ଜାତୀୟ

ମୁମ୍ବାଇ ମଲ୍‌ରେ ଅଗ୍ନିକାଣ୍ଡ: ୫୬ ଘଣ୍ଟା ପରେ ଲିଭିଲା ନିଆଁ

ମୁମ୍ବାଇ,୨୫ ।୧୦: ମୁମ୍ବାଇର ସିଟି ସେଣ୍ଟର ମଲରେ ଲାଗିଥିବା ନିଆକୁ ପାଖାପାଖି ୫୬ ଘଣ୍ଟା ପରେ ଲିଭାଯାଇଛି । କୁହାଯାଉଛି କି ନିକଟରେ ଯେତେ ଅଗ୍ନିକାଣ୍ଡ ହୋଇଛି ଏହା ସବୁଠାରୁ ବଡ ଅଗ୍ନିକାଣ୍ଡ ଯେଉଁଥିପାଇଁ ଦମକଳ ବାହିନୀକୁ କଠିନ ପରିଶ୍ରମ କରିବାକୁ…

ଆଇଏନ୍‌ଏସ୍ ବିରାଟ ହୋଇପାରିବନି ମ୍ୟୁଜିୟମ!

ଅହମଦାବାଦ,୨୫ ।୧୦: ଭାରତୀୟ ନୌସେନାରୁ ସେବା ନିବୃତ୍ତ ହୋଇ ସାରିଥିବା ଆଇଏନ୍‌ଏସ୍ ବିରାଟକୁ ମ୍ୟୁଜିୟମ ବା ସଂଗ୍ରହାଳୟ କରିବାର ଆଶା ବେଳକୁ ବେଳ କ୍ଷୀଣ ହେବାରେ ଲାଗିଛି । କାରଣ ଏହାକୁ ଭାଙ୍ଗିବାକୁ କ୍ରୟ କରିଥିବା କମ୍ପାନୀ ପାଖାପାଖି ୩ ସପ୍ତାହର…

ଉପନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶରେ କଂଗ୍ରେସକୁ ଝଟ୍‌କା: ଭାଜପାରେ ସାମିଲ ହେଲେ ରାହୁଲ

ଭୋପାଳ, ୨୫।୧୦: ଉପନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶରେ କଂଗ୍ରେସକୁ ପୁଣି ଏକ ବଡ଼ ଝଟ୍‌କା ଲାଗିଛି। ଦଳର ଅସନ୍ତୁଷ୍ଟ ବିଧାୟକ ରାହୁଲ ଲୋଧୀ ରବିବାର କଂଗ୍ରେସ ଛାଡ଼ି ଭାଜପାରେ ଯୋଗଦେଇଛନ୍ତି। ରାହୁଲ ଦମୋହ ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ…

ଦଶହରାରେ କନ୍ୟା ପୂଜନ କଲେ ଯୋଗୀ: ସୋସିଆଲ୍‌ ମିଡ଼ିଆରେ ଅପଲୋଡ୍‌ କଲେ ଫଟୋ

ଗୋରଖପୁର, ୨୫।୧୦: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦଶହରା ଅବସରରେ ରବିବାର କନ୍ୟା ପୂଜନ କରିଛନ୍ତି। ଗୋରଖପୁରରେ ଯୋଗୀ ନିଜ ହାତରେ କନ୍ୟାଙ୍କ ପାଦ ଧୋଇ ମଥାରେ ତିଳକ ଲଗାଇ ପୂଜାର୍ଚ୍ଚନା କରିଛନ୍ତି। ଏହାପରେ କନ୍ୟାମାନଙ୍କୁ ନିଜ ହାତରେ ଖୁଆଇଛନ୍ତି। ଏସମ୍ପର୍କରେ…

୩୫ ଟଙ୍କାରେ ମିଳିବ ପିଆଜ ଦେଖାଇବାକୁ ପଡିବ ଆଇଡି କାର୍ଡ

ହାଇଦ୍ରାବାଦ,୨୫ ।୧୦: ଏବେ ସାରା ଦେଶରେ ପିଆଜ ସମସ୍ତଙ୍କୁ କନ୍ଦାଇବାରେ ଲାଗିଛି । ଅଧିକାଂଶ ରାଜ୍ୟରେ ଏବେ ପିଆଜ କିଲୋପ୍ରତି ଦାମ୍ ପାଖପାଖି ୧୦୦ଟଙ୍କା ଛୁଇଁଲାଣି । ହେଲେ ତେଲେଙ୍ଗାନା ସରକାର ଏବେ ୨ କିଲୋ ପିଆଜ ମାତ୍ର ୩୫ ଟଙ୍କା…

ମତେ ମାରିବା ପାଇଁ ଲାଲୁ କରିଥିଲେ ତନ୍ତ୍ର ପୂଜା: ସୁଶିଲ ମୋଦି

ପାଟନା, ୨୫।୧୦: ବିହାର ଉପମୁଖ୍ୟମନ୍ତ୍ରୀ ସୁଶିଲ କୁମାର ମୋଦି ଲାଲୁ ପ୍ରସାଦ ଯାଦବଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ମତେ ମାରିବା ପାଇଁ ଲାଲୁ ତନ୍ତ୍ର ପୂଜା କରିଥିଲେ। ତାନ୍ତ୍ରିକ କହିବାରୁ ଅନ୍ଧବିଶ୍ୱାସୀ ଲାଲୁ ଧଳା ପୋଷାକ ପିନ୍ଧିବା ବନ୍ଦ…

ଦଶହରା ହେଉଛି ସଙ୍କଟ ଉପରେ ବିଜୟର ପର୍ବ: ମୋଦି

ନୂଆଦିଲ୍ଲୀ, ୨୫।୧୦: ଦଶହରା ହେଉଛି ସଙ୍କଟ ଉପରେ ବିଜୟର ପର୍ବ। ଅସତ୍ୟ ଉପରେ ସତ୍ୟର ବିଜୟ ନେଇ ଏହା ଶିକ୍ଷା ଦେଇଥାଏ। ପାର୍ବଣରେ ଲୋକେ ସ୍ବଦେଶୀ ସାମଗ୍ରୀ କିଣିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୭୦ତମ ମନ୍‌ କି…

ଚିରାଗଙ୍କ ବଡ଼ ଘୋଷଣା: ଏଲ୍‌ଜେପି ପ୍ରାର୍ଥୀ ନ ଥିବା ଆସନରେ ଭାଜପାକୁ ଦିଅନ୍ତୁ ଭୋଟ

ବିହାର, ୨୫।୧୦: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ଏଲ୍‌ଜେପି ମୁଖ୍ୟ ଚିରାଗ ପାସଓ୍ବାନ ରାଜ୍ୟର ଭୋଟରଙ୍କ ଉଦ୍ଦେଶ୍ୟ କହିଛନ୍ତି ଯେ, ଯେଉଁ ଆସନରେ ଏଲ୍‌ଜେପି ପ୍ରାର୍ଥୀ ନାହାଁନ୍ତି ସେଠାରେ ଭାଜପାକୁ ଭୋଟ ଦିଅନ୍ତୁ। କେନ୍ଦ୍ର ସରକାରରେ ସହଯୋଗୀ ଥିବା ଏଲ୍‌ଜେପି…

ଶସ୍ତ୍ର ପୂଜନ କଲେ ରାଜନାଥ: ଦେଶର ପ୍ରତି ଇଞ୍ଚ ଜମିର ସୁରକ୍ଷା କରିବାକୁ ସେନା ପ୍ରସ୍ତୁତ

ଦାର୍ଜିଲିଂ, ୨୫।୧୦: ବିଜୟା ଦଶମୀ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର ଶସ୍ତ୍ର ପୂଜନ କରିଛନ୍ତି। ପଶ୍ଚିମବଙ୍ଗର ଦାର୍ଜିଲିଂର ଥିବା ସୁକନା ଯୁଦ୍ଧ ସ୍ମାରକୀଠାରେ ସେ ସେନା ପକ୍ଷରୁ ଆୟୋଜିତ ପୂଜନ କାର୍ଯ୍ୟରେ ଯୋଗାଦେଇଛନ୍ତି। ଏହି ଅବସରରେ ସେ ଚାଇନା…

କରୋନା ଯୋଗୁ ଦୁଶ୍ଚିନ୍ତାରେ ୩୧% କିଶୋର

ନୂଆଦିଲ୍ଲୀ, ୨୫ା୧୦: ମହାମାରୀ କରୋନା ବିଶ୍ୱରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିବାବେଳେ ଭାରତରେ ମଧ୍ୟ ଏହାର ଭୟଙ୍କର ପ୍ରଭାବ ପରିଲକ୍ଷିତ ହୋଇଛି। ଗତ କିଛିମାସ ଧରି ଦେଶରେ ୩୧% କିଶୋର ଦୁଶ୍ଚିନ୍ତାରେ ରହିଥିବା ଏକ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। କରୋନାର ଭୟଙ୍କର…

ଫଡ୍‌ନବିସ୍‌ଙ୍କୁ କରୋନା

ମୁମ୍ବାଇ, ୨୫ା୧୦: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାର ପ୍ରଚାର ମଙ୍ଗ ଧରିଥିବା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ଙ୍କୁ କରୋନା ଆକ୍ରାନ୍ତ କରିଛି। ଏବେ ସେ ଆଇସୋଲେଶନରେ ଥିବା ଭାଜପା ପକ୍ଷରୁ ଟୁଇଟର ମାଧ୍ୟମରେ ଦର୍ଶାଯାଇଛି। ଫଡ୍‌ନବିସ୍‌ ମଧ୍ୟ ଟୁଇଟ୍‌…

ନିର୍ଯାତନାକୁ ବିରୋଧ କରିବାରୁ ନାବାଳିକାଙ୍କୁ ଗୁଳିକରି ହତ୍ୟା

ଫିରୋଜାବାଦ, ୨୫ା୧୦: ନିର୍ଯାତନାକୁ ବିରୋଧ କରିବାରୁ ଉତ୍ତରପ୍ରଦେଶର ଫିରୋଜାବାଦରେ ଜଣେ ନାବାଳିକା (୧୬)ଙ୍କୁୁ ଗୁଳିକରି ହତ୍ୟା କରାଯାଇଛି। ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଇନ୍‌ଷ୍ଟିଚ୍ୟୁଟ୍‌ରୁ ଫେରିବାବେଳେ ୩ ଯୁବକ କମେଣ୍ଟ ମାରିବା ସହ ବିିଭିନ୍ନ ପ୍ରକାର ନିର୍ଯାତନା ଦେଇଆସୁଥିଲେ ବୋଲି ଏସ୍‌ଏସ୍‌ପି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?