Posted inଜାତୀୟ

ସତ ଓଗାଳିଲା ଡବ୍ଲ୍ୟୁଏଚ୍‌ଓ: ‘ଭୂତାଣୁ ସମ୍ପର୍କରେ ପ୍ରଥମେ ଚାଇନା ସତର୍କ କରି ନ ଥିଲା’

ଜେନିଭା,୪।୭: ମହାମାରୀ କରୋନା ପ୍ରକୋପ ବିଶ୍ୱବାସୀଙ୍କୁ ଆତଙ୍କିତ କରିଥିବା ବେଳେ ଶେଷରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ସତ ମାନିଛି। ଭୂତାଣୁ ନେଇ ଚାଇନା ଆମକୁ କୌଣସି ସତର୍କ କରି ନ ଥିଲା ବରଂ ଚାଇନାରେ ଥିବା ନିଜ କାର୍ଯ୍ୟାଳୟ ଉହାନ୍‌ରେ ଦେଖାଦେଇଥିବା ପ୍ରଥମ ନିମୋନିଆ ସମ୍ପର୍କରେ ଅବଗତ କରାଇଥିଲା ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି। ପ୍ରକାଶଥାଉ କି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାତିସଂଘ ସ୍ବାସ୍ଥ୍ୟ ବିଭାଗକୁ ଦାୟୀକରି କରୋନା ସମ୍ପର୍କରେ ଆଗୁଆ ସତର୍କ କରାଗଲା ନାହିଁ କାହିଁକି ବୋଲି ଅଭିଯୋଗ କରିିଥିଲେ। ଆଗରୁ ଅବଗତ କରାଇଥିଲେ ମହାମାରୀ ରୋକିବା ସହଜ ହୋଇଥାନ୍ତା ବୋଲି ସେ ପ୍ରକାଶ କରିଥିଲେ। ତଥ୍ୟ ଲୁଚାଇ ଥିବାରୁ ଟ୍ରମ୍ପ ବେଜିଂକୁ ଦୋଷଦେଇ ବର୍ଷିଥିଲେ।
ପ୍ରଥମେ ହୁବେଇର ଉହାନ୍‌ ମ୍ୟୁନିସିପାଲ କମିଶନ ଡିସେମ୍ବର ୩୧ରେ ନିମୋନିଆ ବୋଲି ରିପୋର୍ଟ ଦେଇଥିଲେ। ଜାତିସଂଘ ସ୍ବାସ୍ଥ୍ୟ ବିଭାଗ କାହାଠାରୁ ଏଭଳି ସୂଚନା ମିଳିଥିଲା ସ୍ପଷ୍ଟ କରି ନ ଥିଲା। ଡବ୍ଲ୍ୟୁଏଚ୍‌ଓ ନିର୍ଦ୍ଦେଶକ ଟେଡ୍ରୋସ୍‌ ଆଧାନମ୍‌ ଘେବ୍ରେୟେସେସ୍‌ ଏପ୍ରିଲ ୨୦ରେ ଖବରଦାତା ସମ୍ମିଳନୀ କରି ଚାଇନାରୁ ପ୍ରଥମେ ଏନେଇ ରିପୋର୍ଟ ଆସିଥିବା କହିଥିଲେ। ତେବେ ଚାଇନା ଅଧିକାରୀ ରିପୋର୍ଟ ଦେଇଛନ୍ତି ନା ଅନ୍ୟ କେଉଁଠାରୁ ଏହି ରିପୋର୍ଟ ଆସିଛି, ତାହା ସେ ସ୍ପଷ୍ଟ କରି ନ ଥିଲେ। ଚଳିତ ସପ୍ତାହରେ ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ଘଟଣାର ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଛି। ଏଥିରେ ସଙ୍ଗଠନ ପକ୍ଷରୁ ଚାଇନା ନୁହେଁ ବରଂ ସେଠାରେ ଥିବା ଡବ୍ଲ୍ୟୁଏଚ୍‌ଓ ଅଫିସ ଡିସେମ୍ବର ୩୧ରେ ପ୍ରଥମେ ଭୂତାଣୁ ସମ୍ପର୍କରେ ସତର୍କ କରାଇଥିଲା ବୋଲି ଦର୍ଶାଯାଇଛି। ଏହା ପରେ ଜାନୁୟାର ୧ ଓ ୨ରେ ଚାଇନା ଅଧିକାରୀଙ୍କୁ ପଚରାଯିବାରୁ ଜାନୁୟାରୀ ୩ରେ ତଥ୍ୟ ପ୍ରଦାନ କରାଯାଇଥିଲା। ମାଇକେଲ ରିଆନ୍‌ ଏସମ୍ପର୍କରେ ସୂଚନା ଦେଇଥିଲେ। ପରେ ଚାଇନା ଡବ୍ଲ୍ୟୁଏଚ୍‌ଓ ସହ ଯୋଗାଯୋଗ କରିଥିଲା। ଡବ୍ଲ୍ୟୁଏଚ୍‌ଓର କାର୍ଯ୍ୟକଳାପକୁ ନେଇ ଟ୍ରମ୍ପ ବିରକ୍ତି ପ୍ରକାଶ କରିବା ସହ ସମ୍ପର୍କ ଛିନ୍ନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

ଐତିହାସିକ ବିସ୍ମୃତିର ନବପର୍ବ

ଗୋଟିଏ ମୂର୍ତ୍ତି। ଅତୀତର ଗର୍ଭରେ ବିଲୀନ ହୋଇଯାଇଥିବା ମହେଞ୍ଜୋଦାରୋ ସଭ୍ୟତାର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ସମ୍ପର୍କରେ ଯେଉଁ ଯତ୍‌କିଞ୍ଚତ୍ତ୍‌ ଧାରଣା ଏବେ ଆମେ ପାଇଛେ, ସେଥିରେ…

ଅବସର ଘୋଷଣା କଲେ ନେମାର, ଫିଫା ବିଶ୍ୱକପ୍‌ରେ ବ୍ରାଜିଲର ଅଶ୍ରୁଳ ବିଦାୟ ପରେ…

ବ୍ରାସିଲିଆ,୬ା୭: ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ନେଇଛନ୍ତି ବ୍ରାଜିଲର ଷ୍ଟାର୍‌ ଖେଳାଳି ନେମାର। ଫିଫା ବିଶ୍ୱକପ୍‌ରେ ବ୍ରାଜିଲର ଅଶ୍ରୁଳ ବିଦାୟ ପରେ ନେମାର ଏହି ଅବସର ଘୋଷଣା କରିଛନ୍ତି।…

ଚାକିରିରୁ ରିଜାଇନ ଦେଲେ ଭୁବନେଶ୍ୱର ଡିସିପି, କହିଲେ ଏହି କାରଣରୁ…

ଭୁବନେଶ୍ୱର,୬ା୭: ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଚାକିରିରୁ ରିଜାଇନ ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ସେ ଚାକିରି ଛାଡ଼ିଦେଇଥିବା କହିଛନ୍ତି। ଡିସିପି ଜଗମୋହନ ୨୦୧୩ ବ୍ୟାଚ୍‌ର ଆଇପିଏସ୍‌ ଅଫିସର…

ସକାଳୁ ସକାଳୁ ଚମ୍ପୁଆରେ ଏନ୍‌କାଉଣ୍ଟର, ଅପରାଧୀଙ୍କ ନାମରେ ରହିଛି…

କେନ୍ଦୁଝର,୬ା୭(ନରେଶ ଚନ୍ଦ୍ର ପଟ୍ଟନାୟକ) କେନ୍ଦୁଝର ପୋଲିସ ସୋମବାର ଚମ୍ପୁଆ ଥାନା ଅନ୍ତର୍ଗତ ପତଳା ଜଙ୍ଗଲରେ ଜଣେ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରିଥିବା ଜଣା ପଡ଼ିଛି। ସେ ଆହତ ହୋଇ…

ଭାରତର ଏକତା ଓ ପ୍ରଗତି ପାଇଁ ସମର୍ପିତ ଏକ ଜୀବନ

ରାଷ୍ଟ୍ରବାଦ ଓ ନିଃସ୍ବାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ତ୍ୱ ରହିଛି। ଆମେ ଡକ୍ଟର ଶ୍ୟାମା…

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri