ଜାତୀୟ

୩ଦିନରେ ପ୍ରାୟ ୪୦୦କି.ମି.ରୁ ଊର୍ଦ୍ଧ୍ୱ ସାଇକେଲ୍‌ ଚଳାଇ ଗାଁକୁ ପହଞ୍ଚିଲେ ଯୁବକ

ପାଟନା,୩।୪: କରୋନା ଭାଇରସ୍‌କୁ ବ୍ୟାପିବାରୁ ରୋକିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ସମୟରେ ସମସ୍ତ ରାଜ୍ୟରେ କାମଧନ୍ଦା ବନ୍ଦ ହୋଇଯିବାରୁ ଶ୍ରମିକ ଓ ଦିନ ମଜୁରିଆଙ୍କ ପାଇଁ ଏକପ୍ରକାର ସମସ୍ୟା ସୃଷ୍ଟି ହୋଇଛି। ଲୋକଙ୍କ ପାଖରେ ପଇସା…

ଆନ୍ଧ୍ର ପ୍ରଦେଶରେ ପ୍ରଥମ କରୋନା ସଂକ୍ରମିତଙ୍କ ମୃତ୍ୟୁ

ହାଇଦ୍ରାବାଦ,୩।୪: ଆନ୍ଧ୍ରପ୍ରଦେଶରେ ପ୍ରଥମ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମାର୍ଚ୍ଚ ୩୦ରେ ଜଣେ ୫ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ସେ କରୋନାରେ ପୀଡ଼ିତ ଥିବା କୁହାଯାଉଛି। ଏହାସହ ଉକ୍ତ ବ୍ୟକ୍ତି ଜଣକ ଡାଇବେଟିସ୍‌ ଓ ହୃଦରୋଗରେ ମଧ୍ୟ…

ଗାଁରେ ପ୍ରବେଶ ପାଇଁ ବାରଣ କରାଯିବାରୁ ନୌକାରେ କ୍ୱାରାଣ୍ଟାଇନ୍‌ରେ ରହିଲେ ବୃଦ୍ଧ

ମାଲଦା,୩।୪: ସାରା ଦେଶରେ ମହାମାରୀ କରୋନା ଭାଇରସ୍‌ର ପ୍ରକୋପ ଜାରି ରହିଛି। ଭାରତରେ ଦିନକୁ ଦିନ କରୋନା ଜନିତ ମୃତ୍ୟୁ ସଂଖ୍ୟା ଓ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି।…

ବିକାନେରରେ କର୍ଫ୍ୟୁ

ବିକାନେର,୩ା୪: ରାଜସ୍ଥାନରେ ଶୁକ୍ରବାର ୨୧ ଜଣଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣ ଦିଲ୍ଲୀ ନିଜାମୁଦ୍ଦିନ ଧର୍ମସଭାରେ ଯୋଗଦେଇଥିଲେ। ଏହି ରିପୋର୍ଟ ଆସିବା ପରେ ସରକାରଙ୍କ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ବିକାନେରରୁ ଯାଇ ନିଜାମୁଦ୍ଦିନ ଧର୍ମସଭାରେ…

ବୈଜ୍ଞାନିକଙ୍କ ସତର୍କ ସୂଚନା: କରୋନା ଚିକିତ୍ସାରେ ମ୍ୟାଲେରିଆ ଔଷଧ ହୃତ୍‌ପିଣ୍ଡରେ ସମସ୍ୟା ସୃଷ୍ଟି କରିପାରେ

ନୂଆଦିଲ୍ଲୀ,୩ା୪(ପି.ଟି.): କରୋନା ଭୂତାଣୁ ବା କୋଭିଡ୍‌-୧୯ ଚିକିତ୍ସା ଲାଗି ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସକ୍ଲୋରୋକୁଇନ୍‌ ଏବଂ ଆଣ୍ଟିବାୟୋଟିକ୍‌ ଆଜିଥ୍ରୋମାଇସିନ୍‌ ବ୍ୟବହାର କରାଯାଉଛି। ତେବେ ଏଭଳି ଔଷଧ ସେବନ ହୃତ୍‌ପିଣ୍ଡ ସମସ୍ୟା ସୃଷ୍ଟି କରିପାରେ ବୋଲି ଆମେରିକାର ହୃଦ୍‌ବିଶେଷଜ୍ଞ ସତର୍କ କରାଇଦେଇଛନ୍ତି। ଯେଉଁ କୋଭିଡ୍‌-୧୯ ରୋଗୀମାନଙ୍କର…

ପୋଲିସକର୍ମୀଙ୍କୁ ଆକ୍ରମଣ କଲେ ଆକ୍ରମଣକାରୀଙ୍କ ଉପରେ ଲାଗିବ ଏନ୍‌ଏସ୍‌ଏ: ଯୋଗୀ

ଲକ୍ଷ୍ନୌ,୩।୪: କରୋନା ଭାଇରସ୍‌ ସହ ମୁକାବିଲା ପାଇଁ ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ସମୟରେ କେତେକ ସ୍ଥାନରେ ପୋଲିସକର୍ମୀ ଓ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ ହେଉଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ପରେ ଏବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ…

କରୋନାକୁ ହରାଇବା ପାଇଁ ‘ମେଗାପ୍ଲାନ୍‌’ ଉପରେ ଚର୍ଚ୍ଚା: ପ୍ରତିରକ୍ଷାମନ୍ତ୍ରୀଙ୍କ ଘରେ ବସିଲା ବୈଠକ

ନୂଆଦିଲ୍ଲୀ,୩।୪: ଦେଶରେ ମହାମାରୀ କରୋନା ଭାଇରସ୍‌ର ପ୍ରକୋପ ଜାରି ରହିଛି। ଶୁକ୍ରବାର ମୋଦିଙ୍କ ଭିଡିଓ ବାର୍ତ୍ତା ପରେ ଏହା ବିରୋଧରେ ମୁକାବିଲା ପାଇଁ କେନ୍ଦ୍ରୀୟ ମନ୍ତ୍ରୀମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ତାଙ୍କ ବାସଭବନରେ…

ଦୀପ ଜଳାଇବା ସମୟରେ ଥାଳି ଭଳିି ଭୁଲ ନ ଦୋହରାଇବାକୁ ପରାମର୍ଶ ଦେଲେ ମୋଦି

ନୂଆଦିଲ୍ଲୀ,୩।୪: ସାରା ଦେଶ ମହାମାରୀ କରୋନା ଭାଇରସ୍‌ ବିରୋଧରେ ଲଢ଼େଇ ଜାରି ରଖିଛି। କରୋନା ଭାଇରସ୍‌କୁ ବ୍ୟାପିବାରୁ ରୋକିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଶୁକ୍ରବାର ଲକ୍‌ଡାଉନ୍‌ର ନବମ ଦିନ ହୋଇଥିବା ବେଳେ ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ନିୟୋଜିତ ହେବେ ଅବସରପ୍ରାପ୍ତ ସେନା କର୍ମଚାରୀ

ନୂଆଦିଲ୍ଲୀ,୩ା୪(ପି.ଟି.): କରୋନା ମହାମାରୀର ମୁକାବିଲା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ ହୋଇଥିବାବେଳେ ଆବଶ୍ୟକସ୍ଥଳେ ରାଜ୍ୟ ଓ ଜିଲା ପ୍ରଶାସନକୁ ସହାୟତା କରିବା ଲାଗି ଅବସରପ୍ରାପ୍ତ ସେନା କର୍ମଚାରୀ(ଇଏସ୍‌ଏମ୍‌)ମାନଙ୍କୁ ନିୟୋଜିତ କରାଯିବ। ଗୁରୁବାର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହା ଘୋଷଣା କରାଯାଇଛି। ଅବସରପ୍ରାପ୍ତ ସେନା…

ଦାଦନଙ୍କ ସମସ୍ୟା ସମାଧାନ କର

ନୂଆଦିଲ୍ଲୀ,୩ା୪(ଆଇଏଏନ୍‌ଏସ୍‌): ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଦାଦନ ଶ୍ରମିକମାନଙ୍କର ଆପତ୍ତି ଅଭିଯୋଗର ସମାଧାନ ଦିଗରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ଲାଗି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ପ୍ରୀତି…

ମୋଦିଙ୍କ କାର୍ଯ୍ୟକୁ ଡବ୍ଲ୍ୟୁଏଚ୍‌ଓ ମୁଖ୍ୟଙ୍କ ପ୍ରଶଂସା

ନୂଆଦିଲ୍ଲୀ, ୩ା୪: ବିଶ୍ୱବ୍ୟାପୀ କରୋନା ଆତଙ୍କ ଜାରି ରାହିଛି। ମୁଣ୍ଡ ପରେ ମୁଣ୍ଡ ଗଡ଼ିଚାଲିଛି। ଅଦ୍ୟାବଧି ବିଶ୍ୱରେ କରୋନା ଭାଇରସ୍‌ ଜନିତ ମୃତ୍ୟୁସଂଖ୍ୟା ୪୯ ହଜାର ଟପିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ପାଖାପାଖି ପହଞ୍ଚିଲାଣି। ଭାରତରେ ସ୍ଥିତି କ୍ରମଶଃ…

ତେଜିଲା ଲକ୍‌ଡାଉନ୍‌ ରାଜନୀତି

ନୂଆଦିଲ୍ଲୀ,୩ା୪(ପି.ଟି.): ମହାମାରୀ କରୋନା ସଂକ୍ରମଣର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ଲକ୍‌ଡାଉନ୍‌ ଗୁରୁବାର ନବମ ଦିନରେ ପହଞ୍ଚତ୍ଥିବାବେଳେ ଏହାକୁ ନେଇ ଜୋର୍‌ ଧରିଛି ରାଜନୀତି। ବିନା କୌଣସି ପ୍ରସ୍ତୁତିରେ ଲକ୍‌ଡାଉନ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri