ଜାତୀୟ

ସୁଧୁରୁନି ପାକିସ୍ତାନ: ନିୟନ୍ତ୍ରଣ ରେଖାରେ ୨୩୦ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ ପାଇଁ ପ୍ରସ୍ତୁତ

ନୂଆଦିଲ୍ଲୀ,୭।୯: ସୀମାରେ ପାକିସ୍ତାନର କାର୍ଯ୍ୟକଳାପ ଅସହ୍ୟ ହେବାରେ ଲାଗିଛି। ନିୟନ୍ତ୍ରଣ ରେଖାରେ ପାକିସ୍ତାନ ଗୋଇନ୍ଦା ସଂସ୍ଥା ନିର୍ଦ୍ଦେଶରେ ୨୩୦ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି। ତେବେ ପାକିସ୍ତାନର ଏଭଳି ହୀନ ଉଦ୍ଦେଶ୍ୟ ସଫଳ ହେବ ନାହିଁ ବୋଲି…

ଚନ୍ଦ୍ରୟାନ-୨ର ବିଫଳତାରେ ଜୋର୍‌ରେ କାନ୍ଦିଲେ ମନ୍ତ୍ରୀ

ଲକ୍ଷ୍ନୌ,୭।୯: ଭାରତର ବହୁ ପ୍ରତିକ୍ଷିତ ଚନ୍ଦ୍ର ମିଶନ ଚନ୍ଦ୍ରୟାନ-୨ର ବିଫଳତା ନେଇ ଉତ୍ତରପ୍ରଦେଶ ମନ୍ତ୍ରୀ ଜୋର୍‌ରେ କାନ୍ଦି ଉଠିଛନ୍ତି। ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀଙ୍କ ମନ୍ତ୍ରୀ ମୋହସିନ୍‌ ରାଜା ଏକ ସାକ୍ଷାତ୍‌କାରରେ ଏପରି କରିଛନ୍ତି। ମନ୍ତ୍ରୀ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ବଡ଼ ପାଟିରେ…

ମୋଦି ସରକାର ସେପ୍ଟେମ୍ବର ୯ରୁ ବିକିବେ ସୁନା: ଗ୍ରାମ୍‌ ପିଛା ଦର ୩ ହଜାର ୮ଶହ ୯୦

ନୂଆଦିଲ୍ଲୀ,୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ସୁନାରେ ନିବେଶ କରିବା ପାଇଁ ଏକ ଯୋଜନା କରିଛନ୍ତି। ସେପ୍ଟେମ୍ବର ୯ରେ ସରକାର ଗୋଲ୍ଡ ବଣ୍ଡ ସିରିଜ୍‌-୨ର ଆରମ୍ଭ କରିବେ। ଏହା ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ ଜାରି ରହିବ। ଏହି ଯୋଜନାରେ ସୁନା ଦର…

ଶୁଟର ଦାଦିଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବେ ୟୁପି ସରକାର

ଲକ୍ଷ୍ନୌ,୭।୯: ଦେଶର ଶୁଟର ଦାଦି ତଥା ଅନ୍ତରାଷ୍ଟ୍ରୀୟ ଖାତି ସମ୍ପନ୍ନ ବିଶ୍ୱର ସବୁଠାରୁ ବୟସ୍କ ମହିଳା ବନ୍ଧୁକଚାଳିକା ଚନ୍ଦ୍ରୋ ତୋମରଙ୍କର ଦିଲ୍ଲୀସ୍ଥିିତ ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ)ରେ ଚିକିତ୍ସା ଚାଲିଛି। ୮୭ ବର୍ଷୀୟା ଚନ୍ଦ୍ରୋଙ୍କ ଗୋଡରେ ଆଘାତ ହୋଇଥିବା…

୮୦ ବର୍ଷର ଆଇନ ଲଢ଼େଇ ପରେ ତିରୁପତି ଦେବସ୍ଥାନମ୍‌ ଟ୍ରଷ୍ଟକୁ ମିଳିଲା ୧୮୮ ଏକର ଜମି

ତିରୁପତି,୭।୯: ଆନ୍ଧ୍ରପ୍ରଦେଶରେ ଥିବା ତିରୁପତି ତିରୁମାଲା ଦେବସ୍ଥାନମ୍‌ ଟ୍ରଷ୍ଟ୍‌କୁ ୮୦ ବର୍ଷ ଆଇନ ଲଢ଼େଇ ପରେ ସଫଳତା ମିଳିଛି। ଟ୍ରଷ୍ଟକୁ ୧୮୮ ଏକର ଏବଂ ୩୨ ସେଣ୍ଟ୍‌ ଜମିର ମାଲିକାନା ମିଳିଛି। ଏହି ଜମିର ଦାମ୍‌ ହଜାରେ କୋଟି ଟଙ୍କା ହେବ…

ପାକିସ୍ତାନକୁ ଉଜାଗର ରଖିବାକୁ ବାଧ୍ୟ କରିଛି ଚନ୍ଦ୍ରୟାନ-୨

ନୂଆଦିଲ୍ଲୀ,୭।୯: ଭାରତର ଦ୍ୱିତୀୟ ଚନ୍ଦ୍ର ମିଶନ ଚନ୍ଦ୍ରୟାନ-୨ର ଲ୍ୟାଣ୍ଡର ‘ବିକ୍ରମ’ ଶୁକ୍ରବାର ରାତି ୨ଟା ୧୫ ମିନିଟ ସୁଦ୍ଧା ଚନ୍ଦ୍ରପୃଷ୍ଠରେ ପାଦ ଥାପିବାର ଥିଲା। ହେଲେ ଏହି ମିଶନରେ ସଫଳ ହେଲାନି ଭାରତ। ଏହାକୁ ନେଇ ପାକିସ୍ତାନ ମନ୍ତ୍ରୀ ଫୟାଦ ଚୌଧୁରୀ…

ଚନ୍ଦ୍ରୟାନ-୨: ଇସ୍ରୋକୁ ମିଳିଛି ୯୫ ପ୍ରତିଶତ ସଫଳତା

ଶ୍ରୀହରିକୋଟା,୭।୯: ଚନ୍ଦ୍ରୟାନ-୨ ମିଶନ୍‌ରେ ଇସ୍ରୋକୁ ୯୫ ପ୍ରତିଶତ ସଫଳତା ମିଳିଛି। ଲ୍ୟାଣ୍ଡର ବିକ୍ରମ ଅବତରଣ କରିଥିଲେ ଏଥିରେ ଥିବା ରୋଭର ପ୍ରଜ୍ଞା ଚନ୍ଦ୍ରପୃଷ୍ଠର କେତେକ ଫଟୋ ପଠାଇଥାନ୍ତା। ଏହାଦ୍ୱାରା ଚନ୍ଦ୍ରର ପୃଷ୍ଠ ଭାଗ ସମ୍ପର୍କରେରେ କେତେକ ଅଜଣା ତଥ୍ୟ ମିଳିଥାନ୍ତା। ତେବେ…

ଭବିଷ୍ୟତରେ ପ୍ରଧାନମନ୍ତ୍ରୀ ନ ହୋଇ ରାଷ୍ଟ୍ରପତି ହେବାକୁ କାହିଁକି ଚାହୁଁଛନ୍ତି ପ୍ରଶ୍ନ ଛାତ୍ରଙ୍କୁ ପଚାରିଲେ ମୋଦି

ଶ୍ରୀହରିକୋଟା,୭।୯: ଇସ୍ରୋର ଚନ୍ଦ୍ରୟାନ-୨ ମିଶନରେ ଚନ୍ଦ୍ରପୃଷ୍ଠରେ ବିକ୍ରମ ଲ୍ୟାଣ୍ଡରର ଅବତରଣ ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କିଛି ଛାତ୍ରୀଛାତ୍ରଙ୍କ ସହିତ ବାର୍ତ୍ତାଳାପ କରିଥିଲେ। ମୋଦି ଜଣେ ଛାତ୍ରଙ୍କୁ ସେ ଭବିଷ୍ୟତରେ କ’ଣ…

ଷ୍ଟେଶନ୍‌ରେ ଛିଡ଼ାହୋଇଥିବା ଟ୍ରେନ୍‌ରେ ଅଗ୍ନିକାଣ୍ଡ

ପାଟନା,୭।୯: ବିହାର ଦରଭଙ୍ଗା ଷ୍ଟେଶନରେ ଛିଡ଼ା ହୋଇଥିବା ଏକ ଟ୍ରେନ୍‌ରେ ଅଚାନକ ନିଆଁ ଲାଗିଛି। ଶନିବାର ସକାଳେ ଷ୍ଟେଶନରେ ଛିଡ଼ା ହୋଇଥିବା ଦରଭଙ୍ଗା-ଅହମ୍ମଦାବାଦ୍‌ ଏକ୍ସପ୍ରେସ୍‌ରେ ନିଆ ଲାଗିଯାଇଥିଲା। ଟ୍ରେନ୍‌ର ଜେନେରାଲ କୋଚ୍‌ର ସ୍ପେୟାର ବଗିରେ ନିଆଁ ଲାଗିବା ପରେ ଉପସ୍ଥିତ ଲୋକେ…

ତିଲକ ମନ୍ଦିରରେ ପୂଜାକଲେ ମୋଦି

ମୁମ୍ବାଇ,୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ମୁମ୍ବାଇର ଭିଲେ ପାର୍ଲେଠାରେ ଥିବା ଲୋକମାନ୍ୟ ସେବାସଂଘ ତିଲକ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ସୂଚନାଯୋଗ୍ୟ, ମୋଦି ଶନିବାର ସକାଳେ ମୁମ୍ବାଇରେ ପହଞ୍ଚିବା ପରେ ରାଜ୍ୟପାଳ ଭଗତ ସିଂ ଖୋସୟାରୀ ଓ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ…

ସୋପେରରେ ଆତଙ୍କବାଦୀଙ୍କ ଆଖିବୁଜା ଗୁଳି ଚାଳନା: ୨ ବର୍ଷର ଶିଶୁ କନ୍ୟା ସହିତ ୪ ଆହତ

ଶ୍ରୀନଗର,୭।୯: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପାକିସ୍ତାନ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରୁଛି। ଶନିବାର ଉତ୍ତର କଶ୍ମୀରର ସୋପେର ଜିଲାରେ ଆତଙ୍କବାଦୀମାନେ ଆଖିବୁଜା ଗୁଳି ଚାଳନା କରିଛନ୍ତି। ଏଥିରେ ୨ ବର୍ଷର ଶିଶୁକନ୍ୟା ଉସମା ଜାନ୍‌ଙ୍କ…

ଶ୍ରେଣୀଗୃହରେ ଛତା ଧରି ବସିବାକୁ ବାଧ୍ୟ ହେଉଛନ୍ତି ଛାତ୍ରୀଛାତ୍ର

ଘୋରାବନ୍ଧ,୭।୯: ଝାଡଖଣ୍ଡ ଘୋରାବନ୍ଧ ଜିଲାରେ ଏକ ସରକାରୀ ସ୍କୁଲରେ ପିଲାମାନେ ଛତାଧରି ବସିବାକୁ ବାଧ୍ୟ ହେଉଛନ୍ତି। ମୁରେଠାକୁରା ଗାଁରେ ଥିବା ଏହି ସ୍କୁଲରେ ବର୍ଷାହେଲେ ପାଣି ଗଳୁଥିବାରୁ ପିଲାମାନେ ଛତାଧରି ବସିବାକୁ ବାଧ୍ୟ ହେଉଥିବା ପ୍ରକାଶ। ସ୍କୁଲର ଶିକ୍ଷକ ରତିକାନ୍ତ ପ୍ରଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?