Posted inଜାତୀୟ

ପରୀକ୍ଷାରେ ଭଲ ନମ୍ବର ଆଣିବା ନୁହେଁ ଗୁରୁତ୍ୱପୂର୍ଣ୍ଣ; ବିଫଳତା ପରେ ନ ଅଟକି ଆଗେଇବା ଉଚିତ: ମୋଦି

ନୂଆଦିଲ୍ଲୀ,୨୦।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରୀକ୍ଷାର୍ଥୀଙ୍କ ମାନସିକ ଚାପ ହ୍ରାସ ପାଇଁ ସୋମବାର ‘ପରୀକ୍ଷା ପେ ଚର୍ଚ୍ଚା-୨୦୨୦’ କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରଙ୍କୁ ଭେଟିଛନ୍ତି। ଏହି ଅବସରରେ ସେ ବିଫଳତା ପରେ ନ ଅଟକି ଆଗେଇବା ଲାଗି ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଛନ୍ତି। ଜୀବନରେ ସଫଳତା ସହିତ କେତେକ ସମୟରେ ବିଫଳତା ମଧ୍ୟ ମିଳିଥାଏ। ତେବେ ବିଫଳତା ସମୟରେ ଧର୍ଯ୍ୟ ଧରି ଦୃଢ଼ ମନୋବଳ ନେଇ କାର୍ଯ୍ୟ କରିବା ହିଁ ଆବଶ୍ୟକ। ଚନ୍ଦ୍ରୟାନର ବିଫଳତାରେ ସେ ଶାନ୍ତିରେ ଶୋଇ ପାରି ନ ଥିଲେ। ତେବେ ପରବର୍ତ୍ତି ସମୟରେ ଭବିଷ୍ୟତ କାର୍ଯ୍ୟ ପନ୍ଥା ନେଇ ଚିନ୍ତା କରିବା ଆରମ୍ଭ କରିଥିଲେ। ଜୀବନର ପ୍ରତିଟି କ୍ଷେତ୍ରରେ ମାନସିକ ଅବସାଦଠାରୁ ଦୂରେଇ ରହି କାର୍ଯ୍ୟ କରିବା ଆବଶ୍ୟକ ବୋଲି ମୋଦି ଉପସ୍ଥିତ ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ପରୀକ୍ଷାରେ ଭଲ ନମ୍ବର ଆଣିବା ଗୁରୁତ୍ୱପୂର୍ଣ୍ଣ ନୁହେଁ। ଜୀବନସାରା ପ୍ରତିଟି ସମୟରେ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତେଣୁ ଦୃଢ଼ ମନୋବଳ ନେଇ ଏହାର ସାମନା କରିବା ଆବଶ୍ୟକ ବୋଲି ମୋଦି କହିଛନ୍ତି। ସୂଚନାଯୋଗ୍ୟ, ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର ତୃତୀୟ ସଂସ୍କରଣ ତାଲକଟୋରା ଷ୍ଟାଡ଼ିୟମ୍‌ରେ ଆୟୋଜିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୬ଟି ବିଭାଗର ୮ଟି ବଡ଼ ପ୍ରସ୍ତାବକୁ ଓଡ଼ିଶା କ୍ୟାବିନେଟର ମଞ୍ଜୁରି 

ଭୁବନେଶ୍ୱର, ୧୨/୬ : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ରାଜ୍ୟ କ୍ୟାବିନେଟ ବୈଠକରେ ୬ଟି ବିଭାଗ ପକ୍ଷରୁ ଆଗତ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରି ମିଳିଛି।…

ଭାରତ ପାଇଁ ବାହାରିଲେ ଟ୍ରମ୍ପ, ଇରାନକୁ ସିଧା କହିଦେଲେ…

ଓ୍ୱାଶିଂଟନ,୧୨ା୬: ଉପସାଗରୀୟ ଅଞ୍ଚଳରେ ଯୁଦ୍ଧ ବନ୍ଦ ପାଇଁ ରବିବାର ସୁଦ୍ଧା ଆମେରିକା ଏବଂ ଇରାନ ମଧ୍ୟରେ ବହୁପ୍ରତୀକ୍ଷିତ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷର ହୋଇପାରେ। ଏକ ପାଶ୍ଚାତ୍ୟ ସୂତ୍ର…

TMC ଛାଡିବେ ରଚନା ବାନାର୍ଜୀ! ଦିଦିଙ୍କୁ ବଡ଼ ଝଟ୍‌କା

କୋଲକାତା,୧୨।୬: ଟିଏମସିରେ ଆରମ୍ଭ ହୋଇଥିବା ବିଭାଜନ ଏବେ ବିସ୍ଫୋରକ ରୂପ ନେଇଛି। ଦଳର ୨୦ ଜଣ ଏମ୍ପି ବିଦ୍ରୋହ ଘୋଷଣା କରିଥିବା କୁହାଯାଉଥିଲେ ହେଁ ଏବେ ଗୋଟିଏ…

‘୩୭୦ ଟଙ୍କାର ବିରିୟାନୀ’ ବିବାଦରେ ଫସିଥିବା କମେଡିଆନ ପ୍ରଣିତ ମୋରେ ଗୋଟିଏ ଶୋ’ରୁ କେତେ କମାନ୍ତି? ସମ୍ପତ୍ତି କଥା ଜାଣିଲେ…

ସୋସିଆଲ ମିଡିଆ ଦୁନିଆରେ ରାତାରାତି ପ୍ରସିଦ୍ଧି ପାଇବା ଯେତିକି ସହଜ, ବିବାଦ ଗଳିରେ ଫସିଯିବାର ବିପଦ ମଧ୍ୟ ସେତିକି ଅଧିକ ରହିଥାଏ। ଆଜିକାଲି ଷ୍ଟାଣ୍ଡଅପ କମେଡିଆନ ପ୍ରଣିତ…

ଗ୍ରାମବାସୀଙ୍କ ଦୁଃଖ ଶୁଣିଲେ ବିଧାୟକ, ଭତ୍ତା ସହ ଅନ୍ୟାନ୍ୟ ସମସ୍ୟା ସମାଧାନ ପାଇଁ…

ଗଜପତି,୧୨ା୬(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡ଼ା ଗ୍ରାମରେ ଆୟୋଜିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ଯୋଗଦେଇ ଗ୍ରାମବାସୀଙ୍କ…

ବନ ବିଭାଗରେ ନିୟୋଜିତ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ମହଙ୍ଗା ପଡ଼ିଲା ସରକାରୀ ଗାଡ଼ିରେ ବେସରକାରୀ କାମ

ବଣାଇଁ,୧୨ା୬(ପ୍ରଦୀପ ତ୍ରିପାଠୀ): ରାଜାମୁଣ୍ଡା କୋଇଡା ୫୨୦ ନମ୍ବର ଜାତୀୟ ରାଜପଥର କେ. ବଲାଙ୍ଗ ଥାନା ନିକଟରେ ଗୁରୁବାର ରାତିରେ ହାଇଓ୍ବା ପଛରେ ଏକ ବୋଲେରୋ ପିଟି ହୋଇ…

କାଲି ସକାଳୁ ମାଡ଼ି ଆସୁଛି ବର୍ଷା! ଏସବୁ ଜିଲାକୁ ହାଇ ଆଲର୍ଟ…

ନୂଆଦିଲ୍ଲୀ,୧୨।୬: ଆଇଏମଡି (IMD) ର ସୂଚନା ଅନୁଯାୟୀ, ଜୁନ ୪ ରେ କେରଳରେ ପ୍ରବେଶ କରିବା ପରେ ମୌସୁମୀ ମାତ୍ର ୮ ଦିନ ମଧ୍ୟରେ ୧୭ଟି ରାଜ୍ୟକୁ…

ମମତା ବାନାର୍ଜୀଙ୍କ ବିରୋଧରେFIR; ବଢ଼ିଲା ଅଡୁଆ

କୋଲକାତା,୧୨।୬: କ୍ଷମତା ହରାଇବା ପରଠାରୁ ପଶ୍ଚିମବଙ୍ଗର ପୂର୍ୱତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମସ୍ୟା କ୍ରମାଗତ ଭାବରେ ବଢ଼ିବାରେ ଲାଗିଛି। ସାମ୍ପ୍ରଦାୟିକ ମନ୍ତବ୍ୟ ସମ୍ପର୍କରେ ତାଙ୍କ ବିରୋଧରେ ହ୍ୟାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri