ଜାତୀୟ

ରେପୋ ରେଟ୍‌ କମାଇଲା ଆର୍‌ବିଆଇ: ୩ ମାସ ଋଣ କିସ୍ତି ବନ୍ଦ

ନୂଆଦିଲ୍ଲୀ,୨୭ା୩(ପି.ଟି.): କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ସରକାର ୨୧ ଦିନିଆ ଲକ୍‌ଡାଉନ ଘୋଷଣା କରିଥିବାରୁ ଏହା ଅର୍ଥନୀତିକୁ ଗୁରୁତର ପ୍ରଭାବିତ କରିଛି। ଏହି ପ୍ରଭାବକୁ ହ୍ରାସ କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଶୁକ୍ରବାର…

ଭାରତର ସମସ୍ତ ରାଜ୍ୟପାଳଙ୍କୁ ସମ୍ବୋଧନ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୭।୩: ସାରା ଦେଶରେ ମହାମାରୀ କରୋନା ଭାଇରସ୍‌ର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଇଛି। କରୋନା ସହ ମୁକାବିଲା ପାଇଁ କେନ୍ଦ୍ର ସରକାର ସାରାଦେଶରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଇତିମଧ୍ୟରେ ଶୁକ୍ରବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସାରା…

ଲକ୍‌ଡାଉନ୍‌ରେ ଦର୍ଶକଙ୍କ ପାଇଁ ଖୁସିଖବର: ଶନିବାରଠାରୁ ପୁନଃ ପ୍ରସାରଣ ହେବ ରାମାୟଣ

ନୂଆଦିଲ୍ଲୀ,୨୭।୩: ଦେଶରେ କରୋନା ଭାଇରସ୍‌ ପ୍ରକୋପ ଜାରି ରହିଛି। ଏଥିରୁ ବର୍ତ୍ତିବା ପାଇଁ କେନ୍ଦ୍ରସରକାର ସାରା ଦେଶରେ ୨୧ଦିନ ଯାଏଁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏଭଳି ସ୍ଥିତିରେ ଘରେ ରହି ଲୋକଙ୍କୁ ସମୟ କାଟିବା କଷ୍ଟକର ହୋଇପଡ଼ିଛି। କରୋନା ଯୋଗୁ ସମସ୍ତ…

୧୮ ମୁଖ୍ୟମନ୍ତ୍ରୀଙ୍କୁ ମମତାଙ୍କ ଚିଠି

ନୂଆଦିଲ୍ଲୀ, ୨୭ା୩: ୨୧ ଦିନିଆ ଲକ୍‌ଡାଉନ୍‌ ଚାଲିଥିବାବେଳେ ପଶ୍ଚିମବଙ୍ଗର ଲୋକେ ଦେଶର ବିଭିନ୍ନ ରାଜ୍ୟରେ ଫସିରହିଛନ୍ତି। ସେମାନଙ୍କୁ ମୌଳିକ ସୁବିଧା ଯୋଗାଇଦେବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୧୮ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଚିଠି ଲେଖି ଅନୁରୋଧ କରିଛନ୍ତି।

ଆର୍ଥିକ ପ୍ୟାକେଜ୍‌କୁ ରାହୁଲଙ୍କ ପ୍ରଶଂସା

ନୂଆଦିଲ୍ଲୀ,୨୭ା୩: କେନ୍ଦ୍ର ସରକାରଙ୍କ ଆର୍ଥିକ ପ୍ୟାକେଜ ଘୋଷଣାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଶଂସା କରିଛନ୍ତି। କରୋନା ସଂକ୍ରମଣର ମୁକାବିଲା ପାଇଁ ଚାଲିଥିବା ଲକ୍‌ଡାଉନ୍‌ ସମୟର ବୋଝ ସହୁଥିବା କୃଷକ, ଦିନ ମଜୁରିଆ, ମହିଳା ଓ ବରିଷ୍ଠ ନାଗରିକମାନଙ୍କ ନିକଟରେ ଭାରତ…

୧୪ ଯାଏ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବନ୍ଦ

ନୂଆଦିଲ୍ଲୀ, ୨୭ା୩: କରୋନା ଭାଇରସ୍‌ର ପ୍ରକୋପ କମାଇବା ଲାଗି ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଏବେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ଲଗାଯାଇଥିବା କଟକଣାକୁ ଏପ୍ରିଲ ୧୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଭାରତରେ ପୂର୍ବରୁ ସପ୍ତାହକ ଲାଗି ଏହି କଟକଣା…

ଘରେ ପହଞ୍ଚିବ ଔଷଧ

ନୂଆଦିଲ୍ଲୀ,୨୭ା୩: ଦେଶରେ କରୋନା ଭାଇରସ୍‌ ସଂକ୍ରମ ବଢ଼ିବାରେ ଲାଗିଥିବାରୁ ଔଷଧଗୁଡ଼ିକର ହୋମ୍‌ ଡେଲିଭରିକୁ କେନ୍ଦ୍ର ସରକାର ଗୁରୁବାର ଅନୁମତି ଦେଇଛନ୍ତି। ଫଳରେ ଲକ୍‌ଡାଉନ୍‌ ସମୟରେ ଲୋକଙ୍କୁ ମେଡିସିନ କିଣିବା ପାଇଁ ଆଉ ବାହାରକୁ ଯିବାକୁ ପଡ଼ିବ ନାହିଁ। କରୋନା ଭାଇରସ୍‌ ସଂକ୍ରମଣ…

ସେନା ମୁତୟନ ପାଇଁ ବାଧ୍ୟ କରନି: ଅଜିତ୍‌

ମୁମ୍ବାଇ,୨୭ା୩: ମହାରାଷ୍ଟ୍ରରେ କରୋନା ଭୂତାଣୁ ସଂକ୍ରମଣ ବଢ଼ିବାରେ ଲାଗିଥିବାରୁ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କଟକଣା ଜାରି ହେବା ସତ୍ତ୍ୱେ ଲୋକେ ରାସ୍ତାଘାଟରେ ବୁଲୁଥିବାରୁ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ଲୋକଙ୍କୁ ଚେତାବନୀ ଦେଇଛନ୍ତି। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ…

ଆନ୍ଧ୍ର ସୀମାରେ ୧୦୦୦ ଲୋକ

ଅମରାବତୀ,୨୭ା୩ (ପି.ଟି.): ତେଲଙ୍ଗାନା ରାଜଧାନୀ ହାଇଦ୍ରାବାଦରୁ ଫେରିଥିବା ୧୦୦୦ରୁ ଊର୍ଦ୍ଧ୍ୱ ଲୋକ ବୁଧବାର ଅପରାହ୍ନରୁ ଗରିକାପାଡୁ ଚେକ୍‌ପୋଷ୍ଟରେ ଅଟକି ରହିଛନ୍ତି। କରୋନା ସଂକ୍ରମଣ ଭୟରେ ଆନ୍ତଃରାଜ୍ୟ ସୀମାରେ ମୁତୟନ ଥିବା ପୋଲିସ ସେମାନଙ୍କୁ ଆନ୍ଧ୍ରପ୍ରଦେଶ ଭିତରେ ପୂରାଇ ଦେଉନି। ଲକ୍‌ଡାଉନ୍‌ ଯୋଗୁ…

୨୨ ହଜାର ଟପିଲା କରୋନା ମୃତ୍ୟୁ

ନୂଆଦିଲ୍ଲୀ, ୨୭ା୩: ବିଶ୍ୱବ୍ୟାପୀ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି। ବିଭିନ୍ନ ପ୍ରଶାସନିକ କଟକଣା ସତ୍ତ୍ୱେ ଏହାକୁ ରୋକିବା କଷ୍ଟକର ହୋଇପଡ଼ିଛି। ଅଦ୍ୟାବଧି କରୋନାରେ ମୃତ୍ୟୁସଂଖ୍ୟା ୨୨,୦୬୭ରେ ପହଞ୍ଚିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୪,୮୮,୪୨୬କୁ ବୃଦ୍ଧିପାଇଛି। ୧ ଲକ୍ଷ ୧୭…

ଜି-୨୦ ଜରୁରୀ ସମ୍ମିଳନୀରେ ଅର୍ଥ ଚିନ୍ତା

ରିୟାଦ/ନୂଆଦିଲ୍ଲୀ,୨୭ା୩: ମହାମାରୀ କରୋନା ଭୂତାଣୁ ସଂକ୍ରମଣ ସାରା ବିଶ୍ୱକୁ କବଳିତ କରିଛି। ଏହି ପରିପ୍ରେକ୍ଷୀରେ ଜି-୨୦ ରାଷ୍ଟ୍ର ସମୂହର ଜରୁରୀ ସମ୍ମିଳନୀ ଗୁରୁବାର ସୌଦି ଆରବର ରିୟାଦରେ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ୍‌-୧୯ରୁ ମୁକ୍ତି ପାଇବା ପାଇଁ ବିଭିନ୍ନ…

ନିଜ ଘରକୁ ହସ୍ପିଟାଲ କରିବାକୁ ପ୍ରସ୍ତାବ ଦେଲେ କମଲ ହାସନ

ନୂଆଦିଲ୍ଲୀ,୨୬ା୩: ତାମିଲ ସୁପରଷ୍ଟାର ତଥା ଅଭିନେତାରୁ ରାଜନେତା ପାଲଟିଥିବା କମଲ ହାସନ କରୋନା ଭୂତାଣୁ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ତାଙ୍କ ଚେନ୍ନାଇସ୍ଥିତ ପୂର୍ବ ବାସଭବନକୁ ଅସ୍ଥାୟୀ ହସ୍ପିଟାଲରେ ପରିଣତ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଉକ୍ତ ବାସଭବନ ଏବେ ତାଙ୍କ ପାର୍ଟି ମକ୍କାଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri