ନିର୍ବାଚନ ଫଳାଫଳ ପୂର୍ବରୁ ଚର୍ଚ୍ଚାକୁ ଆସିଲା ଭାଜପା କାର୍ଯ୍ୟାଳୟରେ ଲାଗିଥିବା ପୋଷ୍ଟର
ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟ ଗଣତି ମଙ୍ଗଳବାର ଆରମ୍ଭ ହୋଇଛି। କାହା ମୁଣ୍ଡରେ ହାତୀ ସୁନା କଳସ ଢ଼ାଳିବ ଏବଂ କିଏ ଶାସନ କ୍ଷମତା ହାତେଇବ ସେନେଇ ଏବେ କଳ୍ପନାଜଳ୍ପନା ଲାଗି ରହିଛି। ଇତିମଧ୍ୟରେ ଭାଜପାର ଦିଲ୍ଲୀ ପ୍ରଦେଶ...
୧୫ ମିଟର ମାଟି ତଳେ ଶହୀଦ ସ୍ମାରକ
ରାଞ୍ଚି,୧୧।୨: ଝାଡ଼ଖଣ୍ଡ ରାଞ୍ଚିର ସର୍କୁଲାର ରୋଡ଼ଠାରେ ଏକ ଶହୀଦ ସ୍ମାରକ ନିର୍ମାଣ କାର୍ଯ୍ୟ ଜାରି ରହିଛି। ବିର୍ସା ମୁଣ୍ଡା ପାର୍କଠାରେ ୧୫ ମାଟି ତଳେ ନିର୍ମାଣ ହେଉଥିବା ଏହି ଶହୀଦ ସ୍ମାରକରେ ଲାଇଟ୍ ଏବଂ ସାଉଣ୍ଡ୍ ଇଫେକ୍ଟ ସଂଯୋଗ କରାଯିବ।...
ସଂରକ୍ଷଣ ରାୟକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ
ନୂଆଦିଲ୍ଲୀ,୧୧ା୨(ପି.ଟି.): ନିଯୁକ୍ତି ଓ ପଦୋନ୍ନତି କ୍ଷେତ୍ରରେ ସଂରକ୍ଷଣ ସୁବିଧା ଦେବାକୁ ରାଜ୍ୟଗୁଡ଼ିକ ବାଧ୍ୟ ନୁହନ୍ତି ବୋଲି ସୁପ୍ରିମକୋର୍ଟ ରାୟ ଦେଇଥିବାବେଳେ ଏହାକୁ ନେଇ ବିରୋଧୀ ଦଳ ସରକାରଙ୍କୁ ସମାଲୋଚନା କରିଛନ୍ତି। ସଂରକ୍ଷଣ ବ୍ୟବସ୍ଥାକୁ କାଏମ ରଖିବାରେ ସରକାର ବିଫଳ ହୋଇଥିବା...
ସ୍ଥାୟୀ ସମାଧାନ ଚାହିଁଲେ ବାଚସ୍ପତି
ନୂଆଦିଲ୍ଲୀ, ୧୧ା୨(ପି.ଟି.): ପାର୍ଲାମେଣ୍ଟ ଭିତରେ ସଦସ୍ୟଙ୍କ ପ୍ଲାକାର୍ଡ ଓ ପୋଷ୍ଟର ପ୍ରଦର୍ଶନକୁ ନେଇ ବାଚସ୍ପତି ଓମ୍ ବିର୍ଲା ସୋମବାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହା ଦ୍ୱାରା ଗୃହ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ସେ ପ୍ରକାଶ କରିଛନ୍ତି। ଏହାର ଏକ...
ସଂସ୍କୃତକୁ ମୃତ ଭାଷା କହିଲେ ମାରାନ
ନୂଆଦିଲ୍ଲୀ,୧୧ା୨(ପି.ଟି.): ଡିଏମ୍କେ ନେତା ଦୟାନିଧି ମାରାନ ସଂସ୍କୃତକୁ ଏକ ମୃତ ଭାଷା କହି ଏହାର ପ୍ରାସଙ୍ଗିକତା ଉପରେ ପ୍ରଶ୍ନ ଚିହ୍ନ ଲଗାଇଥିବାରୁ ଏହାକୁ ନେଇ ଲୋକ ସଭାରେ ଉତ୍ତେଜନା ଦେଖାଦେଇଥିଲା। ଏଭଳି ମନ୍ତବ୍ୟ ପାଇଁ ମାରାନ କ୍ଷମା ମାଗନ୍ତୁ ବୋଲି...
ପୋଲିସ-ବିକ୍ଷୋଭକାରୀ ଧସ୍ତାଧସ୍ତି
ନୂଆଦିଲ୍ଲୀ, ୧୧ା୨: ଦିଲ୍ଲୀରେ ପୁଣି ତେଜିଲା ସିଏଏ ବିରୋଧୀ ବିକ୍ଷୋଭ। ଜାମିଆନଗର ଓ ଜାମିଆ ମିଲିଆ ଇସ୍ଲାମିଆର ଛାତ୍ରୀଛାତ୍ରମାନେ ମିଶି ଜାମିଆର ୭ ନଂ. ଗେଟ୍ରୁ ବିଭିନ୍ନ ସ୍ଲୋଗାନ୍ ଦେଇ ବିକ୍ଷୋଭ ଆରମ୍ଭକରିବା ସହ ପାର୍ଲାମେଣ୍ଟ ଆଡକୁ ଯିବାବେଳେ ପୋଲିସ...
ରାସ୍ତା ବନ୍ଦ କରିପାରିବେନି ବିକ୍ଷୋଭକାରୀ
ନୂଆଦିଲ୍ଲୀ,୧୧ା୨(ପି.ଟି.): ଆନ୍ଦୋଳନ କରିବା ଅଧିକାର ଜନସାଧାରଣଙ୍କର ରହିଛି। ତେବେ ଆନ୍ଦୋଳନ ନାଁରେ ସର୍ବସାଧାରଣ ସ୍ଥାନ ଓ ରାସ୍ତାକୁ ଅବରୋଧ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସୋମବାର କହିଛନ୍ତି। ଗତବର୍ଷ ଡିସେମ୍ବର ୧୫ରୁ ଦିଲ୍ଲୀର ଶାହିନବାଗ୍ରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)...
ଦିଲ୍ଲୀ ବିଧାନସଭା ନିର୍ବାଚନ: ଏଏପି ଆଗରେ; କଂଗ୍ରେସ ଖାତା ଖୋଲିବା ସମ୍ଭାବନା
ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟଗଣତି ମଙ୍ଗଳବାର ସକାଳୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆରମ୍ଭ ହୋଇଛି। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ଆସନ ମଧ୍ୟରୁ ଆମ୍ ଆଦ୍ମୀ ପାର୍ଟି(ଏଏପି) ୫୪ଟି ରେ ଆଗୁଆ ରହିଥିବାବେଳେ ଭାଜପା ୧୫...
ସାମ୍ବିଧାନିକ ବୈଧତାକୁ କାଏମ ରଖିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୧ା୨(ପି.ଟି.): ଅନୁସୂଚିତ ଜାତି/ଜନଜାତି (ଏସ୍ସି/ଏସ୍ଟି) ସଂଶୋଧନ ଆଇନ, ୨୦୧୮ର ସାମ୍ବିଧାନିକ ବୈଧତାକୁ ସୁପ୍ରିମକୋର୍ଟ ସୋମବାର କାଏମ ରଖିଛନ୍ତି। ଏହି ଆଇନରେ ଏତଲା ରୁଜୁ କରିବା ପୂର୍ବରୁ ପ୍ରାଥମିକ ତଦନ୍ତ ଜରୁରୀ ନୁହେଁ କିମ୍ବା ଏଥିପାଇଁ କୌଣସି ବରିଷ୍ଠ ପୋଲିସ ଅଧିକାରୀଙ୍କ...
କରୋନାଭାଇରସରେ ଆକ୍ରାନ୍ତ ହୋଇଥିବା ଭାରତର ପ୍ରଥମ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର
ତିରୁଭାନନ୍ଥପୁରମ୍,୧୦।୨: କରୋନା ଭାଇରସ୍ରେ ଆକ୍ରାନ୍ତ ହୋଇଥିବା ଭାରତର ପ୍ରଥମ ମହିଳାଙ୍କ ସ୍ଥିତି ଏବେ ସୁଧୁରିବାରେ ଲାଗିଛି। ସେ ଏବେ ରୋଗମୁକ୍ତ ହେଉଥିବା ଜଣାପଡ଼ିଛି। ନିକଟରେ କେରଳସ୍ଥିତ ଜାତୀୟ ଭୁତାଣୁବାହକ ରୋଗ ଅନୁସଂନ୍ଧାନ ପ୍ରତିଷ୍ଠାନ (ଏନଆଇଭି)ରେ ତାଙ୍କର ରକ୍ତ ପରୀକ୍ଷା କରାଯାଇଥିଲା।...
ସିଏଏ, ଏନ୍ଆରସି ବିରୋଧ ପ୍ରଦର୍ଶନ ସମୟରେ ଜାମିଆ ଛାତ୍ର-ପୋଲିସ ମୁହାଁମୁହିଁ
ନୂଆଦିଲ୍ଲୀ,୧୦।୨: ଜାମିଆ ମିଲିଆ ଇସ୍ଲାମିଆର ଛାତ୍ରୀଛାତ୍ରମାନେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ବିରୋଧରେ ସୋମବାର ଏକ ଶୋଭାଯାତ୍ରା ବାହାର କରିଥିଲେ। ସେହି ସମୟରେ ଛାତ୍ର ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି। ଏଥିରେ କେତେକ ଛାତ୍ର ଆହତ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ,...
ଆତଙ୍କବାଦୀଙ୍କ ସହ କଂଗ୍ରେସର ବରିଷ୍ଠ ନେତାଙ୍କ ସମ୍ପର୍କକୁ ନେଇ ସମନ ଜାରି କଲା ଏନ୍ଆଇଏ
ଶ୍ରୀନଗର,୧୦।୨: ଜମ୍ମୁ-କଶ୍ମୀରରେ କଂଗ୍ରେସର ବରିଷ୍ଠ ନେତା ଗୁଲାମ ମହମ୍ମଦ ସରୁରୀଙ୍କର ଆତଙ୍କବାଦୀଙ୍କ ସହ ସମ୍ପର୍କ ଥିବା ନେଇ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି (ଏନ୍ଆଇଏ)କୁ ସୂଚନା ମିଳିଛି। ଏନେଇ ପଚରାଉଚୁରା ପାଇଁ ସୋମବାର ଗୁଲାମଙ୍କୁ ଏନ୍ଆଇଏ ପକ୍ଷରୁ ସମନ ଜାରି କରାଯାଇଛି।...
Archives


