Posted inଜାତୀୟ

ପିଏମ୍‌ କିଷାନ ଯୋଜନାରେ ୧୧୦ କୋଟି ହେରଫେର୍‌: ୮୦ କର୍ମଚାରୀ ଚାକିରିରୁ ବିଦା

ନୂଆଦିଲ୍ଲୀ, ୯।୯: ଦେଶରେ ଚାଷୀଙ୍କ ବିକାଶ ପାଇଁ ପ୍ରଣୟନ ହୋଇଥିବା ‘ପିଏମ୍‌ କିଷାନ ଯୋଜନା’ରେ ୧୧୦ କୋଟିରୁ ଅଧିକ ଟଙ୍କା ହେରଫେର୍‌ ସମ୍ପର୍କରେ ଜଣାପଡ଼ିଛି। ଅନ୍‌ଲାଇନ୍‌ରେ ଟଙ୍କା ହିତାଧିକାରୀଙ୍କ ବଦଳରେ ଅନ୍ୟମାନଙ୍କ ଖାତାକୁ ଯାଇଥିବା କୁହାଯାଉଛି। ତାମିଲନାଡୁରେ ଏହାର ପର୍ଦ୍ଦାଫାଶ୍‌ ହୋଇଛି। କେତେକ ଅସାଧୁ କର୍ମଚାରୀ ସ୍ଥାନୀୟ ରାଜନେତାଙ୍କ ସହିତ ମିଳିତ ହୋଇ ଏପରି କରିଥିବା ଅଭିଯୋଗ ହୋଇଛି। ଇତିମଧ୍ୟରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ୮୦ ଜଣ କର୍ମଚାରୀଙ୍କୁ ଚାକିରିରୁ ବିଦା କରାଯାଇଥିବାବେଳେ ୩୪ ଜଣଙ୍କୁ ନିଲମ୍ବିତ କରାଯାଇଛି। ୧୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ତଦନ୍ତ ଜାରି ରହିଛି। ହଡ଼ପ ହୋଇଥିବା ଟଙ୍କାରୁ ବର୍ତ୍ତମାନ ସୁଦ୍ଧା ୩୨ କୋଟି ଟଙ୍କା ଆଦାୟ କରାଯାଇଛି। ଅଗଷ୍ଟରେ ଯୋଜନାବଦ୍ଧ ଭାବେ କିଛି ଲୋକଙ୍କୁ ଏହି ଯୋଜନାରେ ଯୋଡ଼ା ଯାଇଥିଲା। କୃଷି ବିଭାଗର କେତେକ ଅସାଧୁ କର୍ମଚାରୀ ଅନ୍‌ଲାଇନ୍‌ ଆବେଦନ ପ୍ରଣାଳୀର ବ୍ୟବହାର କରି ଏଭଳି ଦୁର୍ନୀତି କରିଥିବା ରାଜ୍ୟ ମୁଖ୍ୟ ସଚିବ ଗଗନଦୀପ୍‌ ସି ଦେବୀ ସୂଚନା ଦେଇଛନ୍ତି। ହଡ଼ପ ହୋଇଥିବା ଅବଶିଷ୍ଟ ଟଙ୍କା ୪୦ ଦିନ ମଧ୍ୟରେ ଆଦାୟ କରାଯିବ ବୋଲି ରାଜ୍ୟ ସରକାର କହିଛନ୍ତି। କଲ୍ଲାକୁରିଚି, ବିଲ୍ଲୁପୁରମ୍‌, କୁଡୁଲୋର୍‌, ତିରୁଓ୍ବନମଲାଇ, ଭେଲୋର, ରାନିପେଟ୍‌, ସଲେମ୍‌, ଧର୍ମପୁରୀ, କୃଷ୍ଣଗିରି ଏବଂ ଚେଙ୍ଗେଲପେଟ୍‌ ଜିଲାରେ ଏଭଳି ଦୁର୍ନୀତି ହୋଇଛି। ଅନ୍ନଦାତାଙ୍କ ପାଇଁ ଆସୁଥିବା ଟଙ୍କା ବାଟମାରଣା ହୋଇଥିବାରୁ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଂଘାତିକ! ଶେଷରେ ପାରାଦୀପ ସମୁଦ୍ରରୁ ମିଳିଲା ନିଖୋଜ ଜାହାଜର…

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

ଏକାଠି ହେଲେ ଭାରତ-ଚାଇନା ସେନା, ଓଡ଼ିଶା ସମୁଦ୍ରରେ ଚାଲିଛି ଜୋର୍‌ ଅପରେଶନ

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

ହଠାତ୍‌ ଏତେ ଟଙ୍କା କମିଗଲା ଚିନିଦର! ଜାଣନ୍ତୁ କେବେଠୁ ଲାଗୁ ହେବ…

ନୂଆଦିଲ୍ଲୀ,୨୫।୮: କେନ୍ଦ୍ର ସରକାରଙ୍କ କହିବା ଅନୁସାରେ, ସରକାର ଚିନି ଆମଦାନୀ ପାଇଁ ଅନୁମତି ଦେବା ଏବଂ କଳାବଜାରୀ ଉପରେ କଡ଼ା ପଦକ୍ଷେପ ନେବା ପରେ ଚିନିର ଏକ୍ସ-ମିଲ୍…

ଟ୍ରେନରେ ଆସୁଛି ୮୦୦ଟନ୍‌ ପିଆଜ, କିଲୋ ପ୍ରତି ଏତେ କମିଯିବ ପିଆଜ ଦର?

ନୂଆଦିଲ୍ଲୀ,୨୫।୮: ଏହି ଦିନଗୁଡ଼ିକରେ ପିଆଜ ଦର ଆକାଶଛୁଆଁ ହେଉଛି। ପିଆଜ କିଣିବା ଦାମ୍‌ରେ ହାରାହାରି ୫୯ ପ୍ରତିଶତରୁ ଅଧିକ ବୃଦ୍ଧି ରେକର୍ଡ କରାଯାଇଛି। ଏଭଳି ପରିସ୍ଥିତିରେ କେନ୍ଦ୍ର…

୬୦ ବୟସରୁ ଅଧିକ ମହିଳାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମାଗଣାରେ କରିପାରିବେ ବସ୍‌ଯାତ୍ରା…

ନୂଆଦିଲ୍ଲୀ,୨୫।୮: ଉତ୍ତର ପ୍ରଦେଶର ଯୋଗୀ ସରକାର ମଙ୍ଗଳବାର ଦିନ ‘ଲୋକମାତା ଅହଲ୍ୟାବାଈ ମାତୃଶକ୍ତି ଯୋଜନା’ ସମେତ ୨୪ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ସିଏମ୍ ଯୋଗୀ ୬୦ ବର୍ଷରୁ…

ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍‌, କହିଲା- ‘ତାଙ୍କ ବୟସ ମଧ୍ୟ…’

କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ, ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri