ଜାତୀୟ

ଆଜୀବନ କାରାଦଣ୍ଡ ଭୋଗୁଥିବା ୫୫ ମହିଳା କଏଦୀ ହେବେ ମୁକ୍ତ

ବିଜୟଓ୍ବାଡା,୭।୧୧: ଆନ୍ଧ୍ରପ୍ରଦେଶ ସରକାର ଆଜୀବନ କାରାଦଣ୍ଡ ଭୋଗୁଥିବା ୫୫ ମହିଳା କଏଦୀଙ୍କୁ ମୁକ୍ତ କରିବା ଲାଗି ଯୋଜନା କରିଛନ୍ତି। ରାଜ୍ୟର ବିଭିନ୍ନ ଜେଲ୍‌ରେ ଏହି ମହିଳା କଏଦୀଙ୍କୁ ଚଳିତ ସପ୍ତାହରେ ମୁକ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନମୋହନ ରେଡ୍ଡୀ ନିଷ୍ପତ୍ତି…

ଭୋଟର-ସୁରକ୍ଷାକର୍ମୀ ହାତାହାତି: ଲାଠିଚାର୍ଜ, ଫାୟାରିଂ ଯୋଗୁ ଲୋକେ ଆତଙ୍କିତ

ପାଟନା,୭।୧୧: ବିହାରର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ଭୋଟର ଏବଂ ସୁରକ୍ଷାକର୍ମୀ ହାତାହାତି ହୋଇଛନ୍ତି। ପୂର୍ଣିଆର ଧମଦାହା ଆସନର ଅଲିଗଞ୍ଜ୍‌ ସ୍ଥିତ ବୁଥ୍‌ ନମ୍ବର ୨୮୨ରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଲାଇନରେ ଭୋଟରମାନେ ମତଦାନ କରୁଥିଲେ। ଜଣେ…

କଏଦୀଙ୍କ ପିଲାଙ୍କୁ ପାଠପଢ଼ାରେ ସହାୟତା କରିବେ କେରଳ ସରକାର

ଥିରୁଭାନନ୍ତପୁରମ୍‌,୭।୧୧: କଏଦୀଙ୍କ ପିଲାଙ୍କୁ ପାଠପଢ଼ାରେ ସହାୟତା କରିବା ଲାଗି କେରଳ ସରକାର ଅଣ୍ଟା ଭିଡ଼ିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ସରକାର ନିଷ୍ପତ୍ତି ନେଇଛନ୍ତି। ସାଧାରଣ ଶିକ୍ଷାପାଇଁ ୧୫ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଥିବାବେଳେ ପେଶାଦାର ଶିକ୍ଷା ଲାଗି ୫…

କେରଳ ରାଜ୍ୟପାଳ କରୋନା ପଜିଟିଭ

ଥିରୁଭାନନ୍ତପୁରମ,୭ ।୧୧: କେରଳର ରାଜ୍ୟପାଳ ଆରିଫ ମହମ୍ମଦ ଖାଁ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଟୁଇଟରରେ ସେ ନିଜେ ଏହି ସୂଚନା ଦେଇଛନ୍ତି । ସେ ଟୁଇଟ୍ କରି…

ଗୁପ୍‌ଚୁପ୍‌ରେ ଶୌଚାଳୟ ପାଣି: ଲୋକେ ଭାଙ୍ଗିଦେଲେ ଠେଲାଗାଡ଼ି

ମୁମ୍ବାଇ,୭।୧୧: ରାସ୍ତାକଡ଼ରେ ଗୁପ୍‌ଚୁପ୍‌ ଖାଇବାକୁ କେତେକ ପସନ୍ଦ କରିଥାନ୍ତି। ତେବେ ମୁମ୍ବାଇର କୋହ୍ଲାପୁର ଅଞ୍ଚଳରେ ଲୋକଙ୍କୁ ପିଇବାକୁ ଦେଉଥିବା ଖଟାପାଣିରେ ଶୌଚାଳୟ ପାଣି ମିଶାଉଥିବା ଅଭିଯୋଗରେ ଜଣେ ଗୁପ୍‌ ଚୁପ୍‌ ବିକାଳିଙ୍କ ଠେଲାଗାଡ଼ିକୁ ଲୋକେ ଭାଙ୍ଗି ଦେଇଛନ୍ତି। ସ୍ଥାନୀୟ ରଣକଳା ଝିଲ୍‌…

ଅକ୍ଟୋବରରେ ଡେରା ମୁଖ୍ୟ ରାମ ରହିମଙ୍କୁ ମିଳିଥିଲା ‘ଗୁପ୍ତ’ ପାରୋଲ!

ଚଣ୍ଡିଗଡ଼,୭ ।୧୧: ବଳାତ୍କାର ଓ ହତ୍ୟା ମାମଲାରେ ଆଜୀବନ ସଜା କାଟୁଥିବା ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମ ରହିମଙ୍କୁ ଅକ୍ଟୋବର ୨୪ରେ ଗୋଟିଏ ଦିନ ପାଇଁ ପାରୋଲ ମିଳିଥିବା ଜଣାପଡିଛି । ହରିୟାଣା ସରକାର ଗୋଟିଏ ଦିନ ପାଇଁ…

କରୋନା ମହାମାରୀ ସଙ୍କଟ ପରେ ବୈଷୟିକ ଜ୍ଞାନକୌଶଳର ଭୂମିକା ହେବ ଗୁରୁତ୍ୱପୂର୍ଣ୍ଣ: ମୋଦି

ନୂଆଦିଲ୍ଲୀ,୭।୧୧: କରୋନା ମହାମାରୀ ସଙ୍କଟ ପରେ ବୈଷୟିକ ଜ୍ଞାନକୌଶଳର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ(ଆଇଆଇଟି)ର ୫୧ତମ ଦୀକ୍ଷାନ୍ତ ସମାରୋହରେ ଯୋଗଦେଇ ଶିକ୍ଷାର୍ଥୀଙ୍କ ଉଦ୍ଦେଶ୍ୟରେ ଏଭଳି କହିଛନ୍ତି। କରୋନା ମହାମାରୀ ପୃଥିବୀରେ ବଡ଼ ପରିବର୍ତ୍ତନ…

ଡ୍ରଗ୍ସ ମାମଲା: ଜାମିନ ପାଇଁ ଆବେଦନ କଲେ ରିଆଙ୍କ ଭାଇ

ମୁମ୍ବାଇ,୭ ।୧୧: ଡ୍ରଗ୍ସ ମାମଲାରେ ଜେଲ୍‌ରେ ବନ୍ଦୀ ଥିବା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତିଙ୍କ ଭାଇ ଶୌଭିକ ଚକ୍ରବର୍ତ୍ତି ଶନିବାର ଜାମିନ ଆବେଦନ କରିଛନ୍ତି । ମୁମ୍ବାଇର ସ୍ୱତନ୍ତ୍ର ଏନ୍‌ଡିପିଏସ୍ କୋର୍ଟରେ ସେ ଏହା ଦାଖଲ କରିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ,…

ରେଡ୍ ଜୋନ୍‌ରେ ଦିଲ୍ଲୀ ଏନ୍‌ସିଆର୍‌

ନୂଆଦିଲ୍ଲୀ,୭ ।୧୧: ବେଳକୁ ବେଳ ଖରାପ ହେବାରେ ଲାଗିଛି ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ମାତ୍ରା । ବିଶେଷ ଭାବେ ଦିଲ୍ଲୀ ଏନ୍‌ସିଆର୍‌ରେ ପ୍ରଦୂଷଣ ମାତ୍ରା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏଠାକାର ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୦୦…

ମାଲାବାର ନୌସେନା ଅଭ୍ୟାସ: ବିକ୍ରମାଦିତ୍ୟ ସହ ଦେଖାଦେବ ଆମେରିକାର ସବୁଠାରୁ ଶକ୍ତିଶାଳୀ ଯୁଦ୍ଧଜାହାଜ

ନୂଆଦିଲ୍ଲୀ,୭ ।୧୧: ପୂର୍ବ ଲଦ୍ଦାଖରେ ଭାରତ-ଚାଇନା ସୀମା ବିବାଦ ମଧ୍ୟରେ ଭାରତ, ଆମେରିକା, ଜାପାନ, ଓ ଅଷ୍ଟ୍ରେଲିଆ ମଧ୍ୟରେ ମାଲାବାର ନୌସେନା ଅଭ୍ୟାସର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଏହି ଯୁଦ୍ଧାଭ୍ୟାସରେ ଆମେରିକାର ସବୁଠାରୁ ଶକ୍ତିଶାଳୀ ବିମାନବାହକ ଯୁଦ୍ଧ ଜାହାଜ…

ମାନକୋଟ୍‌ରେ ଅସ୍ତ୍ରବିରତି ଉଲ୍ଲଂଘନ: ପାକିସ୍ତାନୀ ଫରଓ୍ବାର୍ଡ ପୋଷ୍ଟ୍‌ରୁ ମୋର୍ଟାର ଶେଲିଂ ମାଡ଼

ଶ୍ରୀନଗର,୭।୧୧: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଲଗାତାର ଉତ୍ତେଜନା ବଢ଼ିବାରେ ଲାଗିଛି। ଏଠାରେ ପାକିସ୍ତାନ ପକ୍ଷରୁ ଜାଣିଶୁଣି ବାରମ୍ବାର ଅସ୍ତ୍ର ବିରତି ଉଲ୍ଲଂଘନ କରାଯାଉଛି। ଶନିବାର ଭୋର ୨ଟା ୩୦ରେ ପୁଞ୍ଚ୍‌ ଜିଲାର ମାନକୋଟ୍‌ ସେକ୍ଟରରେ ପାକିସ୍ତାନୀ ଫରଓ୍ବାର୍ଡ ପୋଷ୍ଟ୍‌ରୁ…

ଉପଗ୍ରହ ଇଓଏସ୍‌-୦୧ ଉତ୍‌କ୍ଷେପଣ ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ

ହାଇଦ୍ରାବାଦ୍‌,୭।୧୧: ଇସ୍ରୋ ପକ୍ଷରୁ ଇଓଏସ୍‌-୦୧ ଉପଗ୍ରହକୁ ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ସ୍ପେସ୍‌ ସେଣ୍ଟରରୁ ମହାକାଶକୁ ଶନିବାର ଅପରାହ୍ନ ୩ଟା ୨ରେ ପ୍ରେରଣ କରାଯିବ। ଏନେଇ କାଉଣ୍ଟଡାଉନ ଆରମ୍ଭ ହୋଇସାରିଛି। ପିଏସ୍‌ଏଲ୍‌ଭି-ସି୪୯ ରକେଟ ଦ୍ୱାରା ଏହାକୁ ମହାକାଶକୁ ପଠାଯିବ। ଏହା ସହିତ ଆମେରିକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?