Posted inଜାତୀୟ

ରାସ୍ତା ବନ୍ଦ କରିପାରିବେନି ବିକ୍ଷୋଭକାରୀ

ନୂଆଦିଲ୍ଲୀ,୧୧ା୨(ପି.ଟି.): ଆନ୍ଦୋଳନ କରିବା ଅଧିକାର ଜନସାଧାରଣଙ୍କର ରହିଛି। ତେବେ ଆନ୍ଦୋଳନ ନାଁରେ ସର୍ବସାଧାରଣ ସ୍ଥାନ ଓ ରାସ୍ତାକୁ ଅବରୋଧ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସୋମବାର କହିଛନ୍ତି। ଗତବର୍ଷ ଡିସେମ୍ବର ୧୫ରୁ ଦିଲ୍ଲୀର ଶାହିନବାଗ୍‌ରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ ଆନ୍ଦୋଳନ ଚଳାଇଥିବା ବିକ୍ଷୋଭକାରୀ ସର୍ବସାଧାରଣ ରାସ୍ତା ଅବରୋଧ କରି ଅନ୍ୟମାନଙ୍କୁ ଅସୁବିଧାରେ ପକାଇପାରିବେ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଶାହିନବାଗ୍‌ରୁ ବିକ୍ଷୋଭକାରୀଙ୍କୁ ହଟାଇ କାଳିନ୍ଦୀ କୁଞ୍ଜ-ଶାହିନବାଗ ରାସ୍ତାକୁ ଯାନ ଚଳାଚଳ ପାଇଁ ମୁକ୍ତ କରିବା ଲାଗି ଆବେଦନ ହୋଇଥିଲା। ଏନେଇ ଅଦାଲତ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ଜବାବ ମାଗିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୧୭କୁ ଧାର୍ଯ୍ୟ କରାଯାଇଛି।
ସର୍ବସାଧାରଣ ସ୍ଥାନରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଚାଲିପାରିବ ନାହିଁ। ଯଦି ଆପଣମାନଙ୍କର ଆନ୍ଦୋଳନ କରିବାର ଅଛି ତେବେ ଏଥିପାଇଁ ଉଦ୍ଦିଷ୍ଟ ସ୍ଥାନରେ କରିବାକୁ ଖଣ୍ଡପୀଠ କହିଛନ୍ତି। ଶାହିନବାଗ୍‌ ଆନ୍ଦୋଳନ ବିରୋଧରେ ଦାଏର ପିଟିଶନର ଶୁଣାଣି ଦିଲ୍ଲୀ ନିର୍ବାଚନ ପରେ ହେବ ବୋଲି ଗତ ୭ ତାରିଖରେ ସର୍ବୋଚ୍ଚ ଅଦାଲତ କହିଥିଲେ।
ସେହିପରି ଆନ୍ଦୋଳନସ୍ଥଳରେ ୪ ମାସର ଶିଶୁ ମୃତ୍ୟୁକୁ ନେଇ ଅଦାଲତ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏନେଇ ଅଦାଲତ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଆନ୍ଦୋଳନରେ ୪ ମାସର ଶିଶୁ ଭାଗନେଇପାରିବ କି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିବା ସହ କେତେକ ମହିଳା ଆଇନଜୀବୀଙ୍କୁ ଚେତାବନୀ ଦେଇଛନ୍ତି। ସିଏଏ ବିରୋଧୀ ଆନ୍ଦୋଳନରେ ଭାଗ ନେଇଥିବା ପିଲାମାନଙ୍କୁ ଆତଙ୍କବାଦୀ, ଦେଶଦ୍ରୋହୀ ଓ ପାକିସ୍ତାନୀ ବୋଲି କୁହାଯାଉଥିବା ମହିଳା ଆଇନଜୀବୀ ବିସ୍ଫୋରକ ଅଭିଯୋଗ କରିଥିଲେ। ମାଆମାନଙ୍କ ସହ ପିଲାମାନେ ଆନ୍ଦୋଳନସ୍ଥଳରେ ଉପସ୍ଥିତ ଥିଲେ ବୋଲି ଆଇନଜୀବୀ ମତ ରଖିଥିଲେ।
ଶିଶୁ ମୃତ୍ୟୁକୁ ନେଇ ଜାତୀୟ ସାହସିକତା ପୁରସ୍କାର ବିଜେତା ୧୨ ବର୍ଷର ବାଳକ ଗୁଣରତନ ସଦାବର୍ତ୍ତେ ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେଙ୍କୁ ପତ୍ର ଲେଖିଥିଲେ। ଶିଶୁ ମୃତ୍ୟୁର ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ସେ ଅନୁରୋଧ କରିଥିଲେ। ୪ ମାସର ଶିଶୁ ମହମ୍ମଦ ଜହାନ ତା ମାଆବାପାଙ୍କ ସହ ପ୍ରତିଦିନ ବିକ୍ଷୋଭସ୍ଥଳକୁ ଆସୁଥିଲେ। ଅତ୍ୟଧିକ ଥଣ୍ଡା ଯୋଗୁ ଜାନୁୟାରୀ ୩୦ରେ ତାଙ୍କର ମୃତ୍ୟୁ ଘଟିଥିଲା। ମାମଲାର ଶୁଣାଣି ବେଳେ ଆଇନଜୀବୀମାନେ ବିସ୍ଫୋରକ ବୟାନ ନ ଦେବାକୁ ପ୍ରଧାନ ବିଚାରପତି ଜଷ୍ଟିସ୍‌ ବୋବ୍‌ଡେ, ବିଚାରପତି ଜଷ୍ଟିସ ବି.ଆର୍‌. ଗଭାଇ ଏବଂ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନକୁ ୫ କପ୍‌ କଫି, କମାଏ ହୃଦ୍‌ରୋଗ ଆଶଙ୍କା

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

ଆନ୍ଦୋଳନ, ଇସ୍ତଫା ଦାବି ଉପରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଥମ ବଡ଼ ବୟାନ, କହିଲେ ଏମିତି… ରାଜନୀତି ହଲଚଲ

ନୂଆଦିଲ୍ଲୀ,୨୨।୭: କଂଗ୍ରେସ ସାଂସଦ ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀ ବାସଭବନ ବାହାରେ ଧାରଣା ପ୍ରଦର୍ଶନକୁ ନେଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ଦିନକୁ ୫ କପ୍‌ କଫି କମାଏ ହୃଦ୍‌ରୋଗ ଆଶଙ୍କା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

ନିଟ୍‌ ପରୀକ୍ଷାରେ ସାଇ ସୋହମ ବଡ଼ ସଫଳତା: ଅଞ୍ଚଳ ପାଇଁ ଆଣିଲେ ଗୌରବ

ସାକ୍ଷୀଗୋପାଳ,୨୨।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଚଳିତବର୍ଷ ପ୍ରକାଶିତ ନିଟ୍‌ (ୟୁଜି) ପରୀକ୍ଷା ଫଳରେ ସତ୍ୟବାଦୀ ଅଞ୍ଚଳର ସାଇ ସୋହମ ପ୍ରଧାନ ସର୍ବଭାରତୀୟ ସ୍ତରରେ ୫୨୬୫ ସ୍ଥାନରେ ସଫଳତାର…

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ରାହୁଲଙ୍କ ନାକରୁ ବାହାରିଲା ରକ୍ତ: ଅଟକରୁ ମୁକ୍ତ ହେବା ପରେ ପିଏମ ମୋଦିଙ୍କୁ ଏମିତି ମେସେଜ୍‌ ଦେଲେ ରାହୁଲ

ନୂଆଦିଲ୍ଲୀ,୨୨।୭: ପ୍ରଧାନମନ୍ତ୍ରୀ ବାସବଭନ ବାହାରେ ଛାତ୍ରୀଛାତ୍ରଙ୍କ ବିଭିନ୍ନ ପ୍ରସଙ୍ଗକୁ ନେଇ ହୋଇଥିବା ପ୍ରତିବାଦ ପ୍ରଦର୍ଶନ ପରେ ହାଜତକୁ ନିଆଯାଇଥିବା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ…

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri