Posted inଜାତୀୟ

ଝୁଲନ୍ତା ଅବସ୍ଥାରେ ମିଳିଲା ଗୋଟିଏ ପରିବାରର ୫ ସଦସ୍ୟଙ୍କ ମୃତଦେହ

ଭୋପାଳ, ୨୩।୮: ମଧ୍ୟପ୍ରଦେଶର ଟିକମଗଡ଼ ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ସମେତ ତାଙ୍କ ପରିବାରର ୫ ଜଣ ସଦସ୍ୟଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ ଗୋଟିଏ ୪ ବର୍ଷର ଶିଶୁ ଥିବା ଜଣାପଡ଼ିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଟିକମଗଡ଼ ଜିଲା ପୋଲିସ ଅଧିକ୍ଷକ ପ୍ରଶାନ୍ତ ଖେର କହିଛନ୍ତି, ରବିବାର ସକାଳେ ଖରଗାପୁରର ୬୨ ବର୍ଷୀୟ ଧର୍ମଦାସ ସୋନିଙ୍କ ପରିବାରର ସମସ୍ତ ୫ ଜଣଙ୍କ ଶବ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ମୃତକଙ୍କ ମଧ୍ୟରେ ଧର୍ମଦାସଙ୍କ ବ୍ୟତୀତ ତାଙ୍କ ସ୍ତ୍ରୀ ପୁନା (୫୫ ବର୍ଷ), ପୁଅ ମନୋହର (୨୭ ବର୍ଷ), ବୋହୁ ସୋନମ (୨୫ ବର୍ଷ) ଓ ୪ ବର୍ଷର ନାତି ସାନିଧ୍ୟ ରହିଛନ୍ତି। ରବିବାର ସକାଳେ ଯେତେବେଳେ ଧର୍ମଦାସଙ୍କ ପରିବାର ନ ଉଠିଲେ ଏହାପରେ ସନ୍ଦେହରେ ପଡ଼ିଶା ଘର ଲୋକ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚିଲା ଘରର ଭିତରପଟୁ ତାଲା ପଡ଼ିଥିଲା। ଏହାପରେ ପୋଲିସ ତାଲା ଭାଙ୍ଗି ଭିତରକୁ ପ୍ରବେଶ କରିଥିଲା। ବିଭିନ୍ନ ଦିଗରୁ ଅନୁସନ୍ଧାନ ଜାରି ରହିଛି। ବିସ୍ତୃତ ଅନୁସନ୍ଧାନ ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଏସ୍‌ପି ଖେର୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାମଦେବ ଭର୍ସେସ ଡାକ୍ତର: ବେକରେ ପୋଷ୍ଟର-ପିପିଇ କିଟ୍‌ ପିନ୍ଧି ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ,୧।୬: ଏଲୋପାଥି ଚିକିତ୍ସା ଓ ଡାକ୍ତରଙ୍କୁ ନେଇ ଯୋଗଗୁରୁ ବାବା ରାମଦେବ ଦେଇଥିବା ବୟାନର ବିବାଦ ଥମିବାର ନା ନେଉନି। ଏହି ମାମଲାରେ ବାବା ରାମଦେବ...

ସୋନିଆ-ମନମୋହନଙ୍କୁ ଭେଟିଲେ ହସିନା

ନୂଆଦିଲ୍ଲୀ,୬।୧୦: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ରବିବାର ଭେଟିଛନ୍ତି। ଏହା ସହିତ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ମଧ୍ୟ...

ଜନ ଧନ ଆକାଉଣ୍ଟ ସଂଖ୍ୟା ୪୦ କୋଟି ଟପିଲା, ଜାଣନ୍ତୁ କ’ଣ ରହିଛି ସୁବିଧା

ନୂଆଦିଲ୍ଲୀ, ୩।୮: ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା(ପିଏମ୍‌ଜେଡିଓ୍ବାଇ)ଅଧୀନରେ ୪୦ କୋଟିରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି। ଏହି ଯୋଜନା ୬ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା।...

ନିଲମ୍ବିତ ଏମ୍‌ପିଙ୍କୁ ଭେଟିଲେ ରାହୁଲ

ନୂଆଦିଲ୍ଲୀ,୨।୧୧: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଗୁରୁବାର ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନରେ ନିଲମ୍ବିତ ହୋଇଥିବା ୧୨ ଜଣ ରାଜ୍ୟ ସଭା ଏମ୍‌ପିଙ୍କୁ ଭେଟିଛନ୍ତି। ନିଲମ୍ବିତ...

ଆୟକର ବିଭାଗ ପକ୍ଷରୁ ନୋଟିସ ପାଇ ମୁଣ୍ଡରେ ହାତ ଦେଲେ ରିକ୍ସା ଚାଳକ

ମଥୁରା,୨୫।୧୦: ଉତ୍ତରପ୍ରଦେଶର ମଥୁରାରେ ଜଣେ ରିକ୍ସା ଚାଳକଙ୍କୁ ଆୟକର (ଆଇଟି) ବିଭାଗ ପକ୍ଷରୁ ନୋଟିସ ପଠାଯାଇଛି। ନୋଟିସରେ ତାଙ୍କୁ ୩ କୋଟିରୁ ଅଧିକ ଟଙ୍କା ପରିଶୋଧ...

୧୯୯୧ର ରାଜନୈତିକ ଡ୍ରାମା ମନେ ପକାଇଦେଲା ଶରଦ ପାଓ୍ବାରଙ୍କ ଏନ୍‌ସିପି…

ମୁମ୍ବାଇ,୨୩।୧୧: ସମ୍ପ୍ରତି ମହାରାଷ୍ଟ୍ରରେ ହୋଇଥିବା ରାଜନୈତିକ ସ୍ଥିତି ୧୯୯୧ରେ କେନ୍ଦ୍ରରେ ଅବସ୍ଥା ସହିତ ମେଳ ଖାଉଛି। ସେତେବେଳେ ପ୍ରଧାନମନ୍ତ୍ରୀ ଡୋର ଧରିବା ନେଇ ହୋଇଥିବା ଡ୍ରାମାରେ...

ଅନୁପ୍ରବେଶ ଉଦ୍ୟମ ପଣ୍ଡ: ୨ ପାକିସ୍ତାନୀ ନିହତ

ଅଟାରି,୧୭।୧୨: ପଞ୍ଜାବ ଅମୃତସରର ଅଟାରି ସୀମା ନିକଟରେ ଏକ ଅନୁପ୍ରବେଶ ଉଦ୍ୟମକୁ ବିଏସ୍‌ଏଫ୍‌ ଯବାନ ପଣ୍ଡ କରିଦେଇଛନ୍ତିି। ରାଜତାଲ ବିଓପିରେ ୨ ଜଣ ପାକିସ୍ତାନୀ ଭାରତରେ...

୧୧ବର୍ଷରେ ୭୩ କୋଟି ଟଙ୍କାର କୂଅ ପାଣି ଚୋରି: ୬ ଜଣଙ୍କ ବିରୋଧରେ ମାମଲା

ମୁମ୍ବାଇ,୧୭।୧୦: ମହାରାଷ୍ଟ୍ର ମୁମ୍ବାଇରେ ପୋଲିସ କୂଅ ପାଣି ଚୋରି ଅଭିଯୋଗରେ ୬ ଜଣଙ୍କ ବିରୋଧରେ ଏକ ମାମଲା ଦାଏର କରିଛି। ୧୧ ବର୍ଷ ମଧ୍ୟରେ ଅଭିଯୁକ୍ତମାନେ...

Advertisement
Archives

Model This Week