ଜାତୀୟ

ଏନ୍‌ଆର୍‌ସି ବିରୋଧରେ ପ୍ରସ୍ତାବ ଆଣିବେ ମମତା ସରକାର

କୋଲକତା,୪।୯: ଏନ୍‌ଆର୍‌ସି ବିରୋଧରେ ପଶ୍ଚିମବଙ୍ଗ ମମତା ବାନାର୍ଜୀ ସରକାର ଖୁବ୍‌ ଶୀଘ୍ର ଏକ ପ୍ରସ୍ତାବ ଆଣିବାକୁ ଯାଉଛନ୍ତି। ଚଳିତ ସପ୍ତାହରେ ଏହି ପ୍ରସ୍ତାବ ଅଣାଯିବାର ଯୋଜନା ରହିଛି। ଏହା ପୂର୍ବରୁ ମମତା ସମସ୍ତ ବିରୋଧୀ ଦଳଙ୍କୁ ଏକଜୁଟ କରିବା ଲାଗି ଉଦ୍ୟମ…

ଅଗଷ୍ଟ ୫ରୁ ଏପର୍ଯ୍ୟନ୍ତ ଜମ୍ମୁ-କଶ୍ମୀରରେ ୫ ସାଧାରଣ ଜନତାଙ୍କ ମୃତ୍ୟୁ ହୋଇଛି: ସେନା

ଶ୍ରୀନଗର,୪।୯: ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସିତ ଭାଜପା ସରକାର ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ଦେବା ପରେ ସେଠାରେ ପରିସ୍ଥିତିକୁ ଶାନ୍ତ ରଖିବାକୁ ସବୁ ପ୍ରକାର ପ୍ରୟାସ କରାଯାଇଥିଲା। ହେଲେ ଏସବୁ ମଧ୍ୟରେ ବି ଅଗଷ୍ଟ ୫ରୁ ଅର୍ଥାତ୍‌ ପ୍ରାୟ ୩୦ ଦିନ…

କଶ୍ମୀରରେ ହିଂସା ପାଇଁ ଷଡଯନ୍ତ୍ର ରଚୁଥିଲା ପାକିସ୍ତାନ: ସେନା

ଶ୍ରୀନଗର,୪।୯: ଭାରତୀୟ ସେନା ମଙ୍ଗଳବାର ଲସ୍କର-ଇ-ତୋଏବାର ୨ ଆତଙ୍କବାଦୀଙ୍କୁ ଗିରଫ କରିଛି। ଏନେଇ ଚିନାର ସେନାର କମାଣ୍ଡର ଲେଫ୍‌ଟନାଣ୍ଟ ଜେନେରାଲ କେଜେଏସ୍‌ ଧିଲୋନ ଓ ଜମ୍ମୁ-କଶ୍ମୀରର ପୋଲିସ ଏଡିଜି ମୁନୀର ଖାନ ବୁଧବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏମାନଙ୍କୁ…

ସହଯୋଗୀଙ୍କୁ ଚାପୁଡା ମାରିଲେ ସିଦ୍ଧରମୈୟା

ବେଙ୍ଗାଲୁରୁ,୪।୯: କର୍ନାଟକ କଂଗ୍ରେସର ସଙ୍କଟମୋଚକ କୁହାଯାଉଥିବା ଡି.କେ. ଶିବକୁମାରଙ୍କ ଗିରଫ ହେବାପରେ ଦଳକୁ ଶକ୍ତ ଝଟକା ଲାଗିଛି। ଏହି ସମୟରେ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ନିଜର ଜଣେ ସହଯୋଗୀଙ୍କୁ ଚାପୁଡା ମାରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ମହୀଶୂର…

ବାଲାକୋଟ ଏୟାରଷ୍ଟ୍ରାଇକ୍‌ ସଫଳ ହେଲେ ଫୋନ୍‌ରେ ‘ବନ୍ଦର’ କହି ସୂଚନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ଧନଓ୍ବା

ନୂଆଦିଲ୍ଲୀ,୪।୯: ବାଲାକୋଟ୍‌ ଏୟାରଷ୍ଟ୍ରାଇକ୍‌ ନେଇ ଅପରେଶନ୍‌ ପ୍ରମୁଖ ଏୟାର ମାର୍ଶଲ ସି.ହରି କୁମାର କେତେକ ଗୁପ୍ତ ସୂଚନା ଦେଇଛନ୍ତି। ସେ ଦିନ ହରିଙ୍କର ଜନ୍ମ ଦିନ ଥିଲା। ତେବେ ରାତ୍ର ୧୨ଟାରେ ସେ ସ୍ବାଭାବିକ ଭାବେ ସାଙ୍ଗମାନଙ୍କ ସହିତ ଇଣ୍ଡିଆ ଗେଟ୍‌…

ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଅପରେଶନ୍‌ ପାଇଁ ହସ୍ପିଟାଲରେ ଭର୍ତ୍ତି

ଅହମ୍ମଦାବାଦ୍‌,୪।୯: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ଅଚାନକ ଅହମ୍ମଦାବାଦ୍‌ରେ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏକ ଛୋଟ ଅପରେଶନ ଲାଗି ଏପରି କରାଯାଇଥିବା କୁହାଯାଉଛି। ତେବେ ସନ୍ଧ୍ୟା ମଧ୍ୟରେ ତାଙ୍କୁ ଡିସଚାର୍ଜ କରାଯିବ…

ଅଯୋଧ୍ୟା ମାମଲା: ନିର୍ମୋହି ଆଖଡ଼ାକୁ ପୂଜା କରିବା ଅନୁମତି ଥିଲା; ନ ଥିଲା ଜମିର ଅଧିକାର କହିଲେ ମୁସଲମାନ୍‌ ପକ୍ଷ ଆଇନଜୀବୀ

ନୂଆଦିଲ୍ଲୀ,୪।୯: ଅଯୋଧ୍ୟା ମାମଲାର ୧୯ତମ ଦିନର ଶୁଣାଣି ବୁଧବାର ହୋଇଛି। ଏଥିରେ ମୁସଲମାନ୍‌ ପକ୍ଷ ଆଇନଜୀବୀ ରାଜୀବ ଧାଓ୍ବନ ଖଣ୍ଡପୀଠଙ୍କ ସମ୍ମୁଖରେ କହିଛନ୍ତି ଯେ, ୧୮୮୫ ପରଠାରୁ ନିର୍ମୋହି ଆଖଡ଼ା ପାଖରେ ବିବାଦୀୟ ଜମିରେ ପୂଜା କରିବାକୁ ଅନୁମତି ଥିଲା। ତେବେ…

ଗୁରୁଦିବସ ଅବସରରେ ସମ୍ମାନିତ ହେବେ ୪୬ ଶିକ୍ଷକ

ନୂଆଦିଲ୍ଲୀ,୪।୯: ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିନ ସେପ୍ଟେମ୍ବର ୫ରେ ପଡ଼ୁଥିବା ବେଳେ ସମଗ୍ର ଦେଶରେ ଏହି ଦିନକୁ ଗୁରୁ ଦିବସ ଭାବେ ପାଳନ କରାଯାଏ। ଏହି ଦିନ ଛାତ୍ରୀଛାତ୍ରମାନେ ଗୁରୁଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। ଚଳିତ ଗୁରୁଦିବସ ଅବସରରେ ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ…

ବିିହାରରେ ଏନ୍‌ଆର୍‌ସି ଲାଗୁ ନେଇ ଭାଜପା-ଜେଡ଼ିୟୁ ମୁହାଁମୁହିଁ

ପାଟନା,୪।୯: ବିହାରରେ ଏନ୍‌ଆର୍‌ସି ଲାଗୁ ନେଇ ଭାଜପା ଏବଂ ଶାସକ ଜେଡ଼ିୟୁ ମୁହାଁମୁହିଁ ହୋଇଛନ୍ତି। ଭାଜପା ରାଜ୍ୟସଭା ଏମ୍‌ପି ରାକେଶ ସିହ୍ନା ବିହାରର କଟିହାର, ପୂର୍ନିୟା, କିଶନଗଞ୍ଜ୍‌ ଆଦି ଅଞ୍ଚଳରେ ବୃଦ୍ଧି ପାଉଥିବା ଜନସଂଖ୍ୟା ନେଇ ଏନ୍‌ଆର୍‌ସି ଲାଗୁ ଉପରେ ଜୋର୍‌…

ଚାଇନା ବୈଦେଶିକ ମନ୍ତ୍ରୀଙ୍କ ଗସ୍ତକୁ ବାତିଲ କଲା ଭାରତ

ନୂଆଦିଲ୍ଲୀ, ୪।୯: ଚାଇନା ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ୍‌ ୟି ସେପ୍ଟେମ୍ବର ୯ରେ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଏହି ଗସ୍ତକୁ ସ୍ଥଗିତ କରିବାକୁୁ ପରାମର୍ଶ ଦେଇଛି ଭାରତ। ଏହି ଗସ୍ତ କାଳରେ ଓ୍ବାଙ୍ଗ୍‌ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା…

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ରାଜସ୍ଥାନ ହାଇକୋର୍ଟଙ୍କ ଝଟକା: ମିଳିବନି ଆଉ ଆଜୀବନ ସରକାରୀ ସୁବିଧା ସୁଯୋଗ

ଜୟପୁର,୪।୯: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ରାଜସ୍ଥାନ ହାଇକୋର୍ଟଙ୍କ ନିଷ୍ପତ୍ତି ଯୋଗୁ ଏକ ବଡ଼ ଝଟକା ଲାଗିଛି। ଏଣିକି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଆଉ ଆଜୀବନ ବିଭିନ୍ନ ସରକାରୀ ସୁବିଧା ସୁଯୋଗ ମିଳିବନି। ହାଇକୋର୍ଟ ରାଜସ୍ଥାନ ମନ୍ତ୍ରୀ ବେତନ ସଂଶୋଧନ ଅଧିନିୟମ ୨୦୧୭କୁ ଅବୈଧ ଘୋଷିତ…

ଲଗାଣ ବର୍ଷାରେ ବେହାଲ ମାୟାନଗରୀ: ସହରରେ ଆଲର୍ଟ, ସ୍କୁଲ, କଲେଜ ବନ୍ଦ

ମୁମ୍ବାଇ,୪।୯: ମୁମ୍ବାଇ ଓ ଆଖପାଖ ଜିଲାରେ ମଙ୍ଗଳବାର ଲଗାତାର ବର୍ଷା ଯୋଗୁ ସହରର ବିଭିନ୍ନ ସ୍ଥାନ ଜଳାର୍ଣ୍ଣବ ହୋଇଯାଇଛି। ମୁମ୍ବାଇର କିଙ୍ଗ୍‌ ସର୍କିଲ ଓ ଗାନ୍ଧୀ ମାର୍କେଟ ଅଞ୍ଚଳରେ ରାସ୍ତା ଉପରେ ପାଣି ଭର୍ତ୍ତି ହୋଇଯାଇଛି। ଫଳରେ ଲୋକମାନଙ୍କୁ ଘରୁ ବାହାରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?