କରୋନାରୁ ବର୍ତ୍ତିବା ପାଇଁ ଏଭଳି ମାସ୍କ ପିନ୍ଧିଲେ ବ୍ୟକ୍ତି

ପୁଣେ,୪।୭: ଦେଶରେ କରୋନା ଭାଇରସ୍‌ ସଙ୍କଟ ଉତ୍କଟ ହେବାରେ ଲାଗିଛି। ଏହାକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପମୂଳକ କାର୍ଯ୍ୟ ଗ୍ରହଣ କରୁଛନ୍ତି। ଏହା ସତ୍ତ୍ୱେ ମଧ୍ୟ କରୋନା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଦିନକୁ ଦିନ ନୂଆ ନୂଆ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। ମହାମାରୀ କରୋନା ସଂକ୍ରମଣରୁ ରକ୍ଷା ପାଇବାକୁ ହେଲେ ଏବେ ମାସ୍କ ଲଗାଇବା ଅତ୍ୟନ୍ତ ଜରୁରୀ। ତେଣୁ ଛୋଟରୁ ବଡ଼ ଯାଏ ସମସ୍ତେ ମାସ୍କ ପିନ୍ଧି ନିଜକୁ ସୁରକ୍ଷିତ ରଖିବାକୁ ଉଦ୍ୟମ କରୁଛନ୍ତି। ଏଥିଯୋଗୁ ମାସ୍କର ଚାହିଦା ବୃଦ୍ଧି ପାଇଥିବା ବେଳେ ଏବେ ମାର୍କେଟରେ ବିଭିନ୍ନ ପ୍ରକାରର ମାସ୍କ ଉପଲ୍ଲବ୍ଧ ହେଉଛି। ଇତିମଧ୍ୟରେ ଜଣେ ବ୍ୟକ୍ତି କରୋନାରୁ ରକ୍ଷା ପାଇବା ପାଇଁ ସୁନାର ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ମହାରାଷ୍ଟ୍ର ପୁଣେ ଜିଲାର ପିମ୍ପରି-ଚିଞ୍ଚୱାଡାରେ ରହୁଥିବା ଶଙ୍କର କୁରାଡେ ନାମକ ଜଣେ ବ୍ୟକ୍ତି ସୁନାର ମାସ୍କ ପିନ୍ଧି ଏବେ ଚର୍ଚ୍ଚାକୁ ଆସିଛନ୍ତି।ସେ ପିନ୍ଧୁଥିବା ମାସ୍କର ଦାମ୍‌ର କେତେ ଜାଣିଛନ୍ତି କି? ଏହି ମାସ୍କର ଦାମ୍‌ ହେଉଛି ୨ଲକ୍ଷ ୮୯ ହଜାର ଟଙ୍କା।

ମାସ୍କଟି ସମ୍ପୂର୍ଣ୍ଣ ଭାବରେ ସୁନାରେ ତିଆରି ହୋଇଥିବା ବେଳେ ନିଃଶ୍ୱାସ ନେବା ପାଇଁ ସେଥିରେ ଛୋଟ ଛୋଟ କଣା ମଧ୍ୟ ରହିଛି। ପୁଣେ ଜିଲାରେ ଶଙ୍କର ଗୋଲଡେନ ମ୍ୟାନ ନାମରେ ବେଶ୍‌ ପରିଚିତ। ସୁନାର ଅଳଙ୍କାର ପିନ୍ଧିବାକୁ ଶଙ୍କର ବେଶ୍‌ ପସନ୍ଦ କରନ୍ତି। ଏଥିପାଇଁ ସବୁବେଳେ ସେ ହାତ, ବେକରେ କିଲୋ କିଲୋ କିଲୋ ଲେଖାଏଁ ଓଜନର ସୁନାର ଆଭୂଷଣରେ ଆଚ୍ଛାଦିତ ହୋଇଥିବା ଦେଖିବାକୁ ମିଳେ। ତେବେ ଶଙ୍କର ଏହି ମାସ୍କ ସୋସିଆଲ ମିଡିଆରେ ଏବେ ଭାଇରାଲ ହୋଇଥିବା ବେଳେ ଏହାକୁ ନେଇ ଚାରିଆଡେ ଚର୍ଚ୍ଚା ଲାଗିରହିଛି। ଅନ୍ୟପଟେ ଏହି ମାସ୍କକୁ ନେଇ କେତେଜଣଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ଏହି କ୍ରମରେ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ମଧ୍ୟ ସାମିଲ ରହିଛି। ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଶଙ୍କରଙ୍କ ସୁନା ମାସ୍କ ପିନ୍ଧିଥିବାର ଏକ ଫଟୋକୁ ଶେୟାର କରିଛନ୍ତି। ଏଥିସହ କ୍ୟାପଶନ୍‌ରେ ଲେଖିଛନ୍ତି, ଯେତେବେଳେ ବୁଦ୍ଧିଠାରୁ ଅଧିକ ଟଙ୍କା ଥାଏ,ସେତେବେଳେ ଏଭଳି ଘଟିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା ସମୟରେ ଏହି ଗଛ ତଳେ ଠିଆ ହେଲେ ହୋଇପାରେ ମୃତ୍ୟୁ, ଜାଣନ୍ତୁ ପ୍ରକୃତ ଏହାର ରହସ୍ୟ…

ବିଶ୍ୱରେ ଅନେକ ପ୍ରକାରର ଗଛ ଏବଂ ଉଦ୍ଭିଦ ରହିଛି। ଯାହା ମଧ୍ୟରୁ ଅନେକ ଅଦ୍ଭୁତ ଏବଂ କିଛି ଅତ୍ୟନ୍ତ ବିପଦପୂର୍ଣ୍ଣ। ଆଜି ଆମେ ଆପଣଙ୍କୁ ଏପରି ଏକ…

ସ୍କୁଲ ଯାଉଥିଲେ ରୋନକ, ଧକ୍କା ଦେଲା ବସ୍‌: ଆଉ ତା’ପରେ…

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ):ବରଗଡ ଘରୋଇ ବସଷ୍ଟାଣ୍ଡ ପାଖରେ ବୁଧବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଘରୋଇ ଯାତ୍ରୀବାହୀ ବସ ଧକ୍କାରେ ଜଣେ ଛାତ୍ରଙ୍କ ଜୀବନ ଚାଲିଯାଇଛି। ମୃତ…

ଇରାନ-ଆମେରିକା ମଧ୍ୟରେ ପୁଣି ହେଲା ସିଧାସଳଖ ଯୁଦ୍ଧ, ଆମେରିକାର ଆକ୍ରମଣ ପରେ ସିଧା ଜବାବ ରଖିଲା ଇରାନ

ତେହରାନ,୮।୭: ହର୍ମୁଜ ପ୍ରଣାଳୀରେ ଜାହାଜ ଉପରେ ଆକ୍ରମଣ ପରେ, ଆମେରିକା ଏବଂ ଇରାନ ଏବେ ସିଧାସଳଖ ମୁହାଁମୁହିଁ ହୋଇଛନ୍ତି। ହର୍ମୁଜ ପ୍ରଣାଳୀରେ ଆକ୍ରମଣ ପରେ ଦୁଇ ଦେଶ…

ବ୍ରେକ୍‌ ବଦଳରେ କାର୍‌ ଏକ୍ସିଲେଟର ଦବାଇ ଦେଲେ ମହିଳା: ଆଉ ତା’ପରେ ଘଟିଗଲା…

ନୋଏଡା,୮।୭: ଗ୍ରେଟର ନୋଏଡା ପଶ୍ଚିମର ବିସରାଖ ପୋଲିସ ଷ୍ଟେଶନ ଅଞ୍ଚଳର ପଞ୍ଚଶୀଳ ଗ୍ରୀନ-୨ ସୋସାଇଟି ବାହାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସମସ୍ତଙ୍କୁ ଦୋହଲାଇ ଦେଇଛି। ରିପୋର୍ଟ…

ପ୍ରଧାନଶିକ୍ଷକ ମାଗୁଛନ୍ତି ଫେବର: ଡିଡବ୍ଲ୍ୟୁଓଙ୍କୁ ଅଭିଯୋଗ

ଭବାନୀପାଟଣା,୮।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁରର ଏକ ସରକାରୀ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ସ୍କୁଲର ମେଟ୍ରନ ଓ ୨ ଏଲ୍‌ସିସିଏଙ୍କୁ…

ଟିମ୍‌ ଇଣ୍ଡିଆର ଲଜ୍ଜାଜନକ ପରାଜୟ ପରେ ଧୋନୀଙ୍କୁ ଘେରିଗଲେ ପ୍ରଶଂସକ: ଜାଣନ୍ତୁ କାହିଁକି

ଟ୍ରେଣ୍ଟ ବ୍ରିଜ,୮।୭: ଟ୍ରେଣ୍ଟ ବ୍ରିଜରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ଟିମ ଇଣ୍ଡିଆକୁ ଏକ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। କିନ୍ତୁ…

୧୧ ବର୍ଷର ନାବାଳିକାକୁ ବଳାତ୍କାର ପରେ ହତ୍ୟା ମାମଲାର ଅଭିଯୁକ୍ତ ପୋଲିସ ଏନକାଉଣ୍ଟରରେ ନିହତ

କୋଲକାତା,୮।୭: ପଶ୍ଚିମବଙ୍ଗ ବାରୁଇପୁର ବଳାତ୍କାର ଏବଂ ହତ୍ୟା ମାମଲାର ଅଭିଯୁକ୍ତ ପ୍ରଭାସ ମଣ୍ଡଳ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ସୋମବାର ବେଙ୍ଗଲ ପୋଲିସ ତାଙ୍କୁ ଗିରଫ କରିଥିଲା।…

ଗୋଟିଏ ରନ୍‌ଓ୍ବେରେ ୨ ବିମାନ ମୁହାଁମୁହିଁ, ଗୋଟିଏ କଲ୍‌ ପରେ…

ମୁମ୍ବାଇ,୮ା୭: ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଗୋଟିଏ ରନଓ୍ବେରେ ଏୟାର ଇଣ୍ଡିଆର  ବିମାନ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ବିମାନ ମୁହାଁମୁହିଁ ହେବା ପରେ ମୁମ୍ବାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri