ଭାରତର ୫ ରାଜ୍ୟରେ ଅଧିକ କରୋନା ସଂକ୍ରମିତ !

ନୂଆଦିଲ୍ଲୀ,୧୧।୪: କରୋନା ସଂକ୍ରମଣ ନେଇ ଭାରତରେ ସଙ୍କଟ ସୃଷ୍ଟି ହୋଇଛି। ଦେଶର ୫ ରାଜ୍ୟରେ ଅଧିକ କରୋନା ସଂକ୍ରମିତ ରହିଛନ୍ତି। ସେସବୁ ରାଜ୍ୟଗୁଡ଼ିକ ହେଉଛନ୍ତି ମହାରାଷ୍ଟ୍ର, ଦିଲ୍ଲୀ, ତାମିଲନାଡୁ, ତେଲେଙ୍ଗାନା ଏବଂ ରାଜସ୍ଥାନ। ମହାରାଷ୍ଟ୍ରରେ ଏପ୍ରିଲ୍‌ ୧୦ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୧୩୬୪ ଥିବାବେଳେ ଦିଲ୍ଲୀରେ ଏହା ୮୯୮ ରହିଥିଲା। ସେହିପରି ତାମିଲନାଡୁରେ ୮୩୪ ଥିବାବେଳେ ତେଲେଙ୍ଗାନାରେ ୪୭୩ ଏବଂ ରାଜସ୍ଥାନରେ ୪୬୩ ରହିଥିଲା। ପୃଥିବୀର କେତେକ ଦେଶର ଜନସଂଖ୍ୟା ସହିତ ଏସବୁ ସହରର ସାମ୍ୟତା ରହିଛି। କିନ୍ତୁ ଭାରତର ଏସବୁ ସହରରେ ସ୍ଥିତି ଭଲ ଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ଦିଲ୍ଲୀର ଜନସଂଖ୍ୟା କାଜାକସ୍ତାନ ଜନ ସଂଖ୍ୟା ସହିତ ପ୍ରାୟ ସମାନ। ଦିଲ୍ଲୀର ଜନସଂଖ୍ୟା କୋଟିଏ ୮୪ ଲକ୍ଷ ଥିବାବେଳେ କାଜାକସ୍ତାନର ଜନସଂଖ୍ୟା କୋଟିଏ ୮୭ ଲକ୍ଷ ରହିଛି। ଦିଲ୍ଲୀ ପ୍ରତିଦିନ ହାରାହାରି ୨୩ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଥିବାବେଳେ କାଜାକସ୍ତାନରେ ୨୯ ଜଣଙ୍କୁ ଚିହ୍ନଟ କରାଯାଉଛି। ଅପରପକ୍ଷରେ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ୮୯୮ ରହିଛି। ସେହିପରି କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୨୪ ଏବଂ ମୃତକଙ୍କ ସଂଖ୍ୟା୧୩ ରହିଛି। କାଜାକସ୍ତାନରେ ସଂକ୍ରମିତଙ୍କ ସଂଖ୍ୟା ୮୦୨ ଥିବାବେଳେ ସୁସ୍ଥ ହୋଇ ଘରକୁ ୬୩ ଜଣ ଫେରିଛନ୍ତି। ଏଠାରେ ମୃତ୍ୟୁ ସଂଖ୍ୟା ୯ ରହିଛି। ସେହିପରି ଜାପାନ ଏବଂ ମହାରାଷ୍ଟ୍ରର ଜନ ସଂଖ୍ୟା ପାଖାପାଖି ରହିଛି। ଜାପାନର ଜନସଂଖ୍ୟା ୧୨ କୋଟି ୬୪ ଲକ୍ଷ ଥିବାବେଳେ ମହାରାଷ୍ଟ୍ରର ଜନସଂଖ୍ୟା ୧୨ କୋଟି ୧୯ ଲକ୍ଷ ରହିଛି। ଜାପାନରେ ବର୍ତ୍ତମାନ ସୁଦ୍ଧା ୫୫୩୦ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବାବେଳେ ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ୧୩୬୪ ରହିଛି। ମହାରାଷ୍ଟ୍ରରେ ୧୨୫ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ମୃତ୍ୟୁ ସଂଖ୍ୟା ୯୭ ରହିଛି। ଅପରପକ୍ଷରେ ଜାପାନରେ ୬୮୫ ସଂକ୍ରମିତ ସୁସ୍ଥ ହୋଇ ଫେରିଛନ୍ତି। ସେହିପରି ମୃତ୍ୟୁ ସଂଖ୍ୟା ୯୯ ରହିଛି। ତାମିଲନାଡୁର ଜନସଂଖ୍ୟା ୭ କୋଟି ୭୧ ଲକ୍ଷ ଥିବାବେଳେ ଜର୍ମାନୀର ଜନସଂଖ୍ୟା ୮ କୋଟି ୩୭ ଲକ୍ଷ ରହିଛି। ତାମିଲନାଡୁରେ ସଂକ୍ରମିତଙ୍କ ସଂଖ୍ୟା ୮୩୪ ଥିବାବେଳେ ସୁସ୍ଥ ହୋଇଫେରିଥିବା ଲୋକଙ୍କ ସଂଖ୍ୟା ୨୧ ଏବଂ ମୃତକଙ୍କ ସଂଖ୍ୟା ୮ ରହିଛି। ଅପରପକ୍ଷରେ ଜର୍ମାନୀରେ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ୧୮ ହଜାର ୨୩୫ ଥିବାବେଳେ ସୁସ୍ଥ ହୋଇ ଫେରିଥିବା ଲୋକଙ୍କ ସଂଖ୍ୟା ୫୨,୪୦୭ ଏବଂ ମୃତକଙ୍କ ସଂଖ୍ୟା ୨,୬୦୭ ରହିଛି। ତେଲେଙ୍ଗାନା ଏବଂ ଆଫଗାନିସ୍ତାନର ଜନସଂଖ୍ୟା ୩ କୋଟି ୮୯ ଲକ୍ଷ। ତେଲେଙ୍ଗାନାରେ ସଂକ୍ରମିତ, ସୁସ୍ଥ ଏବଂ ମୃତକଙ୍କ ସଂଖ୍ୟା ଯଥାକ୍ରମେ ୪୭୩, ୩୫ ଏବଂ ୭ଥିବା ବେଳେ ଆଫଗାନିସ୍ତାନରେ ଏହା ୫୨୧, ୩୨ ଏବଂ ୧୫ ରହିଛି। ସେହିପରି ରାଜସ୍ଥାନ ଏବଂ ଇରାନର ଜନସଂଖ୍ୟା ଯଥାକ୍ରମେ ୭ କୋଟି ୯୫ ଲକ୍ଷ ଏବଂ ୮ କୋଟି ୩୯ ଲକ୍ଷ ରହିଛି। ରାଜସ୍ଥାନରେ ସଂକ୍ରମିତ, ସୁସ୍ଥ ଏବଂ ମୃତକଙ୍କ ସଂଖ୍ୟା ଯଥାକ୍ରମେ ୪୬୩, ୨୧ ଏବଂ ୩ ଥିବାବେଳେ ଇରାନରେ ସଂକ୍ରମିତଙ୍କ ସଂଖ୍ୟା ୬୮,୧୯୨ ଥିବାବେଳେ ସୁସ୍ଥ ହୋଇ ୩୫,୪୬୫ ଜଣ ଘରକୁ ଫେରିଛନ୍ତି। ଏଠାରେ ୪,୨୩୨ ଜଣଙ୍କ ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri