ଜାତୀୟ

ମସଜିଦ୍‌ ପରିସରରେ ବିବାହ କଲେ ହିନ୍ଦୁ ଯୁବତୀ, ମୁଖ୍ୟମନ୍ତ୍ରୀ ଶେୟାର କଲେ ଫଟୋ

କୋଚି,୨୦।୧: କେରଳର ଆଲାପୁଝାରେ ମୁସଲମାନ ସମ୍ପ୍ରଦାୟ ଲୋକେ ମସଜିଦ୍‌ ପରିସରରେ ଜଣେ ହିନ୍ଦୁ ଯୁବତୀଙ୍କ ବିବାହ କରିଛନ୍ତି। ଆଲାପୁଝାର ଚେରୁଭଲ୍ଲୀସ୍ଥିତ ଜୁମା ମସଜିଦ୍‌ରେ ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତିରେ ଏହି ବିବାହ ଅନୁଷ୍ଠିତ ହୋଇଛି। କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଏହି ବିବାହର…

କେଜରିଓ୍ବାଲଙ୍କ ବିରୋଧରେ ଲଢିବାକୁ ଭାଜପା-କଂଗ୍ରେସକୁ ମିଳୁନାହାନ୍ତି ପ୍ରାର୍ଥୀ!

ନୂଆଦିଲ୍ଲୀ,୨୦।୧: ପାଖେଇ ଆସୁଛି ଦିଲ୍ଲୀ ବିଧାନସଭା ନିର୍ବାଚନ। ନୂଆଦିଲ୍ଲୀ ଆସନରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଆମ ଆଦମୀ ପାର୍ଟି(ଏଏପି) ପକ୍ଷରୁ ସୋମବାର ନାମାଙ୍କନ ଦାଖଲ କରିବେ ବୋଲି କୁହାଯାଉଛି। ହେଲେ କେଜରିଓ୍ବାଲଙ୍କ ବିରୋଧରେ ଲଢିବାକୁ ଏପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି(ଭାଜପା) ଅବା…

ଟ୍ରାଫିକ୍‌ ନିୟନ୍ତ୍ରଣ କରିବେ ଘୋଡ଼ା ସବାର ପୋଲିସ

ମୁମ୍ବାଇ, ୨୦।୧: ମୁମ୍ବାଇରେ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ସରକାର ଏକ ନିଆରା ଉଦ୍ୟମ ଆରମ୍ଭ କରିଛନ୍ତି। ୮୮ ବର୍ଷ ପରେ ପୁଣିଥରେ ଘୋଡ଼ା ସବାର ଟ୍ରାଫିକ୍‌ ପୋଲିସଙ୍କୁ ମୁମ୍ବାଇ ରାସ୍ତାରେ ଦେଖିବାକୁ ମିଳିବ। ଶେଷଥର ପାଇଁ ୧୯୩୨ରେ ଘୋଡ଼ା ସବାର ଟ୍ରାଫିକ୍‌…

ଆଜି ‘ପରୀକ୍ଷା ପେ ଚର୍ଚ୍ଚା’

ନୂଆଦିଲ୍ଲୀ,୨୦ା୧(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ ବୋର୍ଡ ଓ ପ୍ରବେଶିକା ପରୀକ୍ଷାକୁ ନେଇ ଛାତ୍ରୀଛାତ୍ର, ଅଭିଭାବକ ଓ ଶିକ୍ଷକମାନଙ୍କ ସହ ସୋମବାର ଆଲୋଚନା କରିବେ। ପିଲାମାନେ କିପରି ସହଜରେ ପରୀକ୍ଷା ଦେଇପାରିବେ ସେ ନେଇ ମୋଦି ତାଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’…

‘ସାମ୍ବିଧାନିକ ଘୋଷଣା ହେଲେ ସିଏଏକୁ ରାଜ୍ୟ ବିରୋଧ କରିବା ସମସ୍ୟା ହେବ’

ନୂଆଦିଲ୍ଲୀ,୨୦ା୧(ପି.ଟି.): ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ପ୍ରତ୍ୟାହାର ପାଇଁ ସଂକଳ୍ପନାମା ଗୃହୀତ କରାଇବା ପ୍ରତି ରାଜ୍ୟ ବିଧାନସଭାର ସାମ୍ବିଧାନିକ ଅଧିକାର। ତେବେ ଯଦି ସୁପ୍ରିମକୋର୍ଟ ଏହି ଆଇନକୁ ସାମ୍ବିଧାନିକ ଘୋଷଣା କରନ୍ତି ତେବେ ଏହାକୁ ବିରୋଧ କରିବା ରାଜ୍ୟଗୁଡ଼ିକ ପାଇଁ ସମସ୍ୟା ହେବ…

ଲୋକଙ୍କ ଅର୍ଥରେ ଆତ୍ମପ୍ରଚାର ମନା

ନୂଆଦିଲ୍ଲୀ, ୨୦।୧: (ଆଇଏଏନ୍‌ଏସ୍‌): ଜନସାଧାରଣଙ୍କ କଷ୍ଟ ଉପାର୍ଜିତ ଧନକୁ ବ୍ୟବହାର କରି ରାଜ୍ୟ ସରକାରଗୁଡ଼ିକ ବିଜ୍ଞାପନ ଜରିଆରେ ଆତ୍ମପ୍ରଚାର କରିପାରିବେ ନାହିଁ। ଶାସକ ଦଳର ନେତାମାନେ ରାଜକୋଷରୁ ଅର୍ଥ ଉଠାଇ ଗଣମାଧ୍ୟମରେ ବିଜ୍ଞାପନ ଦେଉଥିବା ନେଇ ଅଭିଯୋଗ ଆସିବା ପରେ ସୁପ୍ରିମକୋର୍ଟଙ୍କ…

ଶିରିଡ଼ି ବନ୍ଦକୁ ଶିବସେନା ଏମ୍‌ପିଙ୍କ ସମର୍ଥନ

ଶିରିଡ଼ି,୨୦ା୧(ପି.ଟି.): ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ବିବାଦ ପରେ ରବିବାର ମହାରାଷ୍ଟ୍ରର ଶିରିଡ଼ି ସହର ବନ୍ଦ ରହିବା ସହ ଗାଡ଼ିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ତେବେ ମନ୍ଦିର ଖୋଲାରହିବା ସହ ପୂଜା ନୀତି ଚାଲିଥିଲା। ଶିରିଡ଼ି ବନ୍ଦକୁ ଶିବସେନାର ଜଣେ ଏମ୍‌ପି ସମର୍ଥନ…

ସିଏଏ, ଏନ୍‌ଆର୍‌ସି ଭାରତର ଆଭ୍ୟନ୍ତରୀଣ ବ୍ୟାପାର: ଶେଖ ହସିନା

ଦୁବାଇ,୧୯।୧: ନାଗରିକତ୍ୱ ସଂଶୋଧିତ ଆଇନ୍‌(ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା(ଏନ୍‌ଆର୍‌ସି)କୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଉଥିଲାବେଳେ ଏହାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି। ଦେଶ ବାହାରୁ ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟା ଦେଉଛନ୍ତି। ବାଂଲାଦେଶ…

କେଜରିଓ୍ବାଲଙ୍କ ପାଇଁ ଭୋଟ ମାଗିଲେ ପରିବାର

ନୂଆଦିଲ୍ଲୀ, ୧୯।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋରସୋରରେ ଚାଲିଛି। ରବିବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ପାଇଁ ତାଙ୍କ ପରିବାର ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି। ନୂଆଦିଲ୍ଲୀ ବିଧାନସଭା ଆସନରୁ ନିର୍ବାଚନ ଲଢୁଥିବା କେଜରିଓ୍ବାଲଙ୍କ ସ୍ତ୍ରୀ ସୁନୀତା, ଝିଅ ହର୍ଷିତା ଏବଂ…

ମାନବ ଶୃଙ୍ଖଳ ସମୟରେ ଶିକ୍ଷକଙ୍କ ମୃତ୍ୟୁ

ଦରଭଙ୍ଗା,୧୯।୧: ବିହାରର ଦରଭଙ୍ଗାଠାରେ ରବିବାର ଆୟୋଜିତ ମନବ ଶୃଙ୍ଖଳରେ ଯୋଗ ଦେଇଥିବା ଜଣେ ଶିକ୍ଷକଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନାମିଳିଛି। ଦରଭଙ୍ଗା ଜିଲାପାଳ ଥିଆଗରଜନ ଏସ୍‌ଏମ୍‌ ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଜଳ-ଜୀବନ-ସବୁଜିମା ସମ୍ପର୍କିତ ସଚେତନତା, ମଦ୍ୟପାନ ତଥା ବାଲ୍ୟ ବିବାହକୁ…

ଟିକେଟ୍‌ ବଣ୍ଟାକୁ ନେଇ ଭାଜପା କାର୍ଯ୍ୟାଳୟ ସମ୍ମୁଖରେ ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ,୧୯।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ଏବେ ସବୁ ଦଳର ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ବଢିଚାଲିଛି। ନିକଟରେ ଟିକେଟ୍‌ ବଣ୍ଟାକୁ ନେଇ କଂଗ୍ରେସ ସୋନିଆ ଗାନ୍ଧୀଙ୍କ ଘର ସାମ୍ନାରେ ବିରୋଧ ପ୍ରଦର୍ଶନ କରିଥିବା ବେଳେ ରବିବାର ଭାରତୀୟ ଜନତା ପାର୍ଟି(ଭାଜପା)ର…

ଶିରିଡି ବନ୍ଦ: ସୋମବାର ବୈଠକ ଡାକିଲେ ଉଦ୍ଧବ

ମୁମ୍ବାଇ,୧୯।୧: ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଦେଇଥିବା ବୟାନକୁ ବିରୋଧ କରି ରବିବାର ଶିରିଡି ବନ୍ଦ ପାଳନ କରାଯାଇଥିଲା। ଶିରିଡି ରାସ୍ତାରେ ନା ଚାଲିଥିବା ଗାଡି ମଟର ନା ଖୋଲା ଥିଲା ଦୋକାନ ବଜାର। ବନ୍ଦ ଶାନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?