Posted inଜାତୀୟ

ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ୩୩କୁ ବୃଦ୍ଧି: କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ,୧ା୮ : କେନ୍ଦ୍ର କ୍ୟାବିନେଟ ବୁଧବାର ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ୩୩କୁ ବୃଦ୍ଧି କରିଛି। ଭାରତର ପ୍ରଧାନ ବିଚାରପତି (ସିଜେଆଇ)ଙ୍କୁ ବାଦ୍‌ ଦେଇ ଏହି ସଂଖ୍ୟା ପୂର୍ବରୁ ୩୦ ଥିବାବେଳେ ଏବେ ଏଥିରେ ଆଉ ୩ ବୃଦ୍ଧି କରାଯାଇଛି। ଏ ସଂକ୍ରାନ୍ତ ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ ମିଳିଥିବା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ସୂଚନା ଦେଇଛନ୍ତି। କ୍ୟାବିନେଟ ବୈଠକ ପରେ ଗଣମାଧ୍ୟମକୁ ଜାଭଡେକର କହିଛନ୍ତି, ସୁପ୍ରିମକୋର୍ଟରେ ସିଜେଆଇଙ୍କ ସମେତ ୩୧ ବିଚାରପତି କାର୍ଯ୍ୟରତ ଅଛନ୍ତି। ବିଚାରପତି ବୃଦ୍ଧି ପାଇଁ ଉଦ୍ଦିଷ୍ଟ ବିଲ୍‌ ପାର୍ଲାମେଣ୍ଟରେ ଗୃହୀତ ହେଲେ ଏହି ସଂଖ୍ୟା ୩୪ (ସିଜେଆଇଙ୍କୁ ମିଶାଇ)କୁ ବୃଦ୍ଧି ପାଇବ। ବିଚାରପତିଙ୍କ ସଂଖ୍ୟା ୨୫ରୁ ୩୦କୁ ବୃଦ୍ଧି କରିବା ପାଇଁ ସୁପ୍ରିମକୋର୍ଟ (ବିଚାରପତିଙ୍କ ସଂଖ୍ୟା) ଆଇନ, ୧୯୫୬ ଶେଷଥର ଲାଗି ୨୦୦୯ରେ ସଂଶୋଧନ ହୋଇଥିଲା। ସିଜେଆଇ ରଞ୍ଜନ ଗୋଗୋଇ ସର୍ବୋଚ୍ଚ ଅଦାଲତରେ ଅଧିକ ସଂଖ୍ୟ ବିଚାରପତିଙ୍କୁ ନିଯୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ। ବିଚାରପତି ନିଯୁକ୍ତିରେ ମନ୍ଥରତା ଯୋଗୁ ବହୁ ମାମଲା ଗଡ଼ୁଛି ବୋଲି ସେ ଦର୍ଶାଇଥିଲେ। ଏହା ପରେ କ୍ୟାବିନେଟ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ପ୍ରକାଶ ଯେ, ସୁପ୍ରିମକୋର୍ଟରେ ୧୧,୫୯,୩୩୧ ମାମଲା ଗଡ଼ୁଛି ବୋଲି ରାଜ୍ୟ ସଭାରେ ଜୁଲାଇରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଆଇନ ମନ୍ତ୍ରଣାଳୟ ପକ୍ଷରୁ ଉତ୍ତର ରଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୀତିନ ନବୀନଙ୍କ ନୂଆ ଟିମ୍‌ରେ କେଉଁ ରାଜ୍ୟରୁ କାହାକୁ ମିଳିଲା ଦାୟିତ୍ୱ: ଜାଣନ୍ତୁ

ନୂଆଦିଲ୍ଲୀ,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨ ବର୍ଷର ବନବାସର ଘଟିଲା ଅନ୍ତ: ସ୍ମୃତିଙ୍କୁ ମିଳିଲା…

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଦ୍ୱାରା ଘୋଷଣା କରାଯାଇଥିବା ନୂତନ ଦଳରେ, ପୂର୍ବତନ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ…

ନୂଆ ଟିମ୍‌ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ନୀତିନ ନବୀନ, କହିଲେ…

ନୂଆଦିଲ୍ଲୀ,୧୭।୮: ନୂଆ ଟିମ୍‌ ଘୋଷଣା କରିବା ପରେ ଭାଜପା ସଭାପତି ନୀତିନ ନବୀନ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସଭାପତି ନବନିଯୁକ୍ତ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

ନୂଆ ଟିମ୍ ଘୋଷଣା କଲେ ନୀତିନ ନବୀନ; କିଏ ଏହି ଦୀପକ ମହସ୍କେ, ଯାହାଙ୍କୁ ମିଳିଲା ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୧୭।୮: ନୀତିନ ନବୀନ ତାଙ୍କ ନୂଆ ଟିମ୍‌ ଘୋଷଣା କରିଛନ୍ତି । ଏଥିରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହୋଇଛି ଦଳର ଆଇଟି ସେଲ୍‌ ମୁଖ୍ୟ ପଦରେ…

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

ଭାଜପାରେ ବଡ଼ ଅଦଳବଦଳ: ସ୍ମୃତି-ବସୁନ୍ଧରାଙ୍କୁ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୧୭।୮: ସଭାପତି ନୀତିନ ନବୀନ ନୂଆ ଟିମ୍‌ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ୧୬…

ଅଷ୍ଟ୍ରେଲିଆକୁ ICC ଦେଲା ବଡ଼ ଦଣ୍ଡ: ବାଂଲାଦେଶଠାରୁ ଶୋଚନୀୟ ପରାଜୟ ପରେ କଙ୍ଗାରୁ ଟିମ୍‌କୁ…

ଆଡ଼ିଲେଡ,୧୭।୮: ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୯ ଉଇକେଟେରେ ପରାସ୍ତ କରି ବାଂଲାଦେଶ ଇତିହାସ ରଚିଥିଲା। ଟେଷ୍ଟ କ୍ରିକେଟ ଇତିହାସରେ ଏହା ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri