Posted inଜାତୀୟ

ପ୍ରେମ ବିବାହ କରିବାରୁ ମିଳିଲା ଏମିତି ଦଣ୍ଡ

ଡେରାଡୁନ୍‌,୮।୯: ଉତ୍ତରାଖଣ୍ଡର ଉଧମ ସିଂ ନଗରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଏକ ନବ ବିବାହିତ ଦମ୍ପତିଙ୍କୁ ଗୁଳି କରି ହତ୍ୟା କରାଯାଇଛି। କିଛି ଦିନ ପୂର୍ବରୁ ପୁଅ ଏବଂ ଝିଅ ଘରୁ ପଳାଇ ପ୍ରେମ ବିବାହ କରିଥିଲେ। ଯୁବତୀଙ୍କ ବାପା ଏହି ହତ୍ୟାକାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି। ଏସପି ରାଜେଶ ଭଟ୍ଟ ଏକ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଅଞ୍ଚଳରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ରାଜେଶ ଭଟ୍ଟ କହିଛନ୍ତି ଯେ, ରସିଦ ସିଦ୍ଦ (୨୨) ନାମକ ଜଣେ ଯୁବକ ତିନି ମାସ ପୂର୍ବରୁ ନାଜିଆ ଖାନ (୧୮) ନାମକ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ଏହି ସମ୍ପର୍କକୁ ନେଇ ମହିଳାଙ୍କ ପରିବାର ଅସନ୍ତୋଷ ପ୍ରକାଶ କରିଥିଲେ। କୁହାଯାଉଛି ଯେ ବିବାହ ପରେ ଯୁବତୀଙ୍କ ବାପା ଝିଅ ଏବଂ ଜ୍ୱାଇଁଙ୍କୁ କଥା ହେବା ପାଇଁ ଘରକୁ ଡାକିଥିଲେ। ସେମାନେ ଆସିବାରୁ ସୋମବାର ରାତି ପ୍ରାୟ ୯ଟା ସମୟରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଉଭୟଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମହିଳାଙ୍କ ପିତାଙ୍କ ନାଁରେ ହତ୍ୟା ଅଭିଯୋଗ ହୋଇଛି। ପୋଲିସ ଏହି ଘଟଣାର ତଦନ୍ତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁପ୍‌ଚୁପ୍‌ରେ ଶୌଚାଳୟ ପାଣି: ଲୋକେ ଭାଙ୍ଗିଦେଲେ ଠେଲାଗାଡ଼ି

ମୁମ୍ବାଇ,୭।୧୧: ରାସ୍ତାକଡ଼ରେ ଗୁପ୍‌ଚୁପ୍‌ ଖାଇବାକୁ କେତେକ ପସନ୍ଦ କରିଥାନ୍ତି। ତେବେ ମୁମ୍ବାଇର କୋହ୍ଲାପୁର ଅଞ୍ଚଳରେ ଲୋକଙ୍କୁ ପିଇବାକୁ ଦେଉଥିବା ଖଟାପାଣିରେ ଶୌଚାଳୟ ପାଣି ମିଶାଉଥିବା ଅଭିଯୋଗରେ...

ପୋଲିସ ପୋଷ୍ଟ ଉପରକୁ ଆତଙ୍କବାଦୀଙ୍କ ଗ୍ରେନେଡ ମାଡ

ଶ୍ରୀନଗର,୨୬ ।୧୨: କଶ୍ମୀର ସଂଭାଗର ପୁଲୱାମା ଜିଲାରେ ଆତଙ୍କବାଦୀମାନେ ରବିବାର ପୋଲିସ ପୋଷ୍ଟ ଉପରକୁ ଟାର୍ଗେଟ କରି ଗ୍ରେନେଡ ମାଡ କରିଛନ୍ତି । ଏହି ଗ୍ରେନେଡମାଡ...

ଘରେ ଚୋରି କରିବା ଜିନିଷ କିଛି ନ ମିଳିବାରୁ, ଚୋର କାନ୍ଥରେ ଲେଖିଲେ ଏମିତି

ଭୋପାଳ,୬।୧୨: ମଧ୍ୟପ୍ରଦେଶର ଶାଜାପୁରରେ ଏକ ସରକାରୀ ଇଞ୍ଜିନିୟଙ୍କ ଘରୁ ଚୋରି ଉଦ୍ୟମ ହୋଇଛି। କିନ୍ତୁ ଚୋରି କରିବା ଜିନିଷ ନ ମିଳିବାରୁ ଚୋରକୁ ଖାଲି ହାତରେ...

ଶପଥ ଗ୍ରହଣ ଉତ୍ସବରେ ସିନେ ଷ୍ଟାର୍‌ଙ୍କ ଭିଡ଼

ନୂଆଦିଲ୍ଲୀ, ୩୧।୫ :ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବରେ ସିନେ ଷ୍ଟାର୍‌ଙ୍କ ଭିଡ଼ ଦେଖିବାକୁ ମିଳିଛି। ବଲିଉଡ୍‌ରୁ...

ଉହାନ୍‌ ଲ୍ୟାବ୍‌ରୁ ଜାଣିଶୁଣି ଲିକ୍‌ କରାଯାଇଛି କରୋନା ଭୂତାଣୁ: ଭାରତୀୟ ବୈଜ୍ଞାନିକ ଦମ୍ପତି…

ପୁଣେ,୬।୬: କରୋନା ମହାମାରୀ ଯୋଗୁ ପୃଥିବୀରେ ଆତଙ୍କ ଦେଖାଦେଇଛି। କରୋନା ଭୁତାଣୁର ଉତ୍ପତ୍ତି ଚାଇନାର ଉହାନ୍‌ ଲ୍ୟାବ୍‌ ଅବା ସମୁଦ୍ରଜାତ ଖାଦ୍ୟପଦାର୍ଥ ବଜାର ସେ ନେଇ...

ଡାଇବେଟିସ୍‌ ଦୂର କରିବ ଏହି ଜୁସ୍‌

ଆଜିକାଲି ଅଧିକାଂଶ ବ୍ୟକ୍ତି ଡାଇବେଟିସରେ ପୀଡ଼ିତ। ଡାଇବେଟିସ ରୋଗୀ ଯେହେତୁ ନିଜର ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବାରେ ସକ୍ଷମ ନୁହନ୍ତି, ସେଥିପାଇଁ ତାଙ୍କୁ ଖାଦ୍ୟ ପାନୀୟ...

ଭାରତୀୟ ଯବାନଙ୍କୁ ନିମ୍ନମାନର ସ୍ନୋ ସୁଟ୍‌ ଯୋଗାଉଥିବା କମ୍ପାନୀକୁ ବାରମ୍ବାର ମିଳୁଛି ଠିକା

ନୂଆଦିଲ୍ଲୀ, ୫।୭: ସିଆଚେନ୍‌ ଗ୍ଲାସିଅରରେ ମୁତୟନ ଥିବା ଭାରତୀୟ ଯବାନଙ୍କୁ ପ୍ରବଳ ଥଣ୍ଡାରୁ ସୁରକ୍ଷିତ ରହିବା ଲାଗି ସ୍ନୋ ସୁଟ୍‌ ଯୋଗାଇ ଦିଆଯାଉଛି। ଏହା ଶ୍ରୀଲଙ୍କାର...

ଦିଲ୍ଲୀ-ମିରଟ ଏକ୍ସପ୍ରେସ୍‌ ଓ୍ବେର ଦୁଇ କଡରେ ଲାଗିବ ଏକ ଲକ୍ଷ ଗଛ

ନୂଆଦିଲ୍ଲୀ,୨।୯: ଦିଲ୍ଲୀ-ମିରଟ ଏକ୍ସପ୍ରେସ୍‌ ଓ୍ବେର ଦୁଇ କଡରେ ଏବେ ପାଖାପାଖି ୧ ଲକ୍ଷ ଗଛ ଲାଗିବ ବୋଲି ଜଣାପଡିଛି। ନ୍ୟାଶନାଲ ହାଇଓ୍ବେ ଅଥରିଟଇ ଅଫ୍‌ ଇଣ୍ଡିଆ(ଏନ୍‌ଏଚ୍‌ଏଆଇ)...

Advertisement
Archives

Model This Week