ମୋ ବନ୍ଧୁଙ୍କୁ ଆଜି ବହୁତ୍ ମିସ୍ କରୁଛି: ମୋଦି
ନୂଆଦିଲ୍ଲୀ,୨୪।୮: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି ବରିଷ୍ଠ ନେତା ଥିବା ଅରୁଣ ଜେଟଲୀଙ୍କ ସୋମବାର ପ୍ରଥମ ପୁଣ୍ୟତିଥି ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ତାଙ୍କ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।…
ଚିନ୍ତା ବଢାଉଛି କରୋନା: ଗୋଟିଏ ଦିନରେ ୬୧,୪୦୬ରୁ ଅଧିକ ନୂଆ ଆକ୍ରାନ୍ତ, ୮୩୬ ମୃତ
ନୂଆଦିଲ୍ଲୀ,୨୪।୮: ଦେଶରେ ମହାମାରୀ କରୋନା ସଙ୍କଟ ଜାରି ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ୬୧ ହଜାର ୪୦୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ଲକ୍ଷ ୬ ହଜାର ୩୪୮ରେ ପହଞ୍ଚିଛି। ସେହିପରି…
ଶାଶୁ-ବୋହୂ ମିଶିକି କଲେ ଏମିତି କାମ, ଜାଣିଲେ ହେବେ ଆଶ୍ଚର୍ଯ୍ୟ
ସାଧାରଣତଃ ଶାଶୁ-ବୋହୂ ଝଗଡା ବିଷୟରେ ଶୁଣିଥିବେ କିନ୍ତୁ ସମାଜରେ ଏମିତି କିଛି ଶାଶୁ-ବୋହୂ ଅଛନ୍ତି ସେମାନେ ଲୋକଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଝାଡଖଣ୍ଡରେ ଏମିତି ଜଣେ ଶାଶୁ-ବୋହୂ ଯୋଡି ସାମ୍ନାକୁ ଆସିଛନ୍ତି। ଦୁହେଁ ମିଶି ଏକ ଏମିତି ଆପ୍ ପ୍ରସ୍ତୁତ…
କେବେ ଆସିବ କରୋନା ଟିକା, ଏମିତି କହିଲେ ସ୍ବାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୨୩।୮: କରୋନା ମହାମାରୀ ମଧ୍ୟରେ ବିଶ୍ୱର ଅନେକ ଦେଶ ଏହାର ଟିକା ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି। ରୁଷ ବିଶ୍ୱର ପ୍ରଥମ କରୋନା ଟିକା ପ୍ରସ୍ତୁତ କରିଥିବା ଦାବି କରିଛି। ଭାରତ ଏବଂ ଆମେରିକା ସମେତ ଅନେକ ଦେଶରେ କରୋନା ଟିକା…
ନୂଆ ଅଧ୍ୟକ୍ଷ ବାଛୁ କଂଗ୍ରେସ: ସୋନିଆ ଗାନ୍ଧୀ
ନୂଆଦିଲ୍ଲୀ,୨୩।୮: ଦେଶର ସବୁଠାରୁ ପୁରୁଣା ରାଜନୈତିକ ଦଳ କଂଗ୍ରେସରେ ଏବେ ପୁଣି ଅଧ୍ୟକ୍ଷ ପଦକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଦଳର ୨୩ରୁ ଅଧିକ ବଡ଼ ନେତା ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ସଙ୍ଗଠନରେ ବଡ଼ଧରଣର ପରିବର୍ତ୍ତନ ପ୍ରସ୍ତାବ…
ଅସୁସ୍ଥ ମହିଳାଙ୍କୁ ଷ୍ଟ୍ରେକଚର୍ରେ ଧରି ୧୫ ଘଣ୍ଟା ଚାଲିଲେ ଆଇଟିବିପି ଯବାନ
ପିଥୋରଗଡ଼, ୨୩।୮: ଲଗାଣ ବର୍ଷା ଯୋଗୁ ଉତ୍ତରାଖଣ୍ଡରେ ସ୍ଥିତି ସଙ୍ଗୀନ ହୋଇଗଲାଣି। ବନ୍ୟା ଓ ଭୂସ୍ଖଳନ ଯୋଗୁ ଲୋକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଯଦି କାହାର ସ୍ବାସ୍ଥ୍ୟବସ୍ଥା ଖରାପ ହୁଏ ତେବେ ହସ୍ପିଟାଲ ଯିବା କାଠିକର ପାଠ…
ଝୁଲନ୍ତା ଅବସ୍ଥାରେ ମିଳିଲା ଗୋଟିଏ ପରିବାରର ୫ ସଦସ୍ୟଙ୍କ ମୃତଦେହ
ଭୋପାଳ, ୨୩।୮: ମଧ୍ୟପ୍ରଦେଶର ଟିକମଗଡ଼ ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ସମେତ ତାଙ୍କ ପରିବାରର ୫ ଜଣ ସଦସ୍ୟଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ ଗୋଟିଏ ୪ ବର୍ଷର ଶିଶୁ…
ଆଇଏସ୍ ଆତଙ୍କବାଦୀଙ୍କ ଘରେ ବାରୁଦ ଗଦା: ସ୍ତ୍ରୀ-ପିତା-ଭାଇ କହିଲେ ଏପରି…
ନୂଆଦିଲ୍ଲୀ, ୨୩।୮: ଦିଲ୍ଲୀର ଧୋଲା କୂଆଁ ଅଞ୍ଚଳରୁ ଗିରଫ ହୋଇଥିବା ଆତଙ୍କବାଦୀ ଅବୁ ୟୁସୁଫ୍ଙ୍କର ବଳରାମପୁର ଘରେ ଚଢ଼ାଉ ସମୟରେ ମୃତ୍ୟୁର ସରଞ୍ଜାମ ଜବତ ହୋଇଛି। ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ଏସବୁ ୟୁସୁଫ୍ ଠୁଳ କରିଥିବା କୁହାଯାଉଛି। ଅଳ୍ପ…
ମୋଦିଙ୍କ ମୟୂର ପ୍ରେମ
ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାସଭବନରେ କିପରି ମୟୂର ସହ ସମୟ କଟାଉଛନ୍ତି ତାହା ଏବେ ଦେଖିବାକୁ ମିଳିଛି। ଇନଷ୍ଟାଗ୍ରାମରେ ଏବେ ଏକ ଭିଡିଓ ଦର୍ଶାଉଛି ମୋଦିଙ୍କ ମୟୂର ପ୍ରତି ଥିବା ପ୍ରେମ। ଉକ୍ତ ଭିଡିଓରେ ମୋଦି କିପରି ମୟୂରଙ୍କୁ…
ପାସପୋର୍ଟରେ ମା’ଙ୍କ ନାଁ ବଦଳାଇବାକୁ ଚାହୁଛନ୍ତି ମେହେବୁବାଙ୍କ ଝିଅ
ଶ୍ରୀନଗର,୨୩।୮: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମୋକ୍ରେଟିକ ପାର୍ଟି(ପିଡିପି)ର ଅଧ୍ୟକ୍ଷ ମେହେବୁବା ମୁଫତିଙ୍କ ସାନ ଝିଅ ଏବେ ପାସପୋର୍ଟରେ ମା’ ମେହେବୁବାଙ୍କ ନାଁରେ ପରିବର୍ତ୍ତନ ଚାହୁଁଛନ୍ତି। ଏଥିପାଇଁ ସେ ଏକ ନୋଟିସ ଜାରି କରିଛନ୍ତି। ଏଥିରେ ଯଦି କାହାର କିଛି…
ଦୁନିଆର ଆଲୋକ ଦେଖି ପାରିବେନି ୬୮ ଲକ୍ଷ କନ୍ୟା: ମାତୃଗର୍ଭରେ କରାଯିବ ହତ୍ୟା !
ଓ୍ବାଶିଂଟନ/ନୂଆଦିଲ୍ଲୀ, ୨୩।୮: ଦେଶରେ କନ୍ୟା ଭ୍ରୁଣ ହତ୍ୟା ଜାରି ରହିଛି। ସରକାରୀ ଆଇନ ଏକ୍ଷେତ୍ରରେ ବିଶେଷ ସଫଳ ହେଉ ନ ଥିବା କୁହାଯାଉଛି। ଏଭଳି ଧାରା ଜାରି ରହିଲେ ୨୦୩୦ ସୁଦ୍ଧା ୬୮ ଲକ୍ଷ କନ୍ୟା ଦୁନିଆର ଆଲୋକ ଦେଖିବାରୁ ବଞ୍ଚିତ…
ପୂର୍ବତନ ରାଷ୍ଟ୍ରପତିଙ୍କ ଅବସ୍ଥା ଏବେବି ସଙ୍କଟାପନ୍ନ
ନୂଆଦିଲ୍ଲୀ,୨୩।୮: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସୁ ନ ଥିବା କହିଛି ଦିଲ୍ଲୀରେ ଥିବା ଆର୍ମି ହସ୍ପିଟାଲ। ଏବେ ସେ କୋମାରେ ରହିଥିବା ବେଳେ ଶରୀରର ମୁଖ୍ୟ ଅଙ୍ଗଗୁଡିକ ପୂର୍ବଭଳି ସ୍ଥିର ରହିଛି। ଭେଣ୍ଟିଲେଟର ସହାୟତାରେ ତାଙ୍କର…

