Posted inଜାତୀୟ

ଏଆଇସିସିରୁ ପ୍ରଶିକ୍ଷଣ ନେବେ ୩୩ ସାଙ୍ଗଠନିକ ଜିଲାର ଯୁବକ

ଭୁବନେଶ୍ୱର,୨୦।୧(ବ୍ୟୁରୋ): ରାଜ୍ୟ କଂଗ୍ରେସର ସାଙ୍ଗଠନିକ ରୂପରେଖ ସମ୍ପୂର୍ଣ୍ଣ ପରିବର୍ତ୍ତନ କରାଯିବ। ଜିଲା କମିଟି, ପ୍ରଦେଶ କଂଗ୍ରେସ କମିଟି ଆଦିର ପୁନର୍ଗଠନ ହେବ। ଏଥିଲାଗି ବିଶେଷ ସମୟ ମଧ୍ୟ ଲାଗିବ ନାହିଁ ଖୁବ୍‌ଶୀଘ୍ର ହେବ ବୋଲି ଦଳର ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ ନିକଟରେ ଏକ ଖବରଦାତା ସମ୍ମିଳନୀ କରି ସୂଚନା ଦେଇଛନ୍ତି। ଏହାସହ ସେ ଆହୁରି କହିଛନ୍ତି ଯେ, ଏଥର ୪୦ରୁ ୫୦ବର୍ଷ ବୟସର ନେତାଙ୍କୁ ବିଶେଷଭାବେ ଜିଲା ସଭାପତି ପଦରେ ଅବତରଣ କରାଯିବ। ଯେଉଁ ଯୁବକମାନେ କିଛି କରିବା ପାଇଁ ଇଚ୍ଛା କରୁଥିବେ ସେମାନଙ୍କୁ ବିଶେଷ ପ୍ରାଧାନ୍ୟ ଦିଆଯିବା ସହିତ ଦଳ ତରଫରୁ ଏକ ଟ୍ୟାଲେଣ୍ଟ ସର୍ଚ୍ଚ କାର୍ଯ୍ୟକ୍ରମ ହେବ ବୋଲି ସେ କହିଥିଲେ। ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ଯବଗୋଷ୍ଠୀକୁ ଦଳରେ ବିଶେଷ ପ୍ରାଧାନ୍ୟ ଦେବା ପାଇଁ ଏକ କାର୍ଯ୍ୟକ୍ରମ ହେବାକୁ ସ୍ଥିର ହୋଇଛି। ଜିଲାସ୍ତରରୁ ଯୁବକମାନଙ୍କୁ ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ଏକ ପ୍ରଶିକ୍ଷଣ ଦେବ। ଏଥିପାଇଁ ପ୍ରତ୍ୟେକ ଜିଲାରୁ ଜଣେ ଲେଖା ଅର୍ଥାତ୍‌ ୩୩ ସାଙ୍ଗଠନିକ ଜିଲାରୁ ଜଣେ ଲେଖା ଏଆଇସିସି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାପରେ ସେହି ଯୁବଗୋଷ୍ଠୀ ପ୍ରଶିକ୍ଷଣରୁ ଫେରିବାପରେ ଗ୍ରାମାଞ୍ଚଳସ୍ତରର ଯୁବକଙ୍କୁ ଏଆଇସିସି ପକ୍ଷରୁ ଦିଆଯିବା ମନ୍ତ୍ରକୁ ବୁଝାଇବେ ବୋଲି ପଟ୍ଟନାୟକ କହିଛନ୍ତି। ତେବେ ଦଳରେ ଯୁବକଙ୍କୁ ପ୍ରାଧାନ୍ୟ ଦିଆଯିବା ଘଟଣାକୁ କିନ୍ତୁ ବହୁ ନେତା ସମାଲୋଚନା କରିଛନ୍ତି। କେତେଜଣ ବରିଷ୍ଠ ନେତା କହିଛନ୍ତି, ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ଅଧିକାଂଶ ଯୁବକଙ୍କୁ ଟିକେଟ ଦିଆଯିବ ବୋଲି ପିସିସି ସଭାପତି କହିଥିଲେ। ମାତ୍ର ବାସ୍ତବରେ ଓଲଟା ହେଲା, ଯୁବକଙ୍କୁ ଟିକେଟ ମିଳିବା କ୍ଷେତ୍ରରେ ପାତରଅନ୍ତର କରାଗଲା। ତେବେ ପୂର୍ବତନ ଛାତ୍ର କଂଗ୍ରେସ ଆବାହକ ଇତିଶ ପ୍ରଧାନ କହିଛନ୍ତି, ଯଦି ଯୁବକଙ୍କୁ ପ୍ରାଧାନ୍ୟ ଦେବା କଥା ଉଠୁଛି ତେବେ ପିସିସି ସଭାପତି ମଧ୍ୟ ଜଣେ ଯୁବକ ହେବା ଦରକାର। ଯେଉଁ ଯୁବ ନେତୃତ୍ୱ ରାଜ୍ୟସାରା ବୁଲି ଦଳର ସଙ୍ଗଠନ ବନାଇଥିବ ସେ ହିଁ ଜାଣିଥିବେ କେଉଁ ଜିଲାରେ ପ୍ରକୃତ ଯୁବକମାନେ କାର୍ଯ୍ୟ କରୁଛନ୍ତି। ଏଠି ବେପାରୀମାନଙ୍କ ପୁଅଙ୍କୁ ଥଇତାନ କରିବାକୁ ଲକ୍ଷ୍ୟ ରଖାଯାଉଛି। ଯେଉଁ ଛାତ୍ର, ଯୁବ ନେତାମାନେ ଦଳ ପାଇଁ ଖଟୁଛନ୍ତି ସେମାନଙ୍କୁ ବିଦା କରାଯାଉଛି। ତେଣୁ ଯୁବକଙ୍କୁ ପ୍ରାଧାନ୍ୟ ଜଣେ ଯୁବ ନେତୃତ୍ୱ ଦେଇପାରିବେ ବରିଷ୍ଠ ନୁହନ୍ତି ବୋଲି ଇତିଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଟିକେଟ ନ ମିଳିବାରୁ ୧୨ ଘଣ୍ଟା ରାଜପଥ ବନ୍ଦ

ଭୋପାଳ,୧୧ା୭: ମଧ୍ୟପ୍ରଦେଶର ଡାଟିଆ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଭାଜପା ପକ୍ଷରୁ ଶୁକ୍ରବାର ଆଶୁତୋଷ ତିଓ୍ବାରୀଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ନିର୍ବାଚନ…

ଇରାନ ଯୁଦ୍ଧ ସମୟରେ ଭାରତୀୟ ନୌସେନା କରିଥିଲା ଶକ୍ତି ପ୍ରଦର୍ଶନ; ୧୮ଟି ଜାହାଜକୁ ସୁରକ୍ଷିତ ଭାରତକୁ ନେଇଆସିଥିଲା

ନୂଆଦିଲ୍ଲୀ,୧୧।୭: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର (୧୧ ଜୁଲାଇ) କହିଛନ୍ତି ଯେ ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମୟରେ, ଭାରତୀୟ ନୌସେନା ପ୍ରାୟ ୯,୦୦୦ କୋଟି ଟଙ୍କାର ମାଲ…

ଭାରତୀୟ ନୌସେନାରେ ସାମିଲ ହେଲା INS ମହେନ୍ଦ୍ରଗିରି, ଓଡ଼ିଶାକୁ ପ୍ରଶଂସା କଲେ ରାଜନାଥ

ବିଶାଖାପାଟଣା,୧୧।୭: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶନିବାର ବିଶାଖାପାଟଣା ଡକୟାର୍ଡରେ ପ୍ରାୟ ୭୫ ପ୍ରତିଶତ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧଜାହାଜ INS ମହେନ୍ଦ୍ରଗିରିକୁ ଲୋକାର୍ପିତ କରିଛନ୍ତି।…

ବୁଡ଼ିଗଲା ବୋଟ୍‌, ୧୫ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ

ହାନୋଇ,୧୧ା୭: ଦକ୍ଷିଣ ଭିଏତନାମାର ଫୁ କ୍ୱୋକ୍‌ ଦ୍ୱୀପ ନିକଟରେ ଏକ ସ୍ପିଡ୍‌ ବୋଟ୍‌ ବୁଡ଼ିଯିବାରୁ ଅତି କମ୍‌ରେ ୧୫  ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି ବୋଲି ସ୍ଥାନୀୟ…

ଗୋଟିଏ ମଫଲର ନେଇ ନ୍ୟୁଜିଲାଣ୍ଡ ଯାଇଛନ୍ତି ମୋଦି: ପଛରେ ରହିଛି ରୋଚକ କାହାଣୀ

ନୂଆଦିଲ୍ଲୀ,୧୧।୭: ପ୍ରଧାନମନ୍ତ୍ରୀ ମୋଦି ନ୍ୟୁଜିଲାଣ୍ଡରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଆଜି ୪୦ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ନ୍ୟୁଜିଲାଣ୍ଡ ଗସ୍ତ କରିଛନ୍ତି।…

TMCକୁ ଆଉ ଏକ ଝଟକା! ମମତାଙ୍କ ଠାରୁ ଅଲଗା ହେବାକୁ ଯାଉଛନ୍ତି ଅନୁବ୍ରତ ମଣ୍ଡଳ

କୋଲକାତା,୧୧।୭: ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ବୋଲି ବିବେଚିତ ଅନୁବ୍ରତ ମଣ୍ଡଳ ଏବେ ତାଙ୍କଠାରୁ ଅଲଗା ହୋଇ ରୀତାବ୍ରତ ବାନାର୍ଜୀଙ୍କ ଶିବିରରେ ଯୋଗ ଦେଇପାରନ୍ତି।…

ମୋଦି ରହୁଥିବା ହୋଟେଲରେ ପଶିଲେ ବିକ୍ଷୋଭକାରୀ, ଆଉ ତା’ପରେ…

ମେଲ୍‌ବୋର୍ନ,୧୧ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ବୁଧବାର ସେଠାରେ ପହଞ୍ଚତ୍ବାର କିଛି ସମୟ ପରେ ମେଲ୍‌ବୋର୍ନର ଏକ ହୋଟେଲରେ ଜଣେ ଅତି…

ଡ୍ରାଗନର ନୂଆ ଚାଲ: ଚାଇନାର ନଦୀବନ୍ଧ ଭାରତ ପାଇଁ ସାଜିବ କି ବଡ଼ ବିପଦ?

ବେଜିଂ,୧୧ା୭: ତିବ୍ବତର ୟାରଲୁଙ୍ଗ୍‌ ସାଙ୍ଗପୋ ନଦୀରେ ଚାଇନା ବିଶ୍ୱର ସର୍ବବୃହତ ଜଳବିଦ୍ୟୁତ୍‌ ପ୍ରକଳ୍ପ ନିର୍ମାଣ କରୁଥିବାବେଳେ ଉକ୍ତ ନଦୀବନ୍ଧ ପ୍ରତି ପ୍ରାକୃତିକ ବିପଦ ରହିଥିବା ଚାଇନା ସରକାରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri