ଜାତୀୟ

ଜମ୍ମୁ-କଶ୍ମୀରରେ ଖରାପ ଫିଲ୍ମ ଦେଖିବା ପାଇଁ ବ୍ୟବହୃତ ହେଉଛି ଇଣ୍ଟରନେଟ୍‌: ନୀତି ଆୟୋଗ ସଦସ୍ୟ

ନୂଆଦିଲ୍ଲୀ,୧୯।୧: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରାଯାଇଥିଲା। ଏହା ଦ୍ୱାରା ସ୍ଥାନୀୟ ଅର୍ଥ ବ୍ୟବସ୍ଥା ଉପରେ କୌଣସି ପ୍ରଭାବ ପଡ଼ି ନ ଥିବା ନୀତି ଆୟୋଗ ସଦସ୍ୟ ଭିି.କେ. ସାରସ୍ବତ କହିଛନ୍ତି। ଏଠାରେ ଇଣ୍ଟରନେଟ୍‌ର ବ୍ୟବହାର…

ଦେଶର ଅର୍ଥ ବ୍ୟବସ୍ଥାକୁ ଖରାପ କରିବା ପାଇଁ ମଧ୍ୟ ବୁଦ୍ଧି ଆବଶ୍ୟକ: ସୁବ୍ରମଣ୍ୟମ୍‌ ସ୍ବାମୀ

ନୂଆଦିଲ୍ଲୀ,୧୯।୧: ଦେଶର ଅର୍ଥବ୍ୟବସ୍ଥା ନେଇ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଡ଼ା ସମାଲୋଚନା ଜାରି ରହିଛି। ତେବେ ଭାଜପା ସଦସ୍ୟ ସୁବ୍ରମଣ୍ୟମ୍‌ ସ୍ବାମୀ ଦେଶରେ ଲାଗି ରହିଥିବା ଆର୍ଥିକ ମାନ୍ଦାବସ୍ଥା ନେଇ ସରକାରଙ୍କୁ ବ୍ୟଙ୍ଗ କରିଛନ୍ତି। ସେ…

୬ ବର୍ଷରେ ୩ ହଜାର ୯ଶହ ୨୪ ଶରଣାର୍ଥୀଙ୍କୁ ମିଳିଛି ଭାରତୀୟ ନାଗରିକତ୍ୱ: ଅର୍ଥମନ୍ତ୍ରୀ

ଚେନ୍ନାଇ,୧୯।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଚେନ୍ନାଇରେ ଏକ ସଭାରେ ଯୋଗଦେଇ ସେ କହିଛନ୍ତି ଯେ, ଗତ ୬ ବର୍ଷ ମଧ୍ୟରେ ୩ ହଜାର ୯ଶହ ୨୪ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତ୍ୱ ମିଳିଛି।…

ଦିଲ୍ଲୀ ବିଧାନସଭା ନିର୍ବାଚନ: ଏଏପିର ‘କେଜରିଓ୍ବାଲ ଗ୍ୟାରେଣ୍ଟି କାର୍ଡ’

ନୂଆଦଲ୍ଲୀ,୧୯।୧: ପାଖେଇ ଆସୁଛି ଦିଲ୍ଲୀ ବିଧାନସଭା ନିର୍ବାଚନ। ଏବେ ଏହାକୁ ନେଇ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ସବୁଦଳ ପ୍ରସ୍ତୁତ ହେଉଛନ୍ତି। ଏଠାରେ ଶାସକ ଆମ ଆଦମୀ ପାର୍ଟି(ଏଏପି), ଭାରତୀୟ ଜନତା ପାର୍ଟି(ଭାଜପା) ଓ କଂଗ୍ରେସ ମଧ୍ୟରେ କଡା ଟକ୍କର…

ସୂର୍ଯ୍ୟପରାଗ ଦେଖି ୧୫ ଶିଶୁଙ୍କ ଆଖି ଖରାପ

ଜୟପୁର,୧୯।୧: ଚଷମା ବିନା ଅଥବା ଅନ୍ୟ କୌଣସି ସୁରକ୍ଷା ବ୍ୟବସ୍ଥା ଗ୍ରହଣ ନ କରି ଖାଲି ଆଖିରେ ସୂର୍ଯ୍ୟ ପରାଗ ଦେଖିଥିବା ରାଜସ୍ଥାନର ପ୍ରାୟ ୧୫ଜଣ ଶିଶୁଙ୍କ ଆଖି ୭୦ ପ୍ରତିଶତ ଖରାପ ହୋଇଥିବା ସୂଚନା ମିଳିଛି। ଗତ ଡିସେମ୍ବର ୨୬ରେ…

ଗଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀ ଏନ୍‌ସିଆର୍‌ରେ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ରଚିଛି ଆଇଏସ୍‌ଆଇ: ଗୋଇନ୍ଦା ରିପୋର୍ଟ

ନୂଆଦିଲ୍ଲୀ,୧୯।୧: ଆଗକୁ ଗଣତନ୍ତ୍ର ଦିବସ। ଏହା ପୂର୍ବରୁ ଦିଲ୍ଲୀ ଏନ୍‌ସିଆର୍‌ରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଷଡ଼ଯନ୍ତ୍ର ରଚିଛି। ଅଲ-ବଦ୍ର ଆତଙ୍କବାଦୀ ସଂଗଠନ ସହାୟତାରେ ଏଭଳି ଆକ୍ରମଣ କରିବା ଲାଗି ଆଇଏସ୍‌ଆଇ ବ୍ଲୁପ୍ରିଣ୍ଟ୍‌…

୮ ବର୍ଷରେ ୪୪ ଦୋଷୀଙ୍କ ୩୨ ରାଜକ୍ଷମା ଖାରଜ: ୩ଙ୍କୁ ଦିଆଯାଇଛି ଫାଶୀ

ନୂଆଦିଲ୍ଲୀ,୧୯।୧: ନିର୍ଭୟା ଦୋଷୀଙ୍କୁ ଫାଶୀ କେବେ ଦିଆଯିବ ସେ ନେଇ ସମ୍ପ୍ରତି ଦେଶବ୍ୟାପି ଚର୍ଚ୍ଚା ଜାରି ରହିଛି। ନିର୍ଭୟା ଦୋଷୀଙ୍କ ମଧ୍ୟରୁ ମୁକେଶ ସିଂଙ୍କ ରାଜକ୍ଷମା ଖାରଜ ହୋଇଛି। ତେବେ ଇତିମଧ୍ୟରେ ପଓ୍ବନ ଗୁପ୍ତା ମାମଲା ଦାଏର ସମୟରେ ସେ ନାବାଳକ…

ଜଳ-ଜୀବନ-ସବୁଜିମା ସଚେତନତା: ତିଆରି ହେଲା ୧୬ ହଜାର ୪ଶହ ୪୩ କିମି ମାନବ ଶୃଙ୍ଖଳ

ପାଟନା,୧୯।୧: ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସରକାରଙ୍କ ପକ୍ଷରୁ ରବିବାର ଏକ ନିଆରା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି। ଜଳ-ଜୀବନ-ସବୁଜିମା ସମ୍ପର୍କିତ ସଚେତନତା, ମଦ୍ୟପାନ ତଥା ବାଲ୍ୟ ବିବାହକୁ ବିରୋଧ କରି ରାଜ୍ୟବ୍ୟାପି ୧୬ ହଜାର ୪ଶହ ୪୩ କିମି ମାନବ ଶୃଙ୍ଖଳ…

ମୁମ୍ବାଇ ମାରାଥନରେ ଭାଗ ନେଇଥିବା ପ୍ରତିଯୋଗୀଙ୍କ ହୃଦ୍‌ଘାତରେ ମୃତ୍ୟୁ

ମୁମ୍ବାଇ,୧୯।୧: ରବିବାର ସକାଳେ ଡ୍ରିମ୍‌ ରନ୍‌ ମୁମ୍ବାଇ ମାରାଥନ ଆରମ୍ଭ ହୋଇଥିଲା। ଏଥିରେ ବହୁ ସଂଖ୍ୟାରେ ପ୍ରତିଯୋଗୀ ଭାଗ ନେଇଥିଲେ। ପିଲାଠାରୁ ବୟସ୍କ ସମସ୍ତେ ଉତ୍ସାହର ସହ ଏଥିରେ ଦୌଡୁଥିବା ଦେଖାଯାଇଥିଲା। ଏହି ସମୟରେ ୬୪ ବର୍ଷୀୟ ଜଗାନନ ମାଲଜାଲକରଙ୍କ ହୃଦ୍‌ଘାତରେ…

ର଼୍ୟାମ୍ପ୍‌ରେ ଚାଲିବେ କୁକୁର: ୪୦ ଦେଶୀ-ବିଦେଶୀ ପ୍ରଜାତି ହେବେ ସାମିଲ୍‌

ଜୟପୁର,୧୯।୧: ମଣିଷ ର଼୍ୟାମ୍ପ୍‌ରେ ଚାଲିବା ଜଣା ଅଛି ତେବେ କୁକୁର ଏପରି କରିବା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ବାଭାବିକ। ତେବେ ରାଜସ୍ଥାନ ଜୟପୁରରେ ଏଭଳି ଏକ ନିଆରା ଶୋ ଆୟୋଜିତ ହେବାକୁ ଯାଉଛି। ସ୍ଥାନୀୟ ଦଶହରା ପଡ଼ିଆରେ ରାଜସ୍ଥାନ କେନଲ କ୍ଲବ୍‌…

୪୦ ବର୍ଷର ରେକର୍ଡ ଭାଙ୍ଗିଲା ହିମାଚଳ ପ୍ରଦେଶର ତୁଷାରପାତ

କୁଲୁ,୧୯।୧: ହିମାଚଳ ପ୍ରଦେଶରେ କିଛିଦିନ ହେଲା ତୁଷାରପାତ ସାଧାରଣ ଜୀବନଯାତ୍ରା ଉପରେ ବେଶ୍‌ ପ୍ରଭାବ ପକାଇଛି। କୁହାଯାଉଛି ଏଥରର ତୁଷାରପାତ ଗତ ୪୦ ବର୍ଷର ରେକର୍ଡ ଭାଙ୍ଗିଛି। କାରଣ ୪୦ ବର୍ଷ ପୂର୍ବେ ଜାନୁୟାରୀରେ ଏମିତି ତୁଷାରପାତ ହୋଇଥିଲା। ଏହାପରେ ଜାନୁୟାରୀରେ…

ତେଲେଙ୍ଗାନାରେ ସ୍ବାଇନ ଫ୍ଲୁ ରୋଗୀ

ହାଇଦ୍ରାବାଦ,୧୯।୧: ତେଲେଙ୍ଗାନରେ ଏବେସୁଦ୍ଧା ୧୫୦ ସ୍ବାଇନ ଫ୍ଲୁ ରୋଗୀ ଚିହ୍ନଟ ହୋଇଥିବା କହିଛନ୍ତି ଇନଷ୍ଟିଚ୍ୟୁଟ ଅଫ୍‌ ପ୍ରିଭେନ୍‌ଟିଭ୍‌ ମେଡିସିନର ନିର୍ଦ୍ଦେଶକ ଡାକ୍ତର ଶଙ୍କର। ସେ କହିଛନ୍ତି ପୂର୍ବ ବର୍ଷ ତୁଳନାରେ ଏହା କମ୍‌ ରହିଛି। ହେଲେ ହେଲେ ଆଗାମୀ ଦିନରେ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?