ଅସୁସ୍ଥ ମହିଳାଙ୍କୁ ଷ୍ଟ୍ରେକଚର୍‌ରେ ଧରି ୧୫ ଘଣ୍ଟା ଚାଲିଲେ ଆଇଟିବିପି ଯବାନ

ପିଥୋରଗଡ଼, ୨୩।୮: ଲଗାଣ ବର୍ଷା ଯୋଗୁ ଉତ୍ତରାଖଣ୍ଡରେ ସ୍ଥିତି ସଙ୍ଗୀନ ହୋଇଗଲାଣି। ବନ୍ୟା ଓ ଭୂସ୍ଖଳନ ଯୋଗୁ ଲୋକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଯଦି କାହାର ସ୍ବାସ୍ଥ୍ୟବସ୍ଥା ଖରାପ ହୁଏ ତେବେ ହସ୍ପିଟାଲ ଯିବା କାଠିକର ପାଠ ହୋଇପଡ଼ୁଛି। ଦୁର୍ଗମ ଗ୍ରାମର ଅବସ୍ଥା ଆହୁରି ସଙ୍ଗୀନ। ଏଭଳି ଏକ ସମୟରେ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ଭିଡିଓ ଏବେ ଚର୍ଚ୍ଚାରେ ରହିଛି। ଜଣେ ଅସୁସ୍ଥ ମହିଳାଙ୍କୁ ଚିକିତ୍ସା ଯୋଗାଇଦେବା ପାଇଁ ଆଇଟିବିପି ଯବାନମାନେ ଦୁର୍ଗମ ରାସ୍ତାରେ ୧୪ ଘଣ୍ଟା ଚାଲି ୪୦ କିମି ଅତିକ୍ରମ କରିଛନ୍ତି।


ଭିଡିଓଟି ଉତ୍ତରାଖଣ୍ଡର ପିଥୋରଗଡ଼ ଜିଲାର ଲାପ୍‌ସା ଗ୍ରାମର ଦୃଶ୍ୟ। ଗ୍ରାମରେ ଜଣେ ମହିଳା ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କୁ ଚିକିତ୍ସା ଯୋଗାଇଦେବା ପାଇଁ ଆଇଟିବିପି ଯବାନମାନେ ମହିଳାଙ୍କୁ କାନ୍ଧରେ ଧରି ମୁନିୟାରୀ ପର୍ଯ୍ୟନ୍ତ ୪୦ କିମି ଦୂରକୁ ଚାଲିଚାଲି ଯାଇଥିଲେ। ଯାତ୍ରା ସମୟରେ ଆଇଟିବିପି ଯବାନମାନେ ପାହାଡ଼, ପର୍ବତ, ନଦୀ, ନାଳ ଅତିକ୍ରମ କରିଯାଇଥିଲେ। ଅସୁସ୍ଥ ମହିଳାଙ୍କୁ ଏକ ଷ୍ଟ୍ରେକଚର ସହାୟତାରେ ଧରି ଯବାନମାନେ ୧୫ ଘଣ୍ଟା ଦୁର୍ଗମ ରାସ୍ତାରେ ଚାଲି ଚାଲି ଶେଷରେ ଲକ୍ଷ୍ୟସ୍ଥଳରେ ପହଞ୍ଚିଥିଲେ। ବର୍ଷାଦିନେ ଉତ୍ତରାଖଣ୍ଡରେ ରାସ୍ତା ଭାରି ସଙ୍ଗୀନ ହୋଇପଡ଼ିଥାଏ। ବର୍ତ୍ତମାନ ସାରା ରାଜ୍ୟରେ ୨୧୦ ରାସ୍ତା ବନ୍ଦ ରହିଛି। ଫଳରେ ୪ଟି ରାଜ୍ୟ ରାଜପଥ, ୭ଟି ରାଜ୍ୟ ସଡ଼କ ଓ ୮ଟି ଜିଲା ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପାଇଁ ମନା କରି ଶେଷରେ ଏମିତି ପ୍ରେମରେ ପଡ଼ିଥିଲେ ଶିବରାଜ ସିଂ, ଜାଣନ୍ତୁ ପୂରା ଘଟଣା…

ଭୋପାଳ,୩ା୧୨: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଜଣେ ଦକ୍ଷ ବକ୍ତା ତଥା ଚତୁର ରାଜନେତା ଭାବରେ ଜଣାଶୁଣା। ଏକ ସମୟ ଥିଲା ଯେତେବେଳେ ସେ...

ତେଲଙ୍ଗାନାର ୯ ଟି ଆସନରେ ନିର୍ବାଚନ ଲଢ଼ୁଛି ଓୱାଇସିଙ୍କ ଦଳ, ଜାଣନ୍ତୁ କେଉଁଠି ମିଳିଲା ବିଜୟ ?

ହାଇଦ୍ରାବାଦ,୩।୧୨: ତେଲଙ୍ଗାନା ବିଧାନସଭା ନିର୍ବାଚନରେ ବଡ଼ ଓଲଟପାଲଟ ଦେଖିବାକୁ ମିଳିଛି। ରାଜ୍ୟ ଗଠନ ହେବା ପରଠାରୁ ତେଲଙ୍ଗାନା ଉପରେ ଶାସନ କରୁଥିବା କେସିଆରଙ୍କ ବିଆରଏସକୁ କଂଗ୍ରେସଠାରୁ...

ମଧ୍ୟପ୍ରଦେଶ,ରାଜସ୍ଥାନ, ଛତିଶଗଡ଼ରେ ମୋଦି ମ୍ୟାଜିକ୍‌…

ନୂଆଦିଲ୍ଲୀ,୩।୧୨ : ମଧ୍ୟପ୍ରଦେଶ,ରାଜସ୍ଥାନ, ଛତିଶଗଡ଼ର ବିଧାନସଭା ନିର୍ବାଚନ ଫଳାଫଳରେ ମୋଦି ମ୍ୟାଜିକ୍‌ କାମ ଦେଇଛି। ଭୋଟ ଗଣତିରୁ ଜଣାପଡ଼ିଛି ଭାଜପା ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ...

କେସିଆରଙ୍କ କାରକୁ ରୋକିଲା କଂଗ୍ରେସର ହାତ…

ହାଇଦ୍ରାବାଦ,୩।୧୨ : ତେଲଙ୍ଗାନାର ବିଧାନସଭା ନିର୍ବାଚନ ଫଳାଫଳର ପ୍ରାଥମିକ ଗଣତିରୁ ଜଣାପଡ଼ିଛି କଂଗ୍ରେସ ରାଜ୍ୟରେ ପ୍ରଥମ ଥର ପାଇଁ କ୍ଷମତା ଦଖଲ କରିବାରକୁ ଯାଉଛି। ରାଜ୍ୟରେ...

ଏରୋପ୍ଲେନ୍‌ ପର୍ସ, ଏହା ବଦଳରେ କିଣିହେବ ସୁନ୍ଦର ଫ୍ଲାଟ୍‌, ଦାମ୍‌ ଜାଣିଲେ…

ଦିନଥିଲା ଲୋକମାନେ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ଜିନିଷ କିଣୁଥିଲେ। କିନ୍ତୁ ବର୍ତ୍ତମାନ ଶୋ’ ଅଫ୍‌ ସମୟ ଆସିଛି। ପଡ଼ୋଶୀ କିଛି ଜିନିଷ କିଣିଲେ ସାମ୍ନାରେ ଥିବା...

୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ କି ଶିବରାଜ ? ପ୍ରଶ୍ନକୁ ଏଡାଇ ଗଲେ…

ଭୋପାଳ,୩।୧୨ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଭାଜପା ଆଗୁଆ ରହିଛି। ମୋଟ ୨୩୦ ଆସନରୁ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୧୧୬ ରହିଛି। ରାଜ୍ୟରେ...

ତେଲଙ୍ଗାନା ବିଧାନସଭା ନିର୍ବାଚନ ଫଳାଫଳ ୨୦୨୩: ବିଧାୟକଙ୍କୁ ସୁରକ୍ଷା ଦେବାକୁ ହାଇଦ୍ରାବାଦରେ ପହଞ୍ଚିଲେ ଡି.କେ ଶିବକୁମାର

ନୂଆଦିଲ୍ଲୀ,୩।୧୨: ତେଲଙ୍ଗାନାରେ ମ୍ୟାଜିକ ନମ୍ବର ଅତିକ୍ରମ କରିବା ପରେ କଂଗ୍ରେସ ନେତା ତଥା କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ୧୦ଜଣ ମନ୍ତ୍ରୀଙ୍କ ସହ ତେଲେଙ୍ଗାନାର ହାଇଦ୍ରାବାଦରେ...

ଭାଜପା ସରକାର ଗଠନ ମୁହାଁ: ମୋଦିଙ୍କୁ ନେଇ ମୁହଁ ଖୋଲିଲେ ଶିବରାଜ…

ଭୋପାଳ,୩।୧୨ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳରେ ପ୍ରାରମ୍ଭିକ ଧାରାରେ ଭାଜପା ବହୁ ଆସନରେ ଆଗୁଆ ରହିଛି। ଏଥି ସହିତ କଂଗ୍ରେସର ଆସନ ସଂଖ୍ୟା ହ୍ରାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri