କରୋନା ଯୋଗୁ ଦୁଶ୍ଚିନ୍ତାରେ ୩୧% କିଶୋର

ନୂଆଦିଲ୍ଲୀ, ୨୫ା୧୦: ମହାମାରୀ କରୋନା ବିଶ୍ୱରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିବାବେଳେ ଭାରତରେ ମଧ୍ୟ ଏହାର ଭୟଙ୍କର ପ୍ରଭାବ ପରିଲକ୍ଷିତ ହୋଇଛି। ଗତ କିଛିମାସ ଧରି ଦେଶରେ ୩୧% କିଶୋର ଦୁଶ୍ଚିନ୍ତାରେ ରହିଥିବା ଏକ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। କରୋନାର ଭୟଙ୍କର ପ୍ରଭାବ, ସଂକ୍ରମଣରୁ ମୃତ୍ୟୁ, ପରିବାରର ଆର୍ଥିକ ସ୍ଥିତିକୁ ନେଇ ସେମାନେ ଦୁଶ୍ଚିନ୍ତାରେ ଥିବା ଜଣାପଡ଼ିଛି। ଝାଡ଼ଖଣ୍ଡ, ଛତିଶଗଡ଼, ବିହାର, ଓଡ଼ିଶାରେ ୭,୩୦୦ କିଶୋରଙ୍କୁ ନେଇ ଏକ ଏନ୍‌ଜିଓ ଦ୍ୱାରା କରାଯାଇଥିବା ଏକ ସର୍ବେକ୍ଷଣରୁ ଏଭଳି ତଥ୍ୟ ପଦାକୁ ଆସିଛି। ଏପ୍ରିଲରୁ ଦୁଇମାସ ଧରି କରୋନାକୁ ନେଇ କିଶୋରଙ୍କ ସ୍ଥିତି ଓ ମାନସିକତା ସମ୍ପର୍କରେ ପ୍ରଶ୍ନ ପଚରା ଯାଇଥିଲା। ୩୧% କିଶୋର ଭୟଙ୍କର ଦୁଶ୍ଚିନ୍ତାରେ ରହିଥିବା ପ୍ରକାଶ କରିଥିଲେ। ମାତ୍ର ୧୨% କିଶୋରି ଓ ୩୫% କିଶୋର ନିଜ ମୋବାଇଲ ଦ୍ୱାରା ଅନ୍‌ଲାଇନ୍‌ କ୍ଲାସ କରିବାରେ ସଫଳ ହୋଇଥିବା ଜଣାପଡ଼ିଛି। ୫୧% କିଶୋର ଉପଯୁକ୍ତ ବହି ପାଇବାରେ ବିଫଳ ହୋଇଥିବା ସର୍ଭେରେ ଜଣାପଡ଼ିଛି। ୩୯% କିଶୋରୀ ସେମାନଙ୍କ ଘରକାର୍ଯ୍ୟ କରିବାରେ ସମୟ ବିତାଇଛନ୍ତି। କିଶୋର କିଶୋରୀମାନେ କରୋନା ସମୟରେ ନାନା ଅସୁବିଧାର ସମ୍ମୁଖୀନ ହୋଇ ଦୁଶ୍ଚିନ୍ତାରେ ରହିଥିବା ସର୍ଭେ ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଇରାଲ ହେଉଛି ରାହୁଲଙ୍କ ଦୋସା ଖାଇବା ଫଟୋ

ପାଟନା,୭।୭: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ତଥା ଓ୍ବୟନାଡ ଲୋକ ସଭା ଆସନର ଏମ୍‌ପି ରାହୁଲ ଗାନ୍ଧୀଙ୍କର ଦୋସା ଖାଇବାର ଏକ ଫଟୋ ଏବେ ଭାଇରାଲ ହେବାରେ...

ଅଣାୟତ୍ତ ମୁହାଁ କରୋନା: ୨୪ ଘଣ୍ଟାରେ ୪୬ ହଜାରରୁ ଅଧିକ ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ,୨୨।୩: ଦେଶରେ କରୋନାର ଦ୍ୱିତୀୟ ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛିି। ପ୍ରତିଦିନ ଲଗାତାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଗତ ୨୪ ଘଣ୍ଟାରେ ଦେଶରେ...

ଦୂର ହେବ କରୋନା: ଦେଶର ପ୍ରଥମ ‘ପ୍ଲାଜମା ବ୍ୟାଙ୍କ’ର ଉଦ୍‌ଘାଟନ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨।୭: କରୋନା ରୋଗୀଙ୍କ ଚିକିତ୍ସା ପାଇଁ ପ୍ଲାଜମା ଥେରାପି ଭଲ କାମ କରୁଛି ବୋଲି କୁହାଯାଉଛି। ଏହାକୁ ଦୃଷ୍ଟିରେ ରଖି ଗୁରୁବାର ଦେଶର ପ୍ରଥମ ‘ପ୍ଲାଜମା...

‘ସିଜେଆଇଙ୍କୁ ସମାଲୋଚନା ସର୍ବୋଚ୍ଚ ଅଦାଲତଙ୍କ ପ୍ରଭୁତ୍ୱକୁ ନୂ୍ୟନ କରୁନାହିଁ’

ନୂଆଦିଲ୍ଲୀ, ୪ା୮:ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ମାମଲାର ସମ୍ମୁଖୀନ ହୋଇଥିବା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଏକ ସତ୍ୟପାଠ ଦାଖଲ କରି କହିଛନ୍ତି, ଭାରତର ପ୍ରଧାନ ବିଚାରପତି...

ବଦଳିଲେ ୬ଟି ରାଜ୍ୟର ରାଜ୍ୟପାଳ: ଉତ୍ତରପ୍ରଦେଶର ରାମ ନାଇକଙ୍କ ବଦଳରେ ଆନନ୍ଦୀବେନ ପଟେଲ

ନୂଆଦିଲ୍ଲୀ,୨୦।୭: କେନ୍ଦ୍ର ସରକାରଙ୍କ ସହମତିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୬ଟି ରାଜ୍ୟର ରାଜ୍ୟପାଳଙ୍କୁ ନିଯୁକ୍ତ କରିଛନ୍ତି। ଏଥିରେ ସବୁଠାରୁ ଆଗରେ ରହିଛନ୍ତି ମଧ୍ୟପ୍ରଦେଶର ରାଜ୍ୟପାଳ ଆନନ୍ଦୀବେନ...

ରାଜନୈତିକ ଦଳକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ: ଓ୍ବେବ୍‌ସାଇଟରେ ଦିଅ ପ୍ରାର୍ଥୀଙ୍କ ଆପରାଧିକ ତଥ୍ୟ

ନୂଆଦିଲ୍ଲୀ, ୧୩।୨(ପି.ଟି.):ଦେଶର ରାଜନୀତି କ୍ରମଶଃ କଳୁଷିତ ହେବାରେ ଲାଗିଥିବାରୁ ଗୁରୁବାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ। ଏହାସହ ନିଜ ନିଜ ପ୍ରାର୍ଥୀମାନଙ୍କ ବିରୋଧରେ ଥିବା ଆପରାଧିକ ମାମଲା...

ଦିଲ୍ଲୀର ୩୧ ସରକାରୀ ସ୍କୁଲ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ହେବ ନାମିତ

ନୂଆଦିଲ୍ଲୀ, ୧୫।୭: ଦିଲ୍ଲୀ ମ୍ୟୁନିସପାଲିଟି ଦ୍ୱାରା ପରିଚାଳିତ ୩୧ଟି ସରକାରୀ ସ୍କୁଲର ନାମକୁ ପରିବର୍ତ୍ତନ କରାଯିବ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ଏହି...

ଦୁଇ ମାସରେ କର୍ନାଟକରେ ସଂକ୍ରମିତ ଚିହ୍ନଟ ହେଲେଣି ୪୦ ହଜାର ଶିଶୁ

ବେଙ୍ଗାଲୁରୁ, ୨୧।୫ : କରୋନା ଦ୍ୱିତୀୟ ଲହରରେ କର୍ନାଟକରେ ୯ ବର୍ଷରୁ କମ୍‌ ପ୍ରାୟ ୪୦,୦୦୦ ଶିଶୁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଚଳିତ ବର୍ଷ...

Advertisement


Archives

Model This Week