ମଞ୍ଚ ଉପରେ କନ୍ୟାଙ୍କୁ ଲ୍ୟାପ୍‌ଟପ୍‌ରେ କାମ କରୁଥିବା ଦେଖି ଏଭଳି କହିଲେ ଅତିଥି…

ମୁମ୍ବାଇ,୪।୭: କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ଏବେ ସରକାରୀ ହେଉ କି ବେସରକାରୀ ସମସ୍ତ କାର୍ଯ୍ୟାଳୟରେ କମ୍‌ କର୍ମଚାରୀଙ୍କୁ ନେଇ କାମ କରାଯାଉଛି। ବାକି ଅନ୍ୟମାନେ ଘରେ ରହି କାର୍ଯ୍ୟ କରୁଛନ୍ତି। କରୋନା ଲକ୍‌ଡାଉନ ସମୟରେ ଓ୍ବାର୍କ ଫ୍ରମ୍‌ ହୋମ୍‌ ଶବ୍ଦ ବହୁଥର ଶୁଣିଥିବେ ଏବଂ କାର୍ଯ୍ୟରେ ମଧ୍ୟ ଲଗେଇଥିବେ। କିନ୍ତୁ ଓ୍ବାର୍କ ଫ୍ରମ୍‌ ଷ୍ଟେଜ୍‌ କଥା କେବେ ଶୁଣିଛନ୍ତି କିମ୍ବା କରିଛନ୍ତି କି। କିଛି ଏଭଳି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ବିବାହ ମଞ୍ଚ ଉପରେ ଜଣେ କନ୍ୟା ବସି ଲ୍ୟାପଟପ୍‌ରେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି। ଗୋଟିଏ ହାତରେ ଲ୍ୟାପ୍‌ଟପ୍‌ ଓ ଅନ୍ୟ ହାତରେ ମୋବାଇଲ ଧରି କନ୍ୟା ଜଣଙ୍କ କାମ କରୁଛନ୍ତି। କାମ କରିବାରେ ଏତେ ବ୍ୟସ୍ତ ରହିଯାଇଛନ୍ତି ଯେ, ନିଜ ବିବାହକୁ ମଧ୍ୟ ଉପଭୋଗ କରିପାରୁ ନାହାନ୍ତି। ଅନ୍ୟପଟେ କନ୍ୟାଙ୍କୁ ଏଭଳି କାର୍ଯ୍ୟ କରୁଥିବା ଦେଖି ବର ମଧ୍ୟ କିଛି କହି ପାରୁନାହାନ୍ତି। କେବଳ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ଅନେଇକି ବସିଛନ୍ତି। କେତେବେଳେ କାମ ସରିବ ଓ କନ୍ୟା ତାଙ୍କୁ ଟିକେ ପ୍ରେମଭରା ଦୃଷ୍ଟିରେ ଅନେଇବେ। ସେହିପରି ସେଠାରେ ଉପସ୍ଥିତ ଥିବା ଅତିଥିମାନେ ଏହାକୁ ନେଇ କମେଣ୍ଟ କରି କହିଛନ୍ତି, ମାସକ ଟାର୍ଗେଟ ପୁରା ହୋଇନି କି। ଏହି ଭିଡିଓ ଏବେ ଭାଇରାଲ ହୋଇଥିବା ବେଳେ ଏହା କେଉଁଠିକାର ଜଣାପଡ଼ିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସକ୍ରିୟ ମାମଲା ୧୫ ହଜାର ତଳେ, ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଲା…

ନୂଆଦିଲ୍ଲୀ, ୬।୧୧: ଥଣ୍ଡା ବଢ଼ିବା ସହିତ ଦେଶରେ କରୋନା ମହାମାରୀ ସଂକ୍ରମଣର ଆତଙ୍କ ପୁଣି ଆରମ୍ଭ ହୋଇଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି...

ମଧ୍ୟପ୍ରଦେଶ ଭାଇରସ୍‌ ହେବନି ମହାରାଷ୍ଟ୍ର ମୁହାଁ: ଶିବସେନା

ମୁମ୍ବାଇ, ୧୧।୩: ମଧ୍ୟପ୍ରଦେଶରେ ଭାଜପା ପକ୍ଷରୁ କଂଗ୍ରେସ ସରକାରଙ୍କୁ କ୍ଷମତାଚ୍ୟୁତ କରାଇବା ଲାଗି କରାଯାଉଥିବା ଉଦ୍ୟମ ମହାରାଷ୍ଟ୍ରରେ ହୋଇପାରିବ ନାହିଁ ବୋଲି ଶିବସେନା ପକ୍ଷରୁ କୁହାଯାଉଛି।...

୪ ଶହ ବର୍ଷ ହେଲା ଗାଁରେ ହୋଇନି କୌଣସି ଶିଶୁଙ୍କ ଜନ୍ମ…

ମଧ୍ୟପ୍ରଦେଶ ରାଜଗଡ଼ ଜିଲା ସଙ୍କ୍‌ ଶ୍ୟାମ୍‌ ଜୀ ଗାଁରେ ଗତ ୪ ଶହ ବର୍ଷ ଧରି କୌଣସି ଶିଶୁଙ୍କ ଜନ୍ମ ହୋଇନି। ଭୋପାଳଠାରୁ ଏହି ଗାଁର...

ସିସୋଡିଆଙ୍କୁ ଭାରତ ରତ୍ନ ଦିଆଯିବା ଉଚିତ: କେଜ୍ରିଓ୍ବାଲ୍‌

ଅହମ୍ମଦାବାଦ୍‌,୨୨।୮: ଦିଲ୍ଲ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ସୋମବାର ଗୁଜରାଟରେ ନିର୍ବାଚନ ପ୍ରଚାର କରିଛନ୍ତି। ସେ ରାଜ୍ୟରେ ଉନ୍ନତ ତଥା ମାଗଣା ଶିକ୍ଷା ଏବଂ ଉନ୍ନତ ସ୍ବାସ୍ଥ୍ୟ...

ଘର ପାଇଁ ଦୀପାବଳିରେ କିଣନ୍ତୁ ଏସବୁ ଆସବାବପତ୍ର…

ଆଲୋକର ପର୍ବ ଦୀପାବଳିରେ ଘରକୁ ନୂଆ ଜିନିଷ କିଣି ଆଣିବାକୁ କେତେକ ସୌଭାଗ୍ୟ ବର୍ଦ୍ଧକ ବୋଲି ମନେ କରିଥାନ୍ତି। ତେବେ ବାସ୍ତୁଶାସ୍ତ୍ର ଅନୁସାରେ ଘର ଓ...

କରୋନା ଚିକିତ୍ସାରେ ବ୍ୟବହୃତ ହେଉଥିବା ୮ ଔଷଧ

ଓ୍ବାଶିଂଟନ,୨୪।୩: କରୋନା ସଂକ୍ରମିତଙ୍କ ଚିକିତ୍ସା କୌଣସି ଏକ ନିର୍ଦ୍ଦିଷ୍ଟ ଔଷଧରେ ସମ୍ଭବ ହୋଇପାରୁ ନାହିଁ। ଜଣକ ପାଇଁ ସଫଳ ରହିଥିବା ଔଷଧ ଅନ୍ୟ ଜଣେ ସଂକ୍ରମିତଙ୍କଠାରେ...

‘ଅଗ୍ନିପଥ‘ ଯୋଜନାକୁ ବିରୋଧ କରି କଂଗ୍ରେସର ବଡ ପ୍ରଦର୍ଶନ, ପ୍ରେସ କନଫରେନ୍ସ ଜରିଆରେ ସରକାରଙ୍କୁ ଟାର୍ଗେଟ

ନୂଆଦିଲ୍ଲୀ,୨୬ ।୬: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ‘ କୁ ବିରୋଧ କରି କଂଗ୍ରେସ ଦିଲ୍ଲୀର ଜନ୍ତର ମନ୍ତରରେ ‘ସତ୍ୟାଗ୍ରହ’ କରି ସାରିଛି । ଏବେ ପାର୍ଟି ସାରା...

ନବନୀତଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି

ମୁମ୍ବାଇ,୭।୧୧: ନକଲି ଜାତି ପ୍ରମାଣପତ୍ର ମାମଲାରେ ମୁମ୍ବାଇର ଏକ କୋର୍ଟ ଲୋକ ସଭା ଏମ୍‌ପି ନବନୀତ୍‌ ରାଣା ଏବଂ ତାଙ୍କ ପିତାଙ୍କ ବିରୋଧରେ ଜାମିନ ବିହୀନ...

Advertisement
Archives

Model This Week