Posted inଜାତୀୟ

ଥକି ପଡିଲେଣି ନୀତୀଶ: ତେଜସ୍ୱୀ ଯାଦବ

ପାଟନା,୧୬ ।୧୦: ବିହାର ବିଧାନସଭା ନିର୍ବାଚନ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ଆଉ ଅଳ୍ପ ଦିନ ବାକି ରହିଛି । ଆଉ ଏହାରି ମଧ୍ୟରେ ସବୁ ରାଜନୈତିକ ଦଳ ସେମାନଙ୍କର ଭୋଟ ହାସଲ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ରାଜ୍ୟର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କ ପ୍ରଥମ ରାଲିରେ ରାଜ୍ୟର ରୋଜଗାର ପରିସ୍ଥିତିକୁ ନେଇ ଏଭଳି ବୟାନ ଦେଇଛନ୍ତି ଯାହାକୁ ନେଇ ଏବେ ବିରୋଧି ନୀତୀଶଙ୍କୁ ଟାର୍ଗେଟ କରିଛି । ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ନେତା ତଥା ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ଏହାକୁ ନେଇ ତେଜସ୍ୱୀ କହିଛନ୍ତି ମୁଖ୍ୟମନ୍ତ୍ରୀ ଏବେ ଥକି ପଡିଲେଣି ଆଉ ରାଜ୍ୟକୁ ସମ୍ଭାଳି ପାରିବେ ନାହିଁ । କାରଣ ସେ ବିକାଶ, ବେକାରି, ଶିକ୍ଷା, ସ୍ୱାସ୍ଥ୍ୟ ଓ ଦେଶର ଗରିବ ଜନତାଙ୍କ ଉପରେ କେତେବେଳେ କଥା ହେଉ ନାହାନ୍ତି । ସେ କହୁଛନ୍ତି ବିହାର ଏକ ଳ୍ୟାଣ୍ଡଲର୍ଡ ରାଜ୍ୟ ଅର୍ଥାତ୍ ଏହାର ଚାରିପଟେ ଜମି ଥିବାରୁ ଏଠାରେ ଉଦ୍ଦ୍ୟୋଗ ନିର୍ମାଣ ସମ୍ଭବ ନୁହେଁ । ତେଣୁ ବିହାରବାସୀଙ୍କୁ ରୋଜଗାର ଯୋଗାଇ ଦେବା ସମ୍ଭବ ହେଉନାହିଁ । ପ୍ରଥମ କରି ଗତ ୧୨ ତାରିଖରେ ନୀତୀଶ ତାଙ୍କର ନିର୍ବାଚନ ରାଲି ଆରମ୍ଭ କରିଥିବା ବେଳେ କହିଥିଲେ ବହୁ ଚେଷ୍ଟା କରିବା ପରେ ବି ବିହାରରେ ଉଦ୍ଦ୍ୟୋଗ ପ୍ରତିଷ୍ଠା କରାଯାଇ ପାରୁନାହିଁ । କାରଣ ବିହାର ସମୁଦ୍ର କୂଳରେ ନୁହେଁ । ତେଣୁ ଏଠଶରେ ଉଦ୍ଦେଞାଗ ପ୍ରତିଷ୍ଠା ସମ୍ଭବ ନୁହେଁ । ଏହାକୁ ନେଇ ତେଜସ୍ୱୀ କହିଛନ୍ତି କେବଳ ବିହାର ସମୁଦ୍ର କୂଳରେ ନୁହେଁ ଝାଡଖଣ୍ଡ, ଉତତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳ, ଦିଲ୍ଲୀ, ହରିୟାଣା, ମଧ୍ୟ ପ୍ରଦେଶ, ଛତିଶଗଡ଼, ପଞ୍ଜାବ, ରାଜସ୍ଥାନ, ଆସାମ ମଧ୍ୟ ସମୁଦ୍ର କୂଳରେ ଅବସ୍ଥିତ ନୁହେଁ । ହେଲେ ଏଭଳି ଅଧିକାଂଶ ରାଜ୍ୟରେ ବିହାର ଅପେକ୍ଷା ଅଧିକ ଫ୍ୟାକ୍ଟ୍ରି ରହିଛି । ତେଣୁ ବିହାରର ବିକାଶ ନୀତୀଶଙ୍କ ଦ୍ୱାରା ସମ୍ଭବ ନୁହେଁ ବୋଲି ତେଜସ୍ୱୀ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ନୂଆ କ୍ରିକେଟ୍‌ ବିସ୍ମୟ ତନ୍ମୟ: ଗୋଟିଏ ଟେଷ୍ଟରେ ୧୪ ଉଇକେଟ ନେଇ ରଚିଲେ ଇତିହାସ

ଅହମ୍ମଦାବାଦ,୯।୧୦: କ୍ରିକେଟ ପଡ଼ିଆରେ ଭାରତୀୟ ଯୁବ ସ୍ପିନର ତନ୍ମୟ ବଲୋଦାଙ୍କ କମାଲ। ଅଷ୍ଟ୍ରେଲିଆର ଅଣ୍ଡର-୧୯ ଦଳ ବିପକ୍ଷରେ ଦ୍ୱିତୀୟ ଅନୌପଚାରିକ ଟେଷ୍ଟ ମ୍ୟାଚ୍‌ରେ ନିଜର ଘାତକ ବୋଲିଂରେ…

ପଶ୍ଚିମବଙ୍ଗରୁ ତାମିଲନାଡୁ…. ଆଜି ୬ ଆସନର ରେଜଲ୍ଟ, କିଏ ମାରିବ ବାଜି?

ନୂଆଦିଲ୍ଲୀ,୯।୧୦: ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ ଓ ପୁଡୁଚେରୀରେ ଅକ୍ଟୋବର ୬ ତାରିଖରେ ହୋଇଥିବା ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇବ । ଏଥିରେ ୫ଟି ବିଧାନସଭା ଆସନ…

ଇତିହାସ ବଦଳାଇବେ ଅଭିଷେକ ଶର୍ମା: କରିବେ ଏହି ବଡ଼ ବିଶ୍ୱ ରେକର୍ଡ

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଟି-୨୦ ସିରିଜ୍‌ର ଦ୍ୱିତୀୟ ମ୍ୟାଚ ଆଜି ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଖେଳାଯିବ। ଏହି ମ୍ୟାଚ୍‌ରେ ଭାରତୀୟ ଦଳର ବିସ୍ଫୋରକ…

ମନ୍ତ୍ରୀ କରିଡର ଖାଁ ଖାଁ: ତୃତୀୟ ମହଲା ଚଳଚଞ୍ଚଳ

ଭୁବନେଶ୍ୱର, ୯ା୧୦(ରବିନାରାୟଣ ଜେନା):ଇଣ୍ଡିଆ ବ୍ଲକ୍‌ ପକ୍ଷରୁ ଆହୂତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ବେଳେ ପୂର୍ବାହ୍ନରେ ଲୋକସେବା ଭବନରେ ତୃତୀୟ ମହଲା ଚଳଚଞ୍ଚଳ ରହିିଥିଲା। ମାତ୍ର ଖାରବେଳ…

ସାହିତ୍ୟ ପାଇଁ କାନାଡା କବି ଆନେ କାର୍ସନଙ୍କୁ ନୋବେଲ ପୁରସ୍କାର

ଷ୍ଟକ୍‌ହୋମ,୯।୧୦(ଏ.ପି.): କାନାଡାର ପ୍ରସିଦ୍ଧ କବି ତଥା ପ୍ରାବନ୍ଧିକା ଆନେ କାର୍ସନଙ୍କୁ ୨୦୨୬ ମସିହାର ସାହିତ୍ୟ (ଲିଟରେଚର) ନୋବେଲ ପୁରସ୍କାର ପ୍ରଦାନ କରାଯିବ। ପ୍ରାଚୀନ ପରମ୍ପରା ସହ ସମକାଳୀନ…

IPL 2027 ପୂର୍ବରୁ ରିଷଭ ପନ୍ତଙ୍କୁ ବଡ଼ ଝଟ୍‌କା, ଦିଲ୍ଲୀ କ୍ୟାପିଟାଲ୍ସରେ ମିଳିବନି ଏହି ଦାୟିତ୍ୱ!

ନୂଆଦିଲ୍ଲୀ,୯।୧୦: ଦିଲ୍ଲୀ କ୍ୟାପିଟାଲ୍ସକୁ ଫେରିବା ପରେ ରିଷଭ ପନ୍ତଙ୍କ ବ୍ୟାଟିଂ ପୋଜିସନକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। IPL 2027ରେ ପନ୍ତଙ୍କୁ ଟପ୍ ଅର୍ଡରରେ ବ୍ୟାଟିଂ…

ହସ୍ପିଟାଲରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ମୃତ, ୨ ଗୁରୁତର

ବାରିପଦା/ଉଦଳା,୮ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ…

ରାହୁଲ, ପ୍ରିୟଙ୍କାଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ,୮ା୧୦: କଂଗ୍ରେସ ପକ୍ଷରୁ ବୁଧବାର ବିକ୍ଷୋଭ ବେଳେ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା ଓ ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?