ଜାତୀୟ

କଂଗ୍ରେସରେ ଚାଲିଛି ମ୍ୟୁଜିକାଲ ଚେୟାର ଖେଳ: ସୋନିଆଙ୍କ ପରେ ରାହୁଲ ଏବେ ପୁଣି ସୋନିଆ; କହିଲେ ସମ୍ବିତ୍‌ ପାତ୍ର

ନୂଆଦିଲ୍ଲୀ,୧୧।୮: କଂଗ୍ରେସ ଦିଗହରା ହୋଇ ଅଧ୍ୟକ୍ଷ ପଦ ପାଇଁ ଯୋଗ୍ୟ ପ୍ରାର୍ଥୀ ଖୋଜି ପାଇପାରୁନି ବୋଲି ଭାଜପା ମୁଖପାତ୍ର ସମ୍ବିତ ପାତ୍ର ରବିବାର କହିଛନ୍ତି। ଦଳରେ ଏବେ ମ୍ୟୁଜିକାଲ ଚେୟାର ଖେଳ ଚାଲିଛି। ପୂର୍ବରୁ ଏହି ପଦବୀରେ ସୋନିଆ ଗାନ୍ଧୀ ଥିଲେ।…

ସୋମବାର ଇଦ୍‌: ଜମ୍ମୁ-କଶ୍ମୀରରେ ଲୋକଙ୍କ ଘର ପାଖରେ ସରକାର ପହଞ୍ଚାଉଛନ୍ତି ପନିପରିବା

ଶ୍ରୀନଗର,୧୧।୮: ସୋମବାର ଇଦ୍‌ ଥିବାରୁ ଜମ୍ମୁ-କଶ୍ମୀରରେ ଲୋକଙ୍କ ସୁବିଧା ପାଇଁ ସରକାର ଲୋକମାନଙ୍କ ଘର ପାଖରେ ପନିପରିବା ପହଞ୍ଚାଉଛନ୍ତି। ଲୋକଙ୍କର ଯେଭଳି କୌଣସି ଅସୁବିଧା ନ ହେବ ସେଥିଲାଗି ସାଢ଼େ ୩ ହଜାର ଦୋକାନ ଖୋଲା ରହିବ ବୋଲି ସରକାରଙ୍କ ପକ୍ଷରୁ…

ମୋଦି-ଶାହଙ୍କ ଯୋଡି ଆଜିର କୃଷ୍ଣ-ଅର୍ଜୁନ: ରଜନୀକାନ୍ତ

ଚେନ୍ନାଇ,୧୧।୮: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ନେଇ ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ ମୋଦି ସରକାରଙ୍କର ଖୁବ୍‌ ପ୍ରଶଂସା କରିଛନ୍ତି। ଏହାକୁ ନେଇ ରଜନୀକାନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଯୋଡିକୁ କୃଷ୍ଣ-ଅର୍ଜୁନଙ୍କ ଯୋଡି ସହ ତୁଳନା କରିଛନ୍ତି।…

ସୌଦିକୁ ଡ୍ରାଇଭର୍‌ ହେବାକୁ ଯାଇଥିବା ଯୁବକ ପାଲଟିଲେ କୋଟିପତି

ଥିରୁଭାନନ୍ତପୁରମ୍‌, ୧୧।୮: କଥାରେ ଅଛି ଭାଗ୍ୟଦେବୀ ପ୍ରସନ୍ନ ହେଲେ ଯୋଗୀ ବି ରାଜା ପାଲଟେ। ଏହା ଜଣେ ଯୁବକଙ୍କ ପାଇଁ ସତ୍ୟରେ ପରିଣତ ହୋଇଛି। ସୌଦିକୁ ଡ୍ରାଇଭର ହେବାକୁ ଯାଇଥିବା କେରଳର ଜଣେ ଯୁବକ ଏବେ କୋଟିପତି ପାଲଟି ଯାଇଛନ୍ତି। ସ୍ଥାନୀୟ…

୫ ମୁଖ୍ୟମନ୍ତ୍ରୀଙ୍କ ସହ ରୁଷ ପହଞ୍ଚିଲେ ଯୋଗୀ

ନୂଆଦିଲ୍ଲୀ,୧୧।୮: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୪ ଦିନିଆ ରୁଷ ଗସ୍ତରେ ଯାଇଛନ୍ତି। ଶନିବାର ସନ୍ଧ୍ୟାରେ ସେ ଯାତ୍ରା ଆରମ୍ଭ କରିଥିବା ବେଳେ ତାଙ୍କ ସହ ମହାରାଷ୍ଟ୍ର, ଗୁଜରାଟ, ହରିୟାଣା, ଗୋଆ ଓ ଆସାମର ମୁଖ୍ୟମନ୍ତ୍ରୀ ମଧ୍ୟ ଅଛନ୍ତି। କେନ୍ଦ୍ରମନ୍ତ୍ରୀ…

ଅନୁଚ୍ଛେଦ ୩୭୦ ଉଚ୍ଛେଦ ବିଲ୍‌ ଆଗତ ସମୟରେ ମନରେ ଥିଲା ଭୟ: ଅମିତ ଶାହ

ଚେନ୍ନାଇ,୧୧।୮: ରାଜ୍ୟ ସଭାରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ବିଲ୍‌ ଆଗତ ସମୟରେ ମନରେ ଭୟ ଥିଲା ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି। ତାମିଲନାଡୁର ଚେନ୍ନାଇରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ଜୀବନୀ ଉପରେ ପ୍ରକାଶିତ ପୁସ୍ତକ ‘ ଲିଶିନିଂ, ଲର୍ଣ୍ଣିଂ…

କନଷ୍ଟେବଳଙ୍କ ସାହସିକତା: ଅଣ୍ଟାଏ ବନ୍ୟା ପାଣିରେ ୨ବାଳିକାଙ୍କୁ ଦେଢ କିଲୋମିଟର କାନ୍ଧରେ ବୋହିଲେ

ଗାନ୍ଧିନଗର,୧୧।୮: ଗୁଜରାଟରେ ବନ୍ୟା ପରିସ୍ଥିତି ଭୟଙ୍କର ରୂପ ଧାରଣ କରିଥିବା ବେଳେ ପ୍ରତିଦିନ ଏଠାକାର ଉଦ୍ଧାରକାରୀ ଦଳଙ୍କର କିଛି ନା କିଛି ହୃଦୟସ୍ପର୍ଶୀ ଫଟୋ ଓ ଭିଡିଓ ଦେଖିବାକୁ ମିଳୁଛି। ଏବେ ମୋରବି ଜିଲା ଟଙ୍କରା ସହରର ଏମିତି ଏକ ଭିଡିଓ…

କଶ୍ମୀରରେ ଡୋଭାଲଙ୍କ ମିଶନ ‘ହୃଦୟ ବିଜୟ’

ଶ୍ରୀନଗର,୧୧।୮: ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ୍‌ ଡୋଭାଲ୍‌ ଏବେ ଜମ୍ମୁ-କଶ୍ମୀରରେ ମିଶନ ‘ହୃଦୟ ବିଜୟ’ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଅନୁଚ୍ଛେଦ ୩୭୦ର ଉଚ୍ଛେଦ ପରେ ସେ ଏଠାରେ ସୁରକ୍ଷା କାର୍ଯ୍ୟ ତଦାରଖରେ ନିୟୋଜିତ ଅଛନ୍ତି। ସ୍ଥାନୀୟ ଲୋକଙ୍କ ସହିତ ମିଶି…

ଗଞ୍ଜେଇ ଗଛ ନଷ୍ଟ ପାଇଁ ମହିଳା ସଂଗଠନ ଭିଡ଼ିଲା ଅଣ୍ଟା

ଶିମଲା,୧୧।୮: ହିମାଚଳପ୍ରଦେଶର ଏକ ମହିଳା ସଂଗଠନ ଗଞ୍ଜେଇ ଗଛ ନଷ୍ଟ ପାଇଁ ଅଣ୍ଟା ଭିଡ଼ିଛି। ରାମପୁର ଭୁଶହାହର ସ୍ଥିତ ଡାକୋଲାଡ୍‌ ଗାଁରେ ଥିବା ମହିଳା ସଂଗଠନ ଏନେଇ ଗାଁରେ ସଚେତନତା ବାର୍ତ୍ତା ପ୍ରସାର କରିବା ସହିତ ଗାଁର ବିଭିନ୍ନ ସ୍ଥାନରେ ଥିବା…

ମୋଦିଙ୍କ ସହ ସେନାଙ୍କ ନିକଟକୁ ହାତ ତିଆରି ରାକ୍ଷୀ ପଠାଇଲେ ଅଜିଭିକା ଏଜୁକେଶନର ମହିଳା

ଡେରାଡୁନ,୧୧।୮: ଉତ୍ତରାଖଣ୍ଡର ଡେରାଡୁନରେ ଥିବା ଅଜିଭିକା ଏଜୁକେଶନର ମହିଳାମାନେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେତେଜଣ କ୍ୟାବିନେଟ ମନ୍ତ୍ରୀ ଓ ସୀମାରେ ଥିବା ସେନାଙ୍କ ନିକଟକୁ ହାତ ତିଆରି ରାକ୍ଷୀ ପଠାଇଛନ୍ତି। ସ୍ବାଧୀନତା ଦିବସ ଥିମ୍‌ ବା ବିଷୟବସ୍ତୁକୁ…

ଭାରତରେ ‘ଆଫଗାନ୍‌ ଆକ୍ରମଣ’ ପାଇଁ ଷଡ଼ଯନ୍ତ୍ର ରଚିଛିି ଆଇଏସ୍‌ଆଇ: ଜୈଶ୍‌ ଓ ଲଶ୍କରକୁ କରିଛି ହାତ ବାରିଶି

ନୂଆଦିଲ୍ଲୀ, ୧୧।୮: ଭାରତରେ ସ୍ବାଧୀନତା ଦିବସ ପୂର୍ବରୁ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଷଡ଼ଯନ୍ତ୍ର ରଚିଛି। ଆଇଏସ୍‌ଆଇ ‘ଆଫଗାନ୍‌ ଆକ୍ରମଣ’ ଲାଗି ପ୍ରସ୍ତୁତି ଆରମ୍ଭ କରିଛି। ଆକ୍ରମଣ ଆଫଗାନିସ୍ତାନର କିଛି ଆତଙ୍କବାଦୀଙ୍କ ଦ୍ୱାରା କରାଯିବାର…

ଅଗଷ୍ଟ ୧୩ରେ ଏନ୍‌ଏଲ୍‌ଏଫ୍‌ଟି ଉଗ୍ରବାଦୀ ସଂଗଠନର ୮୮ ସଦସ୍ୟ କରିବେ ଆତ୍ମ ସମର୍ପଣ

ନୂଆଦିଲ୍ଲୀ/ଅଗରତଲା,୧୧।୮: ଅଗଷ୍ଟ ୧୩ରେ ତ୍ରିପୁରାର ଏନ୍‌ଏଲ୍‌ଏଫ୍‌ଟି ଉଗ୍ରବାଦୀ ସଂଗଠନର ୮୮ ସଦସ୍ୟ ଆତ୍ମ ସମର୍ପଣ କରିବେ। ଏନେଇ କେନ୍ଦ୍ର ସରକାର ଏବଂ ଏନ୍‌ଏଲ୍‌ଏଫ୍‌ଟି ମଧ୍ୟରେ ଶାନ୍ତି ଆଲୋଚନା ହୋଇଛି। ଏହି ଶାନ୍ତି ପ୍ରସ୍ତାବରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଉତ୍ତର-ପୂର୍ବ ଯୁଗ୍ମ ସଚିବ ସତ୍ୟେନ୍ଦ୍ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri