ବହାଦୁରଗଡ଼ରେ ଭୟାବହ ଅଗ୍ନିକାଣ୍ଡ: କେମିକାଲ ଫ୍ୟାକ୍ଟ୍ରିରେ ଲାଗିଲା ନିଆଁ
ନୂଆଦିଲ୍ଲୀ,୨୮।୨: ଦିଲ୍ଲୀ ନିକଟସ୍ଥ ବହାଦୁରଗଡ଼ରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ଆହତ ହୋଇଥିବା ସୂଚନା ମିଳିଛି। ଉକ୍ତ ଫାକ୍ଟ୍ରିରେ ବଏଲର୍ ଫାଟିବାରୁ ଏହି ଅଗ୍ନିକାଣ୍ଡ ଘଟିଥିଲା। ଚାହୁଁ ଚାହୁଁ…
ଦିଲ୍ଲୀ ଦଙ୍ଗା: ବାସହରାଙ୍କ ପାଇଁ ୨୫ ହଜାର ଟଙ୍କା ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୨୮।୨: ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଦଙ୍ଗା ପୀଡିତଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଯେଉଁମାନଙ୍କ ଘର ସମ୍ପୂର୍ଣ୍ଣ ଅବା ଅଧାରୁ ଊର୍ଦ୍ଧ୍ୱ ନଷ୍ଟ ହୋଇଯାଇଛି ସେମାନଙ୍କୁ ସରକାରଙ୍କ ପକ୍ଷରୁ ୨୫ ହଜାର…
ହିଂସାରେ ପ୍ରଭାବିତ ଅଞ୍ଚଳର ପରିଦର୍ଶନ କଲେ ଉପରାଜ୍ୟପାଳ
ନୂଆଦିଲ୍ଲୀ,୨୮।୨: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ ଉତ୍ତର-ପୂର୍ବ ଦିଲ୍ଲୀରେ ହୋଇଥିବା ହିଂସା ଏବେ ଥମିଛି। ହେଲେ ଏବେ ବି ଲୋକଙ୍କ ମନରୁ ଭୟ ଦୂରେଇନାହିଁ। ଏହି ହିଂସାକାଣ୍ଡରେ ୪୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି। ଏଥିରେ…
ମୁସଲମାନ ବିବାହରେ ନିମନ୍ତ୍ରଣ ଦେଉଛନ୍ତି ଭଗବାନ ଗଣେଶ
ମିରଟ,୨୮।୨: ଉତ୍ତର ପ୍ରଦେଶ ମିରଟରେ ଏକ ମୁସଲମାନ ପରିବାରର ବିବାହ ପାଇଁ ନିମନ୍ତ୍ରଣ ପତ୍ର ଛପା ଯାଇଛି। ଯେଉଁଥିରେ ହିନ୍ଦୁ ଦେବତା ଗଣେଶଙ୍କ ଫଟୋ ଦେଖିବାକୁ ମିଳିଛି। ଏହା ଉଭୟ ସମ୍ପ୍ରଦାୟ ପାଇଁ ଏକ ଭଲ ବାର୍ତ୍ତା ଦେଉଛି ବୋଲି ଆଲୋଚନା…
ନିର୍ଭୟା ମାମଲା: ଫାଶୀ ତାରିଖ ଘୁଞ୍ଚାଇବାକୁ ଆଉ ଏକ ଉଦ୍ୟମ
ନୂଆଦିଲ୍ଲୀ,୨୮।୨: ନିର୍ଭୟା ଗଣବାଳାତ୍କାର ମାମଲାର ୪ ଦୋଷୀଙ୍କୁ ମାର୍ଚ୍ଚ ୩ ସକାଳ ୬ଟାରେ ଫାଶୀ ଦେବାକୁ ଡେଥ୍ ଓ୍ବାରେଣ୍ଟ ଜାରି କରାଯାଇଛି। ହେଲେ ଏହାକୁ ଘୁଞ୍ଚାଇବାକୁ ଦୋଷୀଙ୍କ ପକ୍ଷରୁ ଆଉ ଏକ ଉଦ୍ୟମ କରାଯାଇଛି। ଶୁକ୍ରବାର ଏହି ମାମଲାର ଅନ୍ୟତମ ଦୋଷୀ…
ଦିଲ୍ଲୀ ହିଂସା: ତାହିରଙ୍କ ଘରେ ପହଞ୍ଚିଲା କ୍ରାଇମ୍ ବ୍ରାଞ୍ଚ ଟିମ୍
ନୂଆଦିଲ୍ଲୀ,୨୮।୨: ସାମୂହିକ ଭାବେ ବହିଷ୍କୃତ ହୋଇଥିବା ଆମ ଆଦମୀ ପାର୍ଟି (ଏଏପି) ନେତା ତାହିର ହୁସେନଙ୍କ ଅଡ଼ୁଆ ଏବେ ବଢ଼ିବାରେ ଲାଗିଛି। ତାହିରଙ୍କ ବିରୋଧରେ ଉତ୍ତର-ପୂର୍ବ ଦିଲ୍ଲୀରେ ହିଂସା ଉସୁକାଇବା ଅଭିଯୋଗ ହୋଇଛି। ଏନେଇ ଦୟାଲପୁର ଥାନାରେ ତାଙ୍କ ନାଁରେ ଏତଲା…
ଦିଲ୍ଲୀ ଦଙ୍ଗା ପୀଡିତଙ୍କୁ ମିଳୁଛି ରନ୍ଧା ଖାଦ୍ୟ
ନୂଆଦିଲ୍ଲୀ,୨୮।୨: ଉତ୍ତର-ପୂର୍ବ ଦିଲ୍ଲୀରେ ଗତ ୫ ଦିନ ହେବ ଉପୁଜିଥିବା ଦଙ୍ଗାରେ ଅନେକ ଲୋକ ସେମାନଙ୍କ ଜୀବିକା ହରାଇଥିବା ବେଳେ କେତେକ ବାସହରା ମଧ୍ୟ ହୋଇ ପଡିଛନ୍ତି। ଏମାନଙ୍କୁ ଏବେ ଦିଲ୍ଲୀ ଶିଖ ଗୁରୁଦ୍ୱାର ମ୍ୟାନେଜମେଣ୍ଟ କମିଟି ପକ୍ଷରୁ ରନ୍ଧା ଖାଦ୍ୟ…
ମହାରାଷ୍ଟ୍ରରେ ଲାଗିଲା ପୋଷ୍ଟର: ପାକିସ୍ତାନୀ, ବାଲାଂଦେଶୀ ଅନୁପ୍ରବେଶକାରୀଙ୍କ ଠିକଣା ଦେଲେ ମିଳିବ ୫ହଜାର ଟଙ୍କା
ମୁମ୍ବାଇ,୨୮।୨: ମହାରାଷ୍ଟ୍ରରେ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍ଏନ୍ଏସ୍)ଅବୈଧ ପାକିସ୍ତାନୀ ଓ ବାଲାଂଦେଶୀଙ୍କ ବିରୋଧରେ ଏକ ମୋର୍ଚ୍ଚା ବାହାର କରିଛି। ଏମ୍ଏନ୍ଏସ୍ ପୁରା ମହାରାଷ୍ଟ୍ରରେ ଏକ ପୋଷ୍ଟର ଲାଗାଇଥିବା ଦେଖିବାକୁ ମିଳିଛି। ଯେଉଁଥିରେ ଲେଖାହୋଇଛି ପାକିସ୍ତାନୀ ଓ ବାଲାଂଦେଶୀ ଅନୁପ୍ରବେଶକାରୀଙ୍କ ଠିକଣା ଯିଏ…
ଦିଲ୍ଲୀ ଦଙ୍ଗା: ମୃତ୍ୟୁ ସଂଖ୍ୟା ଛୁଇଁଲା ୪୨
ନୂଆଦିଲ୍ଲୀ,୨୮।୨: ପ୍ରାୟ ୫ ଦିନ ତଳେ ରାଜଧାନୀ ଦିଲ୍ଲୀର ଉତ୍ତର-ପୂର୍ବ ଦିଲ୍ଲୀରେ ହୋଇଥିବା ହିଂସାରେ ମୃତ୍ୟୁ ସଂଖ୍ୟା ଶୁକ୍ରବାର ସୁଦ୍ଧା ୪୨ରେ ପହଞ୍ଚିଛି। ଗୁରୁବାର ସୁଦ୍ଧା ଏହା ୩୮ ଥିଲା। କେତେଜଣ ଗୁରୁତରଙ୍କ ଚିକିତ୍ସା ଚାଲୁଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ…
ସରକାରୀ ସ୍କୁଲ-କଲେଜରେ ମୁସଲମାନଙ୍କ ପାଇଁ ୫ ପ୍ରତିଶତ ସଂରକ୍ଷଣ
ମୁମ୍ବାଇ,୨୮।୨: ମହାରାଷ୍ଟ୍ରର ସରକାରୀ ସ୍କୁଲ ଓ କଲେଜରେ ମୁସଲମାନଙ୍କ ପାଇଁ ୫ ପ୍ରତିଶତ ସଂରକ୍ଷରକୁ ଉଦ୍ଧବ ସରକାରଙ୍କ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏନ୍ସିପିର ରାଷ୍ଟ୍ରୀୟ ପ୍ରବକ୍ତା ତଥା ମହାରାଷ୍ଟ୍ରର ମନ୍ତ୍ରୀଥିବା ନଓ୍ବାଜ ମଲିକ କହିଛନ୍ତି ଖୁବ୍ଶୀଘ୍ର ଏହା ବିଧାନସଭାରେ ପାସ୍…
ଦିଲ୍ଲୀରେ ଫେରୁଛି ଶାନ୍ତି: ରେଖା ଶର୍ମା
ନୂଆଦିଲ୍ଲୀ,୨୮।୨: ପ୍ରାୟ ୫ ଦିନ ପରେ ଦିଲ୍ଲୀରେ ସାଧାରଣ ଜୀବନଯାତ୍ରା ସ୍ବାଭାବିକ ହେବାରେ ଲାଗିଛି ବୋଲି କୁହାଯାଉଛି। ଶୁକ୍ରବାର ସକାଳେ ନ୍ୟାଶନାଲ କମିଶନ ଫର୍ ଓମେନ୍(ଏନ୍ସିଡବ୍ଲୁ)ର ମୁଖ୍ୟ ରେଖା ଶର୍ମା ଓ ତାଙ୍କର କେତେଜଣ ସହଯୋଗୀ ଉତ୍ତର-ପୂର୍ବ ଦିଲ୍ଲୀର ଜାଫରାବାଦ ଅଞ୍ଚଳ…
ଦିଲ୍ଲୀ ହିଂସା: ହିନ୍ଦୁ କନ୍ୟାଙ୍କ ବିବାହ ସମୟରେ ଘର ବାହାରେ ଜଗି ରହିଥିଲେ ମୁସଲମାନ ପଡୋଶୀ
ନୂଆଦିଲ୍ଲୀ,୨୮।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ରାଜଧାନୀ ଦିଲ୍ଲୀରେ ଉପୁଜିଥିବା ହିଂସାରେ ଏବେସୁଦ୍ଧା ୩୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାକୁ ଦେଖି ରାଜଧାନୀବାସୀ ଘରୁ ବାହାରକୁ ବାହାରିବାକୁ ଭୟ କରୁଛନ୍ତି। ଏହି ହିଂସା ସମୟରେ ଚାନ୍ଦବାଗ ଅଞ୍ଚଳରେ ରହୁଥିବା…
Archives


