ଜାତୀୟ

ଆସନ୍ତା ବର୍ଷ ନିର୍ମାଣ ହେବ ରାମ ମନ୍ଦିର: ସମ୍ପୂର୍ଣ୍ଣ ହେବାକୁ ଲାଗିପାରେ ୫ ବର୍ଷ

ନୂଆଦିଲ୍ଲୀ,୧୦।୧୧: ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ଏବେ ସମସ୍ତଙ୍କ ନଜର କେବେ ଓ କେମିତି ନିର୍ମାଣ ହେବ ଅଯୋଧ୍ୟାରେ ରାମ ମନ୍ଦିର। ତେବେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୦ରେ ଏହାର…

ଆସ୍ଥାଭୋଟ ବିରୋଧରେ ଯିବ ଏନ୍‌ସିପି

ମୁମ୍ବାଇ,୧୦ା୧୧(ପି.ଟି.): ମହାରାଷ୍ଟ୍ର ବିଧାନସଭାରେ ଯଦି ଆସ୍ଥାଭୋଟ ନିଆଯାଏ ତେବେ ଭାଜପା ବିରୋଧରେ ଏନ୍‌ସିପି ଭୋଟ ଦେବ ବୋଲି ଏହାର ମୁଖପାତ୍ର ନଓ୍ବାବ ମଲିକ୍‌ କହିଛନ୍ତି। ଯଦି ଶିବସେନା ଭାଜପା ବିରୋଧରେ ଭୋଟ ଦିଏ ତେବେ ଏନ୍‌ସିପି ବିକଳ୍ପ ଚିନ୍ତା କରିବ ବୋଲି…

ସରକାର ଗଢ଼ିବାକୁ ଭାଜପାକୁ ରାଜ୍ୟପାଳଙ୍କ ଆମନ୍ତ୍ରଣ

ମୁମ୍ବାଇ,୧୦ା୧୧(ପି.ଟି.): ମହାରାଷ୍ଟ୍ରରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ୧୫ ଦିନ ବିତିଥିଲେ ମଧ୍ୟ ସରକାର ଗଠନ ନେଇ ଅଚଳାବସ୍ଥା ଲାଗି ରହିଛି। ଏକକ ସଂଖ୍ୟାଗରିଷ୍ଠ ଦଳ ଭାଜପା ସରକାର ଗଢ଼ିବାକୁ ଆଗ୍ରହୀ ଏବଂ ସମର୍ଥ କି ନୁହେଁ ତାହା ଜଣାଇବାକୁ ରାଜ୍ୟପାଳ…

ଆସନ୍ତା ସପ୍ତାହରେ ୪ ଗୁରୁତ୍ୱପୂର୍ଣ୍ଣ ରାୟ

ନୂଆଦିଲ୍ଲୀ,୧୦ା୧୧(ପି.ଟି.): ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ୧୭ ତାରିଖରେ ଅବସର ନେବାକୁ ଯାଉଥିଲାବେଳେ ଏହା ପୂର୍ବରୁ ତାଙ୍କ ଖଣ୍ଡପୀଠ ଆସନ୍ତା ସପ୍ତାହରେ ୪ଟି ଗୁରୁତ୍ୱପୂର୍ଣ୍ଣ ମାମଲାରେ ରାୟ ପ୍ରଦାନ କରିବେ। ନରେନ୍ଦ୍ର ମୋଦି ସରକାରଙ୍କ ରାଫାଲ ଯୁଦ୍ଧବିମାନ କିଣିବା ପ୍ରସ୍ତାବକୁ ସୁପ୍ରିମକୋର୍ଟ…

ସାଗରଦ୍ୱୀପ ନିକଟରେ ସ୍ଥଳଭାଗ ଛୁଇଁଲା ବୁଲ୍‌ବୁଲ୍‌

ଭୁବନେଶ୍ୱର, ୧୦।୧୧(ବ୍ୟୁରୋ): ବାତ୍ୟା ‘ବୁଲ୍‌ବୁଲ୍‌’ ଶନିବାର ରାତି ପ୍ରାୟ ୧୧ଟାରେ ପଶ୍ଚିମବଙ୍ଗ ୨୪ପ୍ରଗଣା ଜିଲାର ସାଗରଦ୍ୱୀପ ଏବଂ ବାଂଲାଦେଶର ଖେପପୁରା ମଧ୍ୟରେ ସ୍ଥଳଭାଗ ଛୁଇଁଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିଲୋମିଟର ରହିଥିଲା ବୋଲି ଭାରତୀୟ ପାଣିପାଗ…

ଅଯୋଧ୍ୟା ଯିବେ ଶିବସେନା ମୁଖ୍ୟ

ମୁମ୍ବାଇ,୯।୧୧: ଗୋଟିଏ ପଟେ ମହାରାଷ୍ଟ୍ର ରାଜନୀତିକୁ ନେଇ ଚର୍ଚ୍ଚାରେ ଅଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ। ଅନ୍ୟପଟେ ଶନିବାର ସୁପ୍ରିମକୋର୍ଟ ଅଯୋଧ୍ୟା ଜମି ବିବାଦକୁ ନେଇ ଦେଇଥିବା ରାୟ ଉପରେ ସେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହାକୁ ନେଇ ଉଦ୍ଧବ କହିଛନ୍ତି…

କୋଲକତାରୁ ବନ୍ଦ ହେଲା ବିମାନ ସେବା

କୋଲକତା,୯।୧୧: ବାତ୍ୟା ‘ବୁଲବୁଲ’ ଶନିବାର ପଶ୍ଚିମବଙ୍ଗ ପାର କରି ବାଂଲାଦେଶରେ ଲ୍ୟାଣ୍ଡଫଲ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି। ଏହି ସମୟ ମଧ୍ୟରେ ପଶ୍ଚିମବଙ୍ଗରେ ବର୍ଷା ସହ ପବନ ହେବ ବୋଲି ପୂର୍ବାନୁମାନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି…

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ଭାରତକୁ ଆହୁରି ମଜଭୁତ କରିବ: ରାଜନାଥ

ନୂଆଦିଲ୍ଲୀ,୯।୧୧: ସୁପ୍ରିମକୋର୍ଟ ଶନିବାର ଅଯୋଧ୍ୟା ଜମି ବିବାଦକୁ ନେଇ ଯେଉଁ ରାୟ ଦେଇଛନ୍ତି ତାହା ଐତିହାସିକ ରାୟ ବୋଲି କୁହାଯାଉଛି। କାରଣ ଦୀର୍ଘ ଦଶନ୍ଧି ପରେ ଏମିତି ଏକ ରାୟକୁ ଅପେକ୍ଷା ଥିବା ବେଳେ ଏବେ ଏହାର ଅନ୍ତ ଘଟିଛି। ଏହାକୁ…

ମୈତ୍ରୀପୂର୍ଣ୍ଣ ସମାଧାନକୁ ସ୍ବାଗତ: ରବି ଶଙ୍କର

ନୂଆଦିଲ୍ଲୀ,୯।୧୧: ଅଯୋଧ୍ୟା ମାମଲାର ରାୟକୁ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ସ୍ବାଗତ କରିଛନ୍ତି। ଏହାର ମୈତ୍ରୀପୂର୍ଣ୍ଣ ସମାଧାନ ଦେଶବାସୀଙ୍କ ମଧ୍ୟରେ ଏକତାକୁ ସୁଦୃଢ଼ କରିବ ବୋଲି ସେ କହିଛନ୍ତି। ଏହି ରାୟ ଦ୍ୱାରା ଦୀର୍ଘ ଦିନ ଧରି ଜାରି ରହିଥିବା…

ପଞ୍ଚ ନ୍ୟାୟାଧୀଶ: ଦେଶକୁ ବାନ୍ଧିଲେ ଏକତା ରଜ୍ଜୁରେ

ନୂଆଦିଲ୍ଲୀ,୯।୧୧: ଅଯୋଧ୍ୟାକୁ ନେଇ ଐତିହାସିକ ରାୟ ପ୍ରକାଶ ପାଇଛି। ଦୀର୍ଘ ଦିନ ଧରି ଲାଗିଥିବା ସମସ୍ୟାର ଅନ୍ତ ଘଟିଛି। ଦେଶରେ ପୁଣି ସୃଷ୍ଟି ହୋଇଛି ଶାନ୍ତିର ବାତାବରଣ। ଦେଶବାସୀଙ୍କୁ ଏକତା ରଜ୍ଜୁରେ ବାନ୍ଧିଥିବା ପଞ୍ଚ ନ୍ୟାୟଧୀଶ ସବୁଦିନ ପାଇଁ ଦେଶର ଇତିହାସରେ…

କରତାରପୁର କରିଡର ଉଦ୍‌ଘାଟନ କରି ନିଜକୁ ଭାଗ୍ୟବାନ ବୋଲି କହିଲେ ମୋଦି

ନୂଆଦିଲ୍ଲୀ,୯।୧୧: ଶେଷରେ ଶିଖ ସମ୍ପ୍ରଦାୟର ବହୁ ବର୍ଷର ଆଶା ପୂରଣ ହୋଇଛି। ୫୫୦ ପ୍ରକାଶ ପର୍ବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଐତିହାସିକ କରତାରପୁର କରିଡର ଭେଟି ଦେଇଛନ୍ତି। କାରଣ ଏହାଦ୍ୱାରା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଆଶା ପୂରଣ ହେବ।…

ସୁପ୍ରିମ୍‌କୋର୍ଟ ରାୟକୁ ସ୍ବାଗତ କଲେ ରାହୁଲ-ପ୍ରିୟଙ୍କା-ସୁରଜଓ୍ବାଲା

ନୂଆଦିଲ୍ଲୀ,୯।୧୧: ଐତିହାସିକ ଅଯୋଧ୍ୟା ମାମଲାର ରାୟ ପ୍ରକାଶ ପାଇବା ପରେ ଏହାକୁ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ସ୍ବାଗତ କରିଛନ୍ତି। ଏହା ଦ୍ୱାରା ଦେଶରେ ଏକତା ବୃଦ୍ଧି ପାଇବ ବୋଲି ସେ କହିଛନ୍ତି। ସେହିପରି ସୁପ୍ରିମ୍‌କୋର୍ଟ ରାୟକୁ କଂଗ୍ରେସ ମହାସଚିବ ପ୍ରିୟଙ୍କା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri