ଜାତୀୟ

କଶ୍ମୀର କେବେ ପାକିସ୍ତାନର ଥିଲା ବୋଲି ପ୍ରଶ୍ନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୨୯।୮: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୁରୁବାର ଲେହ ଗସ୍ତ କରିଛନ୍ତି। ସେଠାରେ ସେ ଏକ ସଭାକୁ ଉଦ୍‌ବୋଧନ ଦେବା ବେଳେ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, କଶ୍ମୀର କେବେ ପାକିସ୍ତାନର ଥିଲା ଯେ ଆଜି ସେ କଶ୍ମୀର ପାଇଁ…

ଏବେ ଆମେ ପାଦରେ ଚାଲୁଛେ କମ୍‌, ଷ୍ଟେପ୍‌ ଗଣୁଛେ ଅଧିକ: ମୋଦି

ନୂଆଦିଲ୍ଲୀ,୨୯।୮: ଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫିଟ୍‌ ଇଣ୍ଡିଆ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ଏବେ ପରିବର୍ତ୍ତିତ ଜୀବନ ଶୈଳୀରେ ବହୁ ଲୋକଙ୍କର ଶାରୀରିକ ଶ୍ରମ କମିବାରେ ଲାଗିଛି। ଫଳରେ ଏବେ…

ମା’-ବାପା ଭଲ ପାଉନାହାନ୍ତି,ଅଭିଯୋଗ ନେଇ ଥାନାରେ ପହଞ୍ଚିଲେ ଭଉଣୀ- ଭାଇ

ଗାଜିଆବାଦ୍‌,୨୯।୮: ଉତ୍ତରପ୍ରଦେଶ ଗାଜିଆବାଦ୍‌ରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ମା-ବାପା ଭଲ ପାଉନଥିବା ଅଭିଯୋଗ କରି ଥାନାରେ ପହଞ୍ଚିଛନ୍ତି ଭାଇଭଉଣୀ। ପୋଲିସ୍‌ ଅଭିଭାବକଙ୍କୁ କ’ଣ ଦଣ୍ଡ ଦେବ ସେନେଇ ଚିନ୍ତାରେ ପଡିଛି। ଭାଇ-ଭଉଣୀଙ୍କ ଅଭିଯୋଗ ଅନୁଯାୟୀ, ମା-ବାପା ସାନ ଭାଇକୁ…

ଏଜୁକେଶନ ଟୁରିଜମ୍‌ ନୂଆ ସୁଯୋଗ

ଭାରତରେ ଏବେ ୧୦,୩୦୦ରୁ ଊର୍ଦ୍ଧ୍ୱ ଶିକ୍ଷାନୁଷ୍ଠାନ ରହିଥିବା ବେଳେ ଏହି ଶିକ୍ଷାନୁଷ୍ଠାନଗୁଡ଼ିକରେ ୩୮ ଲକ୍ଷରୁ ଅଧିକ ସିଟ୍‌ ରହିଛି। ଇଞ୍ଜିିନିୟରିଂ, ଆର୍କିଟେକ୍ଚର, ମ୍ୟାନେଜମେଣ୍ଟ, ଫାର୍ମାସୀ, ଆର୍ଟ ଆଣ୍ଡ୍‌ କ୍ରାଫ୍ଟ ପରି ବିଷୟରେ ଅତି ବେଶିରେ ୨୦ ଲକ୍ଷ ସିଟ୍‌ରେ ନାମଲେଖା ହେଉଛି।…

ଜାତୀୟ କ୍ରୀଡ଼ା ଦିବସ: ଫିଟ୍‌ ଇଣ୍ଡିଆ ମୁଭମେଣ୍ଟର ଶୁଭାରମ୍ଭ କଲେ ମୋଦି

ନୂଆଦିଲ୍ଲୀ,୨୯।୮: ଜାତୀୟ କ୍ରୀଡ଼ା ଦିବସ ଅବସରରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫିଟ୍‌ ଇଣ୍ଡିଆ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ମୋଦି ଏହାର ଶୁଭାରମ୍ଭ କରିଛନ୍ତି। ଏଥିରେ କ୍ରୀଡ଼ା ଜଗତ ସହ ବହୁ ସେଲିବ୍ରିଟି ମଧ୍ୟ ଯୋଗ…

ତେଲେଙ୍ଗାନା ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ

ଚଣ୍ଡିଗଡ଼,୨୯।୮: ହରିୟାଣାର ବଲ୍ଲଭଗଡ଼ର ଆସୋଟିଠାରେ ତେଲେଙ୍ଗାନା ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ ଘଟିଛି। ଗୁରୁବାର ସକାଳ ୭ଟା ୪୩ରେ ଏକ୍ସପ୍ରେସ୍‌ର ବ୍ରେକ୍‌ ବାଉଣ୍ଡିଙ୍ଗ୍‌ରେ ନିଆଁ ଲାଗିଥିବା ରେଳବିଭାଗ ପକ୍ଷରୁ କୁହାଯାଇଛି। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ…

ଜମ୍ମୁର ୫ ଜିଲାରେ ମୋବାଇଲ ସେବା ଆରମ୍ଭ

ଜମ୍ମୁ,୨୯।୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ନେଇ ଅଗଷ୍ଟ ୫ରୁ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା। ଏମିତିକି ମୋବାଇଲ୍‌, ଇଣ୍ଟରନେଟ୍‌ ସେବାକୁ ମଧ୍ୟ ବନ୍ଦ କରି ଦିଆଯାଇଥିଲା। ହେଲେ ଗୁରୁବାର ଏଠାରେ ଜମ୍ମୁ ସମେତ ୫ ଜିଲାରେ ମୋବାଇଲ ସେବା…

ଭାରତରେ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର: ଖାଇବର ପାସ୍ତୁନଖ୍ବାରେ ୪୫ ଅଲ୍‌ ବଦର ସଦସ୍ୟଙ୍କୁ ତାଲିମ୍‌ ଦେଉଛି ପାକିସ୍ତାନ

ନୂଆଦିଲ୍ଲୀ,୨୯।୮: ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଷଡ଼ଯନ୍ତ୍ର ଜାରି ରଖିଛି। ଏବେ ଅଲ୍‌ ବଦର ଆତଙ୍କବାଦୀ ସଂଗଠନ ସଦସ୍ୟଙ୍କୁ ପାକିସ୍ତାନ ସୈନ୍ୟ ବାହିନୀ ତାଲିମ୍‌ ଦେବା ଆରମ୍ଭ କରିଛି। ଏଥିପାଇଁ ଖାଇବର ପାସ୍ତୁନଖ୍ବାରେ ଏକ ତାଲିମ୍‌ ଶିବିର ଖୋଲା ଯାଇଛି।…

ଭାରତର ଗ୍ୟାସ ଆଧାରିତ ଅର୍ଥନୀତି, ଅଷ୍ଟ୍ରେଲିଆ ନେବ ଗୁରୁତ୍ୱପୂର୍ଣ୍ଣ ଭୂମିକା: ଧର୍ମେନ୍ଦ୍ର

ନୂଆଦିଲ୍ଲୀ, ୨୯।୮: ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତିରେ ରୂପାନ୍ତରିତ କରିବା ଲାଗି ଅଷ୍ଟ୍ରେଲିଆ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ଅଷ୍ଟ୍ରେଲିଆରୁ ଭାରତକୁ ଏଲ୍‌ଏନ୍‌ଜି ଆମଦାନୀ ବଢିବାର ସମ୍ଭାବନା ସମ୍ପର୍କରେ ଆଲୋଚନା କରି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି।…

ଏସିଡ୍‌ ଆକ୍ରମଣରେ ୨୧ ଗୁରୁତର

ହାଜିପୁର, ୨୯ା୮(ପି.ଟି.): ବିହାରର ବୈଶାଳୀ ଜିଲା ଅନ୍ତର୍ଗତ ଦୌଡ଼ନଗର ଗ୍ରାମରେ ଘରୋଇ କଳିକୁ ନେଇ ଏସିଡ୍‌ ଆକ୍ରମଣ ହୋଇଛି। ଏଥିରେ ୩ ମହିଳାଙ୍କ ସମେତ ୨୧ ଜଣ ଆହତ ହୋଇଛନ୍ତି। ପିଲାକଳିକୁ ନେଇ ଦୁଇ ପରିବାର ମଧ୍ୟରେ ଝଗଡ଼ାରୁ ଏସିଡ୍‌ମାଡ଼ ହୋଇଥିବା…

ମନ୍ତ୍ରୀଗୋଷ୍ଠୀ ଗଠନକୁ ସରକାରଙ୍କ ଖଣ୍ଡନ

ନୂଆଦିଲ୍ଲୀ,୨୯ା୮(ପି.ଟି.): ଜମ୍ମୁ-କଶ୍ମୀର ଏବଂ ଲଦାଖ ଅକ୍ଟୋବର ୩୧ରୁ କେନ୍ଦ୍ରଶାସିତ ଅଞ୍ଚଳ ହେବାକୁ ଯାଉଥିଲାବେଳେ ସେଠାକାର ବିକାଶ, ଅର୍ଥନୀତି, ସାମାଜିକ ପ୍ରସଙ୍ଗଗୁଡିକୁ ଅନୁଧ୍ୟାନ କରିବା ଲାଗି ସରକାର ବୁଧବାର ଏକ ମନ୍ତ୍ରୀଗୋଷ୍ଠୀ ଗଠନ କରିଥିବା ଖବର ପ୍ରକାଶ ପାଇଥିଲା। ପରେ ଏହି ଖବରକୁ…

ବିଏସ୍‌ପି ମୁଖ୍ୟ ଭାବେ ମାୟାବତୀ ପୁନଃ ନିର୍ବାଚିତ

ଲକ୍ଷ୍ନୌ, ୨୯ା୮(ପି.ଟି.): ବହୁଜନ ସମାଜ ପାର୍ଟି(ବିଏସ୍‌ପି)ର ମୁଖ୍ୟ ଭାବେ ପୁଣି ଥରେ ମାୟାବତୀ ବୁଧବାର ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି। ଦଳର କେନ୍ଦ୍ରୀୟ କାର୍ଯ୍ୟକାରୀ କମିଟି ବୈଠକରେ ବରିଷ୍ଠ ନେତାଙ୍କ ସହ ପ୍ରଦେଶ ନେତୃବୃନ୍ଦ ମଧ୍ୟ ଉପସ୍ଥିତ ରହି ତାଙ୍କୁ ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?