲକ୍ଷ୍ନୌ,୨୪।୪(ପି.ଟି.): ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ ଚାଲିଥିବାବେଳେ ଦେଶର ବିଭିନ୍ନ ସ୍ଥାନରେ ଇଲେକ୍ଟ୍ରୋନିକ୍ସ ଭୋଟିଂ ମେଶିନ୍‌ (ଇଭିଏମ୍‌)ରେ ତ୍ରୁଟି ଦେଖାଦେଇଛି। ଏହାକୁ ନେଇ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାର ଏବଂ ସମାଜବାଦୀ ପାର୍ଟି (ଏସ୍‌ପି) ଅଧ୍ୟକ୍ଷ ଅଖିଳେଶ ଯାଦବ…

ତୃତୀୟ ପର୍ଯ୍ୟାୟରେ ୬୭% ମତଦାନ

ନୂଆଦିଲ୍ଲୀ,୨୪ା୪(ପି.ଟି.): କାଁଭାଁ କେତେକ ସ୍ଥାନରେ ହିଂସାକୁ ଛାଡ଼ିଦେଲେ ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୧୩ ରାଜ୍ୟ ଓ ୨ କେନ୍ଦ୍ର ଶାସିତ ଅଞ୍ଚଳର ୧୧୭ ଲୋକ ସଭା ଆସନରେ ୬୭% ମତଦାତା ସେମାନଙ୍କ…

ଶ୍ରୀଲଙ୍କା ବିସ୍ଫୋରଣ: ଦୁଇ ବିସ୍ଫୋରଣକାରୀ କୋଟିପତି ବ୍ୟବସାୟୀଙ୍କ ପୁଅ

ନୂଆଦିଲ୍ଲୀ,୨୪ା୪: ଶ୍ରୀଲଙ୍କା ବିସ୍ଫୋରଣ ପଛରେ ଥିବା ଦୁଇ ଆତ୍ମଘାତୀ ବିସ୍ଫୋରଣକାରୀଙ୍କ ସମ୍ପର୍କରେ ସୂଚନା ମିଳିଛି। ଏହି ଦୁଇଜଣ କୋଟିପତି ବ୍ୟବସାୟୀ ମହମ୍ମଦ ୟୁସୁଫ ଇବ୍ରାହିମଙ୍କ ପୁଅ ବୋଲି ଜଣାପଡିଛି। ଶ୍ରୀଲଙ୍କାରେ ଜଣାଶୁଣା ମସଲା ବ୍ୟବସାୟୀ ତଥା ବାମପନ୍ଥୀ ଜନତା ବିମୁକ୍ତି ପେରାମୁନା…

ସିଜେଆଇଙ୍କୁ ଫସାଇବା ଲାଗି ଯଚାଯାଇଥିଲା ଦେଢ଼କୋଟି

ନୂଆଦିଲ୍ଲୀ,୨୪ା୪: ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ବିରୋଧରେ ମିଥ୍ୟା ଯୌନ ବ୍ୟଭିଚାର ମାମଲା ରୁଜୁ କରିବା ଲାଗି ଅଜୟ ନାମକ ଜଣେ ବ୍ୟକ୍ତି ଦେଢ଼ କୋଟି ଟଙ୍କା ଯାଚିଥିଲେ ବୋଲି ଓକିଲ ଉତ୍ସବ ବେନ୍ସ ଦାବି କରିଛନ୍ତି। ଏହି ଘଟଣା…

ବିଲ୍‌କିସ ବାନୋଙ୍କୁ ୫୦ ଲକ୍ଷ କ୍ଷତିପୂରଣ ଦିଅ: ଗୁଜରାଟ ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୪ା୪: ଗୁଜରାଟରେ ୨୦୦୨ ଦଙ୍ଗାବେଳେ ଗଣବଳାତ୍କାରର ଶିକାର ହୋଇଥିବା  ବିଲ୍‌କିସ ବାନୋଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଓ ଚାକିରି ସହ ରହିବାର ସୁବିଧା ଯୋଗାଇଦେବା ଲାଗି ସୁପ୍ରିମକୋର୍ଟ ଗୁଜରାଟ ସରକାରଙ୍କୁ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି। ଗୁଜରାଟ ସରକାର ଏହି ମାମଲାରେ…

ନିଜ ଜୀବନକୁ ବାଜି ଲଗାଇ ୩ ଜୀବନ ବଞ୍ଚାଇଲେ ସୁରକ୍ଷାକର୍ମୀ

ନୂଆଦିଲ୍ଲୀ,୨୩।୪: ରେଲଓ୍ବେ ସୁରକ୍ଷାକର୍ମୀ ନିଜର ମୃତ୍ୟୁ ପୂର୍ବରୁ ମାନବିକତାର ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଦିଲ୍ଲୀର ଆଜାଦପୁର ଅଞ୍ଚଳରେ ଜଣେ ସୁରକ୍ଷାକର୍ମୀ ୩ଜଣଙ୍କ ଜୀବନ ବଞ୍ଚାଇବା ପାଇଁ ନିଜର ଜୀବନକୁ ବାଜି ଲଗାଇଦେଇଛନ୍ତି। ସୂଚନାଯୋଗ୍ୟ, କନ୍‌ଷ୍ଟେବଳ ଜଗବୀର ସିଂହ ରାଣା(୫୦)ଙ୍କ ସୋମବାର…

୨୦୦୨ ଦଙ୍ଗାର ଶିକାର ହୋଇଥିବା ବିଲକିସ ବାନୋଙ୍କୁ ମିଳିବ ୫୦ଲକ୍ଷ ଟଙ୍କା ସହାୟତା

ନୂଆଦିଲ୍ଲୀ,୨୩।୪: ୨୦୦୨ ଗୁଜରାଟ ଦଙ୍ଗାର ଶିକାର ହୋଇଥିବା ବିଲକିସ ବାନୋଙ୍କୁ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ମଙ୍ଗଳବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ଦଙ୍ଗା ସମୟରେ ବିଲକିସ ବାନୋଙ୍କୁ ଗଣବଳାତ୍କାର ସହ ତାଙ୍କ ପରିବାରକୁ…

ଅଧିକ ପରିଶ୍ରମ କରିବା ପାଇଁ ମହାରାଷ୍ଟ୍ରରେ ଗରିବ ମହିଳା ସ୍ବଇଛାରେ ଅପରେଶନ କରୁଛନ୍ତି ଗର୍ଭାଶୟ

ନୂଆଦିଲ୍ଲୀ,୨୩।୪: ମହାରାଷ୍ଟ୍ରରେ ଅଧିକ ଅର୍ଥ ଉପାର୍ଜନ ପାଇଁ ଗରିବ ମହିଳା ନିଜ ଇଛାରେ ଗର୍ଭାଶୟ ବାହାର କରୁଛନ୍ତି। ଏଥି ପାଇଁ ଆବଶ୍ୟକ ହେଉଥିବା ଟଙ୍କା ସେମାନେ ଠିକାଦାରଙ୍କଠାରୁ ନେଉଛନ୍ତି। ପରେ ଠିକାଦାରଙ୍କ ଆଖୁ ଜମିରେ କାମ କରି ଏହାକୁ ସୁଝୁଛନ୍ତି। ସ୍ଥାନୀୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri