Posted inଜାତୀୟ

୧୦% ଇଡବ୍ଲ୍ୟୁଏସ୍‌ କୋଟା: ସାମ୍ବିଧାନିକ ବେଞ୍ଚ୍‌କୁ ପଠାଇବା ପ୍ରସଙ୍ଗ: ସୁପ୍ରିମକୋର୍ଟରେ ରାୟ ସଂରକ୍ଷିତ

ନୂଆଦିଲ୍ଲୀ,୧ା୮: ସମାଜର ଆର୍ଥିକ ଦୁର୍ବଳ ଶ୍ରେଣୀ (ଇଡବ୍ଲ୍ୟୁଏସ୍‌)ଙ୍କ ପାଇଁ ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ଦେବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବାବେଳେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଉକ୍ତ ମାମଲା ସାମ୍ବିଧାନିକ ବେଞ୍ଚ୍‌କୁ ପଠାଯିବ କି ନାହିଁ ତାହା ଉପରେ ସୁପ୍ରିମକୋର୍ଟ ବୁଧବାର ରାୟ ସଂରକ୍ଷିତ ରଖିଛନ୍ତି। ଏବେ ବି ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ପାଖାପାଖି ୨୦ କୋଟି ଲୋକଙ୍କ ଆର୍ଥତ୍କ ବିକାଶ ଉଦ୍ଦେଶ୍ୟରେ ସମ୍ବିଧାନ (୧୦୩ତମ ସଂଶୋଧନ) ଆଇନ, ୨୦୧୯ ଇଡବ୍ଲ୍ୟୁଏସ୍‌ଙ୍କୁ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ସୁବିଧା ପ୍ରଦାନ କରିଥିବା ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳ ଖଣ୍ଡପୀଠଙ୍କୁ ଜଣାଇଥିଲେ। ଜଷ୍ଟିସ୍‌ ଏସ୍‌.ଏ. ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ଆର୍‌. ସୁଭାଷ ରେଡ୍ଡୀ ଏବଂ ବି.ଆର୍‌. ଗଭାଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ଆଇନର ବୈଧତାକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ଏକାଧିକ ଆବେଦନର ଶୁଣାଣି କରିଥିଲେ।
ବିଭିନ୍ନ ବର୍ଗଙ୍କ ଲାଗି ସ୍ଥାନ ସଂରକ୍ଷଣ ସୁବିଧା ୫୦ ପ୍ରତିଶତରୁ ଅଧିକ ହୋଇପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ୧୯୯୩ର ଏକ ରାୟରେ ସ୍ପଷ୍ଟ କରିଥିଲେ। ତେବେ ଇଡବ୍ଲ୍ୟୁଏସ୍‌ଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷଣ ବ୍ୟବସ୍ଥା ୫୦ ପ୍ରତିଶତ ବାହାରେ ହୋଇଥିବାରୁ ଏହାର ବୈଧତାକୁ ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ଚ୍ୟାଲେଞ୍ଜ କରାଯାଇଛି। କୋଟା ସୀମା ୫୦% ଅତିକ୍ରମ କରିଥିବାରୁ ଏହା ସମାନତା ନୀତିର ଉଲ୍ଲଂଘନ କରୁଛି ବୋଲି ବରିଷ୍ଠ ଆଇନଜୀବୀ ରାଜୀବ ଧାଓ୍ବନ ଯୁକ୍ତି ଦର୍ଶାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

କଂଗ୍ରେସ ଶାସନ ସମୟରେ କାହିଁକି ପାକିସ୍ତାନ ଆକ୍ରମଣର ଜବାବ ଦିଆଯାଇ ନ ଥିଲା, କାରଣ କହିଲେ ଶାହା

ନୂଆଦିଲ୍ଲୀ,୨୩।୪: ଲୋକ ସଭା ନିର୍ବାଚନ -୨୦୨୪ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଅଭିଯାନ ଜୋରସୋରରେ ଚାଲିଛି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ମହାରାଷ୍ଟ୍ରର ଆକୋଲା ଠାରେ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ସରିଲା ନିର୍ବାଚନ ପ୍ରଚାର, ଶୁକ୍ରବାର ପଡିବ ଭୋଟ୍‌

ନୂଆଦିଲ୍ଲୀ,୨୩।୪: ଆରମ୍ଭ ହୋଇଯାଇଛି ଦେଶର ସବୁଡାରୁ ମଡ଼ ମହାପର୍ବ ନିର୍ବାଚନ ୨୦୨୪। ତେବେ ଆଜି ୨ୟ ପର୍ଯ୍ୟାୟ ମତଦାନ ପାଇଁ ସରିଛି ପ୍ରଚାର । ଶେଷ...

ଟିକେଟ ବିକୁଛନ୍ତି ତେଜସ୍ବୀ ଯାଦବ: କଂଗ୍ରେସ ନେତା

ବାଲ୍ମିକିନଗର,୨୩।୪: ବିହାରର ବାଲ୍ମିକିନଗରରେ ଥିବା ଗ୍ରାଣ୍ଡ ଆଲାଇନ୍ସରେ ବିଦ୍ରୋହର ସ୍ବର ବୃଦ୍ଧି ପାଇବାରେ ଲାଗିଛି। ତେଜସ୍ବୀ ଯାଦବଙ୍କୁ ପୁଞ୍ଜିପତିମାନଙ୍କୁ ଟିକେଟ ବିକ୍ରି କରୁଥିବା ଅଭିଯୋଗ କରି...

ସବୁଠାରୁ ଧନୀ ପ୍ରାର୍ଥୀ

ନୂଆଦିଲ୍ଲୀ,୨୩।୪: ତେଲୁଗୁ ଦେଶମ ପାର୍ଟିର ଡାକ୍ତର ଚନ୍ଦ୍ର ଶେଖର ପେମାସାନୀ ଗୁଣ୍ଟୁର ଲୋକ ସଭା ଆସନରୁ ଆଜି ପର୍ଯ୍ୟନ୍ତ ଦାଖଲ କରାଯାଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ସବୁଠାରୁ...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ପରିବାରକୁ ଶେଷ କରିବାକୁ ସୁପାରି ଦେଇଥିଲେ ପୁଅ, ହେଲେ ଭୁଲରେ ଅତିଥିଙ୍କୁ ମାରିଲେ କିଲର, ଜାଣନ୍ତୁ ମର୍ଡର ମିଷ୍ଟ୍ରି

ବେଙ୍ଗାଲୁରୁ,୨୩।୪: କର୍ନାଟକର ଜଣେ କାଳିଯୁଗ ପୁଅର ହୃଦୟ ବିଦାରକ କାର୍ଯ୍ୟ ସାମ୍ନାକୁ ଆସିଛି। ତାଙ୍କ ମାତାପିତା ଏବଂ ସାବତ ଭାଇଙ୍କ ହତ୍ୟା ପାଇଁ ସେ ୬୫...

ମୁର୍ଖ ନ ଥିଲେ ନେହେରୁ-ଇନ୍ଦିରା, କାହିଁକି ଏମିତି କହିଲେ ଶାନ୍ତିଶ୍ରୀ ପଣ୍ଡିତ

ନୂଆଦିଲ୍ଲୀ,୨୩।୪: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) କୁଳପତି ପ୍ରଫେସର ଶାନ୍ତିଶ୍ରୀ ପଣ୍ଡିତ କହିଛନ୍ତି ଯେ ଧର୍ମ, ଭାଷା ଏବଂ ‘ଡ୍ରେସ କୋଡ’ରେ ସମାନତା ଦେଶରେ କାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri