Posted inଜାତୀୟ

ନିର୍ଯାତନାକୁ ବିରୋଧ କରିବାରୁ ନାବାଳିକାଙ୍କୁ ଗୁଳିକରି ହତ୍ୟା

ଫିରୋଜାବାଦ, ୨୫ା୧୦: ନିର୍ଯାତନାକୁ ବିରୋଧ କରିବାରୁ ଉତ୍ତରପ୍ରଦେଶର ଫିରୋଜାବାଦରେ ଜଣେ ନାବାଳିକା (୧୬)ଙ୍କୁୁ ଗୁଳିକରି ହତ୍ୟା କରାଯାଇଛି। ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଇନ୍‌ଷ୍ଟିଚ୍ୟୁଟ୍‌ରୁ ଫେରିବାବେଳେ ୩ ଯୁବକ କମେଣ୍ଟ ମାରିବା ସହ ବିିଭିନ୍ନ ପ୍ରକାର ନିର୍ଯାତନା ଦେଇଆସୁଥିଲେ ବୋଲି ଏସ୍‌ଏସ୍‌ପି ସଚିନ୍ଦ୍ର ପଟେଲ କହିଛନ୍ତି। ନାବାଳିକା ଜଣକ ସେମାନଙ୍କୁ ସମାଲୋଚନା କରିବାରୁ ଶୁକ୍ରବାର ଯୁବକମାନେ ତାଙ୍କ ଘରକୁ ଯାଇ ପ୍ରଥମେ ମାଡ଼ ମାରିଥିଲେ। ନାବାଳିକାଙ୍କ ବାପା-ମା’ ଏଥିରେ ହସ୍ତକ୍ଷେପ କରିବାରୁ ସେମାନେ ଗୁଳିମାଡ଼ କରି ଫେରାର୍‌ ହୋଇଯାଇଥିଲେ। ନାବାଳିକାଙ୍କ ପ୍ରାଣବାୟୁ ସେଠାରେ ଉଡ଼ିଯାଇଥିଲା। ପରିବାରର ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି। ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ନାବାଳିକାଙ୍କ ମୃତଦେହ ପୋଷ୍ଟମର୍ଟମ ଲାଗି ପଠାଯାଇଥିବାବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଅଭିଯାନ ଜାରି ରଖିଥିବା ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

କାଉଡି ଯାତ୍ରା ପାଇଁ ଜୁଲାଇ ୨୩ରୁ ୩୦ ପର୍ଯ୍ୟନ୍ତ ବନ୍ଦ ରହିବ ଶିକ୍ଷାନୁଷ୍ଠାନ

ହରିଦ୍ୱାର,୨୦।୭: ଶ୍ରାବଣ ମାସ ଆରମ୍ଭ ହୋଇଯାଇଥିବା ବେଳେ ଆରମ୍ଭ ହୋଇଛି କାଉଡି ଯାତ୍ରା। ଶିବଭକ୍ତମାନେ ବିଭିନ୍ନ ନଦୀରୁ ଜଳ ଉଠାଇ ଜଳାଭିଷେକରେ ବାହାରିଛନ୍ତି। ଏହି ସମରେ...

ରାହୁଲ ଗାନ୍ଧୀଙ୍କ ସଜାକୁ ନେଇ ରାଷ୍ଟ୍ରପତିଙ୍କୁ ଭେଟିବ କଂଗ୍ରେସ

ନୂଆଦିଲ୍ଲୀ,୨୪ ।୩: କଂଗ୍ରେସ ମାନହାନିର ଏକ ମାମଲାକୁ ନେଇ ସୁରଟ କୋର୍ଟଙ୍କ ଦ୍ୱାରା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦିଆଯାଇଥିବା ଦୁଇ ବର୍ଷ ଜେଲ ଦଣ୍ଡ...

ଖଲିଙ୍କ ନିର୍ବାଚନ ପ୍ରଚାରକୁ ନେଇ ଅଭିଯୋଗ ଆଣିଲା ଟିଏମ୍‌ସି

କୋଲକାତା,୨୮।୪: ଲୋକ ସଭା ନିର୍ବାଚନ ପ୍ରଚାରକୁ ନେଇ ରେସ୍‌ଲର ଦଲିପ ସିଂ ରାନା ବା ଖଲିଙ୍କ ନାଁରେ ଜାତୀୟ ନିର୍ବାଚନ କମିଶନଙ୍କ ପାଖେ ଅଭିଯୋଗ ଆଣିଛି...

ଭାରତର ନିଜସ୍ବ ପରମ୍ପରା ରହିଛି: ସମଲିଙ୍ଗୀ ବିବାହ ନେଇ ଜବାବ ଦେଲେ ରିଜିଜୁ…

ନୂଆଦିଲ୍ଲୀ,୨୩।୪ : ସମଲିଙ୍ଗୀ ବିବାହ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। କେନ୍ଦ୍ର ସରକାର ଏହା ଉପରେ ଏକ ଆପତ୍ତି ଉଠାଇଛନ୍ତି। ଏହି ବିଷୟରେ କେନ୍ଦ୍ର ଆଇନମନ୍ତ୍ରୀ...

ମହିଳା ସଂରକ୍ଷଣ ବିଲ୍‌ ଉପରେ ପ୍ରତିକ୍ରିୟା ରଖିଲେ ମାୟାବତୀ

ଲକ୍ଷ୍ନୌ,୨୨।୯: ମହିଳା ସଂରକ୍ଷଣ ବିଲ୍‌ ପ୍ରଥମେ ଲୋକ ସଭାରେ ଏବଂ ପରେ ରାଜ୍ୟ ସଭାରେ ପାରିତ ହେବା ପରେ ବିଏସପି ମୁଖ୍ୟ ମାୟାବତୀ ଏହାକୁ ସ୍ବାଗତ...

ଲକ୍‌ଡାଉନ୍‌ରେ ସ୍ତ୍ରୀଙ୍କ ପାଇଁ ଔଷଧ ଆଣିବାକୁ ଘୋଡ଼ାରେ ଗଲେ ବୃଦ୍ଧ

ସୋଲାପୁର,୩୦।୩: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍‌ଡାଉନ୍‌ ଜାରି...

କ୍ଲାଉଡ୍‌ ସେଡିଂ ଦ୍ୱାରା କର୍ନାଟକରେ କରାଯିବ କୃତ୍ରିମ ବର୍ଷା: ଖର୍ଚ୍ଚ ହେବ ୮୮ କୋଟି

ବେଙ୍ଗାଲୁର୍‌,୧୬।୫: ଏବେ କର୍ନାଟକରେ ଚାଷୀଙ୍କ ଫସଲ ହାନୀର ଆଶଙ୍କା ରହିବ ନାହିଁ। ବର୍ଷାର ଅଭାବରେ ସରକାର ଏବେ କ୍ଲାଉଡ୍‌ ସେଡିଂ ଦ୍ୱାରା କୃତ୍ରିମ ବର୍ଷା କରିବା...

ଖୁସି ଖବର, ସେପ୍ଟେମ୍ବରରେ ପିଲାଙ୍କ ପାଇଁ କରୋନା ଭାକ୍ସିନ୍‌…

ନୂଆଦିଲ୍ଲୀ,୨୪।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ଦେଶରେ ସାର୍ବଜନୀନ ଟିକାକରଣ ଅଭିଯାନ ଜାରି ରହିଛି।...

Advertisement
Archives

Model This Week