ଜାତୀୟ

ଜୟପୁର ପରେ ବିହାରକୁ ବ୍ୟାପିଲା କରୋନା ଭାଇରସ୍‌

ପାଟନା,୨୭।୧: ଚାଇନାରେ କରୋନା ଭାଇରସ୍‌ ଆତଙ୍କ ଖେଳାଇବା ପରେ ଏବେ ଏହା ଭାରତକୁ ବ୍ୟାପିଥିବା ଜଣାପଡ଼ିଛି। ଜୟପୁର ପରେ ବିହାରର ରାଜଧାନୀ ପାଟନାରେ କରୋନା ଭାଇରସ୍‌ର ଏକ ମାମଲା ଦେଖିବାକୁ ମିଳିଛି। ଚାଇନାରୁ ଫେରିଥିବା ଜଣେ ୨୯ ବର୍ଷୀୟ ଯୁବତୀଙ୍କ ମଧ୍ୟରେ…

ଭାରତରେ କରୋନା ! ଜୟପୁରରେ ଜଣେ ରୋଗୀ ଡାକ୍ତରଖାନାରେ ଭର୍ତ୍ତି

ଜୟପୁର,୨୭ା୧: ଚାଇନାରେ କରୋନା ଭୂତାଣୁ ନେଲାଣି ୫୦ ଜୀବନ। ସେଠାରେ ସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ୧ ହଜାରରୁ ଊର୍ଦ୍ଧ୍ୱ ଲୋକ ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ଏବେ ଏହି ଭୂତାଣୁ ଭାରତରେ ପ୍ରବେଶ କରିଥିବା ଜଣାପଡିଛି। ରାଜସ୍ଥାନର ଜୟପୁରରେ କରୋନା…

ଭାରତରେ ଥିଲେ ନୋବେଲ ପାଇପାରି ନ ଥାନ୍ତି:ଅଭିଜିତ ବାନାର୍ଜୀ

ଜୟପୁର,୨୬।୧: ଭାରତରେ ଥିଲେ ନୋବେଲ ପୁରସ୍କାର ମୋତେ ମିଳି ନ ଥାନ୍ତା ବୋଲି କହିଛନ୍ତି ଭାରତ ଜନ୍ମିତ ତଥା ଆମେରିକୀୟ ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ। ଜୟପୁର ସାହିତ୍ୟ ଉତ୍ସବରେ ଯୋଗଦେଇ ସେ କହିଛନ୍ତି, ଭାରତରେ ପ୍ରତିଭାର ଅଭାବ ନାହିଁ। କିନ୍ତୁ ନୋବେଲ…

ବର୍ଷର ପ୍ରଥମ ’ମନ୍‌ କୀ ବାତ୍‌’: ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦେଲେ ମୋଦି

ନୂଆଦିଲ୍ଲୀ, ୨୬।୧: ୬୧ତମ ‘ମନ୍‌ କୀ ବାତ୍‌’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ୍ତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶ ତଥା ବିଦେଶରେ ରହୁଥିବା ଭାରତୀୟଙ୍କୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି। ଏଥର ମୋଦି ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ…

ବିବାହ କଲେ ପ୍ରଥମ ଟ୍ରାନ୍ସଜେଣ୍ଡର ଖବରଦାତା

ଥିରୁଭାନନ୍ଥପୁରମ,୨୬।୧: କେରଳର ପ୍ରଥମ ଟ୍ରାନ୍ସଜେଣ୍ଡର ଖବରଦାତା ହେଇଦି ସାଦିୟା ବିବାହ କରିଛନ୍ତି। ଏର୍ନାକୁଲମରେ ଅଥର୍ବ ମୋହନଙ୍କୁ ସେ ରବିବାର ବିବାହ କରିଥିବା ଜଣାପଡିଛି। ସ୍ପେଶାଲ ମ୍ୟାରେଜ୍‌ ଆକ୍ଟ ମାଧ୍ୟମରେ ଏହି ବିବାହ କରାଯାଇଛି। ସାଦିୟା ପ୍ରଥମ ଟ୍ରାନ୍ସଜେଣ୍ଡର ଖବରଦାତା ହୋଇଥିବା ବେଳେ…

ଗାଳିରୁ ବର୍ତ୍ତିବା ପାଇଁ ଘର ଲୋକଙ୍କୁ ଗଣବଳାତ୍କାର ବାହାନା ଦେଖାଇଲେ ନାବାଳିକା, ଆଉ ତାପରେ…

ହାଇଦ୍ରାବାଦ,୨୬।୧: ଦେଶରେ ପ୍ରତିଦିନ ବଳାତ୍କାର ଘଟଣା ସାମ୍ନାକୁ ଆସୁଛି। ପୋଲିସ ବି ଏହାକୁ ନେଇ ସତର୍କ ହୋଇପଡିଛି। ହାଇଦ୍ରାବାଦରେ ଗଣବଳାତ୍କାର ମନରୁ ନ ଲିଭୁଣୁ ଏବେ ସେଠାରୁ ଏକ ଅଜବ ମାମଲା ଦେଖିବାକୁ ମିଳିଛି। ଜଣେ ୧୬ବର୍ଷୀୟା ନାବାଳିକା ନିଜ ପରିବାର…

ଗୃହବନ୍ଦୀ ଥିବା ଓମାରଙ୍କ ଫଟୋ ସୋସିଆଲ୍‌ ମିଡ଼ିଆରେ ଭାଇରାଲ: ୟେଚୁରୀ-ମମତା ପ୍ରକାଶ କଲେ ଉଦ୍‌ବେଗ

ଶ୍ରୀନଗର,୨୬।୧: ଗତ ୫ ମାସରୁ ଅଧିକ ସମୟ ଧରି ଗୃହବନ୍ଦୀ ଥିବା ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲାଙ୍କ ଏକ ଫଟୋ ଶନିବାର ସୋସିଆଲ୍‌ ମିଡ଼ିଆରେ ଶେୟାର କରାଯାଇଛି। ଫଟୋରେ ଓମାରଙ୍କୁ ଚିହ୍ନି ହେଉନାହିଁ। ତାଙ୍କ ମୁହଁରେ ଦାଢ଼ି ଭର୍ତ୍ତି ହୋଇଯାଇଛି।…

ଜମ୍ମୁ-କଶ୍ମୀରରେ ସୁରକ୍ଷା କର୍ମୀଙ୍କୁ ମିଳିଛି ବଡ ସଫଳତା

ଶ୍ରୀନଗର,୨୬।୧: ଅଓ୍ବନ୍ତିପୋରାରେ ଶନିବାର ହୋଇଥିବା ଏନ୍‌କାଉଣ୍ଟରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି। ଏଥିରେ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଆତଙ୍କବାଦୀ ସଙ୍ଗଠନ ଜୈଶ-ଇ-ମହମ୍ମଦର ମୁଖ୍ୟଥିବା କାରୀ ୟାସିରଙ୍କ ଏହି ଏନକାଉଣ୍ଟରରେ ମୃତ୍ୟୁ ହୋଇଛି ବୋଲି କୁହାଯାଉଛି।…

ସମ୍ବିଧାନ ସୁରକ୍ଷା ପାଇଁ ୧୧ କିମି ଲମ୍ବ ମାନବ ଶୃଙ୍ଖଳ

କୋଲକାତା,୨୬।୧: ସମ୍ବିଧାନ ସୁରକ୍ଷା ପାଇଁ କୋଲକାତାରେ ୧୧ କିମି ଲମ୍ବ ମାନବ ଶୃଙ୍ଖଳ ଲୋକମାନଙ୍କ ଦ୍ୱାରା କରାଯାଇଛି। ସାଧାରଣତନ୍ତ୍ର ଦିବସ ଅବସରରେ ରବିବାର ଏଭଳି ହୋଇଛି। ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଏବଂ ରାଷ୍ଟ୍ରୀୟ ନାଗରିକତ୍ୱ ପଞ୍ଜିକା(ଏନ୍‌ଆର୍‌ସି)କୁ ବିରୋଧ କରି ୟୁନାଇଟେଡ୍‌ ଇଣ୍ଟରଫେଥ୍‌…

ପଦ୍ମଶ୍ରୀ ଶରିଫ୍‌: ଗତ ୨୭ ବର୍ଷ ଧରି କରୁଛନ୍ତି ଅଚିହ୍ନା ମୃତ ଦେହ ସଂସ୍କାର

ଅଯୋଧ୍ୟା,୨୬।୧: ଉତ୍ତରପ୍ରଦେଶ ଅଯୋଧ୍ୟାର ମହମ୍ମଦ୍‌ ଶରିଫ୍‌ଙ୍କୁ ୨୦୨୦ରେ ପଦ୍ମଶ୍ରୀ ସମ୍ମାନ ମିଳିବ ବୋଲି ଘୋଷଣା କରାଯାଇଛି। ଶରିଫ୍‌ ଗତ ୨୭ ବର୍ଷ ଧରି ଅଚିହ୍ନା ମୃତଦେହଙ୍କ ସଂସ୍କାର ଜାରି ରଖିଛନ୍ତି। ଇତିମଧ୍ୟରେ ସେ ୩ ହଜାର ହିନ୍ଦୁ ଏବଂ ଅଢ଼େଇ ହଜାର…

୩୦ ହଜାର ଯାତ୍ରୀଙ୍କୁ ଜାତୀୟ ପତାକା ବାଣ୍ଟିଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୨୬।୧: ସାଧାରଣତନ୍ତ୍ର ଦିବସ ଅବସରରେ ଏୟାର ଇଣ୍ଡିଆ ପକ୍ଷରୁ ଦେଶର ସମସ୍ତ ମେଟ୍ରୋ ସହର ସମେତ ଶ୍ରୀନଗର ବିମାନ ବନ୍ଦରରେ ଯାତ୍ରୀଙ୍କୁ ରବିବାର ଜାତୀୟ ପତାକା ବଣ୍ଟନ କରାଯାଇଛି। ୩୦ ହଜାରରୁ ଅଧିକ ଯାତ୍ରୀଙ୍କୁ ଜାତୀୟ ପତାକା ପ୍ରଦାନ କରାଯାଇଥିବା ଏୟାର…

ଉଦ୍ଧବ ଠାକରେଙ୍କ କାର୍ଯ୍ୟକ୍ରମକୁ ଆସିବେ ନାହିଁ କଂଗ୍ରେସ-ଏନ୍‌ସିପି ନେତା

ମୁମ୍ବାଇ, ୨୬।୧: ମହାରାଷ୍ଟ୍ରର ଶିବସେନା, କଂଗ୍ରେସ ଓ ଏନ୍‌ସିପି ମେଣ୍ଟ ସରକାରରେ ଚାଲିଥିବା ତୁତୁମେମେ ଯେମିତି ଶେଷ ହେବାର ନା ନେଉନି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ କାର୍ଯ୍ୟକ୍ରମରେ ଏବେ କଂଗ୍ରେସ ଓ ଏନ୍‌ସିପି ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?