କରୋନା ଯୋଗୁ ପୃଥିବୀ ଅର୍ଥନୀତି ଦୋହଲିଯିବା ଆଶଙ୍କା !

ନୂଆଦିଲ୍ଲୀ, ୨୬।୧: ସମ୍ପ୍ରତି ଚାଇନାରେ ଦେଖାଦେଇଥିବା କରୋନା ଭୁତାଣୁ ସଂକ୍ରମଣ ୧୧ଟି ଅନ୍ୟ ଦେଶକୁ ବ୍ୟାପିଛି। ଇତିମଧ୍ୟରେ ଏହାଯୋଗୁ ୫୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୬ ଶହ ଜଣ ଆକ୍ରାନ୍ତ ହୋଇଛନ୍ତି। ଏହା ଦ୍ୱାରା ପୃଥିବୀର ଅର୍ଥନୀତି ଦୋହଲିଯିବାର ଆଶଙ୍କା ଦେଖାଦେଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଚାଇନାର ୧୮ଟି ସହରରେ ଯାତାୟତ ବ୍ୟବସ୍ଥାକୁ ବନ୍ଦ କରି ଦିଆଯାଇଛି। ସେହିପରି ୫କୋଟି ୬୦ ଲକ୍ଷ ଲୋକଙ୍କୁ ଘରୁ ନ ବାହାରିବାକୁ ସରକାର ପରାମର୍ଶ ଦେଇଛନ୍ତି। କାରବାର ଠପ୍‌ ହେବା ଯୋଗୁ ଚାଇନା ଶେୟାର ବଜାରରେ ୫ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଛି। ୧୭ ବର୍ଷ ତଳେ ୨୦୦୩ରେ ଚାଇନାରେ ଦେଖାଦେଇଥିବା ସ୍ପର୍ସ ଭୁତାଣୁ ଆତଙ୍କ ଯୋଗୁ ପୃଥିବୀର ଅର୍ଥନୀତିରେ ସଙ୍କଟ ସୃଷ୍ଟି ହୋଇଥିଲା। ଚାଇନାରେ ଅଭିବୃଦ୍ଧି ହାର ୧୨.୫ ପ୍ରତିଶତରୁ କମି ୩.୫ ପ୍ରତିଶତ ହୋଇଯାଇଥିଲା। ମୋଟ ୩ ଲକ୍ଷ ୫୫ ହଜାର କୋଟି ଟଙ୍କାର କ୍ଷତି ହୋଇଥିଲା। ଏବେ କରୋନା ଭୁତାଣୁ ଯୋଗୁ ସେଭଳି ସ୍ଥିତି ସୃଷ୍ଟି ହେବାର ଆଶଙ୍କା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମେଲବୋର୍ନ କ୍ରିକେଟ୍ ଗ୍ରାଉଣ୍ଡରୁ ମୋଦିଙ୍କ ବଡ଼ ଘୋଷଣା, ଏଠାରେ ଖେଳାଯିବ ବିଗ୍ ବାଶ ଲିଗ୍

ନୂଆଦିଲ୍ଲୀ,୧୦।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେଲିଆ ଗସ୍ତ ସମୟରେ ପ୍ରତିଷ୍ଠିତ ମେଲବୋର୍ନ କ୍ରିକେଟ୍ ଗ୍ରାଉଣ୍ଡ (MCG) ପରିଦର୍ଶନ କରିଥିଲେ। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ କ୍ରୀଡା କୂଟନୀତିକୁ…

ରାଶନ କାର୍ଡ ଅଛି, ଚାଉଳ ମିଳୁନାହିଁ: ୫ ମାସ ଧରି ଅପେକ୍ଷାରେ ହିତାଧିକାରୀ

ଅମରପାଲି, ୧୦ା୭ (ପୀତାମ୍ବର ସାହୁ): ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଖାଦ୍ୟ ସୁରକ୍ଷା ଯୋଜନାରେ ବୀରମହାରାଜପୁର ବ୍ଲକରେ ଗୁରୁତର ଅବ୍ୟବସ୍ଥା ଅଭିଯୋଗ ସାମ୍ନାକୁ ଆସିଛି।…

ଅଦିନିଆ ରଥଯାତ୍ରା: ଗଜପତିଙ୍କ ଅନୁରୋଧ, ଇସ୍କନର ଜିଦ୍‌

ବାରମ୍ବାର ଅନୁରୋଧ ଓ ତାଗିଦ୍‌ ସତ୍ତ୍ୱେ ନିଜ ଜିଦ୍‌ରେ ଅଟଳ ରହିଛି ଇସ୍କନ। ଏପରିକି ଗଜପତି ମହାରାଜ ଦିବ୍ୟସିଂହଦେବଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି…

ମଦ ଦୋକାନ ଉଦ୍‌ଘାଟନ କଲେ ଭାଜପା ନେତା: ପ୍ରତିଶ୍ରୁତି ଭୁଲିଗଲା ଦଳ

ସମ୍ବଲପୁର,୧୦ା୭(ବି.ଶଙ୍କର): ସାଧାରଣ ନିର୍ବାଚନ ପୂର୍ବରୁ ଭାଜପା କ୍ଷମତାକୁ ଆସିଲେ ରାଜ୍ୟକୁ ନିଶାମୁକ୍ତ କରାଯିବ ଏବଂ ମଦ ବନ୍ଦ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଅଥଚ ସରକାର ଗଠନ…

ଇଂଲଣ୍ଡ ବିପକ୍ଷରେ ପରାଜୟ ପରେ ବଡ଼ ବୟାନ ଦେଲେ ଅଧିନାୟକ, ପରିବର୍ତ୍ତନର ସମୟ….

ନୂଆଦିଲ୍ଲୀ,୧୦।୭: ଶ୍ରେୟାସ ଆୟରଙ୍କ ଅଧିନାୟକତ୍ୱରେ, ଭାରତୀୟ ଦଳ ଲଗାତାର ଦ୍ୱିତୀୟ ଟି-୨୦ ଅନ୍ତର୍ଜାତୀୟ ସିରିଜ ହାରିଛି । ଇଂଲଣ୍ଡ ବିପକ୍ଷରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦…

ଜଳୁଛି ଇରାନ! ଅନେକ ସହରରେ ବିସ୍ଫୋରଣ ପରେ ନେତାନ୍ୟାହୁଙ୍କ ସହ କଥା ହେଲେ ଟ୍ରମ୍ପ, ବଡ଼ ଚାଲ୍ ଖେଳୁଛନ୍ତି…

ଓ୍ବାଶିଂଟନ,୧୦।୭: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନେଇଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟର ଶେଷ ଦିନରେ ହଜାର ହଜାର ଲୋକ ଏକାଠି ହୋଇଥିଲେ। ତାଙ୍କ ପୁଅ ମୁସ୍ତାଫା ଖାମେନେଇ…

ଲଘୁଚାପ ଆହୁରି ଦୁର୍ବଳ: ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୦ା୭ (ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଫଳରେ ପୂର୍ବାପେକ୍ଷା ବର୍ଷା ପରିମାଣ କିଛିଟା କମିଥିଲେ ମଧ୍ୟ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ…

ଜଗମୋହନ ମୀନାଙ୍କ ଇସ୍ତଫାକୁ ନେଇ ପ୍ରଥମଥର ମୁହଁ ଖୋଲିଲେ ଡିଜିପି: କହିଲେ, ମାନସିକ ଚାପ…

ଭୁବନେଶ୍ୱର,୧୦।୭(ତ୍ରିନାଥ ମହାନ୍ତି):ଭୁବନେଶ୍ୱର ଡିସିପି ଜଗମୋହନ ମୀନା ନିକଟରେ ଆଇପିଏସ୍‌ ଚାକିରିରୁ ଇସ୍ତଫା ଦେଇଛନ୍ତି। ଏହି ଇସ୍ତଫାପତ୍ରକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ମାନସିକ ଚାପ ନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri