ସ୍କୁଲ ପିଲାଙ୍କ ଗହଣରେ ଜନ୍ମଦିନ ପାଳିଲେ ପ୍ରିନ୍ସ ଚାର୍ଲସ
ମୁମ୍ବାଇ,୧୪।୧୧: ବ୍ରିଟେନ୍ ରାଜକୁମାର ପ୍ରିନ୍ସ ଚାର୍ଲସ ତାଙ୍କର ୭୧ତମ ଜନ୍ମଦିବସ ଭାରତରେ ପାଳନ କରିଛନ୍ତି। ଭାରତ ଗସ୍ତରେ ଥିବା ପ୍ରିନ୍ସ ଚାର୍ଲସ ମୁମ୍ବାଇଠାରେ ସ୍କୁଲ ପିଲାମାନଙ୍କ ଗହଣରେ ଗୁରୁବାର ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ଏହାସହ ଏହି ଦିବସକୁ ବେଙ୍ଗାଲୁରୁର ଏକ…
ମନ୍ଦିର ନିର୍ମାଣ ପାଇଁ ରାମଜନ୍ମଭୂମି ନ୍ୟାସକୁ ୫୧ ହଜାରର ଚେକ୍ ପ୍ରଦାନ କଲା ଶିହା ଓ୍ବାକଫ୍ ବୋର୍ଡ
ଲକ୍ଷ୍ନୌ,୧୪।୧୧: ଅଯୋଦ୍ଧାରେ ମନ୍ଦିର ନିର୍ମାଣ ପାଇଁ ରାମଜନ୍ମଭୂମି ନ୍ୟାସକୁ ଶିହା ଓ୍ବାକଫ୍ ବୋର୍ଡ ପକ୍ଷରୁ ୫୧ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଛି। ଶିହା ଓ୍ବାକଫ୍ ବୋର୍ଡ ଅଧ୍ୟକ୍ଷ ଓ୍ବସୀମ୍ ରିଜଓ୍ବୀ ଶ୍ରୀରାମଙ୍କୁ ମୁସଲମାନ୍ଙ୍କ ପୂର୍ବଜ ବୋଲି କହିଛନ୍ତି। ରାମମନ୍ଦିର ନିର୍ମାଣକୁ…
ଭାଜପାରେ ଯୋଗଦେଲେ ୧୫ ଅଯୋଗ୍ୟ ଘୋଷିତ ବିଧାୟକ
ବେଙ୍ଗାଲୁରୁ,୧୪।୧୧: କର୍ନାଟକ କଂଗ୍ରେସ ଓ ଜେଡି(ଏସ୍)ର ୧୫ ଅଯୋଗ୍ୟ ଘୋଷିତ ବିଧାୟକ ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି। କର୍ନାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପାଙ୍କ ଉପସ୍ଥିତିରେ ଏମାନେ ଭାଜପା ହାତ ଧରିଛନ୍ତି। ସୂଚନାଯୋଗ୍ୟ, ବିଧାନସଭା ବାଚସ୍ପତି କେଆର୍ ରମେଶ କୁମାରଙ୍କ…
‘ଚୌକିଦାର ଚୋର୍ ହୈ’ ମନ୍ତବ୍ୟ: ରାହୁଲଙ୍କ ନିଃସର୍ତ୍ତ କ୍ଷମାପ୍ରାର୍ଥନା ସୁପ୍ରିମ୍କୋର୍ଟରେ ମଞ୍ଜୁର
ନୂଆଦିଲ୍ଲୀ,୧୪।୧୧: ସୁପ୍ରିମ୍କୋର୍ଟ ଗୁରୁବାର ରାହୁଲ ଗାନ୍ଧୀଙ୍କ ନିଃସର୍ତ୍ତ କ୍ଷମାପ୍ରାର୍ଥନାକୁ ମଞ୍ଜୁର କରିଛନ୍ତି। ସେ ରାଫାଲ୍ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ‘ଚୌକିଦାର ଚୋର୍ ହୈ’ ମନ୍ତବ୍ୟ ଦେଇଥିଲେ। ଏହାକୁ ଶୀର୍ଷ ଅଦାଲତ ମଞ୍ଜୁର କରିବା ସହିତ ରାହୁଲଙ୍କୁ ଭବିଷ୍ୟତରେ ଏଭଳି…
ଏଚ୍ଟିଇଟି ପରୀକ୍ଷା ସମୟରେ ମହିଳାମାନେ ବିନ୍ଦି, ସିନ୍ଦୁର ପିନ୍ଧିବାକୁ ମିଳିଲା ଅନୁମତି
ଫତେହାବାଦ,୧୪।୧୧: ହରିୟାଣା ଟିଚର ଇଲିଜିବିଲିଟି ଟେଷ୍ଟ(ଏଚ୍ଟିଇଟି) ପରୀକ୍ଷାରେ ମହିଳାମାନେ ବିନ୍ଦି ଓ ସିନ୍ଦୁର ପିନ୍ଧି ପାରିବେ ବୋଲି ବୁଧବାର ଫତେହାବାଦ ଡେପୁଟି କମିଶନର ଧିରେନ୍ଦ୍ର ଖରାଗ ଘୋଷଣା କରିଛନ୍ତି। ପୂର୍ବରୁ ମହିଳାମାନଙ୍କୁ ଏସବୁ ବାରଣ କରାଯାଇଥିବା ବେଳେ ଏବେ ପୂର୍ବଭଳି ମୁଦି,…
ମୋଦି ସରକାର ଆଶ୍ୱସ୍ତ: ରାଫାଲର ପୁନର୍ବିଚାର ଆବେଦନ ସୁପ୍ରିମ୍କୋର୍ଟରେ ଖାରଜ
ନୂଆଦିଲ୍ଲୀ,୧୪।୧୧: ରାଫାଲ୍ ଯୁଦ୍ଧ ବିମାନ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଆଶ୍ୱସ୍ତି ମିଳିଛି। ଏହାର ପୁନର୍ବିଚାର ଆବେଦନକୁ ଗୁରୁବାର ସୁପ୍ରିମ୍କୋର୍ଟ ଖାରଜ କରିଛନ୍ତି। ଏହି ମାମଲାରେ ୨୦୧୮ରେ ଶୀର୍ଷ ଅଦାଲତଙ୍କ ରାୟ ଉପରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ସମେତ…
ପଣ୍ଡିତ ନେହେରୁଙ୍କ ଜନ୍ମଦିବସରେ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୪।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିନରେ ଟୁଇଟ୍ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେହିପରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଟୁଇଟ୍ କରି ନେହେରୁଙ୍କ ୧୩୦ତମ ଜନ୍ମଦିବସରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହାସହ…
ବଡ଼ ଖଣ୍ଡପୀଠରେ ସାବରିମାଲା ମାମଲାର ହେବ ବିଚାର: ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ,୧୪।୧୧: ସାବରିମାଲା ମାମଲାର ବିଚାର ଏଣିକି ବଡ଼ ଖଣ୍ଡପୀଠରେ କରାଯିବ ବୋଲି ଗୁରୁବାର ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ବିଚାର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ୫ ଜଣିଆ ଖଣ୍ଡପୀଠରେ କରାଯାଉଥିଲା। ତେବେ ଏହା ୭ ଜଣିଆ ଖଣ୍ଡପୀଠରେ…
ଗଣିତଜ୍ଞ ବଶିଷ୍ଠ ନାରାୟଣ ସିଂଙ୍କ ପରଲୋକ: ଆଇନଷ୍ଟାଇନ୍ଙ୍କ ସିଦ୍ଧାନ୍ତକୁ କରିଥିଲେ ଚ୍ୟାଲେଞ୍ଜ୍
ପାଟନା,୧୪।୧୧: ଗଣିତଜ୍ଞ ବଶିଷ୍ଠ ନାରାୟଣ ସିଂଙ୍କର ଗୁରୁବାର ପରଲୋକ ଘଟିଛି। ପାଟନାରେ ୭୪ ବର୍ଷ ବୟସରେ ସେ ଦେହତ୍ୟାଗ କରିଛନ୍ତି। ଦୀର୍ଘ ୪୦ ବର୍ଷ ଧରି ସେ ମାନସିକ ରୋଗ ସିଜୋଫ୍ରେନିଆରେ ପୀଡ଼ିତ ଥିଲେ। ସେ ଆଇନଷ୍ଟାଇନ୍ଙ୍କ ଆପେକ୍ଷିକ ସିଦ୍ଧାନ୍ତକୁ ଚ୍ୟାଲେଞ୍ଜ୍…
ନଡ଼ା ନ ଜଳାଇବା ଚାଷୀଙ୍କୁ ସରକାର ଦେବେ ୨ହଜାର ୫ଶହ ଟଙ୍କା ପ୍ରୋତ୍ସାହନ ରାଶି
ଚଣ୍ଡିଗଡ଼,୧୪।୧୧: ନଡା ଜଳାଇବାକୁ ନେଇ ପଞ୍ଜାବ ସରକାର ଏବେ ଏକ ବଡ ପଦକ୍ଷେପ ନେଇଛନ୍ତି। ସୁପ୍ରିମକୋର୍ଟର ନିର୍ଦ୍ଦେଶ ପରେ ପଞ୍ଜାବ ସରକାର ଏବେ ନଡ଼ା ନ ଜଳାଉଥିବା ଚାଷୀଙ୍କୁ ଏକର ପିଛା ୨ହଜାର ୫ଶହ ଟଙ୍କା ପ୍ରୋତ୍ସାହନ ରାଶି ଦେବେ ବୋଲି…
ଶିଶୁଦିବସ ଉପଲକ୍ଷେ ସ୍ବତନ୍ତ୍ର ଡୁଡୁଲ କଲା ଗୁଗୁଲ
ନୂଆଦିଲ୍ଲୀ,୧୪।୧୧:ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଆଜି ଜନ୍ମଦିବସ। ଏହି ଦିନଟିକୁ ସାରା ଦେଶରେ ଶିଶୁଦିବସ ଭାବେ ପାଳନ କରାଯାଏ। ୧୮୮୯ ନଭେମ୍ବର ୧୪ରେ ନେହେରୁ ଆହ୍ଲାବାଦରେ ଜନ୍ମଗ୍ରହଣ କରିଥିଲେ। ଛୋଟ ପିଲାଙ୍କୁ ସେ ଅତ୍ୟନ୍ତ ଭଲ ପାଉଥିଲେ। ସେଥିପାଇଁ…
ଜଳବାୟୁ ପରିବର୍ତ୍ତନ ଭାରତୀୟ ଶିଶୁଙ୍କୁ ଅଧିକ ପ୍ରଭାବିତ କରିବ: ରିପୋର୍ଟ
ନୂଆଦିଲ୍ଲୀ,୧୪।୧୧: ଜଳବାୟୁ ପରିବର୍ତ୍ତନ ଆଗାମୀ ଦିନରେ ଭାରତୀୟ ଶିଶୁଙ୍କୁ ଅଧିକ ପ୍ରଭାବିତ କରିବ। ଏନେଇ ଲାନସେଟ୍ ପତ୍ରିକାରେ ଏକ ରିପୋର୍ଟ ପ୍ରକାଶ ପାଇଛି। ସମ୍ପ୍ରତି ଭାରତୀୟ ଶିଶୁଙ୍କ ଉପରେ କୁପୋଷଣ, ଅତ୍ୟଧି ଉତ୍ତାପ ଏବଂ ବାୟୁ ପ୍ରଦୂଷଣର ପ୍ରଭାବ ଅଧିକ ପଡୁଥିବାବେଳେ…
Archives


