ଜାତୀୟ

ନାବାଳିକା ଗଣବଳାତ୍କାର ଓ ହତ୍ୟା ମାମଲା:ଦୋଷୀଙ୍କୁ ମୃତ୍ୟୁ ଦଣ୍ଡାଦେଶ

ନୂଆଦିଲ୍ଲୀ, ୨।୮(ପି.ଟି.):ନାବାଳିକା ଗଣବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ସୁପ୍ରିମକୋର୍ଟ ଅପରାଧୀ ମନୋହରନ୍‌ଙ୍କ ମୃତ୍ୟୁଦଣ୍ଡାଦେଶକୁ ଗୁରୁବାର କାଏମ ରଖିଛନ୍ତି। ୨୦୧୦ରେ କୋଏମ୍ବାଟୁର୍‌ରେ ଜନୈକା ୧୦ ବର୍ଷର ନାବାଳିକାଙ୍କୁ ଗଣବଳାତ୍କାର କରାଯିବା ସହ ତାଙ୍କୁ ଓ ତାଙ୍କ ୭ ବର୍ଷର ସାନଭାଇଙ୍କୁ…

ସ୍ତ୍ରୀଙ୍କୁ ରାଜନୀତିକୁ ଆଣିବାରୁ ଶତ୍ରୁତା

ଲକ୍ଷ୍ନୌ,୨।୮ (ଆଇଏଏନ୍‌ଏସ୍‌):୨୦୧୮ ଏପ୍ରିଲ ୮ରେ ଉନ୍ନାଓ ବଳାତ୍କାର ପୀଡ଼ିତା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରୀ ବାସଭବନ ଆଗରେ ଆମତ୍ଦାହ ଉଦ୍ୟମ କରି ନ ଥିଲେ କୁଲଦୀପ ସିଂ ସେନ୍‌ଗର ଉତ୍ତରପ୍ରଦେଶ ବିଧାନସଭାର ୪୦୩ ବିଧାୟକଙ୍କ ମଧ୍ୟରୁ ଜଣେ ହୋଇ ରହିଯାଇଥାନ୍ତେ। ପ୍ରଥମେ…

ମନ୍ଦିରରେ ଯମରାଜା କରନ୍ତି ସ୍ବର୍ଗ କିମ୍ବା ନର୍କକୁ ଯିବାର ବିଚାର…

ସାଧାରଣରେ ବିଶ୍ୱାସ ରହିଛି ମନ୍ଦିର ବା ଦେବାଦେବୀଙ୍କ ପାଖକୁ ପ୍ରେତାତ୍ମା ଯାଆନ୍ତି ନାହିଁ। ହେଲେ ହିମାଚଳପ୍ରଦେଶର ଚମ୍ବାରେ ରହିଛି ଏଭଳି ମନ୍ଦିର ଯେଉଁଠିକୁ କେବଳ ପ୍ରେତାତ୍ମା ଯାଇଥାନ୍ତି ବୋଲି ଲୋକେ ବିଶ୍ୱାସ କରନ୍ତି॥ ରାଜଧାନୀ ଦିଲ୍ଲୀଠାରୁ ୫ ଶହ କିଲୋମିଟର ଦୂରରେ…

ଅର୍ଶ ଭଲ କରେ ପିଜୁଳି

ପିଜୁଳିକୁ ହିନ୍ଦୀରେ ଅମୃଦ୍‌ ବୋଲି କୁହାଯାଇଥାଏ। କାରଣ ଶରୀର ପାଇଁ ଏହା ଅମୃତ ଭଳି କାମ କରେ। ପିଜୁଳି ଖାଇଲେ ପେଟ ଦରଜ, ଗ୍ୟାସ, ଏସିଡିଟି ଭଳି ସମସ୍ୟା ଦୂର ହୋଇଥାଏ। -କୋଷ୍ଠ କାଠିନ୍ୟ ହେଉଥିଲେ ନିୟମିତ ପିଜୁଳି ଖାଇଲେ ଏହି…

ରାମପୁରରେ ୧୪୪ ଧାରା ଜାରି

ଲକ୍ଷ୍ନୌ, ୧।୮: ରାମପୁର ଏମ୍‌ପି ଆଜମ ଖାନଙ୍କ ପୁଅ ତଥା ଏସପି ବିଧାୟକ ଅବଦୁଲା ଆଜମ ଖାନଙ୍କୁ ପୋଲିସ୍‌ ଅଟକ ରଖିବା ବିରୋଧରେ ଗୁରୁବାର ସମାଜବାଦୀ ପାର୍ଟି (ଏସପି) ପକ୍ଷରୁ ଧାରଣା ଦିଆଯାଇଛି। କାଉଡି ଯାତ୍ରା ଏବଂ ବକରୀ-ଇଦକୁ ଦୃଷ୍ଟିରେ ରଖି…

କୁଳଭୂଷଣ ଯାଦବ ମାମଲା: ଶୁକ୍ରବାର କନସୁଲାର ଆକ୍‌ସେସ୍‌

ଇସଲାମାବାଦ,୧।୮: ଦୀର୍ଘ ବର୍ଷ ଧରି ପାକିସ୍ତାନ ଜେଲରେ ବନ୍ଦୀଥିବା କୁଲଭୂଷଣ ଯାଦବ ମାମଲାକୁ ନେଇ ଏବେ ଭାରତକୁ ସଫଳତା ମିଳିଛି ବୋଲି କୁହାଯାଉଛି। କାରଣ ଯାଦବଙ୍କୁ କନସୁଲାର ଆକ୍‌ସେସ୍‌ ବା ରାଷ୍ଟ୍ରଦୂତ ସଂକ୍ରାନ୍ତ ପ୍ରବେଶ ଲାଗି ଇସଲାମାବାଦ ସରକାର ରାଜି ହୋଇଛନ୍ତି।…

ମୋଦି ଦେଉଛନ୍ତି ୧୫ ଲକ୍ଷ: ଏମିତି ମେସେଜ୍‌ ଦେଖି ପୋଷ୍ଟ ଅଫିସ ସାମ୍ନାରେ ଲାଗିଲା ଲମ୍ବା ଲାଇନ୍‌

ନୂଆଦିଲ୍ଲୀ,୧।୮: ସୋସିଆଲ ମିଡିଆରେ ଭାଇରାଲ ହେଲା ଏକ ମେସେଜ୍‌। ଯେଉଁଥିରେ ଉଲ୍ଲେଖ ଥିଲା ମୋଦି ୧୫ ଲକ୍ଷ ଟଙ୍କା ପଠାଉଛନ୍ତି। ଆଉ ଏହାକୁ ଦେଖିବା ପରେ କେରଳର କିଛି ପୋଷ୍ଟ ଅଫିସରେ ଖାତା ଖୋଲିବାକୁ ଲୋକଙ୍କର ଲମ୍ବା ଲାଇନ୍‌ ଦେଖିବାକୁ ମିଳିଥିଲା।…

ମୃତ୍ୟୁଞ୍ଜୟ ମହାପାତ୍ର ହେଲେ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ:୨୦୨୨ ଅଗଷ୍ଟ ୧୫ ସୁଦ୍ଧା ଦେଶର ସମସ୍ତ ଅଞ୍ଚଳ ହେବ ରାଡାର ପରିସରଭୁକ୍ତ

ନୂଆଦିଲ୍ଲୀ,୧।୮: ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ଭାବେ ଡ. ମୃତ୍ୟୁଞ୍ଜୟ ମହାପାତ୍ର ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଆସନ୍ତା ୫ ବର୍ଷ ପାଇଁ ସେ ଏହି ପଦବୀରେ କାର୍ଯ୍ୟ କରିବେ। ଦାୟିତ୍ୱଗ୍ରହଣ କରି ସେ କହିଛନ୍ତି ଯେ, ୨୦୨୨ ଅଗଷ୍ଟ…

ଉନ୍ନାଓ ବଳାତ୍କାର ଘଟଣାର ୫ ମାମଲା ଦିଲ୍ଲୀ ସ୍ଥାନାନ୍ତର: ୪୫ ଦିନରେ ହେବ ଶୁଣାଣି

ନୂଆଦିଲ୍ଲୀ,୧।୮: ଉନ୍ନାଓ ବଳାତ୍କାର ଘଟଣା ସହ ଜଡିତ ସମସ୍ତ ୫ ମାମଲାକୁ ଉତ୍ତର ପ୍ରଦେଶରୁ ଦିଲ୍ଲୀକୁ ସ୍ଥାନାନ୍ତର କରାଯାଇଛି। ଆସନ୍ତା ୪୫ ଦିନ ମଧ୍ୟରେ ଏହାର ଶୁଣାଣି କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଅନ୍ୟପଟେ ଉନ୍ନାଓ ପୀଡିତଙ୍କ ଦୁର୍ଘଟଣା ମାମଲାର ଯାଞ୍ଚ…

ମୋଦିଙ୍କୁ ଭେଟିଲେ ଓମାର ଅବଦୁଲା: ଅନୁଚ୍ଛେଦ ୩୫-ଏ ସଂଶୋଧନ ନ କରିବାକୁ କଲେ ଦାବି

ନୂଆଦିଲ୍ଲୀ,୧।୮: ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲା ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏହାପରେ ସେ ସୂଚନା ଦେଇଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ରାଜ୍ୟର ସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି। ରାଜ୍ୟର ସ୍ଥିତିକୁ ଦୃଷ୍ଟିରେ ରଖି ପଦକ୍ଷେପ ଗ୍ରହଣ…

ଷ୍ଟେଶନ୍‌ରେ ଏକ୍‌ ପ୍ୟାର୍‌ କା ନଗ୍‌ମା ହୈ ଗୀତ ଗାଉଥିବା ମହିଳାଙ୍କ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ: ଦେଖିଲେଣି ୨ ନିୟୁତରୁ ଅଧିକ ଲୋକ

କୋଲକାତା,୧।୮: ପଶ୍ଚିମବଙ୍ଗର ଜଣେ ମହିଳା ଏବେ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛନ୍ତି। ମହିଳା ଜଣକ ଷ୍ଟେଶନ୍‌ରେ ବସି ଲତା ମଙ୍ଗେସକରଙ୍କ ଦ୍ୱାରା ୧୯୭୨ରେ ଶୋର୍‌ ଦିନ୍ଦୀ ଫିଲ୍ମର ଗୀତ ଏକ୍‌ ପ୍ୟାର୍‌ କା ନଗ୍‌ମା ହୈ ଗୀତ ଗାଉଥିବାର…

ବଡ଼ୋଦରାରେ ପ୍ରବଳ ବର୍ଷା: ରାସ୍ତାରେ ମୋଟର ବୋଟ୍‌; ବେଡ଼୍‌ ରୁମ୍‌ରେ ପାଣି

ଅହମ୍ମଦାବାଦ୍‌,୧।୮: ଗୁଜରାଟ ବଡ଼ୋଦରାରେ ପ୍ରବଳ ବର୍ଷା ଯୋଗୁ ଲୋକେ ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି। ଏଠାରେ ୧୮ ଇଞ୍ଚ ବର୍ଷା ରେକର୍ଡ କରାଯାଇଛି। ପ୍ରବଳ ବର୍ଷା ଯୋଗୁ ରାସ୍ତାରେ ମୋଟର ବୋଟ୍‌ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି। କେତେକ ଲୋକଙ୍କ ଘରେ ପାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?