Posted inଜାତୀୟ

ବିହାରରେ ୧୨ ରାଲି କରିବେ ମୋଦି

ପାଟନା,୧୬ ।୧୦: ବିହାର ବିଧାନସଭା ପାଇଁ ତାରିଖ ଘୋଷଣା ଚାଲିଥିବା ବେଳେ ଏବେ ସବୁ ରାଜନୈତିକ ଦଳ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି । ତେବେ ସେଠାରେ ଏନ୍‌ଡିଏ କ୍ଷମତା ହାସଲ ପାଇଁ ସବୁ ପ୍ରକାର ପ୍ରୟାସ ଜାରି ରଖିଥିବା ବେଳେ ଏଥିପାଇଁ ଷ୍ଟାର କ୍ୟାମ୍ପନର ସାଜିଛନ୍ତିପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏବେ ମୋଦି ବିହାରରେ ୧୨ଟି ରାଲି କରିବେ ବୋଲି ଜଣାପଡିଛି । ଶୁକ୍ରବାର ଏନ୍‌ଡିଏ ବିହାରରେ ଏକ ଭର୍ଚ୍ୟୁଆଲ ପ୍ରେସ କନଫରେନ୍ସ ଜରିଆରେ ଏହି ସୂଚନା ଦେଇଛି । ଭାରତୀୟ ଜନତା ପାର୍ଟି(ଭାଜପା) ନେତା ତଥା ବିହାର ନିର୍ବାଚନ ପ୍ରଭାରୀ ଦେବେନ୍ଦ୍ର ଫଡନବିସ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରରେ ୧୨ଟି ରାଲି କରିବେ । ପ୍ରଥମେ ୨୩ ତାରିଖରେ ସାସାରାମ, ଗୟା ଓ ଭାଗଲପୁରରେ ରାଲି କରିବେ । ସେହିପରି ୨୮ ତାରିଖରେ ଦରଭଙ୍ଗା, ମୁଜାଫରପୁର ଓ ପାଟନାରେ ମୋଦି ରାଲି କରିବାର କାର୍ଯ୍ୟକ୍ରମ ରହିଛି । ପୁଣିଥରେ ନଭେମ୍ବର ୧ରେ ମୋଦି ବିହାର ଗସ୍ତ କରିବେ । ମୋଦିଙ୍କ ରାଲି ଜରିଆରେ ରାଜ୍ୟ ବିକାଶର ନକ୍ସା ଜନତାଙ୍କ ସାମ୍ନାରେ ରଖାଯିବ ବୋଲି ଫଡନବିସ କହିଛନ୍ତି । ଏହି ରାଲିକୁ ଏଲ୍‌ଇଡି ସ୍କ୍ରିନ ମାଧ୍ୟମରେ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରାଯିବ । ଏହାସହ ରାଲି ସମୟରେ ସାମାଜିକ ଦୂରତା ଓ ସମସ୍ତ କୋଭିଡ ନିୟମ ପାଳନ କରାଯିବ ବୋଲି ଫଡନବିସ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଫସଲ ସୁରକ୍ଷା ପାଇଁ ଜମିରେ ସାଉଣ୍ଡ୍‌ ବକ୍ସ୍‌ ଲଗାଉଛନ୍ତି କର୍ନାଟକ ଚାଷୀ

ବେଙ୍ଗାଲୁରୁ,୧୯।୧୧: ଫସଲକୁ ବନ୍ୟପ୍ରାଣୀ ଏବଂ ଅନ୍ୟ ବୁଲା ପ୍ରାଣୀଙ୍କଠାରୁ ସୁରକ୍ଷିତ ରଖିବା ପାଇଁ ଚାଷୀମାନେ ନାନା ପ୍ରକାର ଉପାୟ ଗ୍ରହଣ କରିଥାନ୍ତି। ତେବେ ବହୁ ସମୟରେ...

କ୍ଷମତା ପାଇଁ ରିସର୍ଟ ରାଜନୀତି: କର୍ନାଟକ ପାଲଟିଛି ରାଜନୈତିକ ପର୍ଯ୍ୟଟନସ୍ଥଳୀ

ବେଙ୍ଗାଲୁରୁ,୧୯ା୩: ମଧ୍ୟପ୍ରଦେଶ କଂଗ୍ରେସର ବିଦ୍ରୋହୀ ବିଧାୟକମାନଙ୍କୁ ବେଙ୍ଗାଲୁରୁସ୍ଥିତ ଏକ ରିସର୍ଟରେ ରଖାଯାଇଛି। ବିଧାୟକମାନଙ୍କୁ ବିଭିନ୍ନ ରାଜ୍ୟର ହୋଟେଲଗୁଡ଼ିକରେ ମେଳିକରି ରଖିବା କିଛି ଦଶନ୍ଧି ମଧ୍ୟରେ ଦେଖିବାକୁ...

ଦିଲ୍ଲୀରେ ‘ବାର୍ଡ ଫ୍ଲୁ’: ସଞ୍ଜୟ ହ୍ରଦ ପାର୍କରେ ପକ୍ଷୀ ହତ୍ୟା ଆରମ୍ଭ

ନୂଆଦିଲ୍ଲୀ,୧୧।୧: ମୃତ କାଉ ଓ ବତକଙ୍କ ଠାରୁ ନିଆଯାଇଥିବା ନମୁନା ଭୋପାଳର ଏକ ପରୀକ୍ଷାଗାରରେ ପରୀକ୍ଷା ପରେ ‘ଏଭିଅନ ଫ୍ଲୁ’ ପଜଟିଭ ହୋଇଥିବା ଜଣାପବା ପରେ...

ନବୀନଙ୍କ ସମେତ ୧୧ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ପିନାରାୟୀ ବିଜୟନ୍‌

ଥିରୁଭାନନ୍ଥପୁରମ୍‌,୪ା୧(ପି.ଟି.): ବିବାଦୀୟ ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ରଦ୍ଦ କରିବା ପାଇଁ କେରଳ ବିଧାନସଭାରେ ପ୍ରସ୍ତାବ ଗୃହୀତ ହେବା ପରେ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍‌ ଶୁକ୍ରବାର...

ହାଇଦ୍ରାବାଦ ଏନ୍‌କାଉଣ୍ଟର ମାମଲା: ଏନ୍‌କାଉଣ୍ଟର ଉପରେ ପ୍ରଶ୍ନ ଉଠାଇଲେ କୋର୍ଟ

ହାଇଦ୍ରାବାଦ୍‌,୨୦।୫: ୨୦୧୯ର ବହୁ ଚର୍ଚ୍ଚିିତ ହାଇଦ୍ରାବାଦ ଏନ୍‌କାଉଣ୍ଟର ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଶୁଣାଣି ବେଳେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଏନ୍‌.ବି ରମନାଙ୍କ ଖଣ୍ଡପୀଠ...

ଅଭେଦ୍ୟ କିଲ୍ଲା ହେଉଛି କିମ୍‌ଙ୍କ ବିଳାସପୂର୍ଣ୍ଣ ଗୁପ୍ତ ଟ୍ରେନ…

ପ୍ୟୋଙ୍ଗୟାଙ୍ଗ,୧୨।୯ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ତାଙ୍କ ସଶସ୍ତ୍ର ଟ୍ରେନରେ ରୁଷିଆରେ ପହଞ୍ଚିଛନ୍ତି। କରୋନା ମହାମାରୀ ପରେ ଏହା କିମ...

ଗୋଟିଏ ଦିନରେ ୪୪ ପ୍ରତିଶତ ବଢ଼ିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୨୬।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

୫ଟଙ୍କାରେ ଗରିବଙ୍କୁ ପେଟପୂରା ଖାଇବାକୁ ଦେଉଥିବା ଦାଦି ମା’ଙ୍କ ପରଲୋକ

ଗାଜିଆବାଦ୍‌,୯।୯: ୫ ଟଙ୍କାରେ ଗରିବଙ୍କୁ ପେଟପୂରା ଖାଇବାକୁ ଦେଉଥିବା ସରୋଜାନି ଖାନ୍ନା ଓରଫ୍‌ ଦାଦି ମା’ଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ...

Advertisement
Archives

Model This Week