ଜାତୀୟ

୩ କୋଟି ପରିବାର ସହ ସମ୍ପର୍କ କରିବ ଭାଜପା

ନୂଆଦିଲ୍ଲୀ,୨୨ା୧୨: ସିଏଏକୁ ନେଇ ଦେଶବ୍ୟାପୀ ବିରୋଧର ସମ୍ମୁଖୀନ ହୋଇଥିବା ଶାସକ ଭାଜପା ଆଗାମୀ ୧୦ ଦିନରେ ୩ କୋଟି ପରିବାର ନିକଟରେ ପହଞ୍ଚତ୍ ଉକ୍ତ ଆଇନ ସମ୍ପର୍କରେ ବୁଝାଇବାକୁ ଯୋଜନା କରିଛି। ସିଏଏକୁ ନେଇ ଲୋକଙ୍କ ମନରେ ରହିଥିବା ଭୁଲ ଧାରଣାକୁ…

ରାଜ୍‌ଘାଟରେ ଧାରଣା ଦେବେ ସୋନିଆ

ନୂଆଦିଲ୍ଲୀ, ୨୨ା୧୨: ସିଏଏକୁ ବିରୋଧ କରି ଦେଶବ୍ୟାପୀ ବିକ୍ଷୋଭ ଜାରି ରହିଥିବାବେଳେ ସୋମବାର ରାଜ୍‌ଘାଟଠାରେ କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ କରାଯିବ। ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ଲୋକଙ୍କ ଅଧିକାର ଓ ସମ୍ବିଧାନର ସୁରକ୍ଷା ଦାବିରେ ପ୍ରତିବାଦ କରାଯିବ ବୋଲି ଜଣାପଡ଼ିଛି।…

ଜେଲ ଗଲେ ଭୀମ୍‌ ଆର୍ମି ମୁଖ୍ୟ

ନୂଆଦିଲ୍ଲୀ, ୨୨ା୧୨(ପି.ଟି.): ସିଏଏକୁ ବିରୋଧ କରି ଦେଶରେ ପ୍ରତିବାଦର ସ୍ବର ବଢ଼ିବାରେ ଲାଗିଥିବାବେଳେ ଶନିବାର ଦିଲ୍ଲୀ ପୋଲିସ ବିକ୍ଷୋଭରତ ଭୀମ୍‌ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ଓ ତାଙ୍କ ସହଯୋଗୀଙ୍କୁ ଜାମା ମସ୍‌ଜିଦ ନିକଟରୁ ଗିରଫ କରିଛି। ତାଙ୍କୁ କୋର୍ଟରେ ହାଜର…

ସିଏଏକୁ ୧୧୦୦ ଶିକ୍ଷାବିତ୍‌ଙ୍କ ସମର୍ଥନ

ନୂଆଦିଲ୍ଲୀ,୨୨ା୧୨(ପି.ଟି.): ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ)କୁ ସମର୍ଥନ କରି ସାରା ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ ତଥା ଦେଶ ବାହାରୁ ୧୧୦୦ ଶିକ୍ଷାବିତ୍‌ ଓ ଗବେଷକ ଏକ ବିବୃତି ଜାରି କରିଛନ୍ତି। ମିଥ୍ୟା ପ୍ରଚାର, ସାମ୍ପ୍ରଦାୟିକତାବାଦ ଓ ବଂଶବାଦର ଫାଶରେ ନ ପଡିବା…

ହିଂସ୍ର ହେଉଛି ସିଏଏ ବିରୋଧୀ ଆନ୍ଦୋଳନ: ୟୁପିରେ ଗଲାଣି ୧୭ ଜୀବନ

ଲକ୍ଷ୍ନୌ,୨୨ା୧୨(ପି.ଟି.): ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ବିରୋଧୀ ଆନ୍ଦୋଳନ ହିଂସ୍ର ହେବାରେ ଲାଗିଛି। ଉତ୍ତରପ୍ରଦେଶରେ ବିକ୍ଷୋଭ ହିଂସାରେ ୩ ଦିନରେ ୧୭ ଜଣଙ୍କ ଜୀବନ ଗଲାଣି। ଶନିବାର ରାମପୁର ସହରରେ ବିକ୍ଷୋଭ ବେଳେ ୨ଜଣ ପ୍ରାଣ ହରାଇଛନ୍ତି। ସେଠାରେ ବିକ୍ଷୋଭକାରୀମାନେ ଗାଡ଼ିମୋଟର…

ନିଲମ ଉପତ୍ୟକାରେ ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନ: ଆତଙ୍କବାଦୀ ଶିବିର ଧ୍ୱଂସ

ନୂଆଦିଲ୍ଲୀ,୨୨ା୧୨: ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ଅନ୍ତର୍ଗତ ନିଲମ ଉପତ୍ୟକାରେ ଭାରତୀୟ ସେନାକୁ ବଡ଼ ସଫଳତା ମିଳିଛି। ସେନା କାର୍ଯ୍ୟାନୁଷ୍ଠାନରେ ଉକ୍ତ ଅଞ୍ଚଳରେ ଥିବା କେତେକ ଆତଙ୍କବାଦୀ ଶିବିର ଧ୍ୱଂସ ହୋଇଛି। ପାକିସ୍ତାନୀ ସୈନ୍ୟଙ୍କ ଅସ୍ତ୍ରବିରତି ଉଲ୍ଲଂଘନର ପାଲଟା ଜବାବ ଦେବାକୁ…

ମୋଦିଙ୍କୁ ଟାର୍ଗେଟ କଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୨୧।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଇଥିବା ବେଳେ ଶନିବାର ଏହାକୁ ନେଇ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ। ସେ କହିଛନ୍ତି ଦେଶରେ ସାଧାରଣ ନାଗରିକଙ୍କ ସ୍ବରକୁ…

କୃଷି ଋଣ ଛାଡ଼ ଘୋଷଣା କଲେ ଉଦ୍ଧବ

ମୁମ୍ବାଇ,୨୧।୧୨: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶନିବାର ବିଧାନସଭାରେ କୃଷକଙ୍କ ଋଣଛାଡ ପାଇଁ ଘୋଷଣା କରିଛନ୍ତି। ଏଥିରେ ୨ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଋଣ ଛାଡ କରାଯିବ। ଏଥିପାଇଁ ସରକାର ସିଧାସଳଖ ବ୍ୟାଙ୍କରେ ଟଙ୍କା ଜମା କରିବେ। ଏହାକୁ ନେଇ ବିରୋଧୀ ଦାବି…

ଏନ୍‌ଆର୍‌ସିକୁ ସମର୍ଥନ କରିବେ ନାହିଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ରାୟପୁର,୨୧।୧୨: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କହିଛନ୍ତି ଯଦି ନ୍ୟାଶନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍ସ(ଏନ୍‌ଆର୍‌ସି) ଲାଗୁ କରାଯାଏ ତେବେ ମୁଁ ପ୍ରଥମ ବ୍ୟକ୍ତି ଭାବେ ଏଥିରେ ଦସ୍ତଖତ କରିବି ନାହିଁ। ସେ କହିଛନ୍ତି ଛତିଶଗଡ଼ରେ ଅଧିକାଂଶ ନାଗରିକ ସେମାନଙ୍କର ନାଗରିକତ୍ୱ ପ୍ରମାଣ…

ଦେଶରେ ସୃଷ୍ଟି ହୋଇଛି ଅଘୋଷିତ ଜରୁରୀକାଳୀନ ସ୍ଥିତି; ମୋଦି ସରକାର ଚଳାଇଛନ୍ତି ତୋଗଲକ ଦରବାର: ସିଦ୍ଧରମେୟା

ବେଙ୍ଗାଲୁରୁ,୨୧।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି କର୍ନାଟକର ପୂର୍ବ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା। ସେ ବେଙ୍ଗାଲୁରୁ ଯିବା ସମୟରେ ତାଙ୍କୁ ପୋଲିସ କମିଶନର ସହରରେ ପ୍ରବେଶ ନ କରିବା ଲାଗି ନୋଟିସ୍‌ ଜାରି କରିଥିଲେ। ଦେଶରେ ଅଘୋଷିତ ଜରୁରୀକାଳୀନ…

ସିଏଏ ନେଇ ପୂର୍ବରୁ ସରକାରଙ୍କୁ କରିଥିଲି ସତର୍କ: ଶରଦ ପାଓ୍ବାର

ନୂଆଦିଲ୍ଲୀ,୨୧।୧୨: ସିଏଏକୁ ବିରୋଧ କରି ଦେଶବ୍ୟାପି ପ୍ରଦର୍ଶନ କରାଯିବା ସହିତ ହିଂସାକାଣ୍ଡ ଜାରି ରହିଛି। ଏନେଇ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ଭାଜପା ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସିଏଏର ପରିଣତି ସମ୍ପର୍କରେ ସେ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ…

ସିଏଏ ବିରୋଧରେ ଟୁଇଟ୍‌ କରି ଅଡ଼ୁଆରେ ଫରହାନ

ମୁମ୍ବାଇ,୨୧।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରିବା ଅଭିନେତା ତଥା ପ୍ରଯୋଜକ ଫରହାନ ଅଖତରଙ୍କୁ ମହଙ୍ଗା ପଡ଼ିଛି। ତେଲଙ୍ଗାନାରେ ତାଙ୍କ ବିରୋଧରେ ଅଭିଯୋଗ କରାଯାଇଥିବା ଜଣାପଡ଼ିଛି। ଏହି ଅଭିଯୋଗ ହିନ୍ଦୁ ସଂଗଠନର ସଂସ୍ଥାପକ ତଥା ହାଇଦ୍ରାବାଦର ଓକିଲ କରୁଣା ସାଗରଙ୍କ ପକ୍ଷରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri